Posted inଜାତୀୟ

‘ଶାହାଙ୍କ କଥାରେ ଇସି’

ନନ୍ଦିଗ୍ରାମ,୨ା୪:ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ମତଦାନ ବାଧାପ୍ରାପ୍ତ ହୋଇଛି। କେତେକ ସ୍ଥାନରେ ହିଂସା ମଧ୍ୟ ଘଟିଛି। ଭାଜପା ଗୁଣ୍ଡାମାନେ ଭୋଟ ଗ୍ରହଣ ବେଳେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି। ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହେବା ପରଠାରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ୭୩ଟି ଅଭିଯୋଗ କରାଯାଇଛି। ଏସବୁ ସତ୍ତ୍ୱେ ନିର୍ବାଚନ କମିଶନ (ଇସି) କିଛି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଇସି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ କଥା ମାନି ଚଳୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି।
ପଶ୍ଚିମବଙ୍ଗରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ହାଇପ୍ରୋଫାଇଲ ସିଟ୍‌ ନନ୍ଦିଗ୍ରାମରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏହି ଆସନର ଟିଏମ୍‌ସି ପ୍ରାର୍ଥୀ ତଥା ଦଳର ସୁପ୍ରିମୋ ମମତା ବାନାର୍ଜୀ ମତଦାନ ପ୍ରକ୍ରିୟା ଅନୁଧ୍ୟାନ ପାଇଁ ବୋୟାଲ ଅଞ୍ଚଳକୁ ଯାଇଥିବାବେଳେ ଭାଜପା କର୍ମୀ ହିଂସା ଭିଆଇଥିବା ଅଭିଯୋଗ ହୋଇଛି। ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସମର୍ଥକମାନେ ମମତାଙ୍କୁ ଦେଖି ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ବୁଥ ନମ୍ବର ୭ରେ ପୁନଃ ମତଦାନ ପାଇଁ ଟିଏମ୍‌ସି ପକ୍ଷରୁ ଦାବି କରାଯାଇଥିବାବେଳେ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ପୋଲିସ କହିଛି। କେନ୍ଦ୍ରୀୟ ବଳ ଶାନ୍ତି ପାଇଁ ଉଦ୍ୟମ କରିଥିଲା। ନିର୍ବାଚନ ଉପାୟୁକ୍ତ ସୁଦୀପ ଜୈନ ଏନେଇ ସ୍ଥାନୀୟ ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି। ସେହିପରି ଏହା ପୂର୍ବରୁ ପଶ୍ଚିମ ମେଦିନୀପୁର ଜିଲା କେଶପୁର ଅଞ୍ଚଳରେ ଜଣେ ଟିଏମ୍‌ସି କର୍ମୀଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ମୃତକଙ୍କ ଭାଇ ସମିରନ୍‌ ଦୋଲୁଇ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି। ଏନେଇ ମଧ୍ୟ ନିର୍ବାଚନ କମିଶନର ରିପୋର୍ଟ ତଲବ କରିଛନ୍ତି। ସେହିପରି ମତଦାନ ଆରମ୍ଭ ହେବାବେଳେ ୧୫୦ରୁ ଊର୍ଦ୍ଧ୍ୱ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) କାମ କରୁ ନ ଥିବା ନେଇ ଟିଏମ୍‌ସି ଏମ୍‌ପି ମୋହୁଆ ମୋଇତ୍ର ଟୁଇଟ୍‌ କରି ଅଭିଯୋଗ ଆଣିଥିଲେ। ଏସବୁକୁ ନେଇ ନିର୍ବାଚନ କମିଶନ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ମମତା। ଏହାସତ୍ତ୍ୱେ ନନ୍ଦିଗ୍ରାମରେ ବିଜୟୀ ହେବେ ବୋଲି ଟିଏମ୍‌ସି ସୁପ୍ରିମୋ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ମତଦାନ ଶେଷ ହେବା ପରେ ହୁଇଲ୍‌ ଚେୟାରରେ ବସି ଗଣମାଧ୍ୟମକୁ ବିଜୟ ସଙ୍କେତ ‘ଭି’ ଦେଖାଇ ମମତା କହିଛନ୍ତି, ନନ୍ଦିଗ୍ରାମକୁ ନେଇ ସେ ଚିନ୍ତିତ ନୁହନ୍ତି। ଏହି ଆସନରେ ତାଙ୍କ ବିଜୟ ସୁନିଶ୍ଚିତ। ତେବେ ସେ ଗଣତନ୍ତ୍ରକୁ ନେଇ ଚିନ୍ତିତ। ଏହା ପୂର୍ବରୁ ମମତା ଶାହାଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ, ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ପ୍ରଚାର କରୁଥିବା ଅମିତ୍‌ ଶାହା ଭାଜପାର ଗୁଣ୍ଡାମାନଙ୍କୁ ଲଗାମ ଲଗାନ୍ତୁ। ସେ କେନ୍ଦ୍ରୀୟ ବଳଗୁଡ଼ିକୁ ନିର୍ଦ୍ଦେଶ ଦେଉଛନ୍ତି। ମହିଳା ଖବରଦାତାମାନଙ୍କୁ ହଇରାଣ କରାଯାଉଛି। ଏହା ଲଜ୍ଜାଜନକ ବିଷୟ। ଲୋକେ ସେମାନଙ୍କୁ ଉଚିତ ଜବାବ ଦେବେ। ନିର୍ବାଚନ ସମ୍ପର୍କିତ ୬୩ ଅଭିଯୋଗ ସତ୍ତ୍ୱେ ଇସି କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଏହା ଗ୍ରହଣୀୟ ନୁହେଁ। ଏହା ଉପରେ ଆମେ କୋର୍ଟରେ ଚ୍ୟାଲେଞ୍ଜ କରିବୁ ବୋଲି ମମତା ନିର୍ବାଚନ କମିଶନଙ୍କୁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ମମତାଙ୍କ ଅଭିଯୋଗକୁ ଶୁଭେନ୍ଦୁ ଖଣ୍ଡନ କରିଛନ୍ତି। ନନ୍ଦିଗ୍ରାମର ଭୋଟରଙ୍କୁ ଅପମାନିତ କରିବା ମମତାଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି। ପୂର୍ବରୁ ସେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ମୁଣ୍ଡରେ ଏହାର ଦୋଷ ଲଦିଥିଲେ। ଏହି ଅପମାନକୁ ନନ୍ଦିଗ୍ରାମବାସୀ ଭୁଲିପାରିବେ ନାହିଁ ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?