ଆର୍‌ଆର୍‌ର ସହଜ ବିଜୟ…

ମୁମ୍ବାଇ, ୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ପଞ୍ଜାବ କିଙ୍ଗସ(ପିବିକେଏସ୍‌) ବିପକ୍ଷରେ ସହଜ ବିଜୟ ହାସଲ କରିଛି। ୧୯୦ ରନ୍‌ର ପିଛା କରି ଆର୍‌ଆର୍‌ ୧୯.୪ ଓଭରରେ ୪ ଓ୍ବିକେଟ ହରାଇ ରନ୍‌ ୧୯୦ ସଂଗ୍ରହ କରିଛି।

ଆର୍‌ଆର୍‌ ପକ୍ଷରୁ ୟେଶାଭି ଜୟଶ୍ୱାଲ ୪୧ ବଲ୍‌ରେ ୬୮ ରନ୍‌ କରିଥିବାବେଳେ ଜୋସ୍‌ ବଟଲର ୧୬ ବଲ୍‌ରେ ୩୦ ରନ୍‌ କରିଥିଲେ। ସଞ୍ଜୁ ସାମସନ୍‌ ୧୨ ବଲ୍‌ରେ ୨୩ ରନ୍‌ କରିଥିଲେ। ସେହିପରି ଦେବଦତ୍ତ ପାଦିକଲ ୩୨ ବଲ୍‌ରେ ୩୧ ରନ୍‌ କରିଥିଲେ। ଶିମରୋନ ହେଟମେୟର ବଲ୍‌ରେ ରନ୍‌ କରି ଅପରାଜିତ ରହିଥିଲେ।

ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପିବିକେଏସ୍‌ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲଟସ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆର୍‌ଆର୍‌ ଅଧିନାୟକ ସଞ୍ଜୁ ସାମସନ ନେତୃତ୍ୱରେ ଟିମ୍‌ ବୋଲିଂ ଆରମ୍ଭ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ପିବିକେଏସ୍‌ ୫ ଓ୍ବିକେଟ ହରାଇ ୧୮୯ ରନ୍‌ କରିଥିଲା। ଫଳରେ ଆର୍‌ଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୯୦ ରନ୍‌ ରହିଥିଲା।

ପିବିକେଏସ୍‌ ପକ୍ଷରୁ ଜନି ବୈରଷ୍ଟୋ ୪୦ ବଲ୍‌ରେ ୫୬ ରନ୍‌ କରଥିବାବେଳେ ଶିଖର ଧାଓ୍ବନ ୧୬ ବଲ୍‌ରେ ୧୨ ରନ୍‌, ଭାଙ୍କୁ ରାଜପାକ୍ଷେ ୧୮ ବଲ୍‌ରେ ୨୭ ରନ୍‌, ମୟଙ୍କ ଅଗ୍ରଓ୍ବାଲ ୧୩ ବଲ୍‌ରେ ୧୫ ରନ୍‌ କରିଥିଲେ। ସେହିପରି ଜିତେଶ ଶର୍ମା ୧୮ ବଲ୍‌ରେ ୩୮ ରନ୍‌ କରି ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପର୍ଯ୍ୟନ୍ତ ଘରକୁ ଯାଇନାହାନ୍ତି ଧୋନୀ: କାରଣ ଜାଣିଲେ କରିବେ ସାଲ୍ୟୁଟ୍‌

ମୁମ୍ବାଇ,୬।୫:ଆଇପିଏଲ ୨୦୨୧ ଅର୍ନିଦ୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଛି। ଧୀରେ ଧୀରେ ଖେଳାଳିମାନେ ନିଜ ଘରକୁ ଫେରୁଛନ୍ତି। ଏହି ସମୟରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ...

ଆଇସିସି ବିଶ୍ୱକପ୍‌: ପାକିସ୍ତାନ- ନ୍ୟୁଜିଲାଣ୍ଡ ମୁକାବିଲା

ବର୍ମିଂହାମ,୨୬।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ କେତୋଟି ଶକ୍ତିଶାଳୀ ଦଳର ପରାଜୟ ପରେ ଏବେ ଟୁର୍ନାମେଣ୍ଟ ପୂରା ଖୋଲା ଯାଇଛି। ଅର୍ଥାତ ପଏଣ୍ଟ ତାଲିକାର ନିମ୍ନରେ ଥିବା କେତୋଟି...

ଛାଡ଼ପତ୍ର ନେଲେ ଧାଓ୍ବନ

ନୂଆଦିଲ୍ଲୀ, ୮।୯: ଭାରତୀୟ ଓପନର ଶୀଖର ଧାଓ୍ବନ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ୮ ବର୍ଷର ବିବାହ ସମ୍ପର୍କ ଶେଷ ହୋଇଥିବା ସୂଚନା...

ମା’ ଦୁର୍ଗାଙ୍କ ଜଣେ ବଡ ଭକ୍ତ ଏହି ବାଂଲାଦେଶୀ କ୍ରିକେଟର

ଲଣ୍ଡନ, ୧୮।୬: ଚଳିତ ବିଶ୍ୱକପରେ ବିପର୍ଯ୍ୟୟ ଘଟାଇଛି ବାଂଲାଦେଶ। ସୋମବାର ଅନୁଷ୍ଠିତ ହାଇ ସ୍କୋରିଂ ମ୍ୟାଚ୍‌ରେ ସାକିବ-ଅଲ-ହାସନଙ୍କ ଶତକ ଏବଂ ଲିଟନ ଦାସଙ୍କ ବିସ୍ଫୋରକ ବ୍ୟାଟିଂ...

କ୍ୟାରିୟରର ଅନ୍ତିମ ଟେଷ୍ଟ ଜାଣି ନିୟମ ଭାଙ୍ଗିଲେ ଫିଲାଣ୍ଡର

ଜୋହାନ୍ସବର୍ଗ,୨୬।୧- ଓ୍ବାଣ୍ଡର୍ସରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଦକ୍ଷିଣ ଆଫ୍ରିକା ପେସର ଭର୍ନନ ଫିଲାଣ୍ଡରଙ୍କ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌। ଟେଷ୍ଟର...

ଗୋଟିଏ ଫଟୋରେ ୧୭୧ ଅନ୍ତର୍ଜାତୀୟ ଶତକ

ନୂଆଦିଲ୍ଲୀ,୯।୨- ବୁଶଫାୟାର ଚ୍ୟାରିଟି ମ୍ୟାଚ୍‌ ପୂର୍ବରୁ କ୍ରିକେଟର ଦୁଇ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ରିକି ପଣ୍ଟିଂ ନେଟ୍ସ ସେସନରେ ବ୍ୟାଟିଂ ଅଭ୍ୟାସ କରୁଥିଲେ। ଦୁହିଁଙ୍କ...

ନୂଆ ଇନିଂସ ଆରମ୍ଭ କଲେ ମନୀଷ ପାଣ୍ଡେ

ମୁମ୍ବାଇ,୨।୧୨- ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ସୋମବାର ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅଶ୍ରିତା ଶେଟ୍ଟିଙ୍କ...

ଅଲିମ୍ପିକ୍ସ ଇତିହାସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସର ଅନ୍ତିମ ଦିନ ଭାରତକୁ ମିଳିଛି ସ୍ବର୍ଣ୍ଣ ପଦକ ସହ ମିଳିଛି ଦୁଇଟି ପଦକ। ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ...

Advertisement
Archives

Model This Week