ଢୋଲପୁରରୁ ଶିକ୍ଷା

ନଚିକେତ ମୁର

୨୦୧୭ରେ ରାଜସ୍ଥାନ ଢୋଲପୁର ଜିଲାରେ କିଶୋରୀମାନଙ୍କୁ ଯୌନ ସ୍ବାସ୍ଥ୍ୟ ସମ୍ପର୍କରେ ଶିକ୍ଷା ଦେବା ଲାଗି ‘ଉଡାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପରେ ଏହାକୁ ତୀବ୍ର ବିରୋଧ କରାଯାଇଥିତ୍ଲା। ‘ତୁମେ ଆମ ଝିଅମାନଙ୍କୁ ନଷ୍ଟ କରିଦେଉଛ…’ କିମ୍ବା ‘ସେମାନଙ୍କୁ ଏଭଳି ଯୌନ ସ୍ବାସ୍ଥ୍ୟ ସମ୍ପର୍କରେ ସବିଶେଷ ଶିକ୍ଷା ଦେବାର ଆବଶ୍ୟକତା ନାହିଁ’ ଏବଂ ‘ଆମେ ଏହାକୁ ଅନୁମତି ଦେବୁ ନାହଁୁ ’ବୋଲି ମନ୍ତବ୍ୟ ପ୍ରକାଶ ପାଇଥିଲା। ଏସବୁ ପ୍ରତିକ୍ରିୟା ଅତି ମାମୁଲି ଥିଲା। ଜଣେ ବ୍ଲକ୍‌ କୋଅର୍ଡିନେଟର କହିଥିଲେ ଯେ,ସେମାନଙ୍କୁ ସ୍କୁଲ ଶିକ୍ଷକ ଏବଂ ସ୍ଥାନୀୟ ସମାଜ ଧମକ ଦେଉଛନ୍ତି। ଫଳରେ ଏହା ଉପରେ ଅନେକ କ୍ଲାସ୍‌ ଚାଲିପାରିଲା ନାହିଁ। ଦୃଢ଼ତାର ସହ ଲୋକମାନଙ୍କୁ ବୁଝାଇ ଓ ସେମାନଙ୍କ କଥା ଶୁଣି ଏବଂ ଲଗାତର ପରାମର୍ଶ ଦେବା ପରେ ଏ ସମ୍ପର୍କିତ ଶିକ୍ଷା ପ୍ରଦାନ ଲାଗି ଏକ ସୁରକ୍ଷିତ ବାତାବରଣ ସୃଷ୍ଟି କରାଯାଇପାରିଥିଲା। କ୍ଲାସ ଆରମ୍ଭ ହେବା ଯୋଗୁ ସତ୍ୟ କ’ଣ ପଦାକୁ ଆସିଲା। ଫଳରେ ‘ଉଡାନ’କୁ ବିରୋଧ କରିବା ପରିବର୍ତ୍ତେ ଲୋକେ ଗ୍ରହଣ କଲେ। ଏପରିକି ଏହାକୁ ଆରମ୍ଭରୁ ବିରୋଧ କରୁଥିବା ଜଣେ ସ୍କୁଲ ଶିକ୍ଷକ ପରେ ଏହା ସପକ୍ଷରେ ମତ ଦେଇଥିଲେ ଯେ, ଆମେ କିଶୋରଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରୁଛୁ, ହେଲେ ସ୍କୁଲରେ ଏ ସମ୍ପର୍କରେ ଶିକ୍ଷା ଦେଲେ ତାହା ଆମ ଛାତ୍ରମାନଙ୍କ ଭବିଷ୍ୟତ ପାଇଁ ଉତ୍ତମ। ଏଭଳି ମନ୍ତବ୍ୟଏହି ଶିକ୍ଷାର ଗ୍ରହଣୀୟତାକୁ ସ୍ପଷ୍ଟ କରିଥିଲା। ଢୋଲପୁର ଶିକ୍ଷା ଜିଲାରେ ମୋଟରେ ୨୮୨ଟି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ୭୮,୦୦୦ ହଜାର ଝିଅପୁଅଙ୍କୁ ଏହି ଶିକ୍ଷାଦେବାର ପଦକ୍ଷେପ ନେଇଛି। ଢୋଲପୁରର ଏହି ସଫଳ ଗାଥାକୁ କମ୍‌ ଜାଣନ୍ତି। କିନ୍ତୁ ଏହା ଅବଶିଷ୍ଟ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରଦାନ କରିଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରହିଥିତ୍ବା ବାଧାକୁ ଦୂର କରିବା ଲାଗି ଢୋଲପୁରର କାର୍ଯ୍ୟକ୍ରମ ଏକ ସ୍ପଷ୍ଟ ବାଟ ଦେଖାଇଛି।
କିଶୋରୀକିଶୋରମାନଙ୍କ ପାଇଁ ଯୌନ ଓ ପ୍ରଜନନ ସ୍ବାସ୍ଥ୍ୟ ଶିକ୍ଷାର ଗୁରୁତ୍ୱ ରହିଛି। ହେଲେ ଏହାକୁ ସେଭଳି ଗୁରୁତ୍ୱର ସହ ନିଆଯାଇପାରୁନାହଁି। ବାସ୍ତବରେ ଯୁବପିଢ଼ିଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣରେ ନିବେଶ ଦ୍ୱାରା ସେମାନଙ୍କ ଭବିଷ୍ୟତ ଗଢ଼ାଯାଇପାରିବ। ଏହାକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ୨୦୧୪ରେ ରାଷ୍ଟ୍ରୀୟ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ(ନ୍ୟାଶନାଲ ଅଡୋଲସେଣ୍ଟ ହେଲ୍‌ଥ ପ୍ରୋଗ୍ରାମ) ଆରମ୍ଭ କରିଥିଲେ। ସେତେବେଳେ ୨୪ ମିଲିୟନ କିଶୋରଙ୍କ ବିକାଶ ଓ ସ୍ବାସ୍ଥ୍ୟଗତ ସମସ୍ୟା ସମାଧାନ କରିବା ଲାଗି ଏହା ଆରମ୍ଭ କରାଯାଇଥିଲା। ସେମାନଙ୍କ ଜ୍ଞାନ ଓ ପୋଷକ ସ୍ତର ବଢାଇବା ସହ ଯୌନ ଏବଂ ପ୍ରଜନନ ସ୍ବାସ୍ଥ୍ୟ(ଏସ୍‌ଆର୍‌ଏଚ୍‌)ସମ୍ପର୍କିତ ଦୃଷ୍ଟିକୋଣ ଓ ଆଚରଣରେ ଉନ୍ନତି ଆଣିବା ଥିଲା ଏହାର ଲକ୍ଷ୍ୟ। କିନ୍ତୁ ଏହି ପ୍ରୋଗ୍ରାମ ଆରମ୍ଭ ହେବା ପରଠାରୁ ଆଉ ତା’ସମ୍ପର୍କରେ ବେଶି କିଛି ଶୁଣିବାକୁ ମିଳୁନାହଁି। ହେଲେ ଏହା ଉପରେ କିଛି କରାଯାଇପାରିବ ଏବଂ ଏହାକୁ ଅନୁସରଣ କରାଯିବା ଉଚିତ ବୋଲି ରାଜସ୍ଥାନ ସରକାର ‘ଉଡାନ’ ଆରମ୍ଭ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ରାଜସ୍ଥାନ ଏଥିରେ କିଭଳି ସଫଳତା ହାସଲ କଲା ତାହା ବିଚାର କରିବା। ରାଜସ୍ଥାନ ଜନସଂଖ୍ୟାର ୨୩ ପ୍ରତିଶତ ହେଉଛନ୍ତି ୧୦ରୁ ୧୯ ବର୍ଷ ବୟସର ବାଳିକାବାଳକ। ସାଧାରଣତଃ କିଶୋର ଅବସ୍ଥାରେ ଶାରୀରିକ ପରିବର୍ତ୍ତନ ହେବା ସହ ମାନସିକ ପରିପକ୍ୱତା ଆସିଥାଏ ଓ ଏହି ଦୁଇ ଦିଗ ଉପରେ ଧ୍ୟାନ ଦେବା ଦରକାର। ଏଣୁ ରାଜସ୍ଥାନ ସରକାର ସେମାନଙ୍କ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ସହ ଏହା ଉପରେ ନିବେଶ କରିଥିଲେ। କହିବାକୁ ଗଲେ,ଏଭଳି ଅଳ୍ପ ନିବେଶ ଜଣେ ବ୍ୟକ୍ତିର ଜୀବନ ଗଢିବା ଲାଗି ଶକ୍ତି ଯୋଗାଇବ ତଥା ଗୋଟିଏ ଦେଶର ଭବିଷ୍ୟତ ନିର୍ମାଣରେ ସହାୟକ ହେବ। ସ୍ବାସ୍ଥ୍ୟ କ୍ଷେତ୍ରରେ ରାଷ୍ଟ୍ରୀୟ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍‌କେଏସ୍‌କେ) ଅଧୀନରେ ସରକାର ଢାଞ୍ଚାଗତ ସମସ୍ୟା ଦୂର କରିବା ଲାଗି ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ କିଶୋରୀମାନଙ୍କ ପାଇଁ ସରକାର ‘ଉଜ୍ଜ୍ୱଳ’ ହେଲ୍‌ଥ କ୍ଲିନିକ ଆରମ୍ଭ କରିଛନ୍ତି । ଏଥିରେ ସପ୍ତାହରେ ଆଇରନ ଏବଂ ଫଲିକ୍‌ ଏସିଡ୍‌ ସପ୍ଲିମେଣ୍ଟ ଯୋଗାଇ ଦିଆଯାଉଛି। ଉକ୍ତ କ୍ଲିନିକରେ ମାଗଣାରେ ସାନିଟାରି ପ୍ୟାଡ ଉପଲବ୍ଧ ହେଉଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଏଭଳି ଢାଞ୍ଚାଗତ ବିକାଶଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ସେଗୁଡ଼ିକୁ ଯୁବବର୍ଗଙ୍କ ବ୍ୟବହାରଗତ ସମସ୍ୟା ଦୂର କରିବା ଲାଗି ଗ୍ରହଣ କରାଯାଏ ତେବେ ଲାଭ ମିଳିବ। ମୁଖ୍ୟତଃ ଯଦି ଯୁବପିଢ଼ିଙ୍କ ଯୌନ ଓ ପ୍ରଜନନ ସ୍ବାସ୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିିତ କରାଯାଇପାରିବ ତେବେ ଏହାର ପ୍ରଭାବକୁ ଭଲ ଭାବେ ଅନୁଭବ କରିହେବ। ତଥ୍ୟରୁ ଜଣାପଡ଼ିଛି ଯେ,ଯୌନ ଓ ପ୍ରଜନନ ସ୍ବାସ୍ଥ୍ୟ ସମ୍ପର୍କରେ ବୟସ୍କ ଯୁବକଙ୍କ ଜ୍ଞାନ କମ୍‌ ରହିଛି ଓ ବହୁ ସମୟରେ ତ୍ରୁଟିପୂର୍ଣ୍ଣ ରହୁଛି। ଏଭଳି ବ୍ୟବହାରଗତ ସମସ୍ୟା ଦୂର କରିବା ଲାଗି ନିଆଯାଉଥିବା ପଦକ୍ଷେପଗୁଡ଼ିକ ଆଦ୍ୟ ଗର୍ଭଧାରଣ, ଲିଙ୍ଗଗତ ନିୟମ ଏବଂ ବିିଶେଷକରି ଯୌନ ସ୍ବାସ୍ଥ୍ୟ ସମ୍ପର୍କରେ ଜଣାଇବା ସହ ଏଥିରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ। ଏବେ ପ୍ରାପ୍ତ ବୟସ୍କ ଝିଅମାନଙ୍କ ଋତୁସ୍ରାବରେ କିଛି ପରିବର୍ତ୍ତନ ସେମାନଙ୍କ ଅବ୍ୟସ୍ଥିତ ଜୀବନଶୈଳୀ ଯୋଗୁ ହେଉଛି ବୋଲି କୁହାଯାଉଛି। ଯଦି ଏହା ଉପରେ ଠିକ୍‌ ଭାବେ ଚିନ୍ତା କରା ନ ଯାଏ ତେବେ ସେମାନଙ୍କ ଆଚରଣ ତ୍ରୁଟିପୂର୍ଣ୍ଣ ହୋଇଯିବ। ସେମାନେ ବିଶାଦଗ୍ରସ୍ତ ହୋଇଯିବେ। ଏପରି କି ଆମତ୍ହତ୍ୟା କରିବାକୁ ଚେଷ୍ଟା କରିବେ।
ବହୁ ସ୍ଥାନରେ ଏହିସବୁ ସମସ୍ୟା ଦୂର କରାଯିବା ଲାଗି ଶିକ୍ଷା ଦିଆଯାଇପାରିବ। ହେଲେ ସ୍କୁଲ ହେଉଛି ସବୁଠୁ ସୁରକ୍ଷିତ , ବିଶ୍ୱାସ ଯୋଗ୍ୟ ଏବଂ ପ୍ରଭାବଶାଳୀ କ୍ଷେତ୍ର। ଯୌନ ସ୍ବାସ୍ଥ୍ୟ ବିଷୟରେ ଶିକ୍ଷା ଦେବା ଲାଗି ସ୍କୁଲକୁ ବାଛିବା ପୂର୍ବରୁ କିଛି ବାଧା ହୁଏତ ଆସିବାରେ। ଏଣୁ ଏହାକୁ ଦୂର କରିବା ଦରକାର। ଶିକ୍ଷକ, ଅଭିଭାବକ ଏବଂ ସର୍ବଶେଷରେ ସମାଜ ଏହା ଉପରେ କ’ଣ ଚିନ୍ତା କରୁଛି ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯୁବମାସିକତା ଉପରେ ଏହାର କି ପ୍ରଭାବ ରହିଛି ତାହା ଚିନ୍ତା କରିବା ଦରକାର। ଜଣାପଡ଼ିଛି ଯେ, ଏଭଳି କାର୍ଯ୍ୟକ୍ରମଗୁଡ଼ିକ ଯୌନ କାର୍ଯ୍ୟକଳାପ ବୃଦ୍ଧି ନ କରି ସେମାନଙ୍କ ଜିଜ୍ଞାସାର ସମାଧାନ କରିବାରେ ସହାୟକ ହୋଇପାରିବ।
ସ୍କୁଲରେ ଉଚ୍ଚଗୁଣବତ୍ତା ଯୌନ ସ୍ବାସ୍ଥ୍ୟ ଶିକ୍ଷା ସୁପ୍ରଶିକ୍ଷିତ ଶିକ୍ଷକ ଏବଂ କର୍ମଚାରୀଙ୍କ ଦ୍ୱାରା ପଢାଯାଉଛି। ତାହା କିଭଳି ଛାତ୍ରମାନଙ୍କ ପାଇଁ ଉପଯୋଗୀ ହେବ ଓ ସେଥିରେ ସେମାନେ ସାମିଲ ହେବେ ସେଥିପାଇଁ ଉଚିତ ରଣନୀତି ଗ୍ରହଣ କରାଯାଇପାରିବ। ସେମାନେ ଛାତ୍ରୀଛାତ୍ରମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ସହ ଯୋଡ଼ି ପାରିବେ ଓ ଏହି କାର୍ଯ୍ୟକ୍ରମରେ ଅଭିଭାବକ ଏବଂ ସମାଜକୁ ସାମିଲ କରିପାରିବେ। ଭାରତରେ ଏଭଳି କାର୍ଯ୍ୟକ୍ରମ ସଫଳତାର ସହ ଚଳାଉଥିବା ସ୍କୁଲର ଦୃଷ୍ଟାନ୍ତ ରହିଛି। ମୁମ୍ବାଇର ଏନ୍‌ଜିଓ ‘ଅପର୍ନା’ ଶିକ୍ଷକ ଏବଂ ପ୍ରଶିକ୍ଷକଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛି। ଏହା ମହାରାଷ୍ଟ୍ରର ୩ଟି ଜିଲାରେ ପ୍ରାୟ ୨୫୦ଟି ସ୍କୁଲ ଏବଂ ଆଶ୍ରୟସ୍ଥଳରେ ପର୍ସନାଲ ସେଫ୍ଟି ଏଡୁକେଶନ ପ୍ରୋଗ୍ରାମ ଚଳାଉଛି। ସମାନ ଭାବେ ଢୋଲପୁର ମଧ୍ୟ ବେସରକାରୀ ସଂସ୍ଥା ମଞ୍ଜରୀ ଫାଉଣ୍ଡେଶନର ସାହାଯ୍ୟରେ ଶିକ୍ଷା ପ୍ରଦାନ କରି ଉଦାହରଣ ପାଲଟିଛି। ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ବାଳିକା ବାଳକ ମାନଙ୍କର ଶାରୀରିକ ପ୍ରାକୃତିକ ପରିବର୍ତ୍ତନ ଉପରେ ଅଧିକ ଜ୍ଞନ ଥିତ୍ବା ଜଣାପଡ଼ିଛି। ଅଭାବବୋଧର ଭାବନା ଓ ବିଷାଦ କମିଛି। ସେମାନଙ୍କ ଠାରେ ଦୃଢ ସଶକ୍ତୀକରଣ ମାନସିକତା ଜାଗ୍ରତ ହୋଇଛି। ଏହି କାର୍ଯ୍ୟକ୍ରମ ସେମାନଙ୍କ ଦୃଷ୍ଟିକୋଣକୁୁ ଦୃଢବିଶ୍ୱାସର ସହିତ ପ୍ରକାଶ କରିବାକୁ ସୁଯୋଗ ଦେଇଛି। ପ୍ରଶ୍ନର ଉତ୍ତରରେ ଜଣେ ଛାତ୍ର କହିଲା ଯେ, ମଁୁ ଛାଡୁଥିବା ତରକାରି କିମ୍ବା ଆଚାରରେ ମୋ ଭଉଣୀ ବଞ୍ଚିପାରିବ ନାହିଁ ବୋଲି ମୁଁ ଶିକ୍ଷା ପାଇଛି ଓ ଏହି କାର୍ଯ୍ୟକ୍ରମ ମୋ ଦୃଷ୍ଟି କୋଣକୁ ବ୍ୟାପ୍ତ କରିଛି। ବାସ୍ତବରେ ସାରା ଭାରତର ସବୁ ବାଳିକା ବାଳକଙ୍କ ପାଇଁ ଏହା ଏକ ଭଲ ବାର୍ତ୍ତା।
ପୂର୍ବତନ ନିର୍ଦ୍ଦେଶକ,ନାବାର୍ଡ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri