Posted inଜାତୀୟ

ଭୂକମ୍ପରେ ଥରିଲା ଦିଲ୍ଲୀ-ଏନ୍‌ସିଆର

ନୂଆଦିଲ୍ଲୀ,୩।୭: ଦିଲ୍ଲୀ-ଏନ୍‌ସିଆରରେ ଶୁକ୍ରବାର ସନ୍ଧ୍ୟା ୭ଟାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରହିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର ଗୁରୁଗ୍ରାମଠାରୁ ଦକ୍ଷିଣପଶ୍ଚିମରୁ ୬୩ କିଲୋମିଟର ଦୂରରେ ରହିଥିଲା। ଭୂକମ୍ପ ହେବା ସମୟରେ ଦିଲ୍ଲୀବାସୀ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ କରି କହିଛନ୍ତି, କିଛି ସମୟ ପୂର୍ବରୁ ଦିଲ୍ଲୀରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏଥିରେ ସମସ୍ତେ ସୁରକ୍ଷିତ ଥିବେ ବୋଲି ଆଶା କରୁଛି ଏବଂ ସମସ୍ତେ ନିଜର ଯତ୍ନ ନିଅନ୍ତୁ ବୋଲି କେଜରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଲଗାତର ଭାବେ ଭୂକମ୍ପ ଝଟ୍‌କା ଅନୁଭୂତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତାଲ୍‌ ହୋଇ ପାଠ ପଢ଼ାଇଲେ ପ୍ରାଥମିକ ଶିକ୍ଷକ: ଭିଡ଼ିଓ ଭାଇରାଲ

ରାୟପୁର,୩୦।୭: ଛତିଶଗଡ଼ରେ ଜଣେ ପ୍ରାଥମିକ ଶିକ୍ଷକ ମାତାଲ ହୋଇ ଶ୍ରେଣୀ କକ୍ଷରେ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଉଥିବା ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

ମାସ୍କ ନ ପିନ୍ଧି କାନପୁର ଆଇଜି ଦେଲେ ଜରିମାନା

ଲକ୍ଷ୍ନୌ, ୭।୬: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସାମାଜିକ ଦୂରତା ବଜାୟ ରଖିବା,...

ପିଏମ୍‌ କେୟାର୍ସ ପାଣ୍ଠିର ହିସାବ ଦିଅ: ମୋଦିଙ୍କୁ ଚିଠି ଲେଖିଲେ ୧୦୦ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ନୂଆଦିଲ୍ଲୀ,୧୭।୧: ପିଏମ୍‌ କେୟାର୍ସ ପାଣ୍ଠିର ହିସାବ ମାଗିଛନ୍ତି ୧୦୦ ଜଣ ପ୍ରଶାସନିକ ଅଧିକାରୀ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଚିଠି ଲେଖିଛନ୍ତି। ପାଣ୍ଠିର ହିସାବରେ...

ଲଖିମ୍‌ପୁର ଖେରି ମାମଲା:୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ଲକ୍ଷ୍ନୌ,୧୦।୫: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ଗତବର୍ଷ ଅକ୍ଟୋବରରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ୪ ଜଣଙ୍କୁ ହତ୍ୟା କରିବା ଓ ପରବର୍ତ୍ତୀ ହିଂସାରେ ଅନ୍ୟ...

ଯୋଧପୁର ହିଂସା ଘଟଣା: ୯୭ ଗିରଫ, କର୍ଫ୍ୟୁ ବଳବତ୍ତର

ଯୋଧପୁର,୪।୫: ରାଜସ୍ଥାନ ଯୋଧପୁରରେ ହୋଇଥିବା ହିଂସା କମିବାର ନାଁ ନେଉନାହିଁ। ଏ ପର୍ଯ୍ୟନ୍ତ ଘଟଣାରେ ୯୭ ଜଣଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଇଦ୍‌ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ...

ଏହି ରାଜ୍ୟରେ ବଳାତ୍କାର ମାମଲା ସର୍ବାଧିକ

ଜୟପୁର,୧୫।୯: ଅନ୍ୟ ରାଜ୍ୟ ତୁଳନାରେ ରାଜସ୍ଥାନରେ ସର୍ବାଧିକ ସଂଖ୍ୟକ ବଳାତ୍କାର ମାମଲା ରୁଜୁ ହେଉଛି। ଏପରି କି ଉତ୍ତରପ୍ରଦେଶକୁ ପଛରେ ଛାଡ଼ି ଦେଇଛି କଂଗ୍ରେସ ଶାସିତ...

କରୋନା ସଚେତନତା ପାଇଁ ପ୍ରତିମୂର୍ତ୍ତି ଲଗାଇଲା ପୋଲିସ

ନାଗପୁର,୧୯।୪: ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ ହୋଇଥିବା ବେଳେ ପୋଲିସ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛି। ଏବେ ନାଗପୁରରେ...

ମମତାଙ୍କ ଉପରେ ଆକ୍ରମଣ ହେବାର ପ୍ରମାଣ ନାହିଁ: ନିର୍ବାଚନ କମିଶନ

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବାର ପ୍ରମାଣ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ଭିନ୍ନ...

Advertisement
Archives

Model This Week