Posted inଫୁରସତ

ଟଙ୍କା ବଞ୍ଚାଇବାକୁ ଡଷ୍ଟବିନ୍‌ରୁ ଖାଆନ୍ତି ଖାଦ୍ୟ

ସାକ୍ରାମେଣ୍ଟୋ: ଦୁନିଆରେ ବହୁ ଲୋକ ବାସ କରୁଥିବାବେଳେ ସେମାନଙ୍କ ମଧ୍ୟରୁ କେତେକ ବହୁତ ଖର୍ଚ୍ଚି ହୋଇଥିବାବେଳେ ଆଉ କିଛି କଞ୍ଜୁସ ହୋଇଥାନ୍ତି। ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କଞ୍ଜୁସିର ସମସ୍ତ ସୀମା ପାର କରିଛନ୍ତି। ରିପୋର୍ଟ ମୁତାବକ, ଦକ୍ଷିଣ କାଲିଫର୍ନିଆର ବାସିନ୍ଦା ରୋନ ମେସ୍ତ୍ରିଙ୍କ ଅନୁସାରେ, ଭୋଜନ ଛଡ଼ା ଅନ୍ୟ କୌଣସି ଖର୍ଚ୍ଚ ଫାଲ୍‌ତୁ ଅଟେ। ଯଦି ସେତକ ଟଙ୍କା ବଞ୍ଚିଯାଏ, ତେବେ ଭଲ କଥା। ରୋନ ଟଙ୍କା ସଞ୍ଚୟ କରି ଏକ ଘର କିଣିବା ପରେ ଅନେକ ଫାଲ୍‌ତୁ ଖର୍ଚ୍ଚରୁ ବଞ୍ଚିବା ପାଇଁ ଘରେ କୌଣସି ଆସବାବପତ୍ର ରଖିନାହାନ୍ତି। ଜଣେ ୟୁଟ୍ୟୁବରଙ୍କ ଭିଡିଓରେ କୁକ୍‌ୱେର କମ୍ପାନୀର ପୂର୍ବତନ କର୍ମଚାରୀ ରୋନ କହିଛନ୍ତି, ଲୋକେ ଶସ୍ତାରେ ଖାଇପିଇ ଭଲ ଜୀବନ ଅତିବାହିତ କରିପାରିବେ। ଭିଡିଓରେ ରୋନ ବଳିଥିବା ମଦକୁ ସମୁଦ୍ରକୂଳରୁ ଗୋଟାଉଥିବା ଦେଖିବାକୁ ମିଳିଛି। ତାଙ୍କ କହିବା କଥା, ଯଦି କେହି ବାହାରକୁ ଯାଇ ମଦ ପିଇବାକୁ ଚାହେଁ ସେଥିପାଇଁ ତାଙ୍କୁ ପାଖାପାଖି ୧୦ ଡଲାର ଭାରତୀୟ ମୁଦ୍ରାରେ ୮୨୨ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଯଦି ଆମେ ମଦ ଖୋଜିବା, ତେବେ ସେଥିପାଇଁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି। ଏହାଛଡ଼ା ରୋନ ଜଙ୍ଗଲୀ ଜଡିବୁଟି ଖୋଜିବାକୁ ରାସ୍ତା କଡ଼କୁ ଯାଆନ୍ତି। ଭିଡିଓରେ ରାସ୍ତା କଡ଼ରେ ତାଙ୍କୁ ଏକ ଗଛ ମିଳିଥିବା ଦେଖିବାକୁ ମିଳିଛି, ଯାହା ପାଳକର ଏକ ପ୍ରଜାତି, ଏହା ସମ୍ପୂର୍ଣ୍ଣ ଖାଇବାଯୋଗ୍ୟ ବୋଲି କହିଛନ୍ତି। ଏପରି କିଛି ଗଛକୁ ସେ ବୁଲି ବୁଲି ଏକାଠି କରନ୍ତି। ସେ ଏପରି କରି ମାସକୁ ପ୍ରାୟ ୪୦ ଡଲାର ଅର୍ଥାତ୍‌ ୩୩୦୦ ଟଙ୍କା ବଞ୍ଚେଇ ଦିଅନ୍ତି ବୋଲି କହିଛନ୍ତି। ଏଥିସହ ସେ ଡଷ୍ଟବିନ୍‌ରୁ ଖାଦ୍ୟ ଖୋଜିକରି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

କାର୍ଯ୍ୟବନ୍ଦ ଚେତାବନୀ ଦେଲେ ହସ୍ପିଟାଲ କର୍ମଚାରୀ

ନବରଙ୍ଗପୁର,୧୮।୮(ସଦାଶିବ ପ୍ରହରାଜ): ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ହସ୍ପିଟାଲ କର୍ମଚାରୀ ସଂଘ ନବରଙ୍ଗପୁର ଜିଲା ଶାଖା। ମଙ୍ଗଳବାର ଭାରତୀୟ…

୨୦୨୫ ପାଇଁ ଖେଳରତ୍ନ ପୁରସ୍କାର ନାହିଁ, ତେଜସ୍ବିନ, ଦିବ୍ୟା, ଗାୟତ୍ରୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୧୮ା୮- ୨୦୨୫ ବର୍ଷ ଲାଗି କୌଣସି ଆଥଲେଟ୍‌ଙ୍କୁ ସମାନ୍‌ଜନକ ଧ୍ୟାନ୍‌ ଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ ନାହିଁ। ଏ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ନିଷ୍ପତ୍ତି…

ଜେଲ୍‌ରୁ ମୁକୁଳିଲେ ମାଓନେତା ଆଜାଦ୍: ୧୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ପରେ…

ଗଜପତି,୧୮।୮(ଗିରିଧାରୀ ପରିଛା): ଦୀର୍ଘ ୧୫ ବର୍ଷ, ୨ ମାସ ଏବଂ ୧୮ ଦିନ ଜେଲରେ ବିଚାରାଧୀନ କୈଦୀ ଭାବେ ରହିବା ପରେ ଶେଷରେ ମୁକ୍ତି ପାଇଛନ୍ତି ମାଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri