ପ୍ରତି ୧୦ମିନିଟ୍‌ରେ ଜଣେ ମହିଳାଙ୍କୁ ପରିବାର ଲୋକେ ହତ୍ୟା କରୁଛନ୍ତି

ନ୍ୟୁୟର୍କ,୨୬ା୧୧(ପି.ଟି.): ବିଶ୍ୱରେ ପ୍ରତି ୧୦ ମିନିଟ୍‌ରେ ଜଣେ ମହିଳା କିମ୍ବା ଯୁବତୀଙ୍କୁ ତାଙ୍କ ପାର୍ଟନର ଅଥବା ପରିବାର ସଦସ୍ୟ ହତ୍ୟା କରୁଥିବା ଜାତିସଂଘର ନୂତନ ତଥ୍ୟରୁ ଜଣାପଡ଼ିଛି। ଅର୍ଥାତ୍‌ ପ୍ରତିଦିନ ହାରାହାରି ୧୩୭ ଜଣ ମହିଳା ବା ବାଳିକାଙ୍କୁ ପରିବାର ସଦସ୍ୟ ହତ୍ୟା କରୁଥିବା ଜାତିସଂଘର ନିଶାଦ୍ରବ୍ୟ ଓ ଅପରାଧ କାର୍ଯ୍ୟାଳୟ (ୟୁଏନ୍‌ଓଡିସି) ଏବଂ ଜାତିସଂଘ ମହିଳା ରିପୋର୍ଟରେ ପ୍ରକାଶ ପାଇଛି। ଗତବର୍ଷ ୮୩,୦୦୦ ମହିଳା ଓ ଯୁବତୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୦% ଅର୍ଥାତ୍‌ ୫୦,୦୦୦ଙ୍କୁ ସେମାନଙ୍କ ଘନିଷ୍ଠ ପାର୍ଟନର କିମ୍ବା ପରିବାର ସଦସ୍ୟ ହତ୍ୟା କରିଥିଲେ। ଅନ୍ୟପକ୍ଷରେ ଗତବର୍ଷ ପୁରୁଷ ହତ୍ୟାର ୧୧% ସେମାନଙ୍କ ପାର୍ଟନର କିମ୍ବା ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଛି। ବିଶ୍ୱରେ ଅନେକ ମହିଳା ଓ ବାଳିକାଙ୍କ ପାଇଁ ଘର ଏକ ବିପଜ୍ଜନକ ସ୍ଥାନ ହୋଇ ରହିଥିବା ୟୁଏନ୍‌ଓଡିସିର କାର୍ଯ୍ୟକାରୀ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଜନ୍‌ ବ୍ରାଣ୍ଡୋଲିନୋ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ତ୍ରିଶୂଳୀ ସୁଡ଼ଙ୍ଗ ଭିତରେ ‘ହରେ କୃଷ୍ଣ’ ଜପ କରୁଥିଲେ ସଞ୍ଜୟ; ଜନ୍ମାଷ୍ଟମୀରେ ମିଳିଲା ନୂଆ ଜୀବନ

କାଠମାଣ୍ଠୁ,୪।୯: ନେପାଳର ତ୍ରିଶୁଳିରେ ଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରୁ ଶୁକ୍ରବାର ଦୁଇଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା…

‘ଭାରତର ୪ବନ୍ଧ ଆମ ପାଇଁ ଡେଥ ଓ୍ବାରେଣ୍ଟ’, ଘାବରେଇଲେଣି ପାକିସ୍ତାନୀ ଏକ୍ସପର୍ଟ, ଧମକ ଦେଇ କହିଲେ…

ଇସଲାମାବାଦ,୪।୯: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେବା ପରଠାରୁ ପାକିସ୍ତାନ ବିଷ ଓଗାଳି ଚାଲିଛି। ଇତିମଧ୍ୟରେ, ପାକିସ୍ତାନୀ ଜଳ ବିଶେଷଜ୍ଞ ରସିଦ ଆବାସି…

ମଣିଷ ଭଳି ଭାବିବ AI! OpenAI ଲଞ୍ଚ କଲା GPT-6 Astra

ନୂଆଦିଲ୍ଲୀ,୪।୯: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି OpenAI । କମ୍ପାନୀ ନିଜର ନୂଆ AI ମଡେଲ୍ GPT-6 Astraର ରୋଲ୍‌ଆଉଟ୍ ଆରମ୍ଭ…

ମେଲୋନିଙ୍କୁ ଖାସ୍‌ ମେସେଜ୍‌ ପଠାଇଲେ ମୋଦି, କହିଲେ ଡିୟର…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ନୂଆ ରାଜନୈତିକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଉପଲବ୍ଧି ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲୋନିଙ୍କୁ ଅଭିନନ୍ଦନ…

ବଡ଼ ଚମତ୍କାର: ନେପାଳ ବନ୍ୟାର ୯ ଦିନ ପରେ ମାଟି ତଳୁ ଜୀବନ୍ତ ଉଦ୍ଧାର ହେଲେ ୨ ବ୍ୟକ୍ତି, ଏବେ ବି ଶୁଣାଯାଉଛି ଆହୁରି ସ୍ବର

କାଠମାଣ୍ଡୁ,୪।୯: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଏକ ବଡ଼ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ରସୁୱା ଜିଲାରେ ବନ୍ୟା ପରେ ତ୍ରିଶୁଳୀ-୩ଏ ହାଇଡ୍ରୋପାୱାର ପ୍ରକଳ୍ପର…

ଭଉଣୀଙ୍କ ବଢୁଥିଲା ଫଲୋଅର୍ସ, ସହି ନ ପାରି ଭାଇ ନେଲେ ଚରମ ପଦକ୍ଷେପ

ଇସଲାମାବାଦ୍‌,୪।୯: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୧୮ ବର୍ଷର ଝିଅ ନିଜ ସୋସିଆଲ ମିଡିଆ ଲୋକପ୍ରିୟତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ନିଜ ସାନ ଭଉଣୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri