ଭୂକମ୍ପ ମୃତ୍ୟୁ ୬,୨୦୦ ଟପିଲା

ଆଡାନା(ତୁର୍କୀ)/ଜେନେଭା,୮।୨: ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ମଙ୍ଗଳବାର ୬,୨୫୬ରେ ପହଞ୍ଚତ୍ଛି। ତୁର୍କୀରେ ୪,୫୪୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସିରିଆରେ ୧,୭୧୨ ଜଣଙ୍କ ଜୀବନ ଯାଇଛି। ୭.୮ ତୀବ୍ରତାର ଭୂକମ୍ପ ଓ ପରେ ପ୍ରାୟ ୨୦୦ ଥର ପଶ୍ଚାତ୍‌ କମ୍ପନ ଯୋଗୁ ହଜାର ହଜାର କୋଠା ଧରାଶାୟୀ ହୋଇଛି। କୋଠାଗୁଡ଼ିକର ଭଗ୍ନାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ବହୁସଂଖ୍ୟାରେ ମୃତଦେହ ମିଳିବାରେ ଲାଗିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।
ଭାରତ ସମେତ ବିଭିନ୍ନ ଦେଶ ତୁର୍କୀ ଓ ସିରିଆକୁ ଉଦ୍ଧାରକାରୀ ଟିମ୍‌ ଓ ସହାୟତା ପଠାଇବାରେ ଲାଗିଛନ୍ତି। ଏବେ ୨୪,୪୦୦ ଜରୁରୀ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭୂକମ୍ପରେ କେବଳ ତୁର୍କୀରେ ପାଖାପାଖି ୬,୦୦୦ ବିଲ୍ଡିଂ ଭୁଶୁଡ଼ିଥିବାବେଳେ ସେହି ଅନୁଯାୟୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ ନୁହେଁ। ଭଗ୍ନାବଶେଷ ତଳେ ରହିଥିବା ଲୋକଙ୍କୁ ଖୋଜି ବାହାର କରିବା ଲାଗି ବିଯୁକ୍ତ ତାପମାତ୍ରା ସତ୍ତ୍ୱେ ଉଦ୍ୟମ ଅବ୍ୟାହତ ରହିଥିବା ତୁର୍କୀ କର୍ତ୍ତୃପକ୍ଷ କହିଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳର ଦକ୍ଷିଣପଶ୍ଚିମରେ ଅବସ୍ଥିତ ହାତାୟ ପ୍ରଦେଶରେ ୧,୫୦୦ ବିଲ୍ଡିଂ ଧ୍ୱଂସ ହୋଇଥିବାବେଳେ ଏହା ତଳେ ଅନେକ ଲୋକ ରହିଯାଇଛନ୍ତି। ସେଠାରେ ଏପର୍ଯ୍ୟନ୍ତ ଉଦ୍ଧାରକାରୀ ଟିମ୍‌ କିମ୍ବା ସହାୟତା ପହଞ୍ଚତ୍ ନ ଥିବା ଅଭିଯୋଗ ହୋଇଛି। ଭୂକମ୍ପରେ ଘରଦ୍ୱାର ହରାଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଯୁକ୍ତ ତାପମାତ୍ରାରେ ଅନେକେ ଖୋଲା ଆକାଶ ତଳେ ପଡ଼ିରହିଛନ୍ତିି। ତୁଷାରପାତ ଓ ବର୍ଷା ଯୋଗୁ କେତେକ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୮ ଗୁଣ ବଢ଼ିପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପୂର୍ବାନୁମାନ କରିଛି। ପଶ୍ଚାତ୍‌ କମ୍ପନ ଲାଗିରହିଥିବାରୁ ଅଧିକ ଘର ଭାଙ୍ଗିବାରେ ଲାଗିଛି। ତେଣୁ ମୃତ୍ୟୁସଂଖ୍ୟା ୮ ଗୁଣ ବଢ଼ିବା ଆଶଙ୍କା କରାଯାଉଛି ବୋଲି ଡବ୍ଲ୍ୟୁଏଚ୍‌ଓର ବରିଷ୍ଠ ଏମର୍ଜେନ୍ସି ଅଫିସର କାଥେରିନ୍‌ ସ୍ମଲ୍‌ଉଡ୍‌ କହିଛନ୍ତି। ଭୂକମ୍ପ ମୃତ୍ୟୁସଂଖ୍ୟା ୨୭୦୦ରେ ପହଞ୍ଚତ୍ଥିବାବେଳେ ସେ ଏଭଳି ଆକଳନ କରିଥିଲେ। ବଡ଼ ଭୂକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିବା ସହ ବହୁ ଲୋକ ବାସହରା ହୋଇଥିବାରୁ ଏବେ ସିରିଆ ପାଇଁ ମାନବୀୟ ସହାୟତା ସର୍ବାଧିକ ଆବଶ୍ୟକ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି। ବିପର୍ଯ୍ୟୟ କ୍ଷୟକ୍ଷତିର ମୁକାବିଲା କରିବାରେ ତୁର୍କୀ ସମର୍ଥ ହୋଇଥିଲେ ହେଁ ସୀମାନ୍ତ ଦେଶ ସିରିଆ ପାଇଁ ତୁରନ୍ତ ସହାୟତା ଜରୁରୀ ହୋଇପଡ଼ିଛି। ଗୃହଯୁଦ୍ଧ ଏବଂ କଲେରା ବ୍ୟାପିବା ଯୋଗୁ ଏହି ଦେଶ ପ୍ରାୟ ୧୨ ବର୍ଷ ହେଲା ମାନବୀୟ ସଙ୍କଟରେ ରହିଥିବାବେଳେ ଭୂକମ୍ପ କ୍ଷୟକ୍ଷତି ଏହାକୁ ଆହୁରି ବଢ଼ାଇ ଦେଇଛି। ୧୪ ଲକ୍ଷ ଶିଶୁଙ୍କ ସମେତ ୨.୩ କୋଟି ଲୋକ ଭୂକମ୍ପ ଯୋଗୁ ପ୍ରଭାବିତ ହୋଇପାରନ୍ତି ବୋଲି ଡବ୍ଲ୍ୟୁଏଚ୍‌ଓର ବରିଷ୍ଠ ଅଧିକାରୀ ଆଡେଲହେଡ୍‌ ମାର୍ସାଙ୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri