Posted inଜାତୀୟ

ନିର୍ବାଚନ ସମୟରେ ଲଲିପପ ଆଉ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ଆସୁଛନ୍ତି ରାହୁଲ-ପ୍ରିୟଙ୍କା: ଅନୁରାଗ ଠାକୁର…

ଭୋପାଳ,୭।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଅଭିଯୋଗ କରିଛନ୍ତି କ୍ଷମତା ହାତେଇବା ପାଇଁ ତାଙ୍କର ମିଥ୍ୟା ପ୍ରତିଶ୍ରୁତି ବିଫଳ ହୋଇଛି। ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟପ୍ରଦେଶ ଗସ୍ତ ପରେ ଅନୁରାଗ ଏଭଳି ମନ୍ତବ୍ୟ ଦେଇଛନ୍ତି। ରାହୁଲ ଏବଂ ପ୍ରିୟଙ୍କା ଜନସାଧାରଣଙ୍କୁ କହିଥିଲେ ଯଦି ସେମାନଙ୍କ ଦଳ କ୍ଷମତାକୁ ଆସେ ତେବେ ସେମାନଙ୍କୁ ଅନେକ ପ୍ରତିଶ୍ରୁତି ଦିଆଯିବ।

ସେସବୁ ମଧ୍ୟରେ ମାଗଣା ଏବଂ ସବସିଡିଯୁକ୍ତ ବିଦ୍ୟୁତ, ପୁରୁଣା ପେନସନ ଯୋଜନାର କାର୍ଯ୍ୟକାରିତା, କୃଷି ଋଣ ଛାଡ, ମହିଳାମାନଙ୍କୁ ମାସକୁ ୧,୫୦୦ ଟଙ୍କା ଏବଂ ଅନ୍ୟାନ୍ୟ ଗ୍ୟାରେଣ୍ଟି ଆମେ ଘୋଷଣା କରିଛୁ। ତେବେ ଅନୁରାଗ ଠାକୁର ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସର ଏହି ଗ୍ୟାରେଣ୍ଟି ବିଫଳ ହୋଇଛି। ସେସବୂ ରାଜ୍ୟରେ କଂଗ୍ରେସ ନେତା ମୁହଁ ଦେଖାଇବାକୁ ସକ୍ଷମ ନୁହଁନ୍ତି। ଯେତେବେଳେ କଂଗ୍ରେସ ସରକାର କ୍ଷମତାରେ ଥିଲେ, ମଧ୍ୟପ୍ରଦେଶରେ ଏକ ଅସନ୍ତୋଷ ଦେଖାଦେଇଥିଲା। କଂଗ୍ରେସ ସରକାର କୃଷି ଋଣ ଛାଡ଼ କରିବା ଏବଂ ବେରୋଜଗାର ଭତ୍ତା ଯୋଗାଇବାରେ ବିଫଳ ହୋଇଥିଲେ।

କେବଳ ନିର୍ବାଚନ ସମୟରେ ରାହୁଲ ପ୍ରିୟଙ୍କା ଲଲିପପ ଏବଂ ମିଥ୍ୟା ଗ୍ୟାରେଣ୍ଟି ଦେବାକୁ ଆସନ୍ତି। ହିମାଚଳ ପ୍ରଦେଶରେ ସେମାନେ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାସକୁ ୧,୫୦୦ ଟଙ୍କା ପଠାଇବାକୁ ଗ୍ୟାରେଣ୍ଟି ଦେଇଥିଲେ, କିନ୍ତୁ ୧୦ ମାସ ପରେ ମଧ୍ୟ ଗୋଟିଏ ଟଙ୍କା ଦିଆଯାଇ ନ ଥିଲା। ଗାଈ ଗୋବର କିଣିବା ଏବଂ ରୋଜଗାର ଯୋଗାଇବା ଭଳି ଅନ୍ୟାନ୍ୟ ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇପାରିଲା ନାହିଁ। ହିମାଚଳ ପ୍ରଦେଶ ଏବଂ କର୍ନାଟକର କଂଗ୍ରେସ ସରକାର ବିକାଶ ପାଇଁ ଅର୍ଥ ଖର୍ଚ୍ଚ ବନ୍ଦ କରି ଦେଇଛନ୍ତି। ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହେଁ ଏହା କେଉଁ ମଡେଲ? ମିଥ୍ୟା ଗ୍ୟାରେଣ୍ଟି ଦିଅ ଏବଂ କ୍ଷମତା ହାସଲ କର, ତାପରେ ଗ୍ୟାରେଣ୍ଟି ପୂରଣ କର ନାହିଁ ଏବଂ ବିକାଶ ବନ୍ଦ କରାଯାଏ। ରାହୁଲ ଗାନ୍ଧୀଙ୍କ ଏହି ମଡେଲ ବିଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?