Posted inUncategorized

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮(ସତ୍ୟଜିତ୍‌ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ରହିଛି। ରାହୁଲ ମଙ୍ଗଳବାର ସା ୭ଟା ୫୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବେ। ସେଠାରୁ ସେ ସିଧାସଳଖ ପୁରୀ ମେ ଫେୟାର ହୋଟେଲକୁ ଯାଇ ରାତ୍ରିଯାପନ କରିବେ। ପରେ ବୁଧବାର ସକାଳ ୮ଟା ୩୦ରେ ରାହୁଲ କଟକ ଯାଇ ଏକ ବୈଠକରେ ଯୋଗ ଦେବେ। ଅପରାହ୍ନରେ ସେ କଟକରୁ ପୁରୀ ଫେରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସା ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଗୁରୁବାର ସକାଳ ୯ଟା ୩୦ରେ ସେ ପୁରୀରୁ ଭୁବନେଶ୍ୱର ଆସି ଆଞ୍ଚଳିକ ଇଡି ଅଫିସକୁ ଯିବେ। ଅପରାହ୍ନ ୩ଟାରେ ବିମାନବନ୍ଦରକୁ ଯାଇ ପ୍ରସ୍ଥାନ କରିବାର କାର୍ଯ୍ୟସୂଚୀ ରହିଛି। ତେବେ ଇଡି ନିର୍ଦ୍ଦେଶକଙ୍କ ହଠାତ୍‌ ଓଡ଼ିଶା ଗସ୍ତକୁ ନେଇ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ସମୟରେ ରାହୁଲ ଏକାଧିକ ପୁରୁଣା ମାମଲା ଖୋଲିବା ଏବଂ ନୂଆ ମାମଲା ରୁଜୁ ସମ୍ପର୍କରେ ଇଡି ଅଧିକାରୀମାନଙ୍କ ସହ ଆଲୋଚନା କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ୫୦୦ରୁ ଅଧିକ ସାପ ଉଦ୍ଧାର କଲେଣି ଲୋକନାଥ, ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରଶଂସା

ଅମରପାଲି,୨୦।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଲେଶ୍ୱର ଗ୍ରାମର ଲୋକନାଥ ଜଗଦଲା (୩୩) ବର୍ତ୍ତମାନ ଅଞ୍ଚଳରେ ଜଣେ ପରିଚିତ ସାପ ଉଦ୍ଧାରକାରୀ…

ପାଷ୍ଟିକୁଡି ଜମି ଉଚ୍ଛେଦ: ପ୍ରଶାସନ-ସ୍ଥାୟୀ ବାସିନ୍ଦା ମୁହାଁମୁହିଁ, ବିଧାୟକ କହିଲେ…

କେସିଙ୍ଗା,୨୦।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ଦେଇ ଜାତୀୟ ରାଜପଥ-୨୬ ଭବାନୀପାଟଣା ଅଭିମୁଖେ ଯାଇଛି। ଏହି ପାଷ୍ଟିକୁଡ଼ି ଗ୍ରାମର ଚାରିଛକ ଠାରେ…

ଡିଜେ ଗାଡିର ସାଉଣ୍ଡରେ ମହିଳା ମୃତ: ଶବ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

ପାଟଣାଗଡ଼ ୨୦।୬ (ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଏନଏସି ବ୍ରାହ୍ମପୁରା ସ୍ଥିତ ସଅଁରା ପଡ଼ାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…

ଅନିଲଙ୍କ ଅକାଳ ବିୟୋଗ: ରୋଜଗାରିଆ ପୁଅକୁ ହରାଇ କାନ୍ଧୁଛନ୍ତି ମା’ ବାପା

ଗଞ୍ଜାମ,୨୦।୬(ବିଦ୍ୟାଧର ସାହୁ ): ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ । ରୋଜଗାରିଆ ପୁଅକୁ ହରାଇ ଚିନ୍ତାରେ ମା’ ବାପା । ଏଭଳି ଏକ ସମ୍ବେଦନଶୀଳ ଘଟଣା…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା: ବଢ଼ିଲା ଜନ ଅସନ୍ତୋଷ

ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରଡ଼ୋଲସ୍ଥିତ ଏସିସି ଲିମିଟେଡ୍‌ ପରିଚାଳିତ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ। ଆସନ୍ତା ଅଗଷ୍ଟ ୧୯ରୁ ଏହାକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରି…

କାମ କରିବାକୁ ଯାଇ ସ୍ବାମୀ ନିଖୋଜ, ଖୋଜି ଆଣିବାକୁ ଜିଲା ପ୍ରଶାସନ ନିକଟରେ ଗୁହାରୀ କଲେ ସ୍ତ୍ରୀ

ଛତ୍ରପୁର,୨୦।୬(ଦିଲ୍ଲୀପି ସାମଲ): ଗଞ୍ଜାମ ଜିଲା ବେଗୁନିଆପଡା ଥାନା ଅନ୍ତର୍ଗତ ପି. ନୂଆଗାଁ ଗ୍ରାମର ମହେନ୍ଦ୍ର ଦାସ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫେରିନଥିବାରୁ ତାଙ୍କୁ ଖୋଜି…

ଝାନ୍‌ସୀଙ୍କ କମାଲ: ଜିଲା ପାଇଁ ଆଣିଲେ ଗୌରବ

ଭବାନୀପାଟଣା,୨୦ା୬ (ଉତ୍ତମ କୁମାର ଦାଶ):ନୂଆଦିଲ୍ଲୀସ୍ଥିତ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଗତ ୧୫ରୁ ୧୭ ତାରିଖ ଯାଏ ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ୨୦୨୬…

୧୨ରେ ବଦଳି, ୧୮ରେ ବାତିଲ: କଳାହାଣ୍ଡି ଶିକ୍ଷା ବିଭାଗରେ ବଦଳି ନାଟକ

ଭବାନୀପାଟଣା,୨୦ା୬(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଶିକ୍ଷା ବିଭାଗରେ ସରକାରୀ ନିୟମ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠିକୁ ବେଖାତିର କରି ମନମୁଖୀ କାର୍ଯ୍ୟ ଚାଲିଥିବା ଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri