ମୃତ୍ୟୁ ପାଇଁ ଇସି ଦାୟୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ କରାଯାଇଥିବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବହୁ ବାଦବିବାଦ ଉପୁଜିଥିଲା। ବିହାରର ସମୁଦାୟ ୭ କୋଟି ୮୯ ଲକ୍ଷ ଭୋଟରଙ୍କ ମଧ୍ୟରୁ ୬୫ ଲକ୍ଷ ଭୋଟର ବାଦ୍‌ ପଡ଼ିଥିଲେ। ସେଠାରେ ବିରୋଧୀମାନେ ଅଭିଯୋଗ କରିଥିଲେ ଯେ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କୁ ହାତ କରି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଥିଲେ। ବିବଦମାନ ସ୍ଥିତି ଉପୁଜିଥିଲେ ମଧ୍ୟ ବିହାରରେ ବିଧାନସଭା ନିର୍ବାଚନ ଶେଷ ହୋଇ ଭାଜପା ସହଯୋଗରେ ନୀତୀଶ କୁମାରଙ୍କ ସରକାର ପୁନଃ କ୍ଷମତାକୁ ଆସିଛି। ବିହାର ଭୋଟର ତାଲିକାରେ ବାହାର ରାଜ୍ୟ ଓ ପଡ଼ୋଶୀ ଦେଶର ନାଗରିକଙ୍କ ନାମ ରହିଥିବାରୁ ଭୋଟର ତାଲିକାରେ ସଂସ୍କାର ଅଣାଯିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ବିଷୟ ଶେଷରେ ନିର୍ବାଚନ କମିଶନ (ଇସି) ସ୍ପଷ୍ଟ କରିଥିଲେ। ସମ୍ଭବତଃ ବିହାରରେ ଏସ୍‌ଆଇଆର୍‌ ସଫଳତା ଦେଖି ନିର୍ବାଚନ କମିଶନ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଗୋଆ, ଗୁଜରାଟ, ପଣ୍ଡିଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦୀପ ପାଇଁ ଭୋଟର ତାଲିକା ସଂଶୋଧନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି କାର୍ଯ୍ୟରେ ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ)ମାନଙ୍କୁ ଇସିଙ୍କ ପକ୍ଷରୁ ନିଯୁକ୍ତ କରାଯାଉଛି। ସେମାନେ ସାଧାରଣତଃ ସରକାରୀ ସ୍କୁଲ ଶିକ୍ଷକ, ରାଜସ୍ବ କାର୍ଯ୍ୟକାଳ କର୍ମଚାରୀ, ଅଙ୍ଗନଓ୍ବାଡି କର୍ମୀ, ପଞ୍ଚାୟତ ସଚିବ ଓ ସ୍ଥାନୀୟ ସରକାରୀ କର୍ମଚାରୀ। ସେମାନେ ଭୋଟର ତାଲିକାରେ ନୂଆ ନାମ ଯୋଡ଼ିବା ବା ବାଦ୍‌ ପକାଇବା, ଯୋଗ୍ୟଙ୍କୁ ଭୋଟର କାର୍ଡ ଦେବା ଏବଂ ବୁଥ୍‌ସ୍ତରରେ ଅବାଧ ଓ ନିରପେକ୍ଷ ସହ ନିର୍ବାଚନରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଭୋଟରଙ୍କୁ ସଚେତନ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜଣେ ବିଏଲ୍‌ଓ ମାସକୁ ୯୫୬ ଜଣ ଭୋଟରଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ତାଙ୍କୁ ଦିଆଯାଇଥିବା କାର୍ଯ୍ୟ ସମାପନ କରିବା ପାଇଁ କୁହାଯାଇଛି। ସୂଚନା ଅନୁଯାୟୀ, ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଉଥିବା ଏସ୍‌ଆଇଆର୍‌ରେ ୫୦ କୋଟି ୯୭ ଲକ୍ଷ ଭୋଟରଙ୍କ ବିଷୟରେ ୫ ଲକ୍ଷ ୩୨ ହଜାର ବିଏଲ୍‌ଓଙ୍କୁ ନିୟୋଜିତ କରାଯାଇଛି। ଅଭିଯୋଗ ହେଉଛି ଯେ, ସେମାନଙ୍କୁ ଠିକ୍‌ ଭାବେ ପ୍ରଶିକ୍ଷଣ ଦିଆଯାଇ ନ ଥିଲା ବେଳେ ନିର୍ଦ୍ଦିଷ୍ଟ ତାରିଖ ସୁଦ୍ଧା ଭୋଟର ତାଲିକା ଶେଷ କରିବାକୁ ଟାର୍ଗେଟ ଦିଆଯାଉଛି। ଫଳରେ କେତେକ ବିଏଲ୍‌ଓ ଚାପର ବଶବର୍ତ୍ତୀ ହେଉଛନ୍ତି ଓ ସ୍ଥଳବିଶେଷରେ ୧୦ ଜଣଙ୍କ ପ୍ରାଣହାନି ଘଟିଥିବା ଖବର ମିଳିଛି। ଗତ କିଛି ଦିନ ମଧ୍ୟରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ କେରଳରୁ ଏହି ମୃତ୍ୟୁ ଘଟଣା ପଦାକୁ ଆସିଛି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସ୍‌ଆଇଆର୍‌କୁ ମୂଳରୁ ବିରୋଧ କରି ଆସୁଛନ୍ତି। ସେ ଆଶଙ୍କା ବ୍ୟକ୍ତ କରୁଛନ୍ତି ଯେ, ଭାଜପା ତାଙ୍କ ସରକାରକୁ ଗାଦିଚ୍ୟୁତ କରିବା ଲାଗି ବିହାର ପରୀକ୍ଷଣକୁ ପ୍ରୟୋଗ କରିବାକୁ ଚାହୁଁଛି। ତେଣୁ ସେ ଯେଉଁଠାରେ ଯେଉଁ ମଞ୍ଚ ପାଉଛନ୍ତି ସେଠାରେ କେନ୍ଦ୍ର ସରକାର ଓ ଇସିଙ୍କୁ ସମାଲୋଚନା କରୁଛନ୍ତି। ୨୫ ନଭେମ୍ବରରେ ସେ କହିଛନ୍ତି ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଇସି ପକ୍ଷପାତିତା ଅବଲମ୍ବନ କରି ଏଭଳି ଅଭିଯାନ ଚଳାଇଛି। ଇସିଙ୍କୁ ଭାଜପା କମିଶନ ବୋଲି ଅଭିହିତ କରିବା ସହ ବୋନ୍‌ଗାଁଠାରେ ଏସ୍‌ଆଇଆର୍‌ ବିରୋଧୀ ରାଲିକୁ ସମ୍ବୋଧିତ କରି ଲୋକଙ୍କୁ ସେ କହିଛନ୍ତି, ଯଦି ତୁମ ନାମ ଭୋଟର ତାଲିକାରୁ କଟୁଛି, କେନ୍ଦ୍ର ସରକାରକୁ ଡିଲିଟ୍‌ କରିଦିଅ । ଅବଶ୍ୟ ମମତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ରହିଆସିଥିବା ମତଭେଦ କିଭଳି ରାଜନୈତିକ ଆକ୍ରୋଶରେ ପରିଣିତ ହେଇଛି ସେହି ବିଷୟରେ ସମସ୍ତେ ଅବଗତ ଅଛନ୍ତି। ତେବେ ପଶ୍ଚିମବଙ୍ଗରେ ଦୁଇ ଜଣ ବିଏଲ୍‌ଓଙ୍କ ପ୍ରାଣଯିବା ବିଷୟ ସେଠାରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଛି। ପଶ୍ଚିମବଙ୍ଗରେ ବାଂଲାଦେଶୀ ସମସ୍ୟା ସୃଷ୍ଟି କରୁଛନ୍ତି ବୋଲି କୁହାଯାଇ ଏସ୍‌ଆଇଆର୍‌ କରାଯାଉଥିବା ବେଳେ କେହି ନ ଡରିବାକୁ ମମତା ଆହ୍ବାନ ଦେଇଛନ୍ତି। ମମତା ଯେଉଁ ସ୍ବର ଉଠାଇଛନ୍ତି ତାଙ୍କ ସହ ତାମିଲନାଡୁ ଓ କେରଳ ଆଦି ରାଜ୍ୟ ସ୍ବର ମିଳାଉଥିବା ଦେଖାଯାଉଛି। ଆଗକୁ ଏ ନେଇ ରାଜନୈତିକ ବାଦବିବାଦ ଲାଗି ରହିବାର ଆଶଙ୍କା ଉପୁଜିଲାଣି। କିନ୍ତୁ ଏହି ହରଡ଼ଘଣାରେ ସାଧାରଣ ବିଏଲ୍‌ଓଙ୍କ ପ୍ରାଣ ଯିବା ଅତ୍ୟନ୍ତ ଦୁଃଖଦାୟକ।
କୁହାଯାଉଛି ଯେ, ମାସକ ଭିତରେ ୯୫୬ ଜଣ ଭୋଟରଙ୍କ ବିଷୟରେ ସବିଶେଷ ତଥ୍ୟ ବାହାର କରିବାର ଦାୟିତ୍ୱ ବିଏଲ୍‌ଓଙ୍କୁ ଦିଆଯାଇଛି। ସେହି ଚାପରେ ମୃତ୍ୟୁ ଘଟୁଛି ବୋଲି କୁହାଯାଉଛି। ଭାରତର ପ୍ରତ୍ୟେକ ନାଗରିକ ଭଲ ଭାବେ ଜାଣିଛନ୍ତି ଯେ, କୌଣସି ସରକାରୀ ବିଭାଗ କେବେହେଲେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟରେ ପହଞ୍ଚି ପାରନ୍ତି ନାହିଁ। ଏପରିକି ମାର୍ଚ୍ଚ ମାସରେ ମଧ୍ୟ ଦିଆଯାଇଥିବା ଅନୁଦାନକୁ ସାରି ପାରନ୍ତି ନାହିଁ। ଏଭଳି ପ୍ରଚ୍ଛଦପଟରେ ବିଏଲ୍‌ଓମାନେ ନିର୍ବାଚନ କମିଶନ ଦେଇଥିବା ଲକ୍ଷ୍ୟରେ ପହଞ୍ଚି ପାରୁନାହାନ୍ତି ବୋଲି ମରିଯାଉଛନ୍ତି, ଦାବି କରିବା ଆଦୌ ବିଶ୍ୱାସଯୋଗ୍ୟ ହେଉ ନାହିଁ। ଅନ୍ୟପଟେ ସ୍ବୀକାର କରିବାକୁ ହେବ ଯେ ନିଶ୍ଚିତ ଭାବେ ପ୍ରବଳ ଚାପ ପଡୁଛି, ଯେଉଁଥିପାଇଁ ଏହି ସରକାରୀ କର୍ମଚାରୀମାନେ ମରୁଛନ୍ତି। ତାହାର ଅନ୍ୟ ଅର୍ଥ ହୋଇପାରେ ଯେ ଯେଉଁ ପ୍ରକାରର ଚାପ ପଡୁଛି ତାହା ଏତେ ବେଶି ଅନୈତିକ, ଯାହାକି ଏହି ଲୋକମାନେ ଅସମ୍ଭାଳ ଭାବି ପ୍ରାଣ ହରାଉଛନ୍ତି। ଏହିସବୁ ପ୍ରାଣହାନି ପାଇଁ ଭାରତର ନିର୍ବାଚନ କମିଶନ ସମ୍ପୂର୍ଣ୍ଣ ଦାୟୀ। ଯେଉଁ ବିଏଲ୍‌ଓଙ୍କ ମୃତ୍ୟୁ ଘଟୁଛି, ନିର୍ବାଚନ କମିଶନଙ୍କ ତରଫରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବାକିଥିବା ଚାକିରି କାଳର ଦରମା ଓ ଆନୁଷଙ୍ଗିକ ସୁବିଧା ସେହି ପରିବାରକୁ ଏକସଙ୍ଗେ ମିଳିବା ଦରକାର। ଏଥିସହିତ ଅଣଶାସକ ଦଳଗୁଡ଼ିକ ମିଳିତ ଭାବେ ଏହିସବୁ ମୃତ୍ୟୁ ସମ୍ପର୍କରେ ଅନୁସନ୍ଧାନ କରି ଚାପ ପଛର ବାସ୍ତବ କାରଣ ଖୋଜିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଲାଣି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?