ଅନ୍ଧାରି ମୁଲକରେ ଆଲୋକବର୍ତ୍ତିକା ବର୍ଷା

ସମ୍ବଲପୁର,୯ା୯ (ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତର ବାବୁପାଲି ଏକ ରାଜସ୍ବ ଗ୍ରାମ। ବଣଜଙ୍ଗଲ ଘେରା ଏହି ଗ୍ରାମରେ ପ୍ରାୟ ୧୨୦ ଆଦିବାସୀ ପରିବାର କାହିଁ କେଉଁ କାଳରୁ ବସବାସ କରିଆସୁଛନ୍ତି। ଗାଁଟି ସହରଠାରୁ ୧୦ କି.ମି. ଓ ୫୫ନଂ. ଜାତୀୟ ରାଜପଥର ଭବାନିପାଲି ଗ୍ରାମ ଛକରୁ ପ୍ରାୟ ୪ କି.ମି. ଦୂରରେ ରହିଛି। ଅନ୍ଧାରି ମୁଲକରେ ରହିଥିବା ଗାଁ ଲୋକଙ୍କ ପାଖରେ ପହଞ୍ଚତ୍ପାରି ନାହିଁ ଶିକ୍ଷାର ଆଲୋକ। ଅଭିଭାବକ ଅଶିକ୍ଷିତ ରହିଥିବାବେଳେ ଯୁବବର୍ଗ ମଧ୍ୟ ଉଚ୍ଚ ଶିକ୍ଷାରୁ ବଞ୍ଚତ୍ତ ଅଛନ୍ତି। ଆର୍ଥିକ ଅନଟନ ରୋଜଗାର ପାଇଁ ବାଧ୍ୟ କରୁଛି। ପେଟ ପୋଷିବା ପାଇଁ ପାଠ ଛାଡ଼ି ରୋଜଗାର କରିବାକୁ ବାଧ୍ୟ ହେଉଛନ୍ତି ଯୁବବର୍ଗ। ଏଭଳି ପରିସ୍ଥିତିରେ ଗ୍ରାମର ଯୁବତୀ ବର୍ଷା ଗୁରୁ ମହାବିଦ୍ୟାଳୟ ମାଟି ମାଡି ଆଲୋକବର୍ତ୍ତିକା ସାଜିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ସେ ନାଁ ଲେଖାଇ ନିୟମିତ କଲେଜ ଯାଉଛନ୍ତି। ତାଙ୍କ ସହ ଗାଁର ଆଉ ୨ ଛାତ୍ର ମଧ୍ୟ ଉଚ୍ଚଶିକ୍ଷା ପାଇଁ ଆଗେଇ ଆସି ଆଗାମୀ ଯୁବପିଢି ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି।
ବର୍ଷା ମାନେଶ୍ୱର ମାନ୍ଧାତା ବାବା ମହାବିଦ୍ୟାଳୟରେ ପାଠ ପଢୁଛନ୍ତି। ସେହିଭଳି ଚନ୍ଦନ ପଲକା ଯୁଯୁମୁରା ଭିଏସ୍‌ଏସ୍‌ କଲେଜ ଓ ସାହିଲ ଭୋଇ ପରମାଣପୁର କଲେଜର ଛାତ୍ର ଅଟନ୍ତି। ବର୍ଷାଙ୍କ ବାପା ମଣିଚନ୍ଦ୍ର ଗୁରୁ ଲୁହୁରା କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଯକ୍ଷ୍ମାରୋଗରେ ୫ବର୍ଷ ପୂର୍ବରୁ ତାଙ୍କର ପରଲୋକ ହୋଇଥିଲା। ବାପା ଚାଲିଯିବା ପରେ ମା’ ସନ୍ତୋଷିନୀ ଝିଅ ପାଠପଢା ଉପରେ ଫୋକସ୍‌ କରିଥିଲେ। ବର୍ଷା ଏବେ ଦୈନିକ ୧୦ କି.ମି. ସାଇକେଲରେ କଲେଜକୁ ଯିବାଆସିବା କରୁଛନ୍ତି। ପାଠ ସାରିବା ପରେ ଜଣେ ଆଦର୍ଶ ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଗ୍ରାମରେ ଆଗାମୀ ପିଢିର ଯୁବବର୍ଗ ଯେପରି ଉଚ୍ଚଶିକ୍ଷା ଲାଭ କରିବେ ସେ ନେଇ କାମ କରିବେ ବୋଲି ବର୍ଷା କହିଛନ୍ତି। ଅନ୍ୟପଟେ ଅନ୍ୟ ଦୁଇ ଛାତ୍ରଙ୍କ ପରିବାର ପିଲାଙ୍କୁ କାମଧନ୍ଦାରେ ନ ଲଗାଇ
ଅନ୍ଧାରି ମୁଲକରେ…
ପାଠ ପଢାଉଛନ୍ତି। ଏହି ୩ ପିଲାଙ୍କୁ ନେଇ ଗ୍ରାମବାସୀ ବେଶ ଉତ୍ସାହିତ ରହିଛନ୍ତି। ଯୁଯୁମୁରା ସିଡିପିଓ ସବିତା ନାୟକ କହିଛନ୍ତି, ବାବୁପାଲି ଗ୍ରାମରେ ସରକାର ରେକର୍ଡ ଅନୁସାରେ ୨୨ ଜଣ ବାଳିକା ଅଛନ୍ତି। ବାଳକମାନଙ୍କ ସଂଖ୍ୟା ଆମ ବିଭାଗରେ ରିପୋର୍ଟ ନ ଥିଲେ ମଧ୍ୟ ୫୦ରୁ ଅଧିକ ହୋଇପାରେ, ଯେଉଁମାନେ କଲେଜ ପଢିବା ବୟସରେ ରହିଛନ୍ତି। ପରିବାରର ଆର୍ଥତ୍କ ଅବସ୍ଥା, ଶିକ୍ଷା ଓ ସଚେତନତା ଅଭାବରୁ ସେମାନେ ପାଠ ଅଧାରୁ ଛାଡି ଦେଉଛନ୍ତି। ହେଲେ ଏବେ ପିଲାମାନଙ୍କୁ ଆଗକୁ ପଢିବା ପାଇଁ ସୁଯୋଗ ଦିଆଯାଉଛି। ପ୍ରାୟ ୩୫ ଜଣ ପିଲାଙ୍କୁ ଚିହ୍ନଟ କରାଯାଇ ଉଚ୍ଚଶିକ୍ଷିତ କରାଯିବାର ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗ୍ରାମରେ ପ୍ରାୟ ସମସ୍ତ ପରିବାର ଶ୍ରମିକ ଶ୍ରେଣୀର। ପାନୀୟଜଳ ସମସ୍ୟା ଯୋଗୁ ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅନେକ ପରିବାର ମୁରବିଶୂନ୍ୟ ହୋଇଯାଉଛନ୍ତି। ପିଲାମାନଙ୍କୁ ପାଠପଢାରେ ମାର୍ଗଦର୍ଶକ ମିଳୁନାହାନ୍ତି। ମହିଳାମାନେ ପରିବାର ଦାୟିତ୍ୱ ନେଉଛନ୍ତି। ପୁରୁଷମାନେ ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇ ରହୁଛନ୍ତି। ତେଣୁ ଝିଅପୁଅ ୧୩ରୁ ୧୫ ବର୍ଷ ହୋଇଗଲେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି। କିଛିବର୍ଷ ହେବ ଗ୍ରାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯୁବବର୍ଗ ଇଣ୍ଟରନେଟ ବ୍ୟବହାର କରି ବିଭିନ୍ନ ପ୍ରସଙ୍ଗରେ ଜାଣିପାରୁଛନ୍ତି। ପାଠ ପଢା ପ୍ରତି ରୁଚି ମଧ୍ୟ ବଢୁଛି। କେବଳ ଏହି ୩ ଛାତ୍ରୀଛାତ୍ର ନୁଅନ୍ତି, ଆଗାମୀ ବର୍ଷରେ ବହୁ ପିଲା ଉଚ୍ଚ ଶିକ୍ଷା ପାଇଁ ଆଗେଇ ଆସିବେ। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ସହ ସାହାଯ୍ୟ ସହଯୋଗ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

୪୦ କୋଟି ଟଙ୍କା ବିନିଯୋଗ କରି ନିଜ ବ୍ରାଣ୍ଡ୍ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୮।୧୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଏକ ନୂଆ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଛନ୍ତି। ସୋମବାର କୋହଲି...

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri