Posted inଜାତୀୟ

କୋଲକାତା ବ୍ୟବସାୟୀଙ୍କ ଘରୁ ୧୭ କୋଟି ଜବତ କଲା ଇଡି

ନୂଆଦିଲ୍ଲୀ/କୋଲକାତା,୧୧ା୯: ମୋବାଇଲ ଗେମିଂ ଆପ୍‌ ଜାଲିଆତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କୋଲକାତାର ୬ଟି ସ୍ଥାନରେ ଚଢ଼ାଉ କରିଛି। ବ୍ୟବସାୟୀ ଆମିର ଖାନ୍‌ଙ୍କ କୋଲକାତାର ଗାର୍ଡେନ ରିଚ୍‌ ଅଞ୍ଚଳରେ ଥିବା ଘରେ ସମେତ ଉକ୍ତ ଆପ୍‌ର ଅନ୍ୟ ପ୍ରମୋଟରଙ୍କ ଘରେ ଚଢ଼ାଉ ବେଳେ ନଗଦ ୧୭ କୋଟି ଟଙ୍କା ଓ ସମ୍ପତ୍ତି ଦସ୍ତାବିଜ୍‌ ଜବତ ହୋଇଛି। ଚଢ଼ାଉରେ ଇଡି ଅଧିକାରୀଙ୍କ ସହ ବ୍ୟାଙ୍କ କର୍ମଚାରୀମାନେ ସାମିଲ ହୋଇଥିଲେ। ଇ-ନଗେଟ୍ସ ନାମକ ମୋବାଇଲ ଗେମିଂ ଆପ୍‌ ଜରିଆରେ ବ୍ୟବହାରକାରୀଙ୍କୁ ଠକୁଥିବା ଆମିର ଓ ଅନ୍ୟମାନଙ୍କ ବିରୋଧରେ ଫେଡେରାଲ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଇଡି ପକ୍ଷରୁ ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ)ରେ ମାମଲା ରୁଜୁ ହୋଇଥିଲା। ଉକ୍ତ ଆପ୍‌ରେ ପ୍ରଥମେ ୟୁଜରମାନଙ୍କୁ କମିଶନ ଦିଆଯାଇଥାଏ। ନିବେଶକମାନେ ବିନା ବାଧାରେ ସେମାନଙ୍କ ଟଙ୍କା ଉଠାଇପାରିବାର ପ୍ରତିଶ୍ରୁତି ଦିଆଯାଇଥାଏ। କମିଶନ ପାଇବା ପାଇଁ ନିବେଶକମାନେ ସେଥିରେ ମୋଟା ଅଙ୍କର ଅର୍ଥ ଲଗାଇ ଅଧିକ କିଣିବା ପାଇଁ ଅର୍ଡର କରିଥାନ୍ତି। ଲୋକଙ୍କଠାରୁ ପ୍ରଚୁର ଅର୍ଥ ସଂଗ୍ରହ କରିବା ପରେ ହଠାତ୍‌ ଉକ୍ତ ଆପ୍‌ରୁ ଟଙ୍କା ଉଠାଇବା ବନ୍ଦ ହୋଇଯାଏ। ଏହା ପରେ ପ୍ରୋଫାଇଲ ସୂଚନା ସମେତ ସମସ୍ତ ଡାଟା ମଧ୍ୟ ଆପ୍‌ ସର୍ଭରରୁ ଲିଭିଯାଇଥାଏ। ୟୁଜର ଠକାମିର ଶିକାର ହୋଇଥିବା ସେତେବେଳେ ବୁଝିପାରନ୍ତି ବୋଲି ଇଡି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନିର୍ବାଚନୀ ଇସ୍ତାହାର ଜାରି : ୟୁନିଫର୍ମ ସିଭିଲ କୋଡଠାରୁ ନିଯୁକ୍ତି ପର୍ଯ୍ୟନ୍ତ ୧୧ ପ୍ରତିଶ୍ରୁତି…

ଶିମଲା,୬।୧୧ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ରବିବାର ଶିମଲାରେ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଦଳର ଇସ୍ତାହାର ପ୍ରକାଶ କରିଛନ୍ତି।...

ବଜେଟ ଅଧିବେଶନ: ୩୦ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, ୨୧।୧(ପି.ଟି.): ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୨୯ରୁ ଆରମ୍ଭ ହେଉଥିବାବେଳେ ୩୦ରେ ସର୍ବଦଳୀୟ ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା...

ଗ୍ରାମ ସ୍ବରାଜର କଳ୍ପନା କରିଥିଲେ ମହାତ୍ମା ଗାନ୍ଧୀ, ଏହାକୁ ରୂପାନ୍ତର କରିଛି ଭାଜପା ସରକାର…

ପାଟନା, ୩୦।୭ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ବିହାର ଗସ୍ତରେ ଆସି ପାଟନାରେ ପହଞ୍ଚିଛନ୍ତି। ସେ ଏଠାରେ ଗ୍ରାମ ସଂସଦ କାର୍ଯ୍ୟକ୍ରମରେ...

ଭୋପାଳରେ ପୂଜା ହେବେନି ୬ ଫୁଟ୍‌ରୁ ଊର୍ଦ୍ଧ୍ୱ ଉଚ୍ଚତାର ଦୁର୍ଗାମୂର୍ତ୍ତି

ଭୋପାଳ,୧୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଖଟଲାପୁରରେ ଗତ ଗଣେଶ ପୂଜା ସମୟରେ ହୋଇଥିବା ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ସରକାର ଏବେ ଏକ ବଡ ନିଷ୍ପତ୍ତି ନେଇଛନ୍ତି।...

ୟୁପିରେ ୨ ଦଳ ସହ ମିଶି ନିର୍ବାଚନ ଲଢିବ ଭାଜପା

ଲକ୍ଷ୍ନୌ,୨୪।୯: ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି କ୍ରମରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି ଏକ...

ଦେଶମୁଖଙ୍କ ନାଁରେ ମାମଲା ରୁଜୁକଲା ସିବିଆଇ

ନୂଆଦିଲ୍ଲୀ, ୨୫ା୪: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖାଯିବା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମହାରାଷ୍ଟ୍ରର...

ଡ୍ରାଗନର ଲାଲ୍‌ଆଖି: ରୁତୋଗ୍‌ରେ ଠୁଳ କରୁଛି ଯୁଦ୍ଧ ସରଞ୍ଜାମ…

ବେଜିଂ/ଲେହ,୧୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏପରିସ୍ଥଳେ ଚାଇନା ଗତବର୍ଷ ଭଳି ଚଳିତ ବର୍ଷ ଭାରତକୂ ଘେରିବା ଆରମ୍ଭ କରିଛି।...

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କଲେ ଯୋଗୀ: ୭ ଜଣଙ୍କୁ ମିଳିଲା ମନ୍ତ୍ରୀ ପଦ

ପ୍ରାୟ ଚାରିମାସ ପରେ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି। କଂଗ୍ରେସରୁ ଭାଜପାରେ ଯୋଗ ଦେଇଥିବା ଜିତିନ ପ୍ରସାଦଙ୍କ...

Advertisement
Archives

Model This Week