ଫ୍ୟାଟ୍‌ ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…

ଅସନ୍ତୁଳିତ ଖାଦ୍ୟପେୟ ପାଇଁ ଅନେକେ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଆଜିକାଲି ଆମେ ଯଦି ନିଜର ଖାଦ୍ୟ ପ୍ରତି ସତର୍କ ରହିବା ତେବେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିପାରିବା। ବିଶେଷଭାବରେ ଅଧିକ ଫ୍ୟାଟ୍‌ ଜାତୀୟ ଖାଦ୍ୟ ପରବର୍ତ୍ତୀ ସମୟରେ କିଛି ରୋଗକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ଅନ୍ୟପକ୍ଷରେ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ହେଉ ଅବା ଫ୍ୟାଟ୍‌ ଜାତୀୟ ଖାଦ୍ୟ ଖାଇବା ଯୋଗୁ ବ୍ରେନ୍‌ ଷ୍ଟ୍ରୋକ୍‌ ପରି ଗୁରୁତର ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଭଳି ସତର୍କ ସୂଚନା ଦେଇଛନ୍ତି ୟୁନିଭର୍ସିଟି ଅଫ୍‌ ସିଓଲର ବିଶେଷଜ୍ଞମାନେ। ଏଭଳି ଖାଦ୍ୟ ନିୟମିତ ଏବଂ ଆବଶ୍ୟକତାଠାରୁ ଅଧିକ ଖାଇଲେ ତାହା ଶରୀରରେ ଚର୍ବି ପରିମାଣ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିଯୋଗୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ ଏବଂ ପରବର୍ତ୍ତୀ ସମୟରେ ଷ୍ଟ୍ରୋକ୍‌ ପରି ସମସ୍ୟାର ସାମ୍‌ନା କରିବାକୁ ପଡ଼ିଥାଏ। କେବଳ ସେତିକି ନୁହେଁ, ଏପରି ଖାଦ୍ୟ ଯୋଗୁ ହୃଦ୍‌ଜନିତ ସମସ୍ୟାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ସବୁବେଳେ ନିଜର ଖାଦ୍ୟପେୟ ପ୍ରତି ସତର୍କତା ଅବଲମ୍ବନ କରିବା ନିହାତି ଦରକାର ବୋଲି ସେମାନେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୃଷ୍ଟି ହେବ ସମସପ୍ତକ ଯୋଗ, ମାଲାମାଲ ହେବେ ଏହି ୩ରାଶିର ବ୍ୟକ୍ତି

ଜ୍ୟୋତିଷ ଶାସ୍ତ୍ରରେ ସମାସପ୍ତକ ଯୋଗକୁ ଶୁଭ ଭାବେ ବିବେଚନା କରାଯାଇଥାଏ । ଏହି ଯୋଗ ମଙ୍ଗଳ ଏବଂ ଚନ୍ଦ୍ରଙ୍କ ମଧ୍ୟରେ ପାରସ୍ପରିକ କ୍ରିୟା ଦ୍ୱାରା ଗଠିତ ।…

କ୍ୟାନ୍‌ସର ଔଷଧ, ଟିକା, ଆଣ୍ଟିବାୟୋଟିକ୍‌ରେ ‘କ୍ୟୁଆର୍‌ କୋଡ୍‌’ ବାଧ୍ୟତାମୂଳକ, ଜୁଲାଇ ୧ରୁ ପ୍ରଥମ ପର୍ଯ୍ୟାୟ ନିୟମ ଲାଗୁ

ନୂଆଦିଲ୍ଲୀ,୨୬ା୬(ପି.ଟି.): ଦେଶରେ ନକଲି ଏବଂ ନିମ୍ନମାନର ଔଷଧର ବେଆଇନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri