ଉଦ୍‌ଘାଟନୀ ଉପକଥା

ଟିଏ ଘଟଣା ବିଷୟରେ ଚିନ୍ତା କରାଯାଉ। ପରିବେଶ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ କର୍ମଶାଳା ହେଉଥିବ। ଆବଦ୍ଧ ସଭାଗୃହ ମଧ୍ୟରେ ଭରି ରହିଥିବେ ଦର୍ଶକ। ସାଜସଜ୍ଜା ବେଶ୍‌ ମନଲୋଭା ହୋଇଥିବ। ରଙ୍ଗବେରଙ୍ଗର ଫୁଲରେ ସଜେଇ ହୋଇଥିବ ସଭାମଞ୍ଚ। ସମ୍ମିଳନୀ କକ୍ଷର ପରିବେଶକୁ ଶୀତଳ ରଖିବା ପାଇଁ ପ୍ରାୟ କୋଡ଼ିଏଟି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି) ଚାଲିଥିବ। ଠିକ୍‌ ସମୟରେ ଅତିଥିମାନେ ସଭାମଞ୍ଚକୁ ଆସିବେ। ଆବହ ସଂଗୀତ ଗାନ ପରେ ସଂଯୋଜକ ଘୋଷଣା କରିବେ, କର୍ମଶାଳାକୁ ଉଦ୍‌ଘାଟନ କରିବା ପାଇଁ ମୁଁ ଅତିଥିମାନଙ୍କୁ ଅନୁରୋଧ ଜଣାଉଛି। ସଭାମଞ୍ଚର ଗୋଟିଏ ପାଖରେ ବୃହଦାକାର ଦୀପ ଷ୍ଟାଣ୍ଡ ରଖାଯାଇଥିବ। ଅତିଥିମାନେ ପ୍ରଦୀପ ନିକଟକୁ ଯାଇ ଦୀପ ପ୍ରଜ୍ୱଳନ କରି କର୍ମଶାଳାକୁ ଉଦ୍‌ଘାଟନ କରିବେ। ସୁରୁଖୁରୁରେ ସଭାକାର୍ଯ୍ୟ ଚାଲିବ। ପା୍ରୟ ଦୁଇ ଘଣ୍ଟା ଧରି ପରିବେଶ ସୁରକ୍ଷା ଉପରେ ଆଲୋଚନା ହେବ। ବକ୍ତାମାନେ ପରିବେଶ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିବେ। ତଥାପି ଶେଷ ଯାଏ ଜଳୁଥିବ ପ୍ରଦୀପ। ସତେ ଯେମିତି ନିଜ ଜ୍ୟୋତି ଦ୍ୱାରା ସଭାଗୃହରେ ଜ୍ଞାନର ଆଲୋକ ବାଣ୍ଟି ଚାଲିଥିବ।

ଏହା ଏକ କାଳ୍ପନିକ ଘଟଣା ହୋଇପାରେ। କିନ୍ତୁ ଏମିତି ଦୃଷ୍ଟାନ୍ତର ଅଭାବ ନାହିଁ। ଆଜିକାଲି ଅନେକ ସ୍ଥାନରେ ଏହିଭଳି ଢଙ୍ଗରେ ସଭାକାର୍ଯ୍ୟ ଆରମ୍ଭ କରାଯାଉଛି। ଏସବୁ ସଭାରେ ବହୁ ବିଜ୍ଞ ବ୍ୟକ୍ତି ଉପସ୍ଥିତ ଥାଆନ୍ତି। ବିଜ୍ଞାନକୁ ଭଲ ଭାବେ ବୁଝିଥିବା ଲୋକମାନେ ଥାଆନ୍ତି। କିନ୍ତୁ କେହି ହେଲେ ଏ ବିଷୟରେ ଚିନ୍ତା କରନ୍ତି ନାହିଁ। ଏହି କାର୍ଯ୍ୟର ପ୍ରତିବାଦ ବି କରନ୍ତି ନାହିଁ। ଶୀତତାପ ନିୟନ୍ତ୍ରତି ସଭାଗୃହ ମଧ୍ୟରେ ପ୍ରଦୀପ ପ୍ରଜ୍ୱଳନ କରିବା ଯେ କ୍ଷତିକାରକ, ଏକଥା କାହା ମନକୁ ଆସି ନ ଥାଏ।

କାର୍ଯ୍ୟକ୍ରମ ଆରମ୍ଭ ପାଇଁ ପ୍ରଦୀପ ପ୍ରଜ୍ୱଳନ କରିବାରେ କିଛି ମନା ନାହିଁ। କିନ୍ତୁ ଆବଦ୍ଧ ସଭାଗୃହ ମଧ୍ୟରେ ଅନେକ ସଂଖ୍ୟାରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଚାଲୁଥିବା ସତ୍ତ୍ୱେ ଦୀର୍ଘ ସମୟ ଧରି ଦୀପ ଜଳାଇବା ଆଦୌ ପ୍ରାସଙ୍ଗିକ ମନେହୁଏ ନାହିଁ। ଆମେ ଜାଣୁ, ଦୀପ ଜଳିବା ଦ୍ୱାରା ଗୋଟିଏ ସ୍ଥାନର ଉତ୍ତାପ ବୃଦ୍ଧି ପାଇଥାଏ। ଏହି ଉତ୍ତାପକୁ କମାଇବା ପାଇଁ ଏସି ବ୍ୟବହାର କରାଯାଏ। ଏସି ଚଳାଇବା ପାଇଁ ବିଦ୍ୟୁତ୍‌ ଶକ୍ତି ଆବଶ୍ୟକ ହୋଇଥାଏ। ଦୀପ ଦ୍ୱାରା ସୃଷ୍ଟି ହେଉଥିବା ଉତ୍ତାପ ହ୍ରାସ କରିବା ନିମନ୍ତେ ଏସି ଦ୍ୱାରା ଅଧିକ ପରିମାଣରେ ବିଦ୍ୟୁତ୍‌ ଶକ୍ତି ବ୍ୟବହାର କରାଯାଇଥାଏ। ଏହାଛଡ଼ା ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଚଳାଇବା ଦ୍ୱାରା କେତେକ କ୍ଷତିକାରକ ଗ୍ୟାସ୍‌ ନିର୍ଗତ ହୋଇଥାଏ। ସେସବୁ ମଧ୍ୟରେ ହାଇଡ୍ରୋଫ୍ଲୁରୋକାର୍ବନ, ହାଇଡ୍ରୋକ୍ଲୋରୋଫ୍ଲୁରୋକାର୍ବନ ଆଦି ପ୍ରମୁଖ।
ବେଶି ସମୟ ଧରି ଏସି ଚାଲିଲେ ନିର୍ଗତ ହେଉଥିବା ଗ୍ୟାସ୍‌ର ପରିମାଣ ବୃଦ୍ଧି ପାଇଥାଏ। ଏହା ପରିବେଶ ପାଇଁ ଆଦୌ ଅନୁକୂଳ ନୁହେଁ। ସେହିପରି ଦୀପ ଜଳାଇବା ପାଇଁ ଘିଅ ବା ତେଲ ଦରକାର ହୁଏ। ଏହାଦ୍ୱାରା କେତେକ ଗ୍ୟାସ୍‌ ନିର୍ଗତ ହୋଇଥାଏ। ଘିଅ ଏବଂ ବାଦାମ ତେଲ ଦ୍ୱାରା ଜଳା ଯାଉଥିବା ଦୀପ ଉପରେ ହରିଦ୍ୱାରଠାରେ ରହିଥିବା ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା କରାଯାଇଥିଲା। ଏହାର ଫଳାଫଳରୁ ଜଣାଯାଏ ଯେ ଦୀପ ଜଳିବା ଦ୍ୱାରା ଅଙ୍ଗାରକାମ୍ଳ, କାର୍ବନ ମନୋକ୍‌ସାଇଡ୍‌, ସଲଫର ଡାଇଅକ୍‌ସାଇଡ୍‌ ଆଦି ଗ୍ୟାସ୍‌ ନିର୍ଗତ ହୋଇଥାଏ।

ଦୀପ ଜଳାଇବା ଏକ ପବିତ୍ର ପରମ୍ପରା ବୋଲି ଆମର ବିଶ୍ୱାସ ରହିଛି। କେବଳ ଭାରତ ନୁହେଁ; ଚାଇନା୍‌, ନେପାଳ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ଥାଇଲାଣ୍ଡ ଆଦି ଦେଶରେ ମଧ୍ୟ ପୂଜାର୍ଚ୍ଚନା କରିବାବେଳେ ଦୀପ ଜଳା ଯାଇଥାଏ। କେତେକଙ୍କର ଯୁକ୍ତି ହେଉଛି ଦୀପ ଜଳାଇବା ଦ୍ୱାରା କାର୍ଯ୍ୟରେ ଶୁଭ ଘଟିଥାଏ। ଏକଥା ଠିକ୍‌। କିନ୍ତୁ ଏହି ପରମ୍ପରା ଆରମ୍ଭ ହେବାବେଳେ ଆଜି ଭଳି ପରିସ୍ଥିତି ନ ଥିଲା। ସେତେବେଳେ ଆବଦ୍ଧ କୋଠରିରେ ସଭାକାର୍ଯ୍ୟ ହେଉ ନ ଥିଲା। ସଭାଗୃହ ମଧ୍ୟରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାରର ବ୍ୟବସ୍ଥା ହିଁ ନ ଥିଲା। ତେଣୁ ପ୍ରଦୀପ ପ୍ରଜ୍ୱଳନ ଦ୍ୱାରା ଏସବୁ ସମସ୍ୟା ଉପୁଜିବାର ଆଶଙ୍କା ନ ଥିଲା। ସମୟ ଅନୁସାରେ ଆମ ପରମ୍ପରାକୁ ବଦଳାଇବାକୁ ପଡ଼ିବ। ବଦଳି ଯାଉଥିବା ପାରିପାର୍ଶ୍ୱିକ ଅବସ୍ଥାରେ ପୁରାତନ ପରମ୍ପରାକୁ ଧରି ରଖିବା ସମୀଚୀନ ହେବ ନାହିଁ। ବେଳେବେଳେ ଏହା ପ୍ରାସଙ୍ଗିକ ମନେ ହୋଇ ନ ଥାଏ। ଚଟାଣକୁ ଗୋବରରେ ଲିପିବା ଦ୍ୱାରା ଏହା ପବିତ୍ର ହୋଇଥାଏ। କିନ୍ତୁ ଦାମୀ ଟାଇଲ ବିଛା ଯାଇଥିବା ଘରର ଚଟାଣକୁ ଗୋବରରେ ଲିପା ଯିବାକୁ କେହି ହୁଏତ ପସନ୍ଦ କରି ନ ପାରନ୍ତି। ତେଣୁ ପୁରାତନ ପରମ୍ପରା ବଜାୟ ରଖିବାବେଳେ ଆମକୁ ଏ ବିଷୟରେ ଗଭୀର ଭାବେ ଚିନ୍ତା କରିବାକୁ ହେବ।

ସମୟକ୍ରମେ ବଦଳି ଯାଇଛି ଆମ ଜୀବନଯାପନ ପ୍ରଣାଳୀ। ସ୍ବଚ୍ଛନ୍ଦରେ ବଞ୍ଚିବା ପାଇଁ ଆମ ପାରିପାର୍ଶ୍ୱିକ ଅବସ୍ଥାରେ ପରିବର୍ତ୍ତନ ଘଟିଛି। ଏହି ପରିବର୍ତ୍ତିତ ପରିସ୍ଥିତି ଯୋଗୁ ଆମ ପରମ୍ପରାରେ ପରିବର୍ତ୍ତନ ଘଟିବା ଆବଶ୍ୟକ। ଆବଦ୍ଧ ଗୃହରେ କରାଯାଉଥିବା କୌଣସି କାର୍ଯ୍ୟର ଶୁଭାରମ୍ଭ ପାଇଁ ଦୀପ ଜଳାଇବା ବଦଳରେ ଅନ୍ୟାନ୍ୟ ଉପାୟ ଅବଲମ୍ବନ କରାଯାଇପାରେ। ମନ୍ତ୍ର ଉଚ୍ଚାରଣ, ଠାକୁରଙ୍କ ଫଟୋ ନିକଟରେ ପୁଷ୍ପ ଅର୍ପଣ, ବୃକ୍ଷ ଚାରାରେ ଜଳଦାନ, ଫିତା କଟାଯିବା, ସାମୂହିକ କରତାଳି ଅଥବା ଅତିଥିଙ୍କ ଦ୍ୱାରା ଘୋଷଣା କରି ସଭାକାର୍ଯ୍ୟ ଆରମ୍ଭ କରାଯାଇପାରେ। ଏହାଛଡ଼ା ବେଲୁନ୍‌ ଉଡ଼ାଯାଇ ଅଥବା ସାଙ୍କେତିକ ଭାବେ ପୁଷ୍ପ ବୃଷ୍ଟି କରାଯାଇ କୌଣସି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇପାରିବ। ଅବଶ୍ୟ ଖୁସିର କଥା, କେତେକ ସ୍ଥାନରେ ଆୟୋଜକମାନେ ଏକଥା ହୃଦୟଙ୍ଗମ କଲେଣି। ସଭାକାର୍ଯ୍ୟ ଆରମ୍ଭ ପାଇଁ ପ୍ରଦୀପ ପ୍ରଜ୍ୱଳନ ବଦଳରେ ଅନ୍ୟାନ୍ୟ ଉପାୟ ଅବଲମ୍ବନ କରାଗଲାଣି। ଆମ ପରିବେଶ ଏବଂ ଆମର ହିତ ଦୃଷ୍ଟିରୁ ଏ ଦିଗରେ ବ୍ୟାପକ ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି।

ଶତାବ୍ଦୀ ନଗର, ଭୁବନେଶ୍ୱର
ମୋ: ୯୪୩୭୪୪୫୧୮୪


Enter your email to get our daily news in your inbox.

All Right Reserved By Dharitri.Com

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?