ଅନ୍ଧାରି ମୁଲକରେ ଆଲୋକବର୍ତ୍ତିକା ବର୍ଷା

ସମ୍ବଲପୁର,୯ା୯ (ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତର ବାବୁପାଲି ଏକ ରାଜସ୍ବ ଗ୍ରାମ। ବଣଜଙ୍ଗଲ ଘେରା ଏହି ଗ୍ରାମରେ ପ୍ରାୟ ୧୨୦ ଆଦିବାସୀ ପରିବାର କାହିଁ କେଉଁ କାଳରୁ ବସବାସ କରିଆସୁଛନ୍ତି। ଗାଁଟି ସହରଠାରୁ ୧୦ କି.ମି. ଓ ୫୫ନଂ. ଜାତୀୟ ରାଜପଥର ଭବାନିପାଲି ଗ୍ରାମ ଛକରୁ ପ୍ରାୟ ୪ କି.ମି. ଦୂରରେ ରହିଛି। ଅନ୍ଧାରି ମୁଲକରେ ରହିଥିବା ଗାଁ ଲୋକଙ୍କ ପାଖରେ ପହଞ୍ଚତ୍ପାରି ନାହିଁ ଶିକ୍ଷାର ଆଲୋକ। ଅଭିଭାବକ ଅଶିକ୍ଷିତ ରହିଥିବାବେଳେ ଯୁବବର୍ଗ ମଧ୍ୟ ଉଚ୍ଚ ଶିକ୍ଷାରୁ ବଞ୍ଚତ୍ତ ଅଛନ୍ତି। ଆର୍ଥିକ ଅନଟନ ରୋଜଗାର ପାଇଁ ବାଧ୍ୟ କରୁଛି। ପେଟ ପୋଷିବା ପାଇଁ ପାଠ ଛାଡ଼ି ରୋଜଗାର କରିବାକୁ ବାଧ୍ୟ ହେଉଛନ୍ତି ଯୁବବର୍ଗ। ଏଭଳି ପରିସ୍ଥିତିରେ ଗ୍ରାମର ଯୁବତୀ ବର୍ଷା ଗୁରୁ ମହାବିଦ୍ୟାଳୟ ମାଟି ମାଡି ଆଲୋକବର୍ତ୍ତିକା ସାଜିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ସେ ନାଁ ଲେଖାଇ ନିୟମିତ କଲେଜ ଯାଉଛନ୍ତି। ତାଙ୍କ ସହ ଗାଁର ଆଉ ୨ ଛାତ୍ର ମଧ୍ୟ ଉଚ୍ଚଶିକ୍ଷା ପାଇଁ ଆଗେଇ ଆସି ଆଗାମୀ ଯୁବପିଢି ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି।
ବର୍ଷା ମାନେଶ୍ୱର ମାନ୍ଧାତା ବାବା ମହାବିଦ୍ୟାଳୟରେ ପାଠ ପଢୁଛନ୍ତି। ସେହିଭଳି ଚନ୍ଦନ ପଲକା ଯୁଯୁମୁରା ଭିଏସ୍‌ଏସ୍‌ କଲେଜ ଓ ସାହିଲ ଭୋଇ ପରମାଣପୁର କଲେଜର ଛାତ୍ର ଅଟନ୍ତି। ବର୍ଷାଙ୍କ ବାପା ମଣିଚନ୍ଦ୍ର ଗୁରୁ ଲୁହୁରା କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଯକ୍ଷ୍ମାରୋଗରେ ୫ବର୍ଷ ପୂର୍ବରୁ ତାଙ୍କର ପରଲୋକ ହୋଇଥିଲା। ବାପା ଚାଲିଯିବା ପରେ ମା’ ସନ୍ତୋଷିନୀ ଝିଅ ପାଠପଢା ଉପରେ ଫୋକସ୍‌ କରିଥିଲେ। ବର୍ଷା ଏବେ ଦୈନିକ ୧୦ କି.ମି. ସାଇକେଲରେ କଲେଜକୁ ଯିବାଆସିବା କରୁଛନ୍ତି। ପାଠ ସାରିବା ପରେ ଜଣେ ଆଦର୍ଶ ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଗ୍ରାମରେ ଆଗାମୀ ପିଢିର ଯୁବବର୍ଗ ଯେପରି ଉଚ୍ଚଶିକ୍ଷା ଲାଭ କରିବେ ସେ ନେଇ କାମ କରିବେ ବୋଲି ବର୍ଷା କହିଛନ୍ତି। ଅନ୍ୟପଟେ ଅନ୍ୟ ଦୁଇ ଛାତ୍ରଙ୍କ ପରିବାର ପିଲାଙ୍କୁ କାମଧନ୍ଦାରେ ନ ଲଗାଇ
ଅନ୍ଧାରି ମୁଲକରେ…
ପାଠ ପଢାଉଛନ୍ତି। ଏହି ୩ ପିଲାଙ୍କୁ ନେଇ ଗ୍ରାମବାସୀ ବେଶ ଉତ୍ସାହିତ ରହିଛନ୍ତି। ଯୁଯୁମୁରା ସିଡିପିଓ ସବିତା ନାୟକ କହିଛନ୍ତି, ବାବୁପାଲି ଗ୍ରାମରେ ସରକାର ରେକର୍ଡ ଅନୁସାରେ ୨୨ ଜଣ ବାଳିକା ଅଛନ୍ତି। ବାଳକମାନଙ୍କ ସଂଖ୍ୟା ଆମ ବିଭାଗରେ ରିପୋର୍ଟ ନ ଥିଲେ ମଧ୍ୟ ୫୦ରୁ ଅଧିକ ହୋଇପାରେ, ଯେଉଁମାନେ କଲେଜ ପଢିବା ବୟସରେ ରହିଛନ୍ତି। ପରିବାରର ଆର୍ଥତ୍କ ଅବସ୍ଥା, ଶିକ୍ଷା ଓ ସଚେତନତା ଅଭାବରୁ ସେମାନେ ପାଠ ଅଧାରୁ ଛାଡି ଦେଉଛନ୍ତି। ହେଲେ ଏବେ ପିଲାମାନଙ୍କୁ ଆଗକୁ ପଢିବା ପାଇଁ ସୁଯୋଗ ଦିଆଯାଉଛି। ପ୍ରାୟ ୩୫ ଜଣ ପିଲାଙ୍କୁ ଚିହ୍ନଟ କରାଯାଇ ଉଚ୍ଚଶିକ୍ଷିତ କରାଯିବାର ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗ୍ରାମରେ ପ୍ରାୟ ସମସ୍ତ ପରିବାର ଶ୍ରମିକ ଶ୍ରେଣୀର। ପାନୀୟଜଳ ସମସ୍ୟା ଯୋଗୁ ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅନେକ ପରିବାର ମୁରବିଶୂନ୍ୟ ହୋଇଯାଉଛନ୍ତି। ପିଲାମାନଙ୍କୁ ପାଠପଢାରେ ମାର୍ଗଦର୍ଶକ ମିଳୁନାହାନ୍ତି। ମହିଳାମାନେ ପରିବାର ଦାୟିତ୍ୱ ନେଉଛନ୍ତି। ପୁରୁଷମାନେ ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇ ରହୁଛନ୍ତି। ତେଣୁ ଝିଅପୁଅ ୧୩ରୁ ୧୫ ବର୍ଷ ହୋଇଗଲେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି। କିଛିବର୍ଷ ହେବ ଗ୍ରାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯୁବବର୍ଗ ଇଣ୍ଟରନେଟ ବ୍ୟବହାର କରି ବିଭିନ୍ନ ପ୍ରସଙ୍ଗରେ ଜାଣିପାରୁଛନ୍ତି। ପାଠ ପଢା ପ୍ରତି ରୁଚି ମଧ୍ୟ ବଢୁଛି। କେବଳ ଏହି ୩ ଛାତ୍ରୀଛାତ୍ର ନୁଅନ୍ତି, ଆଗାମୀ ବର୍ଷରେ ବହୁ ପିଲା ଉଚ୍ଚ ଶିକ୍ଷା ପାଇଁ ଆଗେଇ ଆସିବେ। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ସହ ସାହାଯ୍ୟ ସହଯୋଗ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri