Posted inଜାତୀୟ

ହେମନ୍ତଙ୍କ ମୁଣ୍ଡରେ ଇସି ଖଣ୍ଡା

ରାଞ୍ଚତ୍/ନୂଆଦିଲ୍ଲୀ,୨୬ା୮:ଝାଡ଼ଖଣ୍ଡ ଖଣି ଲିଜ୍‌ ମାମଲାରେ ନିର୍ବାଚନ କମିଶନ (ଇସି) ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ହେମନ୍ତଙ୍କ ବିଧାୟକ ପଦ ରଦ୍ଦ କରିବା ଲାଗି ରାଜ୍ୟପାଳ ରମେଶ ବୈସଙ୍କୁ ଆୟୋଗ ସୁପାରିସ କରିଥିବା ଜଣାପଡ଼ିବା ପରେ ସେ କୌଣସି ମୁହୂର୍ତ୍ତରେ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷେ ଲାଭଜନକ ପଦବୀ ବିବାଦରେ ଫସିଥିବା ହେମନ୍ତ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧରେ ସାମ୍ବିଧାନିକ କର୍ତ୍ତୃପକ୍ଷ ଓ ସରକାରୀ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ଅଭିଯୋଗ ଆଣିଛନ୍ତି। ଏଥିସହ ତାଙ୍କ ନିକଟକୁ ରାଜ୍ୟପାଳ କିମ୍ବା ନିର୍ବାଚନ କମିଶନଙ୍କଠାରୁ କୌଣସି ନିର୍ଦ୍ଦେଶ ଆସି ନ ଥିବା ହେମନ୍ତ କହିଛନ୍ତି।
ଝାଡ଼ଖଣ୍ଡର ଖଣି ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଜ ନାମରେ ଷ୍ଟୋନ୍‌ ଚିପ୍ସ ମାଇନିଂ ଲିଜ୍‌ ନେଇଥିବା ଗତ ଫେବୃୟାରୀରେ ଭାଜପା ପକ୍ଷରୁ ଅଭିଯୋଗ ଅଣାଯାଇଥିଲା। ଜନ ପ୍ରତିନିଧି ଆଇନ,୧୯୫୨ର ଧାରା ୯ଏ ଅନୁସାରେ ବିଧାନସଭାରୁ ହେମନ୍ତଙ୍କ ସଦସ୍ୟତା ରଦ୍ଦ କରିବା ସହ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉ ବୋଲି ଭାଜପା ଦାବି କରିଥିଲା। ଲାଭଜନକ ପଦବୀ ନେଇ ଭାଜପାର ଅଭିଯୋଗ ଉପରେ ରାଜ୍ୟପାଳ ରମେଶ ବୈସ ଏହି ମାମଲା ନିର୍ବାଚନ କମିଶନ(ଇସି)ଙ୍କ ନିକଟକୁ ପଠାଇଥିଲେ। ଏଥିସହ ଝାଡ଼ଖଣ୍ଡ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ନୋଟିସ କରି ଖଣି ଲିଜ୍‌ ସମ୍ପର୍କିତ ଦସ୍ତାବିଜ ମଗାଇଥିଲେ। ଗତ ୧୮ ତାରିଖରେ ଏହି ପ୍ରସଙ୍ଗରେ ଶୁଣାଣି ବେଳେ ଭାଜପା ଏବଂ ହେମନ୍ତଙ୍କ ଓକିଲ ନିଜ ନିଜ ପକ୍ଷ ରଖିଥିଲେ। ନିର୍ବାଚନ ଆୟୋଗ ସୋମବାର ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମଙ୍ଗଳବାର ସକାଳେ ନିଜ ମତାମତ ସମ୍ପର୍କିତ ରିପୋର୍ଟ ଏକ ବନ୍ଦ ଲଫାପାରେ ରାଜଭବନକୁ ପଠାଇଦେଇଥିଲେ। ରାଜ୍ୟପାଳ ରମେଶ ବୈସ ଅପରାହ୍ନରେ ଦିଲ୍ଲୀରୁ ରାଞ୍ଚତ୍ରେ ପହଞ୍ଚତ୍ବା ପରେ କହିଛନ୍ତି, ଇସିଙ୍କ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ନିଷ୍ପତ୍ତି ନିଆଯିବ। ଭାଜପା ବିଧାୟକ ନିଶିକାନ୍ତ ଦୁବେ କହିଛନ୍ତି, ହେମନ୍ତ ଖଣି ମନ୍ତ୍ରୀ ଥାଇ ନିଜ ନାମରେ ଷ୍ଟୋନ୍‌ ଚିପ୍ସ ଖନନ ଠିକା ନେଇଛନ୍ତି। ସେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ଉଚିତ। ବିଧାନସଭାକୁ ତୁରନ୍ତ ଭଙ୍ଗକରି ସମସ୍ତ ୮୧ ଆସନରେ ନିର୍ବାଚନ କରାଯାଉ ବୋଲି ଦାବି କରିଛନ୍ତି। ଅନ୍ୟପକ୍ଷେ ଭାଜପା ନେତାମାନେ, ଜଣେ ଏମ୍‌ପି ଏବଂ ତାଙ୍କ ଦ୍ୱାରା ପରିଚାଳିତ କେତେଜଣ ଖବରଦାତା ନିର୍ବାଚନ କମିଶନଙ୍କ ପାଇଁ ରିପୋର୍ଟ ଡ୍ରାଫ୍ଟ କରିଛନ୍ତି। ଭାଜପା ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ସିନା କିଣିନେବ, ଜନ ସମର୍ଥନ କିପରି କିଣିବ ବୋଲି ହେମନ୍ତ ଟୁଇଟ୍‌ କରିଛନ୍ତି। ପ୍ରକାଶ ଯେ, ସମ୍ବିଧାନର ଅନୁଚ୍ଛେଦ ୧୯୨ ଅନୁସାରେ ବିଧାନସଭାର କୌଣସି ସଦସ୍ୟଙ୍କ ଅଯୋଗ୍ୟତା ସମ୍ପର୍କିତ ପ୍ରଶ୍ନ ଉଠିଲେ ତାହା ଉପରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ଧରାଯାଇଥାଏ।

କେନ୍ଦ୍ରୀୟ ସଂସ୍ଥାର ଦୁରୁପଯୋଗ ଅଭିଯୋଗ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି), ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି), ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଓ ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସମେତ ଅନେକ ବିରୋଧୀ ଦଳ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ସରକାରୀ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ଅଭିଯୋଗ ଆଣୁଥିବାବେଳେ ଝାଡ଼ଖଣ୍ଡ ବିଧାନସଭାରେ ହେମନ୍ତ ସୋରେନଙ୍କ ସଦସ୍ୟତାର ରଦ୍ଦ ପ୍ରସଙ୍ଗକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ଏହା ପୂର୍ବରୁ ଜୁଲାଇ ୩୧ରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ୩ ବିଧାୟକ ପଡ଼ୋଶୀ ପଶ୍ଚିମବଙ୍ଗର ହାଓ୍ବଡା ଜିଲାରେ ୫୦ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ। ଭାଜପା ଝାଡ଼ଖଣ୍ଡ ସରକାରକୁ ଭାଙ୍ଗିଦେବା ଭାଜପା ପାଇଁ ଷଡ଼ଯନ୍ତ୍ର ରଚିଥିବା ସେତେବେଳେ ଜେଏମ୍‌ଏମ୍‌ ଏବଂ ଏହାର ମେଣ୍ଟ କଂଗ୍ରେସ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri