ରାତିରେ ସହରର ଭ୍ରମ ସୃଷ୍ଟି କରୁଛି ଇକୋ ରିଟ୍ରିଟ: ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ସୌନ୍ଦର୍ଯ୍ୟ

ଦାରିଙ୍ଗବାଡି, ୩।୧୨(ଅରୁଣ ସାହୁ): ଓଡିଶା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦାରିଙ୍ଗବାଡିରେ ଇକୋ ରିଟ୍ରିଟର ଆରମ୍ଭ ହୋଇଯାଇଛି। ଚଳିତଥର ପର୍ଯ୍ୟଟକଙ୍କ ଅଧିକ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର କଟେଜ ଗୁଡିକର ଦର ଶସ୍ତା କରିବା ସହ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ପାଇଁ ଅଧିକ ସୁବନ୍ଦୋବସ୍ତ କରିଛନ୍ତି। ଆଲୋକମାଳାରେ ଇକୋ ରିଟ୍ରିଟ ରାତିହେଲେ ସହରର ଭ୍ରମ ସୃଷ୍ଟି କରୁଛି। ପର୍ଯ୍ୟଟକଙ୍କୁ ଏହି ଇକୋ ରିଟ୍ରିଟ ଟାଣି ଆଣୁଛି। ଦାରିଙ୍ଗବାଡି ହିଲଭିୟୁ ପାର୍କର ବିପରୀତ ପାର୍ଶ୍ୱରେ ଥିବା ଏକ ପାହାଡ଼ ଉପରେ ଏହି ଇକୋ ରିଟ୍ରିଟଟି ରହିଛି। ଏହା ଦିନରେ କଶ୍ମୀରର ଭ୍ରମ ସୃଷ୍ଟି କରୁଥିବାବେଳେ ରାତିରେ ସହର ଭଳି ଅନୁଭବ ହେଉଛି। ଚଳିତଥର ସାଧାରଣ ଲୋକ ମଧ୍ୟ ଏହାକୁ ବୁକିଂ କରି ଆସୁଥିବା ଜଣାପଡିଛି।

ଭୁବନେଶ୍ୱରଠାରୁ ୨ଶହ ୬୦ କିମି ଦାରିଙ୍ଗବାଡି ଇକୋ ରିଟ୍ରିଟ ହୋଇଥିବା ବେଳେ ବ୍ରହ୍ମପୁରରୁ ୧ ଶହ ୩୫ କିମି ଏବଂ ରାୟଗଡା ଜିଲା ମୁନିଗୁଡା ରେଳ ଷ୍ଟେଶନରୁ ପ୍ରାୟ ୧ ଶହ ୫୦କିମି ଦୂରତା ହେଉଛି ଏହି ଇକୋ ରିଟ୍ରିଟକୁ ତେବେ ଅଧିକାଂଶ ପର୍ଯ୍ୟଟକ ନିଜ ବ୍ୟକ୍ତିଗତ ଗାଡି ନେଇ ପହଞ୍ଚୁଥିବା ଦେଖିବାକୁ ମିଳିଛି।

ପ୍ରକାଶ ଯେ, ଉକ୍ତ ଇକୋ ରିଟ୍ରିଟ ଚଳିତ ମାସ ୧ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଫେବୃୟାରୀ ୨୮ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲା ପର୍ଯ୍ୟଟନ ଅଧିକାରୀ କୁମୁଦିନୀ ମଲିକ କହିଛନ୍ତି। ଏଥିରେ ମୋଟ ୨୫ଟି କଟେଜ ରହିଥିବା ବେଳେ ୫ଟି ପ୍ରିମିୟମ ଓ ୨୦ଟି ଡିଲକ୍ସ କଟେଜ ରୁମ ରହିଛି। ପର୍ଯ୍ୟଟକଙ୍କ ପାଇଁ ଇଣ୍ଡୋର ଗେମ ବ୍ୟବସ୍ଥା ତଥା ଟେବୁଲ ଟେନିସ, କ୍ୟାରମ, ସାଇକେଲିଙ୍ଗ, ଟ୍ରାକିଙ୍ଗ, ପର୍ଯ୍ୟଟନ କ୍ଷେତ୍ର ବୁଲିବା ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ନୃତ୍ୟ, କିଡ୍ସ ଜୋନ, ବ୍ୟାଟେରୀ ଚାଳିତ ଗାଡିରେ ଯାତାୟାତ ବ୍ୟବସ୍ଥା, ପାରମ୍ପରିକ ଖାଦ୍ୟ ଭଳି ଅନେକ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri