Posted inଫୁରସତ

ଏହି କୌଶଳ ଆପଣାଇ ପଢ଼ିପାରିବେ ହ୍ବାଟ୍ସଆପ୍‌ରୁ ଡିଲିଟ୍‌ ମେସେଜ, ପଠାଇଥିବା ଲୋକେ ବି ପାରିବେନି ଜାଣି

ଆଜିର ସମୟରେ ଲୋକମାନେ ସବୁଠୁ ଅଧିକ ହ୍ବାଟ୍ସଆପ୍‌ ବ୍ୟବହାର କରୁଛନ୍ତି। ଏହା ମାଧ୍ୟମରେ ମେସେଜ୍‌, ଅଡିଓ, ଭିଡିଓ, ଫାଇଲ୍‌ସ ମଧ୍ୟ ପଠାଉଛନ୍ତି। ବେଳେବେଳେ ଲୋକମାନେ ଅନ୍ୟମନସ୍କ ହେତୁ ଭୁଲ ମେସେଜ୍‌ ପଠାଇ ଦିଅନ୍ତି। ଆଉ ଏହି ମେସେଜ୍‌ ଡିଲିଟ୍‌ କରିବା ପାଇଁ ଅପଶନ ମଧ୍ୟ ରହିଛି। ମାତ୍ର ଆପଣଙ୍କ ନିକଟକୁ ଏମିତି କିଛି ମେସେଜ୍‌ ଆସିଥିବ। ଆଉ ପଠାଇଥିବା ଲୋକ ଏହାକୁ ଡିଲିଟ୍‌ କରି ଦେଇଥିବେ। ତେବେ ଏହା ସମ୍ପର୍କରେ ଜାଣିବା ପାଇଁ ଆପଣ ନିଶ୍ଚିତ ଚାହିଁବେ। ଆପଣ ଭାବୁଥିବେ ଡିଲିଟ୍‌ ହୋଇଥିବା ମେସେଜକୁ ପଢ଼ିପାରିବେ ନାହିଁ। ମାତ୍ର ଆପଣଙ୍କ ଭାବନା ଭୁଲ୍‌। ଏମିତି ଏକ କୌଶଳ ଅଛି,ଯାହାକୁ ଆପଣାଇଲେ ଡିଲିଟ୍‌ ହୋଇଥିବା ମେସେଜ୍‌କୁ ସହଜରେ ପଢ଼ିପାରିବେ। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଆପଣଙ୍କୁ ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରରୁ ହ୍ବାଟ୍ସ ରିମୁଭ୍‌ଡ ଆପ୍‌ ଡାଉନଲୋଡ୍‌ କରିବାକୁ ପଡ଼ିବ। ଏହା ପରେ ଆପ୍‌କୁ ଖୋଲି ଯାହା ପରମିଶନ ମାଗିବ ତାହା ଦିଅନ୍ତୁ। ଯେତେବେଳେ ସମସ୍ତ ପରମିଶନ ଗ୍ରାଣ୍ଟ ହୋଇଯିବ ସେତେବେଳେ ଆପ୍‌କୁ ଫେରନ୍ତୁ। ଆପଣଙ୍କୁ ପଚରାଯିବ ଯାହାଙ୍କ ନୋଟିଫିକେଶନ ଆପ୍‌ ସେଭ୍‌ କରିବାକୁ ଚାହୁଁଛନ୍ତି? ଏଥିରେ ଆପଣ ହ୍ବାଟ୍ସଆପ୍‌ ଚୟନ କରନ୍ତୁ। ଯଦି କେହି ମେସେଜ୍‌ ଡିଲିଟ୍‌ କରନ୍ତି ତ ଏହି ଆପ୍‌ରେ ତାହା ସେଭ୍‌ ବା ସଂରକ୍ଷିତ ହୋଇ ରହିବ। ପଢ଼ିବା ପାଇଁ ଏହି ଆପ୍‌କୁ ଖୋଲନ୍ତୁ ଏହା ପରେ ହ୍ବାଟ୍ସଆପ୍‌ ନୋଟିଫିକେଶନକୁ ଯାଆନ୍ତୁ। ଏବେ ସହଜରେ ଆପଣ ଡିଲିଟ୍‌ ହୋଇଥିବା ମେସେଜ୍‌ ପଢ଼ିପାରିବେ। ଯିଏ ମେସେଜ୍‌ ପଠାଇ ଡିଲିଟ୍‌ କରିଥିବେ ସେ ମଧ୍ୟ ଜାଣିପାରିବେନି ଆପଣ ତାଙ୍କ ମେସେଜ୍‌ ପଢ଼ିଛନ୍ତି କି ନାହିଁ। ମାତ୍ର ସତର୍କ ରହିବେ ଏହା ଦ୍ୱାରା ଆପଣଙ୍କ ଡାଟା ମଧ୍ୟ ଚୋରି ହୋଇପାରେ। ଯଦି ବହୁତ ଜରୁରୀ ତେବେ ଏପରି ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ। ନଚେତ୍‌ ଅଣଦେଖା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri