ସମ୍ବଲପୁର,୯ା୯ (ଶୁଭାଶିଷ ପାଢ଼ୀ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତର ବାବୁପାଲି ଏକ ରାଜସ୍ବ ଗ୍ରାମ। ବଣଜଙ୍ଗଲ ଘେରା ଏହି ଗ୍ରାମରେ ପ୍ରାୟ ୧୨୦ ଆଦିବାସୀ ପରିବାର କାହିଁ କେଉଁ କାଳରୁ ବସବାସ କରିଆସୁଛନ୍ତି। ଗାଁଟି ସହରଠାରୁ ୧୦ କି.ମି. ଓ ୫୫ନଂ. ଜାତୀୟ ରାଜପଥର ଭବାନିପାଲି ଗ୍ରାମ ଛକରୁ ପ୍ରାୟ ୪ କି.ମି. ଦୂରରେ ରହିଛି। ଅନ୍ଧାରି ମୁଲକରେ ରହିଥିବା ଗାଁ ଲୋକଙ୍କ ପାଖରେ ପହଞ୍ଚତ୍ପାରି ନାହିଁ ଶିକ୍ଷାର ଆଲୋକ। ଅଭିଭାବକ ଅଶିକ୍ଷିତ ରହିଥିବାବେଳେ ଯୁବବର୍ଗ ମଧ୍ୟ ଉଚ୍ଚ ଶିକ୍ଷାରୁ ବଞ୍ଚତ୍ତ ଅଛନ୍ତି। ଆର୍ଥିକ ଅନଟନ ରୋଜଗାର ପାଇଁ ବାଧ୍ୟ କରୁଛି। ପେଟ ପୋଷିବା ପାଇଁ ପାଠ ଛାଡ଼ି ରୋଜଗାର କରିବାକୁ ବାଧ୍ୟ ହେଉଛନ୍ତି ଯୁବବର୍ଗ। ଏଭଳି ପରିସ୍ଥିତିରେ ଗ୍ରାମର ଯୁବତୀ ବର୍ଷା ଗୁରୁ ମହାବିଦ୍ୟାଳୟ ମାଟି ମାଡି ଆଲୋକବର୍ତ୍ତିକା ସାଜିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ସେ ନାଁ ଲେଖାଇ ନିୟମିତ କଲେଜ ଯାଉଛନ୍ତି। ତାଙ୍କ ସହ ଗାଁର ଆଉ ୨ ଛାତ୍ର ମଧ୍ୟ ଉଚ୍ଚଶିକ୍ଷା ପାଇଁ ଆଗେଇ ଆସି ଆଗାମୀ ଯୁବପିଢି ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି।
ବର୍ଷା ମାନେଶ୍ୱର ମାନ୍ଧାତା ବାବା ମହାବିଦ୍ୟାଳୟରେ ପାଠ ପଢୁଛନ୍ତି। ସେହିଭଳି ଚନ୍ଦନ ପଲକା ଯୁଯୁମୁରା ଭିଏସ୍ଏସ୍ କଲେଜ ଓ ସାହିଲ ଭୋଇ ପରମାଣପୁର କଲେଜର ଛାତ୍ର ଅଟନ୍ତି। ବର୍ଷାଙ୍କ ବାପା ମଣିଚନ୍ଦ୍ର ଗୁରୁ ଲୁହୁରା କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଯକ୍ଷ୍ମାରୋଗରେ ୫ବର୍ଷ ପୂର୍ବରୁ ତାଙ୍କର ପରଲୋକ ହୋଇଥିଲା। ବାପା ଚାଲିଯିବା ପରେ ମା’ ସନ୍ତୋଷିନୀ ଝିଅ ପାଠପଢା ଉପରେ ଫୋକସ୍ କରିଥିଲେ। ବର୍ଷା ଏବେ ଦୈନିକ ୧୦ କି.ମି. ସାଇକେଲରେ କଲେଜକୁ ଯିବାଆସିବା କରୁଛନ୍ତି। ପାଠ ସାରିବା ପରେ ଜଣେ ଆଦର୍ଶ ଶିକ୍ଷକ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଗ୍ରାମରେ ଆଗାମୀ ପିଢିର ଯୁବବର୍ଗ ଯେପରି ଉଚ୍ଚଶିକ୍ଷା ଲାଭ କରିବେ ସେ ନେଇ କାମ କରିବେ ବୋଲି ବର୍ଷା କହିଛନ୍ତି। ଅନ୍ୟପଟେ ଅନ୍ୟ ଦୁଇ ଛାତ୍ରଙ୍କ ପରିବାର ପିଲାଙ୍କୁ କାମଧନ୍ଦାରେ ନ ଲଗାଇ
ଅନ୍ଧାରି ମୁଲକରେ…
ପାଠ ପଢାଉଛନ୍ତି। ଏହି ୩ ପିଲାଙ୍କୁ ନେଇ ଗ୍ରାମବାସୀ ବେଶ ଉତ୍ସାହିତ ରହିଛନ୍ତି। ଯୁଯୁମୁରା ସିଡିପିଓ ସବିତା ନାୟକ କହିଛନ୍ତି, ବାବୁପାଲି ଗ୍ରାମରେ ସରକାର ରେକର୍ଡ ଅନୁସାରେ ୨୨ ଜଣ ବାଳିକା ଅଛନ୍ତି। ବାଳକମାନଙ୍କ ସଂଖ୍ୟା ଆମ ବିଭାଗରେ ରିପୋର୍ଟ ନ ଥିଲେ ମଧ୍ୟ ୫୦ରୁ ଅଧିକ ହୋଇପାରେ, ଯେଉଁମାନେ କଲେଜ ପଢିବା ବୟସରେ ରହିଛନ୍ତି। ପରିବାରର ଆର୍ଥତ୍କ ଅବସ୍ଥା, ଶିକ୍ଷା ଓ ସଚେତନତା ଅଭାବରୁ ସେମାନେ ପାଠ ଅଧାରୁ ଛାଡି ଦେଉଛନ୍ତି। ହେଲେ ଏବେ ପିଲାମାନଙ୍କୁ ଆଗକୁ ପଢିବା ପାଇଁ ସୁଯୋଗ ଦିଆଯାଉଛି। ପ୍ରାୟ ୩୫ ଜଣ ପିଲାଙ୍କୁ ଚିହ୍ନଟ କରାଯାଇ ଉଚ୍ଚଶିକ୍ଷିତ କରାଯିବାର ଲକ୍ଷ୍ୟ ରହିଛି ବୋଲି ସେ କହିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗ୍ରାମରେ ପ୍ରାୟ ସମସ୍ତ ପରିବାର ଶ୍ରମିକ ଶ୍ରେଣୀର। ପାନୀୟଜଳ ସମସ୍ୟା ଯୋଗୁ ଲୋକେ କିଡ୍ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅନେକ ପରିବାର ମୁରବିଶୂନ୍ୟ ହୋଇଯାଉଛନ୍ତି। ପିଲାମାନଙ୍କୁ ପାଠପଢାରେ ମାର୍ଗଦର୍ଶକ ମିଳୁନାହାନ୍ତି। ମହିଳାମାନେ ପରିବାର ଦାୟିତ୍ୱ ନେଉଛନ୍ତି। ପୁରୁଷମାନେ ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇ ରହୁଛନ୍ତି। ତେଣୁ ଝିଅପୁଅ ୧୩ରୁ ୧୫ ବର୍ଷ ହୋଇଗଲେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି। କିଛିବର୍ଷ ହେବ ଗ୍ରାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯୁବବର୍ଗ ଇଣ୍ଟରନେଟ ବ୍ୟବହାର କରି ବିଭିନ୍ନ ପ୍ରସଙ୍ଗରେ ଜାଣିପାରୁଛନ୍ତି। ପାଠ ପଢା ପ୍ରତି ରୁଚି ମଧ୍ୟ ବଢୁଛି। କେବଳ ଏହି ୩ ଛାତ୍ରୀଛାତ୍ର ନୁଅନ୍ତି, ଆଗାମୀ ବର୍ଷରେ ବହୁ ପିଲା ଉଚ୍ଚ ଶିକ୍ଷା ପାଇଁ ଆଗେଇ ଆସିବେ। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ସହ ସାହାଯ୍ୟ ସହଯୋଗ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।
Posted inHome Left, ଆମ ଜିଲା ଖବର, ସମ୍ବଲପୁର View All
୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା
ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…
ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି ଛାତ୍ରୀଛାତ୍ର
ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…
ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍, ହୁ ହୁ ହୋଇ ବଢିବ ଧନ!
ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…
ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି
ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ
ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…
ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍ପି
ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…
ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ
ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…
Archives

