ସଫଳତାର ପ୍ରଥମ ପାହାଚ ଜିଜ୍ଞାସା

ମସ୍ତେ ସଫଳତାର ପଛରେ ଧାବମାନ। କିନ୍ତୁ ସଫଳତା ବିଶୁଦ୍ଧ ଯୋଜନା ଓ ଉପଯୁକ୍ତ କ୍ରିୟାନ୍ବୟନର ଫଳ ଶ୍ରୁତି । ସେଥିପାଇଁ ପ୍ରଥମ ପାହାଚ ହେଉଛି ଜିଜ୍ଞାସା। ଯେଉଁ ବିଷୟରେ ବି କିଛି କରିବାକୁ ଯାଉଛନ୍ତି ତାହା ସମ୍ବନ୍ଧରେ ବିଶେଷ ଜ୍ଞାନ, ଦକ୍ଷତା ଓ ଅନୁଭବ ବିନା କାର୍ଯ୍ୟସିଦ୍ଧି ଅସମ୍ଭବ ଓ ଅସମ୍ପୂର୍ଣ୍ଣ। ସେଥିପାଇଁ ଉଦ୍ୟୋକ୍ତାଙ୍କୁ ଉଦ୍ୟମ କରିବାକୁ ପଡ଼ିବ ନିଜର ଅସୀମ ଜିଜ୍ଞାସା ମାଧ୍ୟମରେ। ଭାରତୀୟ ଜ୍ଞାନ ପରମ୍ପରାରେ ଜିଜ୍ଞାସା ଓ ପ୍ରଶ୍ନୋତ୍ତରୀର ସ୍ଥାନ ଶୀର୍ଷରେ। ସେଥିପାଇଁ ପ୍ରାଚୀନ ଭାରତର ଜ୍ଞାନ ଓ ବିଜ୍ଞାନ ପରମ୍ପରା ବିଶ୍ବ ବନ୍ଦନୀୟ ଥିଲା। ଋଷି, ତପସ୍ବୀମାନଙ୍କ ଜିଜ୍ଞାସାର ଫଳ ଆମେ ସମସ୍ତେ ଜାଣନ୍ତି। ପୁତ୍ର ନଚିକେତାର ଜିଜ୍ଞାସା ହିଁ କଠୋପନିଷଦରେ ଜନ୍ମ ଓ ମୃତ୍ୟୁ ଭେଦର ମର୍ମକଥା ଆଜି ଆମ ସମ୍ମୁଖରେ ଉପଲବ୍ଧ। ଧନୁର୍ଦ୍ଧର ତୃତୀୟ ପାଣ୍ଡବ ଅର୍ଜୁନଙ୍କ ଜିଜ୍ଞାସା ଓ ଜଗଦ୍‌ଗୁରୁ ଶ୍ରୀକୃଷ୍ଣଙ୍କର ସମୟୋପଯୋଗୀ ପ୍ରତ୍ୟୁତ୍ତର ହିଁ ଆଜି ବିଶ୍ବକୁ ଭଗବତ୍‌ ଗୀତା ଭଳି ଅମୃତ ଆମେ ପାଇଛୁ, ଯାହାକୁ ସାରା ବିଶ୍ବ ଆଜି ସର୍ବୋଚ୍ଚ ମାର୍ଗଦର୍ଶନ ଓ ଉପଦେଶନ ମାର୍ଗଦର୍ଶିକା ଭାବରେ ଗ୍ରହଣ କରିଛି। କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜିଜ୍ଞାସା ଓ ଶିଖିବାର ମାନସିକତା ହିଁ ବୟସର ସା କାଳରେ ମାଟିରେ କୁଟିର ନିର୍ମାଣର କଳା ଶିକ୍ଷା ପାଇଁ ପ୍ରେରିତ କରିଥିଲା। କେବଳ ସେତିକି ନୁହେଁ, ଭାରତୀୟମାନଙ୍କ ଜିଜ୍ଞାସା ହେତୁ ଆମେ ସବୁ କ୍ଷେତ୍ରରେ ସମୃଦ୍ଧ ଥିଲେ।

ଆଜି ମଧ୍ୟ ଜିଜ୍ଞାସୁ ଭାରତୀୟମାନଙ୍କ କୃତି ଓ କୀର୍ତ୍ତି ହେତୁ ସାରା ବିଶ୍ବରେ ଭାରତୀୟମାନେ ସବୁ କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି।
ସମସ୍ତେ ଜାଣନ୍ତି ସେଓ ଗଛରୁ ପଡ଼ିଲେ ତଳେ ପଡେ। କିନ୍ତୁ ସେଦିନ ନିଉଟନଙ୍କ ଜିଜ୍ଞାସା ହିଁ ଆଜି ବିଜ୍ଞାନ କ୍ଷେତ୍ରରେ ନୂତନ ଦିଶା ଦେଖେଇପାରିଛି । ସାମନ୍ତ ଚନ୍ଦ୍ରଶେଖରଙ୍କ ଅହେତୁକ ଜିଜ୍ଞାସା ହିଁ ବାଉଁଶ ନଳୀ ଉପଯୋଗ କରି ଆକାଶରେ ଗ୍ରହ, ଉପଗ୍ରହ ଗଣିବାକୁ ପ୍ରେରଣା ଦେଇଥିଲା। ତେଣୁ ଜିଜ୍ଞାସା ପ୍ରତ୍ୟେକ ଜ୍ଞାନ, ବିଜ୍ଞାନ ଓ ପ୍ରଜ୍ଞାନର ମୂଳାଧାର। କେବଳ ଜିଜ୍ଞାସାରେ କାମ ସରିଯିବ ନାହିଁ। ତାକୁ ବଳ ଦେବା ପାଇଁ ସୁନ୍ଦର ପରିବେଶ, ସକାରାତ୍ମକ ସହଯୋଗ ଓ ମାର୍ଗଦର୍ଶନ ଦରକାର। ବିଶେଷକରି ବୌଦ୍ଧିକ ସ୍ବତନ୍ତ୍ରତା ହିଁ ଜିଜ୍ଞାସୁ ମଣିଷର ଜ୍ଞାନ ତୃଷ୍ଣାକୁ ମେଣ୍ଟେଇପାରିବ। ଉଦାହରଣ ସ୍ବରୂପ ଗୋଟିଏ ଛାତ୍ରୀ ବା ଛାତ୍ର ଶ୍ରେଣୀ ପ୍ରକୋଷ୍ଠରେ ପୁସ୍ତକାସ୍ଥିତ ପ୍ରସଙ୍ଗଠାରୁ କିଛି ଭିନ୍ନ ଚିନ୍ତନ ବା ପ୍ରୟୋଗ ପାଇଁ ଜାଣିବାକୁ ଚାହୁଁଛନ୍ତି। ଯଦି ଶିକ୍ଷକ ତା’ର ମନୋବଳ, ଜିଜ୍ଞାସା ଓ ନୂତନ ସମ୍ଭାବନାକୁ ସମ୍ମାନ ନ ଦେଇ ତା’ର ପାଟି ବନ୍ଦ କରି ଅପମାନ କରନ୍ତି, ତେବେ ଭ୍ରୂଣ ହତ୍ୟା ଭଳି ଦଶା ହେବ। ତେଣୁ ଶିକ୍ଷକମାନଙ୍କର ପ୍ରଥମ କାର୍ଯ୍ୟ ଶିକ୍ଷାର୍ଥୀମାନଙ୍କୁ ଶୁଣିବା, ସେମାନଙ୍କ ଭାବନାକୁ ବୁଝିବା, ସ୍ବୀକୃତି ଦେବା ଓ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ ଦେବା।

ଜିଜ୍ଞାସା ଶିଶୁ ଓ ବ୍ୟକ୍ତି ଭିତରେ ଅନେକ ପ୍ରଶ୍ନ ସୃଷ୍ଟି କରେ ଏବଂ ସେସବୁ ପ୍ରଶ୍ନର ଠିକ ଉତ୍ତର ପାଇବା ପାଇଁ ନିଜର ଚିନ୍ତା ଓ ଚେତନାକୁ ଉଜାଗର କରେ। ଆତ୍ମ-ବିଶ୍ଳେଷଣ ଓ ସମୀକ୍ଷା ମାଧ୍ୟମରେ ସମୁଚିତ ଉତ୍ତର ଖୋଜେ। ନୂତନ ଜ୍ଞାନ ସଂରଚନା ପାଇଁ ସ୍ବାଧ୍ୟାୟ କରେ। ଆବଶ୍ୟକ ପଡ଼ିଲେ ଗୁରୁଜନମାନଙ୍କ ସହ ବିମର୍ଶ କରି ଉପଦେଶନ ଓ ପରାମର୍ଶ ଜରିଆରେ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବାକୁ ଚେଷ୍ଟା। ଏହି ଜିଜ୍ଞାସା ଓ ନିରନ୍ତର ପ୍ରଚେଷ୍ଟା ହିଁ ତାଙ୍କୁ ବିଶେଷ ଜ୍ଞାନର ଅଧିକାରୀ। ଫଳତଃ ବିଜ୍ଞାନୀ ମଣିଷ ଭାବରେ ପରିଚିତ ହୁଏ।

ଆମର ଯେକୌଣସି ଶାସ୍ତ୍ର ପୁରାଣକୁ ଜାଣିବାକୁ ବା ପଢ଼ିବାକୁ ଇଚ୍ଛା କରନ୍ତୁ, ପ୍ରାୟତଃ ଦୁଇଟି କଥା ଅନୁମାନ କରାଯାଇପାରେ। ପ୍ରଥମରେ ଦୁଇ ବା ତଦୂଦ୍ଧର୍‌ବ ବ୍ୟକ୍ତି ମଧ୍ୟରେ ବିମର୍ଶ ଓ ଆଲୋଚନା ହୁଏ କୌଣସି ଜିଜ୍ଞାସାକୁ ନେଇ । ସେହି ଜିଜ୍ଞାସା ଓ ଆତୁରତା ହିଁ ସୃଷ୍ଟି କରେ ଜ୍ଞାନ ସଂରଚନାର ମହାଦ୍ରୁମ। ଦିତୀୟରେ, ବିମର୍ଶ ସମୟରେ କିଏ କାହାଠାରୁ ଅଧିକ ବିଜ୍ଞ ଓ ପ୍ରାଜ୍ଞଙ୍କ କଥା ଚିନ୍ତାକରି ନ ଥାନ୍ତି। ବରଂ ପରସ୍ପରଠାରୁ ଶୁଣିବା ଓ ଶିଖିବାର ମାନସିକତା ରଖିଥାନ୍ତି। ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ପ୍ରଥମେ ଅର୍ଜୁନଙ୍କୁ ଶୁଣିଛନ୍ତି, ତାଙ୍କ ଜ୍ଞାନର ପରିଧିକୁ ମାପିଛନ୍ତି ଏବଂ ତା’ପରେ ମାର୍ଗଦର୍ଶନ କରିଛନ୍ତି। ଅର୍ଜୁନଙ୍କ ଅତ୍ୟଧିକ ପ୍ରଶ୍ନ ଶୁଣି ବିରକ୍ତ ହୋଇ ନାହାନ୍ତି କି କୌଣସି ପ୍ରଶ୍ନର ଉତ୍ତର ନ ଦେଇ ଭଣ୍ଡେଇବାକୁ ସାମାନ୍ୟ ପ୍ରୟାସ ମଧ୍ୟ କରିନାହାନ୍ତି। ବରଂ ଅନୁଭବ ଓ ଅନୁଭୂତି ଆଧାରରେ ସବୁ ପ୍ରଶ୍ନର ଉତ୍ତର ଜିଜ୍ଞାସୁ ଅର୍ଜୁନଙ୍କୁ ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ ଓ ପ୍ରତ୍ୟକ୍ଷ କ୍ରିୟାଶୀଳ ହୋଇ ସମାଧାନ ଖୋଜିବାକୁ ପ୍ରୋତ୍ସାହନ ଦେଇଛନ୍ତି। ଯେତେବେଳେ ଋଷି ଯଉମିନି ଗୁରୁ ମହର୍ଷି ବ୍ୟାସଦେବଙ୍କ ଗୋଟିଏ ଶ୍ଳୋକ ସହ ସହମତି ନ ହୋଇ କହିଲେ କି ଇନ୍ଦ୍ରିୟମାନେ ଜ୍ଞାନୀ ଲୋକମାନଙ୍କୁ ଆକର୍ଷଣ ଓ ଆକ୍ରମଣ କରିପାରିବେ ନାହିଁ, ସେତେବେଳେ ବ୍ୟାସଦେବ ଶିଷ୍ୟଙ୍କ ଜିଜ୍ଞାସା ଓ ଆହ୍ବାନକୁ ସମ୍ମାନ ଜଣାଇ ଏକ ପରୀକ୍ଷା ମାଧ୍ୟମରେ ସନ୍ଦେହ ମୋଚନ କରିଥିଲେ। କିନ୍ତୁ ଶିଷ୍ୟକୁ ନାଲି ଆଖି ଦେଖେଇ ବା ନିଜକୁ ପଣ୍ଡିତମନ୍ୟ ଭାବି ତା’ର ଜିଜ୍ଞାସାକୁ ଅନାଦର ଓ ଅଣଦେଖା କରି ନ ଥିଲେ। ତେଣୁ ଜିଜ୍ଞାସା, ବିମର୍ଶ ଓ ପ୍ରଶ୍ନୋତ୍ତରୀ ହେଉଛି ଜ୍ଞାନ ସଂରଚନା ଓ ସଫଳତା ପ୍ରାପ୍ତିର ପ୍ରଥମ ପାହାଚ ଓ ବିଧିବଦ୍ଧ ସଫଳତାର ରଣନୀତି। ସେଥିପାଇଁ ପରିବାରଠାରୁ ଶିକ୍ଷାନୁଷ୍ଠାନ ଯାଏ ସମସ୍ତେ ଶିଶୁମାନଙ୍କ ଜିଜ୍ଞାସା ବୃଦ୍ଧି ପାଇଁ ପ୍ରୋତ୍ସାହନ ଦେବା ଉଚିତ। ସେମାନଙ୍କ ସବୁ ପ୍ରଶ୍ନର ଉତ୍ତର ଯଥାର୍ଥ ଭାବରେ ଦେବାପାଇଁ ପ୍ରଯତ୍ନ କରିବା ଉଚିତ୍‌। ସେମାନଙ୍କୁ ଶାସନ ଦଣ୍ଡରେ ତଳିତଳାନ୍ତ ନ କରି ଅନୁଶାସନ ରୂପକ ଗଣତାନ୍ତ୍ରିକ ମର୍ଯ୍ୟାଦାକୁ ପାଳନ କରି ସେମାନଙ୍କୁ ପ୍ରଶ୍ନ ମାଧ୍ୟମରେ ଯେକୌଣସି ଜିଜ୍ଞାସା ବ୍ୟକ୍ତ କରିବା ପାଇଁ ସୁଯୋଗ ସୃଷ୍ଟି କରିପାରିଲେ ଭାରତବର୍ଷ ଜ୍ଞାନ ପରମ୍ପରାର ଅନନ୍ୟ ସ୍ବାଧିକାରୀ ଭାବରେ ପୁନଃ ବିଶ୍ବ ବନ୍ଦନୀୟା ହୋଇପାରିବ। ବିଶେଷକରି ଗୁରୁ ଶିଷ୍ୟ ସମ୍ବାଦର ପ୍ରଖ୍ୟାତ ସଦଗ୍ରନ୍ଥ ଭଗବତ୍‌ ଗୀତାର ପ୍ରଶ୍ନୋତ୍ତରୀ ଓ ବିମର୍ଶ ପଦ୍ଧତିକୁ ଆଗ୍ରହର ସହ ସଦୁପଯୋଗ କରିପାରିଲେ ଏକ ଜ୍ଞାନୀ ସମାଜ ସୃଷ୍ଟି ହୋଇପାରିବ। କେବଳ ଅହଂକାର ଛାଡ଼ିଲେ ହେଲା।

ଡ. ମନୋରଞ୍ଜନ ପ୍ରଧାନ
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ: ୭୦୦୮୨୮୩୦୫୫


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri