ମୃତ୍ୟୁ ପାଇଁ ଇସି ଦାୟୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ କରାଯାଇଥିବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବହୁ ବାଦବିବାଦ ଉପୁଜିଥିଲା। ବିହାରର ସମୁଦାୟ ୭ କୋଟି ୮୯ ଲକ୍ଷ ଭୋଟରଙ୍କ ମଧ୍ୟରୁ ୬୫ ଲକ୍ଷ ଭୋଟର ବାଦ୍‌ ପଡ଼ିଥିଲେ। ସେଠାରେ ବିରୋଧୀମାନେ ଅଭିଯୋଗ କରିଥିଲେ ଯେ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କୁ ହାତ କରି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଥିଲେ। ବିବଦମାନ ସ୍ଥିତି ଉପୁଜିଥିଲେ ମଧ୍ୟ ବିହାରରେ ବିଧାନସଭା ନିର୍ବାଚନ ଶେଷ ହୋଇ ଭାଜପା ସହଯୋଗରେ ନୀତୀଶ କୁମାରଙ୍କ ସରକାର ପୁନଃ କ୍ଷମତାକୁ ଆସିଛି। ବିହାର ଭୋଟର ତାଲିକାରେ ବାହାର ରାଜ୍ୟ ଓ ପଡ଼ୋଶୀ ଦେଶର ନାଗରିକଙ୍କ ନାମ ରହିଥିବାରୁ ଭୋଟର ତାଲିକାରେ ସଂସ୍କାର ଅଣାଯିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ବିଷୟ ଶେଷରେ ନିର୍ବାଚନ କମିଶନ (ଇସି) ସ୍ପଷ୍ଟ କରିଥିଲେ। ସମ୍ଭବତଃ ବିହାରରେ ଏସ୍‌ଆଇଆର୍‌ ସଫଳତା ଦେଖି ନିର୍ବାଚନ କମିଶନ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଗୋଆ, ଗୁଜରାଟ, ପଣ୍ଡିଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦୀପ ପାଇଁ ଭୋଟର ତାଲିକା ସଂଶୋଧନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି କାର୍ଯ୍ୟରେ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ମାନଙ୍କୁ ଇସିଙ୍କ ପକ୍ଷରୁ ନିଯୁକ୍ତ କରାଯାଉଛି। ସେମାନେ ସାଧାରଣତଃ ସରକାରୀ ସ୍କୁଲ ଶିକ୍ଷକ, ରାଜସ୍ବ କାର୍ଯ୍ୟକାଳ କର୍ମଚାରୀ, ଅଙ୍ଗନଓ୍ବାଡି କର୍ମୀ, ପଞ୍ଚାୟତ ସଚିବ ଓ ସ୍ଥାନୀୟ ସରକାରୀ କର୍ମଚାରୀ। ସେମାନେ ଭୋଟର ତାଲିକାରେ ନୂଆ ନାମ ଯୋଡ଼ିବା ବା ବାଦ୍‌ ପକାଇବା, ଯୋଗ୍ୟଙ୍କୁ ଭୋଟର କାର୍ଡ ଦେବା ଏବଂ ବୁଥ୍‌ସ୍ତରରେ ଅବାଧ ଓ ନିରପେକ୍ଷ ସହ ନିର୍ବାଚନରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଭୋଟରଙ୍କୁ ସଚେତନ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜଣେ ବିଏଲ୍‌ଓ ମାସକୁ ୯୫୬ ଜଣ ଭୋଟରଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ତାଙ୍କୁ ଦିଆଯାଇଥିବା କାର୍ଯ୍ୟ ସମାପନ କରିବା ପାଇଁ କୁହାଯାଇଛି। ସୂଚନା ଅନୁଯାୟୀ, ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଉଥିବା ଏସ୍‌ଆଇଆର୍‌ରେ ୫୦ କୋଟି ୯୭ ଲକ୍ଷ ଭୋଟରଙ୍କ ବିଷୟରେ ୫ ଲକ୍ଷ ୩୨ ହଜାର ବିଏଲ୍‌ଓଙ୍କୁ ନିୟୋଜିତ କରାଯାଇଛି। ଅଭିଯୋଗ ହେଉଛି ଯେ, ସେମାନଙ୍କୁ ଠିକ୍‌ ଭାବେ ପ୍ରଶିକ୍ଷଣ ଦିଆଯାଇ ନ ଥିଲା ବେଳେ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ଭୋଟର ତାଲିକା ଶେଷ କରିବାକୁ ଟାର୍ଗେଟ ଦିଆଯାଉଛି। ଫଳରେ କେତେକ ବିଏଲ୍‌ଓ ଚାପର ବଶବର୍ତ୍ତୀ ହେଉଛନ୍ତି ଓ ସ୍ଥଳବିଶେଷରେ ୧୦ ଜଣଙ୍କ ପ୍ରାଣହାନି ଘଟିଥିବା ଖବର ମିଳିଛି। ଗତ କିଛି ଦିନ ମଧ୍ୟରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ କେରଳରୁ ଏହି ମୃତ୍ୟୁ ଘଟଣା ପଦାକୁ ଆସିଛି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସ୍‌ଆଇଆର୍‌କୁ ମୂଳରୁ ବିରୋଧ କରି ଆସୁଛନ୍ତି। ସେ ଆଶଙ୍କା ବ୍ୟକ୍ତ କରୁଛନ୍ତି ଯେ, ଭାଜପା ତାଙ୍କ ସରକାରକୁ ଗାଦିଚ୍ୟୁତ କରିବା ଲାଗି ବିହାର ପରୀକ୍ଷଣକୁ ପ୍ରୟୋଗ କରିବାକୁ ଚାହୁଁଛି। ତେଣୁ ସେ ଯେଉଁଠାରେ ଯେଉଁ ମଞ୍ଚ ପାଉଛନ୍ତି ସେଠାରେ କେନ୍ଦ୍ର ସରକାର ଓ ଇସିଙ୍କୁ ସମାଲୋଚନା କରୁଛନ୍ତି। ୨୫ ନଭେମ୍ବରରେ ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଇସି ପକ୍ଷପାତିତା ଅବଲମ୍ବନ କରି ଏଭଳି ଅଭିଯାନ ଚଳାଇଛି। ଇସିଙ୍କୁ ଭାଜପା କମିଶନ ବୋଲି ଅଭିହିତ କରିବା ସହ ବୋନ୍‌ଗାଁଠାରେ ଏସ୍‌ଆଇଆର୍‌ ବିରୋଧୀ ରାଲିକୁ ସମ୍ବୋଧିତ କରି ଲୋକଙ୍କୁ ସେ କହିଛନ୍ତି, ଯଦି ତୁମ ନାମ ଭୋଟର ତାଲିକାରୁ କଟୁଛି, କେନ୍ଦ୍ର ସରକାରକୁ ଡିଲିଟ୍‌ କରିଦିଅ । ଅବଶ୍ୟ ମମତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ରହିଆସିଥିବା ମତଭେଦ କିଭଳି ରାଜନୈତିକ ଆକ୍ରୋଶରେ ପରିଣିତ ହେଇଛି ସେହି ବିଷୟରେ ସମସ୍ତେ ଅବଗତ ଅଛନ୍ତି। ତେବେ ପଶ୍ଚିମବଙ୍ଗରେ ଦୁଇ ଜଣ ବିଏଲ୍‌ଓଙ୍କ ପ୍ରାଣଯିବା ବିଷୟ ସେଠାରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଛି। ପଶ୍ଚିମବଙ୍ଗରେ ବାଂଲାଦେଶୀ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି କୁହାଯାଇ ଏସ୍‌ଆଇଆର୍‌ କରାଯାଉଥିବା ବେଳେ କେହି ନ ଡରିବାକୁ ମମତା ଆହ୍ବାନ ଦେଇଛନ୍ତି। ମମତା ଯେଉଁ ସ୍ବର ଉଠାଇଛନ୍ତି ତାଙ୍କ ସହ ତାମିଲନାଡୁ ଓ କେରଳ ଆଦି ରାଜ୍ୟ ସ୍ବର ମିଳାଉଥିବା ଦେଖାଯାଉଛି। ଆଗକୁ ଏ ନେଇ ରାଜନୈତିକ ବାଦବିବାଦ ଲାଗି ରହିବାର ଆଶଙ୍କା ଉପୁଜିଲାଣି। କିନ୍ତୁ ଏହି ହରଡ଼ଘଣାରେ ସାଧାରଣ ବିଏଲ୍‌ଓଙ୍କ ପ୍ରାଣ ଯିବା ଅତ୍ୟନ୍ତ ଦୁଃଖଦାୟକ।
କୁହାଯାଉଛି ଯେ, ମାସକ ଭିତରେ ୯୫୬ ଜଣ ଭୋଟରଙ୍କ ବିଷୟରେ ସବିଶେଷ ତଥ୍ୟ ବାହାର କରିବାର ଦାୟିତ୍ୱ ବିଏଲ୍‌ଓଙ୍କୁ ଦିଆଯାଇଛି। ସେହି ଚାପରେ ମୃତ୍ୟୁ ଘଟୁଛି ବୋଲି କୁହାଯାଉଛି। ଭାରତର ପ୍ରତ୍ୟେକ ନାଗରିକ ଭଲ ଭାବେ ଜାଣିଛନ୍ତି ଯେ, କୌଣସି ସରକାରୀ ବିଭାଗ କେବେହେଲେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟରେ ପହଞ୍ଚି ପାରନ୍ତି ନାହିଁ। ଏପରିକି ମାର୍ଚ୍ଚ ମାସରେ ମଧ୍ୟ ଦିଆଯାଇଥିବା ଅନୁଦାନକୁ ସାରି ପାରନ୍ତି ନାହିଁ। ଏଭଳି ପ୍ରଚ୍ଛଦପଟରେ ବିଏଲ୍‌ଓମାନେ ନିର୍ବାଚନ କମିଶନ ଦେଇଥିବା ଲକ୍ଷ୍ୟରେ ପହଞ୍ଚି ପାରୁନାହାନ୍ତି ବୋଲି ମରିଯାଉଛନ୍ତି, ଦାବି କରିବା ଆଦୌ ବିଶ୍ୱାସଯୋଗ୍ୟ ହେଉ ନାହିଁ। ଅନ୍ୟପଟେ ସ୍ବୀକାର କରିବାକୁ ହେବ ଯେ ନିଶ୍ଚିତ ଭାବେ ପ୍ରବଳ ଚାପ ପଡୁଛି, ଯେଉଁଥିପାଇଁ ଏହି ସରକାରୀ କର୍ମଚାରୀମାନେ ମରୁଛନ୍ତି। ତାହାର ଅନ୍ୟ ଅର୍ଥ ହୋଇପାରେ ଯେ ଯେଉଁ ପ୍ରକାରର ଚାପ ପଡୁଛି ତାହା ଏତେ ବେଶି ଅନୈତିକ, ଯାହାକି ଏହି ଲୋକମାନେ ଅସମ୍ଭାଳ ଭାବି ପ୍ରାଣ ହରାଉଛନ୍ତି। ଏହିସବୁ ପ୍ରାଣହାନି ପାଇଁ ଭାରତର ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ଦାୟୀ। ଯେଉଁ ବିଏଲ୍‌ଓଙ୍କ ମୃତ୍ୟୁ ଘଟୁଛି, ନିର୍ବାଚନ କମିଶନଙ୍କ ତରଫରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବାକିଥିବା ଚାକିରି କାଳର ଦରମା ଓ ଆନୁଷଙ୍ଗିକ ସୁବିଧା ସେହି ପରିବାରକୁ ଏକସଙ୍ଗେ ମିଳିବା ଦରକାର। ଏଥିସହିତ ଅଣଶାସକ ଦଳଗୁଡ଼ିକ ମିଳିତ ଭାବେ ଏହିସବୁ ମୃତ୍ୟୁ ସମ୍ପର୍କରେ ଅନୁସନ୍ଧାନ କରି ଚାପ ପଛର ବାସ୍ତବ କାରଣ ଖୋଜିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଲାଣି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

ପିଛା ଛାଡୁନି ସମସ୍ୟା: ଜନ୍ତରମନ୍ତର ଛାଡି ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ହଙ୍ଗାମା, ମୋଦିଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ,୨୧।୭: ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ସୋମବାର କକ୍ରୋଚ ଜନତା ପାର୍ଟି (CJP)ର ସଂସଦ ମାର୍ଚ୍ଚ ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ କରାଯିବା…

ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ ପ୍ରତିବାଦରେ ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ପଦଯାତ୍ରା, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ପହଞ୍ଚି…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିନିଧୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ମଧ୍ୟରେ ସୋମବାର ଏକ ସାକ୍ଷାତ ହୋଇଛି। ସୂତ୍ରରୁ ଜଣାପଡିଛି ଯେ…

ସ୍ତ୍ରୀ ଗୀତାଞ୍ଜଳିଙ୍କ ଅପିଲ୍‌ ପରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ସୋନମ ୱାଙ୍ଗଚୁକଙ୍କୁ…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ। ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଆବେଦନ କ୍ରମେ ୱାଙ୍ଗଚୁକଙ୍କୁ ଏକ ବେସରକାରୀ ହସ୍ପିଟାଲକୁ…

ରାଜନୀତିରେ ହଲଚଲ: କେବଳ ଧର୍ମେନ୍ଦ୍ର ପ୍ରଧାନ ନୁହଁନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ…

ନୂଆଦିଲ୍ଲୀ,୨୧।୭: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ଦେଶବ୍ୟାପୀ ଜାରି ରହିଥିବା ପ୍ରତିବାଦ ମଧ୍ୟରେ କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri