ସ୍କ୍ରିନିଂ ବେଳେ ୩୪ କରୋନା ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ

ଛତ୍ରପୁର,୨୨ା୭(ଡି.ଏନ୍‌.ଏ.)- ଛତ୍ରପୁର ହସ୍ପିଟାଲ ନିକଟରେ ଥିବା ଏକ ଔଷଧ ଦୋକାନର କର୍ମଚାରୀ ବୁଧବାର କରୋନା ପଜିଟିଭ୍‌ ଚିହ୍ନଟ ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି। ଏନ୍‌ଏସି ପକ୍ଷରୁ ଉକ୍ତ ଦୋକାନକୁ ସିଲ୍‌ କରାଯାଇ ଅନ୍ୟମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ଛତ୍ରପୁର ଏନ୍‌ଏସିରେ ବୁଧବାର ୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚତ୍ଛି।
ଛତ୍ରପୁର ସହରରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସ୍କ୍ରିନିଂ ଚାଲିଛି। ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଘରକୁ ଡାକ୍ତରୀ ଟିମ୍‌ ଯାଇ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝୁଛନ୍ତି। ବର୍ତ୍ତମାନ ସୁଦ୍ଧା ସହରର ୫୮୭୧ ଘରର ୨୩,୪୩୮ ଲୋକଙ୍କ ସ୍କ୍ରିନିଂ ସରିଛି। ୩୪ ଲକ୍ଷଣଥିବା ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ କରୋନା ଟେଷ୍ଟ କରାଯିବାକୁ କୁହାଯାଇଛି। ଏ ସମ୍ପର୍କରେ ଛତ୍ରପୁର ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁରର ସମସ୍ତ ଦୋକାନୀଙ୍କ ସ୍କ୍ରିନିଂ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୈତିକ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା: ମା’, ପୁଅ ଗିରଫ

ଧରାକୋଟ,୪ା୧୦(ଡି.ଏନ.ଏ.)- ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅଞ୍ଚଳରେ ଅନୈତିକ ସମ୍ପର୍କକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଗମ୍ଭାରୀଗୁଡ଼ା ଗ୍ରାମର...

ଧରିତ୍ରୀରେ ଖବର ପ୍ରକାଶିତ ହେବାପରେ ଚେତିଲା ପୂର୍ତ୍ତ ବିଭାଗ: ରାତିଅଧିଆ ରାସ୍ତା ମରାମତି କାର୍ଯ୍ୟ ଶେଷ

ଦାରିଙ୍ଗବାଡ଼ି,୨୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଦବି ଯାତାୟାତରେ ସମସ୍ୟା ହେଉଥିଲା। ତେବେ ରାସ୍ତା ମରାମତି ଦିଗରେ ବିଭାଗ ପଦକ୍ଷେପ...

ବିଏମ୍‌ସିରେ ସାମିଲ ହେବ ସହରତଳି ପଞ୍ଚାୟତ ଅଞ୍ଚଳ

ବ୍ରହ୍ମପୁର ଅଫିସ,୨୬ା୧-ବ୍ରହ୍ମପୁର ମହାନଗର ନିଗମରେ ସହରତଳି ପଞ୍ଚାୟତ ଅଞ୍ଚଳ ସାମିଲ ହେବା ନେଇ ବାଟ ଫିଟିଛି । ଲୋଚାପଡା ପଞ୍ଚାୟତ ସମେତ ୩ ଗଁ। ବିଏମ୍‌ସିରେ...

ଡରାଇଲାଣି ଡେଙ୍ଗୁ:ଗଞ୍ଜାମରେ ୧୫

ବ୍ରହ୍ମପୁର ଅଫିସ୍‌,୨୬ା୭- ଗଞ୍ଜାମ ଜିଲାରେ ଡେଙ୍ଗୁ ଧୀରେ ଧୀରେ ମାରାତ୍ମକ ହେବାରେ ଲାଗିଲାଣି। ସ୍ବାସ୍ଥ୍ୟ ବିଭାଗର ସତର୍କତା ଏବଂ ବ୍ୟାପକ ପଦକ୍ଷେପ ସତ୍ତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା...

ବଟି ମାଗିବାକୁ କେନ୍ଦ୍ରକରି ଥାନାରେ ଏତଲା

ଗଞ୍ଜାମ,୧ା୨(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମରେ ସରକାରଙ୍କ ବସୁଧା ଯୋଜନାରେ ଗ୍ରାମ୍ୟ ଜଳ ଯୋଗାଣ ପକ୍ଷରୁ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ...

ତାମିଲନାଡ଼ୁରେ ଫସିଛନ୍ତି ଶତାଧିକ ଶ୍ରମିକ

ଭଞ୍ଜନଗର,୨୭ା୩(ଡି.ଏନ୍‌.ଏ.): ଦେଶରେ କରୋନା ଭୂତାଣୁର ମୁକାବିଲା ଲାଗି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଦାଙ୍ଗି ଗ୍ରାମର ବହୁ ଯୁବକ ତାମିଲନାଡ଼ୁରେ...

ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୧୦ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି। ହୋଲି ସତ୍ତ୍ୱେ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ...

ଗଞ୍ଜାମରେ ୧୩ କରୋନା ଯୋଦ୍ଧା ସମେତ ୫୬ ପଜିଟିଭ୍‌

ଛତ୍ରପୁର,୧୮ା୬(ଡି.ଏନ୍‌.): ଗଞ୍ଜାମ ଜିଲାରେ ଗୁରୁବାର ପୁଣି ୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ୧୩ କରୋନା ଯୋଦ୍ଧା ଅଛନ୍ତି। ଏମାନେ ସମସ୍ତେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *