Posted inଫୁରସତ

ଏହି କୌଶଳ ଆପଣାଇ ପଢ଼ିପାରିବେ ହ୍ବାଟ୍ସଆପ୍‌ରୁ ଡିଲିଟ୍‌ ମେସେଜ, ପଠାଇଥିବା ଲୋକେ ବି ପାରିବେନି ଜାଣି

ଆଜିର ସମୟରେ ଲୋକମାନେ ସବୁଠୁ ଅଧିକ ହ୍ବାଟ୍ସଆପ୍‌ ବ୍ୟବହାର କରୁଛନ୍ତି। ଏହା ମାଧ୍ୟମରେ ମେସେଜ୍‌, ଅଡିଓ, ଭିଡିଓ, ଫାଇଲ୍‌ସ ମଧ୍ୟ ପଠାଉଛନ୍ତି। ବେଳେବେଳେ ଲୋକମାନେ ଅନ୍ୟମନସ୍କ ହେତୁ ଭୁଲ ମେସେଜ୍‌ ପଠାଇ ଦିଅନ୍ତି। ଆଉ ଏହି ମେସେଜ୍‌ ଡିଲିଟ୍‌ କରିବା ପାଇଁ ଅପଶନ ମଧ୍ୟ ରହିଛି। ମାତ୍ର ଆପଣଙ୍କ ନିକଟକୁ ଏମିତି କିଛି ମେସେଜ୍‌ ଆସିଥିବ। ଆଉ ପଠାଇଥିବା ଲୋକ ଏହାକୁ ଡିଲିଟ୍‌ କରି ଦେଇଥିବେ। ତେବେ ଏହା ସମ୍ପର୍କରେ ଜାଣିବା ପାଇଁ ଆପଣ ନିଶ୍ଚିତ ଚାହିଁବେ। ଆପଣ ଭାବୁଥିବେ ଡିଲିଟ୍‌ ହୋଇଥିବା ମେସେଜକୁ ପଢ଼ିପାରିବେ ନାହିଁ। ମାତ୍ର ଆପଣଙ୍କ ଭାବନା ଭୁଲ୍‌। ଏମିତି ଏକ କୌଶଳ ଅଛି,ଯାହାକୁ ଆପଣାଇଲେ ଡିଲିଟ୍‌ ହୋଇଥିବା ମେସେଜ୍‌କୁ ସହଜରେ ପଢ଼ିପାରିବେ। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଆପଣଙ୍କୁ ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରରୁ ହ୍ବାଟ୍ସ ରିମୁଭ୍‌ଡ ଆପ୍‌ ଡାଉନଲୋଡ୍‌ କରିବାକୁ ପଡ଼ିବ। ଏହା ପରେ ଆପ୍‌କୁ ଖୋଲି ଯାହା ପରମିଶନ ମାଗିବ ତାହା ଦିଅନ୍ତୁ। ଯେତେବେଳେ ସମସ୍ତ ପରମିଶନ ଗ୍ରାଣ୍ଟ ହୋଇଯିବ ସେତେବେଳେ ଆପ୍‌କୁ ଫେରନ୍ତୁ। ଆପଣଙ୍କୁ ପଚରାଯିବ ଯାହାଙ୍କ ନୋଟିଫିକେଶନ ଆପ୍‌ ସେଭ୍‌ କରିବାକୁ ଚାହୁଁଛନ୍ତି? ଏଥିରେ ଆପଣ ହ୍ବାଟ୍ସଆପ୍‌ ଚୟନ କରନ୍ତୁ। ଯଦି କେହି ମେସେଜ୍‌ ଡିଲିଟ୍‌ କରନ୍ତି ତ ଏହି ଆପ୍‌ରେ ତାହା ସେଭ୍‌ ବା ସଂରକ୍ଷିତ ହୋଇ ରହିବ। ପଢ଼ିବା ପାଇଁ ଏହି ଆପ୍‌କୁ ଖୋଲନ୍ତୁ ଏହା ପରେ ହ୍ବାଟ୍ସଆପ୍‌ ନୋଟିଫିକେଶନକୁ ଯାଆନ୍ତୁ। ଏବେ ସହଜରେ ଆପଣ ଡିଲିଟ୍‌ ହୋଇଥିବା ମେସେଜ୍‌ ପଢ଼ିପାରିବେ। ଯିଏ ମେସେଜ୍‌ ପଠାଇ ଡିଲିଟ୍‌ କରିଥିବେ ସେ ମଧ୍ୟ ଜାଣିପାରିବେନି ଆପଣ ତାଙ୍କ ମେସେଜ୍‌ ପଢ଼ିଛନ୍ତି କି ନାହିଁ। ମାତ୍ର ସତର୍କ ରହିବେ ଏହା ଦ୍ୱାରା ଆପଣଙ୍କ ଡାଟା ମଧ୍ୟ ଚୋରି ହୋଇପାରେ। ଯଦି ବହୁତ ଜରୁରୀ ତେବେ ଏପରି ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ। ନଚେତ୍‌ ଅଣଦେଖା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri