Posted inଫୁରସତ

ଟଙ୍କା ବଞ୍ଚାଇବାକୁ ଡଷ୍ଟବିନ୍‌ରୁ ଖାଆନ୍ତି ଖାଦ୍ୟ

ସାକ୍ରାମେଣ୍ଟୋ: ଦୁନିଆରେ ବହୁ ଲୋକ ବାସ କରୁଥିବାବେଳେ ସେମାନଙ୍କ ମଧ୍ୟରୁ କେତେକ ବହୁତ ଖର୍ଚ୍ଚି ହୋଇଥିବାବେଳେ ଆଉ କିଛି କଞ୍ଜୁସ ହୋଇଥାନ୍ତି। ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କଞ୍ଜୁସିର ସମସ୍ତ ସୀମା ପାର କରିଛନ୍ତି। ରିପୋର୍ଟ ମୁତାବକ, ଦକ୍ଷିଣ କାଲିଫର୍ନିଆର ବାସିନ୍ଦା ରୋନ ମେସ୍ତ୍ରିଙ୍କ ଅନୁସାରେ, ଭୋଜନ ଛଡ଼ା ଅନ୍ୟ କୌଣସି ଖର୍ଚ୍ଚ ଫାଲ୍‌ତୁ ଅଟେ। ଯଦି ସେତକ ଟଙ୍କା ବଞ୍ଚିଯାଏ, ତେବେ ଭଲ କଥା। ରୋନ ଟଙ୍କା ସଞ୍ଚୟ କରି ଏକ ଘର କିଣିବା ପରେ ଅନେକ ଫାଲ୍‌ତୁ ଖର୍ଚ୍ଚରୁ ବଞ୍ଚିବା ପାଇଁ ଘରେ କୌଣସି ଆସବାବପତ୍ର ରଖିନାହାନ୍ତି। ଜଣେ ୟୁଟ୍ୟୁବରଙ୍କ ଭିଡିଓରେ କୁକ୍‌ୱେର କମ୍ପାନୀର ପୂର୍ବତନ କର୍ମଚାରୀ ରୋନ କହିଛନ୍ତି, ଲୋକେ ଶସ୍ତାରେ ଖାଇପିଇ ଭଲ ଜୀବନ ଅତିବାହିତ କରିପାରିବେ। ଭିଡିଓରେ ରୋନ ବଳିଥିବା ମଦକୁ ସମୁଦ୍ରକୂଳରୁ ଗୋଟାଉଥିବା ଦେଖିବାକୁ ମିଳିଛି। ତାଙ୍କ କହିବା କଥା, ଯଦି କେହି ବାହାରକୁ ଯାଇ ମଦ ପିଇବାକୁ ଚାହେଁ ସେଥିପାଇଁ ତାଙ୍କୁ ପାଖାପାଖି ୧୦ ଡଲାର ଭାରତୀୟ ମୁଦ୍ରାରେ ୮୨୨ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଯଦି ଆମେ ମଦ ଖୋଜିବା, ତେବେ ସେଥିପାଇଁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି। ଏହାଛଡ଼ା ରୋନ ଜଙ୍ଗଲୀ ଜଡିବୁଟି ଖୋଜିବାକୁ ରାସ୍ତା କଡ଼କୁ ଯାଆନ୍ତି। ଭିଡିଓରେ ରାସ୍ତା କଡ଼ରେ ତାଙ୍କୁ ଏକ ଗଛ ମିଳିଥିବା ଦେଖିବାକୁ ମିଳିଛି, ଯାହା ପାଳକର ଏକ ପ୍ରଜାତି, ଏହା ସମ୍ପୂର୍ଣ୍ଣ ଖାଇବାଯୋଗ୍ୟ ବୋଲି କହିଛନ୍ତି। ଏପରି କିଛି ଗଛକୁ ସେ ବୁଲି ବୁଲି ଏକାଠି କରନ୍ତି। ସେ ଏପରି କରି ମାସକୁ ପ୍ରାୟ ୪୦ ଡଲାର ଅର୍ଥାତ୍‌ ୩୩୦୦ ଟଙ୍କା ବଞ୍ଚେଇ ଦିଅନ୍ତି ବୋଲି କହିଛନ୍ତି। ଏଥିସହ ସେ ଡଷ୍ଟବିନ୍‌ରୁ ଖାଦ୍ୟ ଖୋଜିକରି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

ଆଜି ବିଶ୍ୱ ମାତୃ ଦିବସ

ବିଶ୍ୱ ମାତୃ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହାକି ମା’ ଏବଂ ମାତୃଭାଷାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହା ଜଣେ ମା’ର...

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ...

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri