ଅର୍ଥନୀତି ଓ ଧର୍ମୀୟ ପର୍ଯ୍ୟଟନ

ସମ୍ପ୍ରତି ଅନେକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ମଠ, ମନ୍ଦିର, ଅନ୍ତର୍ଜାତୀୟ ଏବଂ ଜାତୀୟ ଖ୍ୟାତିସମ୍ପନ୍ନ ଧର୍ମୀୟ ସ୍ଥାନଗୁଡ଼ିକର ପୁନରୁଦ୍ଧାର, ନବୀକରଣ କାର୍ଯ୍ୟ ଆଗେଇ ଚାଲିଛି। ଏଥିଯୋଗୁ ସମ୍ପୃକ୍ତ ସହରଗୁଡ଼ିକରେ ଧାର୍ମୀୟ ଲୋକଙ୍କ ଗତିବିଧି ତଥା ତୀର୍ଥଯାତ୍ରା ବୃଦ୍ଧି ପାଇଛି। ଫଳସ୍ବରୂପ ପର୍ଯ୍ୟଟନଜନିତ ଅର୍ଥନୈତିକ କାର୍ଯ୍ୟକଳାପର ଅଭିବୃଦ୍ଧି ଘଟିଛି। ଆକଳନ ଅନୁଯାୟୀ ଦେଶର ପର୍ଯ୍ୟଟନ କ୍ଷେତ୍ରରେ ଧର୍ମୀୟ ପର୍ଯ୍ୟଟନର ଅଂଶଧନ ହେଉଛି ୬୦ରୁ ୭୦ପ୍ରତିଶତ। ଭାରତରେ ଧାର୍ମୀୟ ପର୍ଯ୍ୟଟନ ବୃଦ୍ଧି ହେତୁ ପ୍ରତିବର୍ଷ ହୋଟେଲ ଶିଳ୍ପ, ପରିବହନ ଶିଳ୍ପ, କ୍ଷୁଦ୍ର ବ୍ୟବସାୟୀ, ସ୍ଥାନୀୟ କଳାକାର ଓ କାରିଗରମାନେ ବେଶ୍‌ ଲାଭବାନ ହେଉଛନ୍ତି। ୨୦୨୮ ସୁଦ୍ଧା ଭାରତର ପର୍ଯ୍ୟଟନ କ୍ଷେତ୍ରରେ ପ୍ରାୟ ଏକ କୋଟି ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏପରି ହେଲେ ରୋଜଗାର ଯୋଗାଇବାରେ ଏହି କ୍ଷେତ୍ରର ଏକ ବଡ଼ ଅବଦାନ ରହିବ।
ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନର ତଥ୍ୟ ଅନୁଯାୟୀ, ଭାରତରେ ପ୍ରାୟ ପାଞ୍ଚ ଲକ୍ଷ ମନ୍ଦିର ଏବଂ ତୀର୍ଥସ୍ଥଳ ରହିଛି; ଯାହାର ଆର୍ଥିକ ବ୍ୟବସ୍ଥା ତିନି ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ହେବ। ଏଥିସହିତ ଆମ ଦେଶରେ ପାଖାପାଖି ସାତ ଲକ୍ଷ ମସ୍‌ଜିଦ, ୩୫ ହଜାର ଚର୍ଚ୍ଚ ବା ଗୀର୍ଜାଘର, ପ୍ରାୟ ୫ହଜାର ଗୁରୁଦ୍ବାର ରହିଛି। ଦୁନିଆରେ ବିକଶିତ ଦେଶମାନେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଅନ୍ୟ ଧର୍ମର ଲାକଙ୍କୁ ଆକର୍ଷିତ କରିବା ପାଇଁ ନିଜ ଦେଶର ଧାର୍ମୀୟ ସ୍ଥଳୀଗୁଡ଼ିକୁ ସୁନ୍ଦର ଭାବରେ ଗଢ଼ି ତୋଳିଛନ୍ତି। କିଛି ବର୍ଷ ପୂର୍ବେ ଭାରତର ମନ୍ଦିରଗୁଡ଼ିକ ପ୍ରତି ନା ସରକାରଙ୍କର ନା ସ୍ଥାନୀୟ କର୍ତ୍ତୃପକ୍ଷଙ୍କର, କାହାର ମଧ୍ୟ ଦୃଷ୍ଟି ନ ଥିଲା! ଦେଶର ଧାର୍ମୀୟ ସ୍ଥଳୀ ଓ ପୀଠଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଅବହେଳିତ ହୋଇରହିଥିଲା। ଏବେ ଏସବୁ ପ୍ରକଳ୍ପ ପାଇଁ ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ଦ୍ୱାରା ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ନିଶ୍ଚିତ ଯେ, ବିକଶିତ ହେବା ପରେ ଏହି ସ୍ଥାନଗୁଡ଼ିକରେ ପର୍ଯ୍ୟଟନର ସମ୍ଭାବନା ପୂର୍ବାପେକ୍ଷା ବଢ଼ିଯିବ। ଅହମ୍ମଦାବାଦ ନିକଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ପ୍ରତିଷ୍ଠା, ବାରାଣସୀ ଠାରେ ଭଗବାନ କାଶୀ ବିଶ୍ୱନାଥ କରିଡର ନିର୍ମାଣ, ସୋମନାଥ ମନ୍ଦିରର ପୁନରୁଦ୍ଧାର, ମା’ କାଳୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, କେଦାରନାଥ-ବଦ୍ରିନାଥ ଧାମର ନବୀକରଣ ଭଳି କାର୍ଯ୍ୟକ୍ରମ ସମଗ୍ର ବିଶ୍ୱରେ ଏକ ନୂତନ ଭାରତର ଚିତ୍ର ଉପସ୍ଥାପନ କରିବାରେ ସଫଳ ହୋଇଛି।
ଇତିମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ପୁରୀ, କୋଣାର୍କ, ଧଉଳି, ଲିଙ୍ଗରାଜ, ତାରାତାରିଣୀ, ସମଲେଶ୍ୱରୀ, କଟକଚଣ୍ଡୀ ଓ କାକଟପୁରର ମା’ମଙ୍ଗଳା ଆଦି ମନ୍ଦିରର ପରିକଳ୍ପନା, ରୂପାନ୍ତରଣ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହୋଇଛି। ଆଧ୍ୟାତ୍ମିକ ଦୃଷ୍ଟିରୁ ତଥା ଆକର୍ଷଣୀୟ ବେଳାଭୂମି ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ପୁରୀର ରହିଛି ସ୍ବତନ୍ତ୍ର ମାନ୍ୟତା! ଚାରି ଧାମରୁ ପୁରୀ ଏକ ଧାମ। ଜଗନ୍ନାଥ ଧାମ ନାମରେ ପୁରୀ କେବଳ ପ୍ରସିଦ୍ଧ ନୁହେଁ, ଏହା ଓଡ଼ିଶାର ପରିଚୟ ମଧ୍ୟ। ଏଠାରେ ରହିଛି ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠ। ଏହା ନିଶ୍ଚିତ ଯେ, ଆଇନ ଶୃଙ୍ଖଳା, ପରିମଳ, ବର୍ଷାଜଳ ନିଷ୍କାସନର ସୁବନ୍ଦୋବସ୍ତ ସହ ଏହି ସହରକୁ ସବୁଦିନିଆ ବିମାନ ସେବା ସହ ଯୋଡ଼ି ଦିଆଗଲେ ଦେଶର କୌଣସି ପର୍ଯ୍ୟଟନ ସ୍ଥଳୀ ପୁରୀକୁ ଛୁଇଁପାରିବନି। ସେହିଭଳି କେବଳ ଓଡ଼ିଶାର ହିଁ ନୁହେଁ ଦେଶର ଅନ୍ୟତମ ଶୈବପୀଠ ରୂପେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରର ପ୍ରସିଦ୍ଧି ରହିଛି। ରାଜ୍ୟ ସରକାର ଏହାର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଏହା ମଧ୍ୟ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବ। ଭାରତରେ ନୁହେଁ ପୃଥିବୀରେ ମଧ୍ୟ କୋରାପୁଟର ଗୁପ୍ତେଶର ଶୈବପୀଠ ପରି ସ୍ଥାନ ପାଇବା ନାହିଁ ! ସେହିଭଳି ଆନ୍ଧ୍ରପ୍ରଦେଶର ବୋରା ଗୁମ୍ଫାଠାରୁ କୋରାପୁଟର ବାଲଡାଠାରେ ରହିଥିବା ନାଗେଶ୍ୱରୀ ଗୁମ୍ଫା କାହିଁ କେତେ ଗୁଣରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ! ଭିତ୍ତିଭୂମି ଅଭାବରୁ ଏହା ମଧ୍ୟ ପର୍ଯ୍ୟଟକଙ୍କୁ ଟାଣି ପାରୁନାହିଁ। ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଏମିତି ଆହୁରି ଅନେକ ସ୍ଥାନ ରହିଛି; ଯେଉଁଠି ଭିତ୍ତିଭୂମି, ରାସ୍ତାଘାଟ, ଗମନାଗମନ, ଯୋଗାଯୋଗ ସହ ଯାତ୍ରୀଙ୍କ ପାଇଁ ସର୍ବନିମ୍ନ ସୁବିଧା ଉପଲବ୍ଧ ହୋଇପାରିନାହିଁ। ଏ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ରୂପେ ଗଢ଼ି ତୋଳିବ।
ଇକ୍ସିଗୋର ତଥ୍ୟ ଅନୁଯାୟୀ ଭାରତରେ ଧର୍ମୀୟ ପର୍ଯ୍ୟଟନର ଧାରା ବୃଦ୍ଧି ପାଇବା ହେତୁ ଅନ୍ୟ ସହର ତୁଳନାରେ ବାରାଣସୀ ଏବଂ ପୁରୀରେ ହୋଟେଲ ବୁକିଂ ଅଧିକ ହେଉଛି। ବାରାଣସୀ ସହରକୁ ପର୍ଯ୍ୟଟକମାନେ କେବଳ ଧାର୍ମିକ ତୀର୍ଥଯାତ୍ରା ପାଇଁ ହିଁ ନୁହେଁ, ‘ଯୋଗକେନ୍ଦ୍ର’ ଏବଂ ‘ଆୟୁର୍ବେଦ ସ୍ପା’ ର ଆନନ୍ଦ ନେବାକୁ ଆସିଥାନ୍ତି। ସେହିଭଳି ଶ୍ରୀଜଗନ୍ନାଥଙ୍କ ଦର୍ଶନ, ବିଶ୍ବପ୍ରସିଦ୍ଧ ଐତିହ୍ୟ କୋଣାର୍କର କୀର୍ତ୍ତିରାଜି, ସାତପଡା, ଚନ୍ଦ୍ରଭାଗା, ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ ଉଦ୍ଦେଶ୍ୟରେ ପୁରୀ ଅଞ୍ଚଳକୁ ପର୍ଯ୍ୟଟକଙ୍କ ସୁଅ ରୀତିମତ ଛୁଟୁଛି। ସରକାରଙ୍କ ପ୍ରସାଦ, ସ୍ବଦେଶୀ ଦର୍ଶନ, ଉଡାଣ ଭଳି କାର୍ଯ୍ୟକ୍ରମ ହେତୁ ଦେଶରେ ଧର୍ମୀୟ ପର୍ଯ୍ୟଟନ ବୃଦ୍ଧି ପାଇଛି। ଏହି କାରଣରୁ ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ଏକାଧିକ ହୋଟେଲ ସଂସ୍ଥା ଦେଶର ଧର୍ମୀୟ ସ୍ଥାନଗୁଡ଼ିକରେ ନୂତନ ହୋଟେଲ ନିର୍ମାଣ ପାଇଁ ଆଗେଇ ଆସୁଛନ୍ତି।
ଧର୍ମୀୟ ସ୍ଥାନଗୁଡ଼ିକର ନବୀକରଣ ଏବଂ ବିକାଶ ହେତୁ ପର୍ଯ୍ୟଟନ କ୍ଷେତ୍ରରେ ଉତ୍ତରପ୍ରଦେଶ ରାଜ୍ୟ କ୍ରମାଗତ ଭାବରେ ଆଗକୁ ବଢ଼ି ଚାଲିଛି। ବିଗତ ଚାରି ବର୍ଷରେ କେବଳ ବାରାଣସୀର ପର୍ଯ୍ୟଟନ କ୍ଷେତ୍ର ପୂର୍ବ ତୁଳନାରେ ୧୦ ଗୁଣରୁ ଅଧିକ ଆୟ ଦେଇଛି। କାଶୀ ବିଶ୍ୱନାଥ ଧାମର ଲୋକାର୍ପଣ ପରେ ଏଥିରେ ଏକ ବଡ଼ ଧରଣର ବୃଦ୍ଧି ଘଟିଛି। ରାଜ୍ୟର ପର୍ଯ୍ୟଟନ ବିଭାଗ ମଧ୍ୟ ଏହି ଦିଗରେ କୌଣସି ସୁଯୋଗକୁ ହାତଛଡ଼ା କରିନାହିଁ। ଏଠାରେ ଜଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ଚାରୋଟି କ୍ରୁଜ (ଜଳ ଜାହାଜ) ସଂଚାଳିତ ହେଉଛି। ୨୦୨୩ ଜାନୁୟାରୀ ୧୩ରେ ବାରାଣସୀରେ ବିଶ୍ୱର ଦୀର୍ଘତମ ନଦୀ ଜଳଯାତ୍ରାର ଶୁଭାରମ୍ଭ କରାଯାଇଛି। ଯାହା ଏମ୍‌ଭି (ମୋଟର ଜାହାଜ) ଗଙ୍ଗା ବିଳାସ ଜଳଯାତ୍ରା ନାମରେ ପରିଚିତ। ବିଶ୍ବ ପର୍ଯ୍ୟଟନ କ୍ଷେତ୍ରରେ ଏହା ଭାରତକୁ ଏକ ସ୍ବତନ୍ତ୍ର ପରିଚୟ ଦେବ। ସେହିଭଳି ଚାରିଧାମ ଯାତ୍ରାରେ ଉତ୍ତରାଖଣ୍ଡକୁ ଏଥର ରେକର୍ଡ ସଂଖ୍ୟକ ଭକ୍ତ ଆସିଛନ୍ତି। କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଅଞ୍ଚଳକୁ ଲକ୍ଷାଧିକ ତୀର୍ଥଯାତ୍ରୀଙ୍କ ଆଗମନ କାରଣରୁ ଉତ୍ତରାଖଣ୍ଡର ରାଜସ୍ବ ବୃଦ୍ଧି ଘଟିଛି। ୨୦୨୨ରେ ଏଠାରେ ପହଞ୍ଚିଛନ୍ତି ୪୩ଲକ୍ଷରୁ ଅଧିକ ଭକ୍ତ ବା ତୀର୍ଥଯାତ୍ରୀ। ୨୦୧୯ରେ ଏମାନଙ୍କ ସଂଖ୍ୟା ଥିଲା ପ୍ରାୟ ୩୫ଲକ୍ଷ।
ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନବୋନ୍ବେଷ ଶିକ୍ଷଣ କାର୍ଯ୍ୟକ୍ରମର ସମାପନ ସମାରୋହକୁ ସମ୍ବୋଧିତ କରି ପୂର୍ବତନ ଉପରାଷ୍ଟ୍ରପତି ଏମ୍‌ ଭେଙ୍କାୟା ନାଇଡୁ କହିଥିଲେ, ଭାରତକୁ ଏକ ବୈଜ୍ଞାନିକ ପୁନର୍ଜାଗରଣ ଏବଂ ସାଂସ୍କୃତିକ ପୁନରୁଦ୍ଧାରର ଆବଶ୍ୟକତା ରହିଛି।

– ଈପ୍ସିତା ମହାନ୍ତି
ବୈପାରୀଗୁଡ଼ା, କୋରାପୁଟ
ମୋ-୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri