ଇଡିକୁ ଏତେ କ୍ଷମତା?

ପୋଲିସ ଷ୍ଟେଟ୍‌କୁ ଏକ ପଲିଟିକାଲ ୟୁନିଟ୍‌ ଭାବେ ଶବ୍ଦକୋଷ ନିଶ୍ଚିତ କରିଛି, ଯାହା ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଜୀବନକୁ ପୋଲିସ ଦ୍ୱାରା କ୍ଷମତାର ମନଇଚ୍ଛା ପ୍ରୟୋଗ ଏବଂ ସରକାରଙ୍କ ଦମନକାରୀ ନିୟନ୍ତ୍ରଣକୁ ସୂଚିତ କରେ। ଏହା ବିଶେଷକରି ପ୍ରଶାସନ ଓ ସରକାରଙ୍କ ନ୍ୟାୟିକ ସଂସ୍ଥାଗୁଡ଼ିକର ନ୍ୟାୟିକ ପ୍ରକ୍ରିୟାରେ ଥିବା ନିୟମିତ କାର୍ଯ୍ୟ ବଦଳରେ ଗୋଇନ୍ଦା ପୋଲିସର ନିୟନ୍ତ୍ରଣକୁ ବୁଝାଏ। ଅର୍ଥାତ୍‌ ପୋଲିସ ଷ୍ଟେଟ୍‌ ଏକ ଦେଶ ଯେଉଁଠି ସରକାରୀ ସଂସ୍ଥାଗୁଡ଼ିକ ସିଭିଲ୍‌ ସୋସାଇଟି ଏବଂ ସ୍ବାଧୀନତା ଉପରେ ଅତ୍ୟଧିକ ନିୟନ୍ତ୍ରଣାଧିକାର ପ୍ରୟୋଗ କରିଥାନ୍ତି। ଏଠାରେ ଆଇନ ଏବଂ କାର୍ଯ୍ୟପାଳିକାର ରାଜନୈତିକ କ୍ଷମତା ମଧ୍ୟରେ କିଛି ପ୍ରଭେଦ ନ ଥାଏ। ବିଶ୍ୱରେ ପୋଲିସ ଷ୍ଟେଟ୍‌ର ଅନେକ ଦୃଷ୍ଟାନ୍ତ ରହିଛି। ଏଗୁଡ଼ିକ ପ୍ରାୟତଃ ଗଣତନ୍ତ୍ର ନୁହନ୍ତି। ବର୍ତ୍ତମାନର ପୋଲିସ ଷ୍ଟେଟ୍‌ଗୁଡ଼ିକ ହେଉଛନ୍ତି ଚାଇନା, କ୍ୟୁବା, ଉତ୍ତର କୋରିଆ, ସାଉଦି ଆରବ ଏବଂ ମ୍ୟାନ୍‌ମାର। ତେବେ ଭାରତ ଏକ ପୋଲିସ ଷ୍ଟେଟ୍‌ କି? ଆଉ ଏକ ପ୍ରଶ୍ନରୁ ଏହାର ଉତ୍ତର ମିଳିପାରିବ। ପ୍ରଶ୍ନଟି ହେଉଛି, ଏକ ଗଣତନ୍ତ୍ର କ’ଣ ପୋଲିସ ଷ୍ଟେଟ୍‌ ହୋଇପାରିବ? ହଁ, ହୋଇପାରିବ। ସାମ୍ପ୍ରତିକ ସମୟରେ ରୁଷିଆ ହେଉଛି ଏହାର ଏକ ଦୃଷ୍ଟାନ୍ତ। କେହିି ଯୁକ୍ତି ବାଢ଼ିପାରନ୍ତି, ରୁଷିଆ ଏକ ବାସ୍ତବ ଗଣତନ୍ତ୍ର ନୁହେଁ ଏବଂ ଏହାର ନିର୍ବାଚନଗୁଡ଼ିକ ତ୍ରୁଟିପୂର୍ଣ୍ଣ। କିନ୍ତୁ ଏହି ସମାନ ଯୁକ୍ତି ମଧ୍ୟ ଭାରତ ସମେତ ଆହୁରି ଅନେକ ଦେଶ କ୍ଷେତ୍ରରେ କରାଯାଇପାରେ। ପ୍ରଶ୍ନ ହେଉଛି, ଭାରତର ହୃଦୟ ଅଧିକ ବ୍ୟକ୍ତି ସ୍ବାଧୀନତା ଆଡକୁ ଯାଉଛି ନା ଅତ୍ୟଧିକ କଟକଣା ମୁହଁା ହେଉଛି କିମ୍ବା ଏକ ପୋଲିସ ଷ୍ଟେଟ ଦିଗରେ ଗତି କରୁଛି? ୧୧ ଜୁଲାଇ ୨୦୨୨ରେ ଭାରତର ସୁପ୍ରିମକୋର୍ଟ କହିଲେ ଯେ, ଗଣତନ୍ତ୍ର କେବେ ବି ପୋଲିସ ଷ୍ଟେଟ ହୋଇପାରିବ ନାହିଁ। କୋର୍ଟ ଉଲ୍ଲେଖ କରିଥିଲେ ଯେ, ଭାରତରେ ଜେଲରେ ଥିତ୍ବା ବନ୍ଦୀମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବିଚାରାଧୀନ କଏଦୀ। ଅର୍ଥାତ୍‌ ସେମାନେ ଅଭିଯୁକ୍ତ କିନ୍ତୁ ଦୋଷୀ ହୋଇ ନାହାନ୍ତି। କୋର୍ଟ ମଧ୍ୟ କହିଥିଲେ ଯେ, ବିଚାର ପୂର୍ବରୁ ଲୋକଙ୍କୁ ଗିରଫ କରି ଜେଲରେ ରଖିବା ନିର୍ଦ୍ଦିଷ୍ଟ ଭାବେ ଉପନିବେଶୀୟ ଭାରତର ମାନସିକତାର ଏକ ପ୍ରତୀକକୁ ପ୍ରଦର୍ଶିତ କରୁଛି। ବିନା ଦୋଷରେ ଗିରଫ କରି ଜେଲରେ ରଖିବା ଏକ ଗମ୍ଭୀର ପଦକ୍ଷେପ ଏବଂ ଏହା ବ୍ୟକ୍ତି ସ୍ବାଧୀନତାର ବିରୋଧୀ ହୋଇଥିବା ଯୋଗୁ ତଦନ୍ତକାରୀ ସଂସ୍ଥା ଏହାକୁ ସଂଯମତାର ସହ ପ୍ରୟୋଗ କରିବାକୁ ପଡ଼ିବ। ବୈଚାରିକ ଦୃଷ୍ଟିକୋଣରୁ ଗଣତନ୍ତ୍ର ଓ ପୋଲିସ ଷ୍ଟେଟ୍‌ ବିପରୀତ ହୋଇଥିବାରୁ ଏକ ଗଣତନ୍ତ୍ରକୁ ଏକ ପୋଲିସ ଷ୍ଟେଟ୍‌ ଭାବେ କେବେ ବି ବିଚାର କରାଯାଇ ପାରିବ ନାହିଁ ବୋଲି କୋର୍ଟ ପ୍ରକାଶ କରିଥିଲେ।
କୋର୍ଟ ଏଠାରେ ସୂଚିତ କରିବାକୁ ଚାହଁୁଛନ୍ତି ଯେ, ଯଦିଓ ଆମେ ଏକ ଗଣତନ୍ତ୍ର, ତଥାପି ପୋଲିସ ଷ୍ଟେଟ ଭାବେ ବ୍ୟବହାର କରୁଛୁ। ଏହାର କିଛିଦିନ ପରେ ସୁପ୍ରିମକୋର୍ଟ ଆଉ ଏକ ବେଞ୍ଚରେ ଲୋକଙ୍କ ସମ୍ପତ୍ତି ଜବତ କରିବା ଏବଂ ଅଟକ ରଖିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ମାତ୍ରାଧିକ କ୍ଷମତାକୁ ନ୍ୟାୟସଙ୍ଗତ ଓ ବୈଧ ବୋଲି ଘୋଷଣା କରିଛନ୍ତି। ଏବେ ଆଉ ଥରେ ମନି ଲଣ୍ଡରିଂ ଅଭିଯୋଗରେ ଜଣଙ୍କୁ ଜେଲରେ ରଖାଯାଇପାରିବ। ଥରେ ଜେଲରେ ରଖାଗଲେ ଦୋଷୀ ନ ହେଲେ ବି ମୁକୁଳିବା ଅସମ୍ଭବ ହୋଇଯିବ। ସନ୍ଦେହରେ ୟୁଏପିଏ ଆଇନରେ ଗିରଫ ହୋଇ ଜେଲ ଗଲେ ମୁକୁଳିବା ସ୍ବପ୍ନ ହୋଇଯିବ। ସୁପ୍ରିମକୋର୍ଟ ମଧ୍ୟ ଏହି ଆଇନକୁ ନ୍ୟାୟସଙ୍ଗତ କରିଥିଲେ। ଆହୁରି ଅନେକ ଆଇନରେ ଅଭିଯୁକ୍ତଙ୍କୁ କୋର୍ଟରେ ନିଜ ପକ୍ଷରୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପଡୁଛି। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିବାହକୁ ବନ୍ଦ କରିବା, ନିଶା ଦ୍ରବ୍ୟ ରଖିବା ଏବଂ ଆହୁରି ଅନେକ ଆଇନରେ ସମାନ ପ୍ରକାର ସ୍ଥିତି ଦେଖିବାକୁ ମିଳେ। ଏହି ସବୁ ଆଇନରେ ରାଜନୈତିକ ଓ ପୋଲିସ କ୍ଷମତା ସମାନ ଭାବେ ଦେଶ ସପକ୍ଷରେ ରହିଛି। ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ରାଜନୈତିକ ବିରୋଧୀ ଏବଂ ଅସନ୍ତୁଷ୍ଟ ଏବଂ ସାମାଜିକ କର୍ମକର୍ତ୍ତାମାନଙ୍କୁ ଜେଲରେ ରଖାଯାଉଛି। ଆମ ସମ୍ବିଧାନ ଆମକୁ ଗଣତନ୍ତ୍ରର ବାଟ ଦେଖାଉଥିବାବେଳେ ଆମେ ନିଜକୁ ଏକ ପୋଲିସ ଷ୍ଟେଟ୍‌ ଭାବେ ସବୁବେଳେ ପ୍ରଦର୍ଶିତ କରିଛୁ। ବତ୍ତର୍ର୍ମାନର ବ୍ୟକ୍ତି ସ୍ବାଧୀନତା ଏବଂ ବ୍ୟକ୍ତି ଜୀବନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଥିବା ଆଇନଗୁଡ଼ିକୁ ଭୟରେ ଆମେ ଗ୍ରହଣ କରିଛୁ। ସେଗୁଡ଼ିକୁ ଟାଡା ଓ ପୋଟା ଭଳି ହଟାଇ ଦେବା ଦରକାର। ଏକ ରାଷ୍ଟ୍ର ଭାବେ କ୍ଷତିକାରକ ଆଇନଗୁଡ଼ିକର ଅପବ୍ୟବହାର ଓ ଅପପ୍ରୟୋଗ କରୁଥିବା ସରକାର ଏବଂ ଏହାର ଅଧିକାରୀମାନଙ୍କୁ ଦଣ୍ଡ ଦେବାରେ ଅକ୍ଷମ ହୋଇ ଥିବାରୁ ଏଭଳି ଆଇନଗୁଡ଼ିକ ବାରମ୍ବାର ପ୍ରକାଶ ପାଉଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରୁଜୁ କରୁଥିବା ମାମଲା ଓ ଦୋଷୀ ଅନୁପାତ ୧%ରୁ କମ୍‌ ବୋଲି ଆମେ ଜାଣୁ। ଏହା ମଧ୍ୟ ଜାଣୁ ଯେ, ସରକାର ବିରୋଧୀମାନଙ୍କ ବିରୋଧରେ ଇଡିକୁ ବ୍ୟବହାର କରୁଛନ୍ତିି ଏବଂ ୨୦୧୪ ପୂର୍ବ ତୁଳନାରେ ଏବେ ୨୫ଗୁଣ ଅଧିକ ଚଢ଼ାଉ କରାଯାଉଛି। କାହିଁକି ଇଡିକୁ ଏତେ କ୍ଷମତା ଦେବା? ଦେଶ ପାଖରେ ଅସୀମିତ କ୍ଷମତା ରହିବା ଅନେକେ ଚାହଁୁଥିବାରୁ ଇଡିକୁ ଏଭଳି କ୍ଷମତା ଦିଆଯାଉଛି। ଏହି ପ୍ରକାର ପ୍ରବୃତ୍ତି ନ୍ୟାୟିକ ବ୍ୟବସ୍ଥାରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବି ସୃଷ୍ଟି ହୋଇଛି। ସେମାନେ ସରକାରଙ୍କ ଅଧିକାରଗୁଡ଼ିକୁ ଲୋକମାନଙ୍କ ଅଧିକାରଠାରୁ ଉପରେ ରଖିବାକୁ ଚାହଁୁଛନ୍ତି ଓ ସକ୍ଷମ ବି ହେଉଛନ୍ତି।
ଅନ୍ୟସବୁ ଗମ୍ଭୀର ଓ ନିର୍ଯାତକ ଆଇନଗୁଡ଼ିକୁ ଆମେ ହଟେଇଦେବା ଭଳି ୨୦୧୪ ପରେ ଆମେ ନିଜ ପାଇଁ ଆଣିଥିତ୍ବା ଆଇନଗୁଡ଼ିକୁ ଦୂରେଇ ଦେଇପାରିବା କି ନାହିଁ ତାହାକୁ ନେଇ ମୋର କିଛି ସନ୍ଦେହ ରହିଛି। ଉଦାରବାଦୀ ଗଣତନ୍ତ୍ରଗୁଡ଼ିକ ଯଥା ଆମ ସମ୍ବିଧାନ ଆମକୁ କହେ ଯେ, ବ୍ୟକ୍ତି ସ୍ବାଧୀନତା ସୁରକ୍ଷା ଆଡକୁ ଆଗେଇ ଚାଲ ଏବଂ ବ୍ୟକ୍ତିମାନଙ୍କ କ୍ଷତି କରୁଥିବା ଦେଶର କ୍ଷମତା ଉପରେ ଅଧିକ ବାଧା ସୃଷ୍ଟି କର। ହେଲେ ଆମେ ଅକ୍ଷମ। ଏବେ ଆମେ ଗତି କରୁଥିବା ନୈରାଶ୍ୟ ବା ଆଶାହୀନ ସମୟରେ ଆମ ଅଧିକାର ଓ ସ୍ବାଧୀନତାଗୁଡ଼ିକ ଉପରେ ଏଭଳି ଜବରଦସ୍ତ ହସ୍ତକ୍ଷେପ ବା ପ୍ରବେଶକୁ ନେଇ ଯଥେଷ୍ଟ ନକାରାମତ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି।

  • ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri