ଇ-ବିଧାନସଭା କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର,୧୬।୨(ବ୍ୟୁରୋ):  ବିଧାନସଭାର ସମସ୍ତ ଗୃହକାର୍ଯ୍ୟ ଡିଜିଟାଲ ବ୍ୟବସ୍ଥାରେ ପରିଚାଳିତ ହେବା ନେଇ ୨ ଦିନିଆ ଜାତୀୟ ଇ-ବିଧାନ ପ୍ରୟୋଗ କର୍ମଶାଳା ଓଡିଶା ବିଧାନସଭା ନୂଆ ସମ୍ମିଳନୀ କକ୍ଷରେ ସୋମବାର ଉଦ୍‌ଘାଟିତ ହୋଇଛି। ଏହି କର୍ମଶାଳାକୁ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ବାଚସ୍ପତି କହିଛନ୍ତି, ଏଣିକି ବିଧାନସଭାର ସମସ୍ତ ଗୃହ କାର୍ଯ୍ୟର ବିବରଣୀ, ରାଜ୍ୟପାଳଙ୍କ ବଜେଟ ଅଭିଭାଷଣ, ରାଜ୍ୟ ବଜେଟ୍‌, ଅର୍ଥନୈତିକ ସର୍ବେକ୍ଷଣ ଆଦି ଜାତୀୟ ଇ-ବିଧାନ ଆପ୍ଲିକେସନ ବ୍ୟବସ୍ଥାରେ କରାଯିବ। ଏଥିପାଇଁ ଡିଜିଟାଲ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରାଯାଉଛି। ଏହି ବ୍ୟବସ୍ଥାରେ ସମସ୍ତ ତାରକା, ଅଣତାରକା ଚିହ୍ନିତ ପ୍ରଶ୍ନ ଓ ଉତ୍ତର ମଧ୍ୟ ଉପସ୍ଥାପିତ ହେବ। ବିଧାନସଭାରେ ପଚରାଯିବାକୁ ଥିବା ବିଧାୟକଙ୍କ ପ୍ରଶ୍ନ ଅନ୍‌ଲାଇନ୍‌ରେ ଉପସ୍ଥାପିତ ହେବ। କର୍ମଶାଳାରେ ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ଜାତୀୟ ଇ-ବିଧାନ ଆପ୍ଲିକେସନ୍ସ (ନେଭା)ର ସଂଯୋଜକ ଅର୍ପିତ୍‌ ତ୍ୟାଗୀ ଓ ଡାଟା ଆର୍କିଟେକ୍‌ ସମୀର ଭର୍ସନୀ ଏବଂ ଓଡିଶା ଶାଖା ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନ୍‌.ଆଇ.ସି)ର ନିର୍ଦ୍ଦେଶିକା ସରୀତା ସାହୁ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଅନ୍ୟପଟେ ବିଧାନସଭାର ବଜେଟ୍‌ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ୩ ଦିନିଆ ଟେଷ୍ଟିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ବହୁ ସରକାରୀ କର୍ମଚାରୀ, ଖବରଦାତା ଏବଂ କେତେଜଣ ବିଧାୟକ ନିଜର ଟେଷ୍ଟିଂ କରିଛନ୍ତି। ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଡିଜିଟାଲ ବ୍ୟବସ୍ଥାରେ ବିଧାନସଭାର ସମସ୍ତ ଗୃହକାର୍ଯ୍ୟ ପରିଚାଳିତ ହେବା ନେଇ ସମସ୍ତ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବା ପାଇଁ କମ୍ପ୍ୟୁଟର ଜ୍ଞାନ କାୈଶଳରେ ଦକ୍ଷ ଓ ଅଭିଜ୍ଞ କର୍ମଚାରୀଙ୍କୁ ନିୟୋଜତ କରାଯାଇଛି। ଆୟୋଜିତ କର୍ମଶାଳାରେ ବିଧାନସଭା ପ୍ରଶ୍ନ ପ୍ରସ୍ତୁତି ଓ ଗୃହ କାର୍ଯ୍ୟ ପରିଚାଳନାରେ ସମ୍ପୃକ୍ତ ପଦାଧିକାରୀ, ବୈଷୟିକ ଟିମ୍‌ ଏବଂ ସରକାରୀ କାର୍ଯ୍ୟାଳୟର ପ୍ରତିନିଧିମାନେ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

ଭାରତୀୟ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ: ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୩ା୭ (ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଇରାନ୍‌ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ହୋଇଛି ଏତେ ଡଲାର, ଜାଣିଲେ ହୋଇଯିବେ ତାଜୁବ

ୱାଶିଂଟନ, ୨୩ା୭: ଇରାନ୍‌ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଏପର୍ଯ୍ୟନ୍ତ ପ୍ରାୟ ୩୭.୫ ବିଲିୟନ ଡଲାର (ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହୋଇସାରିଛି। ଆମେରିକା…

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri