Posted inଜାତୀୟ

‘ଶାହାଙ୍କ କଥାରେ ଇସି’

ନନ୍ଦିଗ୍ରାମ,୨ା୪:ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ମତଦାନ ବାଧାପ୍ରାପ୍ତ ହୋଇଛି। କେତେକ ସ୍ଥାନରେ ହିଂସା ମଧ୍ୟ ଘଟିଛି। ଭାଜପା ଗୁଣ୍ଡାମାନେ ଭୋଟ ଗ୍ରହଣ ବେଳେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି। ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହେବା ପରଠାରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ୭୩ଟି ଅଭିଯୋଗ କରାଯାଇଛି। ଏସବୁ ସତ୍ତ୍ୱେ ନିର୍ବାଚନ କମିଶନ (ଇସି) କିଛି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଇସି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ କଥା ମାନି ଚଳୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି।
ପଶ୍ଚିମବଙ୍ଗରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ହାଇପ୍ରୋଫାଇଲ ସିଟ୍‌ ନନ୍ଦିଗ୍ରାମରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏହି ଆସନର ଟିଏମ୍‌ସି ପ୍ରାର୍ଥୀ ତଥା ଦଳର ସୁପ୍ରିମୋ ମମତା ବାନାର୍ଜୀ ମତଦାନ ପ୍ରକ୍ରିୟା ଅନୁଧ୍ୟାନ ପାଇଁ ବୋୟାଲ ଅଞ୍ଚଳକୁ ଯାଇଥିବାବେଳେ ଭାଜପା କର୍ମୀ ହିଂସା ଭିଆଇଥିବା ଅଭିଯୋଗ ହୋଇଛି। ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସମର୍ଥକମାନେ ମମତାଙ୍କୁ ଦେଖି ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ବୁଥ ନମ୍ବର ୭ରେ ପୁନଃ ମତଦାନ ପାଇଁ ଟିଏମ୍‌ସି ପକ୍ଷରୁ ଦାବି କରାଯାଇଥିବାବେଳେ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ପୋଲିସ କହିଛି। କେନ୍ଦ୍ରୀୟ ବଳ ଶାନ୍ତି ପାଇଁ ଉଦ୍ୟମ କରିଥିଲା। ନିର୍ବାଚନ ଉପାୟୁକ୍ତ ସୁଦୀପ ଜୈନ ଏନେଇ ସ୍ଥାନୀୟ ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି। ସେହିପରି ଏହା ପୂର୍ବରୁ ପଶ୍ଚିମ ମେଦିନୀପୁର ଜିଲା କେଶପୁର ଅଞ୍ଚଳରେ ଜଣେ ଟିଏମ୍‌ସି କର୍ମୀଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ମୃତକଙ୍କ ଭାଇ ସମିରନ୍‌ ଦୋଲୁଇ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି। ଏନେଇ ମଧ୍ୟ ନିର୍ବାଚନ କମିଶନର ରିପୋର୍ଟ ତଲବ କରିଛନ୍ତି। ସେହିପରି ମତଦାନ ଆରମ୍ଭ ହେବାବେଳେ ୧୫୦ରୁ ଊର୍ଦ୍ଧ୍ୱ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) କାମ କରୁ ନ ଥିବା ନେଇ ଟିଏମ୍‌ସି ଏମ୍‌ପି ମୋହୁଆ ମୋଇତ୍ର ଟୁଇଟ୍‌ କରି ଅଭିଯୋଗ ଆଣିଥିଲେ। ଏସବୁକୁ ନେଇ ନିର୍ବାଚନ କମିଶନ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ମମତା। ଏହାସତ୍ତ୍ୱେ ନନ୍ଦିଗ୍ରାମରେ ବିଜୟୀ ହେବେ ବୋଲି ଟିଏମ୍‌ସି ସୁପ୍ରିମୋ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ମତଦାନ ଶେଷ ହେବା ପରେ ହୁଇଲ୍‌ ଚେୟାରରେ ବସି ଗଣମାଧ୍ୟମକୁ ବିଜୟ ସଙ୍କେତ ‘ଭି’ ଦେଖାଇ ମମତା କହିଛନ୍ତି, ନନ୍ଦିଗ୍ରାମକୁ ନେଇ ସେ ଚିନ୍ତିତ ନୁହନ୍ତି। ଏହି ଆସନରେ ତାଙ୍କ ବିଜୟ ସୁନିଶ୍ଚିତ। ତେବେ ସେ ଗଣତନ୍ତ୍ରକୁ ନେଇ ଚିନ୍ତିତ। ଏହା ପୂର୍ବରୁ ମମତା ଶାହାଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ, ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ପ୍ରଚାର କରୁଥିବା ଅମିତ୍‌ ଶାହା ଭାଜପାର ଗୁଣ୍ଡାମାନଙ୍କୁ ଲଗାମ ଲଗାନ୍ତୁ। ସେ କେନ୍ଦ୍ରୀୟ ବଳଗୁଡ଼ିକୁ ନିର୍ଦ୍ଦେଶ ଦେଉଛନ୍ତି। ମହିଳା ଖବରଦାତାମାନଙ୍କୁ ହଇରାଣ କରାଯାଉଛି। ଏହା ଲଜ୍ଜାଜନକ ବିଷୟ। ଲୋକେ ସେମାନଙ୍କୁ ଉଚିତ ଜବାବ ଦେବେ। ନିର୍ବାଚନ ସମ୍ପର୍କିତ ୬୩ ଅଭିଯୋଗ ସତ୍ତ୍ୱେ ଇସି କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଏହା ଗ୍ରହଣୀୟ ନୁହେଁ। ଏହା ଉପରେ ଆମେ କୋର୍ଟରେ ଚ୍ୟାଲେଞ୍ଜ କରିବୁ ବୋଲି ମମତା ନିର୍ବାଚନ କମିଶନଙ୍କୁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ମମତାଙ୍କ ଅଭିଯୋଗକୁ ଶୁଭେନ୍ଦୁ ଖଣ୍ଡନ କରିଛନ୍ତି। ନନ୍ଦିଗ୍ରାମର ଭୋଟରଙ୍କୁ ଅପମାନିତ କରିବା ମମତାଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି। ପୂର୍ବରୁ ସେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ। କିନ୍ତୁ ସ୍ଥାନୀୟ ଲୋକଙ୍କ ମୁଣ୍ଡରେ ଏହାର ଦୋଷ ଲଦିଥିଲେ। ଏହି ଅପମାନକୁ ନନ୍ଦିଗ୍ରାମବାସୀ ଭୁଲିପାରିବେ ନାହିଁ ବୋଲି ଶୁଭେନ୍ଦୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri