Posted inଜାତୀୟ

ପାଠ ନ ପଢିବାରୁ ଝିଅକୁ ଏଭଳି ଦଣ୍ଡ ଦେଲେ ପିତା, ଜାଣିଲେ ଥରିବ ହୃଦୟ

କୋଲକତା,୧୭।୧: ସାଧାରଣତଃ ମାତାପିତାମାନେ ନିଜ ପିଲାମାନଙ୍କର ସୁରକ୍ଷାକାରୀ ଏବଂ ଶୁଭଚିନ୍ତକ ହୋଇଥାନ୍ତି। ଏପରି ପରିସ୍ଥିତିରେ, ଯଦି ପିତା ନିଜ ପିଲାମାନଙ୍କ ପ୍ରତି ନିଷ୍ଠୁର ତେବେ କ’ଣ କୁହାଯାଇପାରେ। ପଶ୍ଚିମବଙ୍ଗର ଦୁର୍ଗାପୁରରୁ ଏଭଳି ପିତାଙ୍କ ନିଷ୍ଠୁର ଆଚରଣ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ପିତା ନିଜ ପିଲାଙ୍କୁ ଏପରି ଦଣ୍ଡ ଦେଇଛନ୍ତି ଯେ ଜାଣିଲେ ହୃଦୟ ଥରି ଉଠିବ। ପଶ୍ଚିମ ବର୍ଦୱାନ ଜିଲାର ପାଣ୍ଡେଶ୍ୱରର ଖୁଟାଡିହ ଅଞ୍ଚଳରେ ଜଣେ ଛାତ୍ରୀ ପାଠ ନ ପଢିବାରୁ ତାଙ୍କ ଗାଲରେ ଗରମ ତାଓ୍ବା ଲଗାଇ ଦେଇଛନ୍ତି ପିତା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ଅତୀତରେ ମଧ୍ୟ ନିଜ ପିଲାଙ୍କୁ ଏଭଳି ଅମାନବୀୟ ଦଣ୍ଡ ଦେଇଛନ୍ତି। ଝିଅ ସହ ଏଭଳି ଘଟଣା ଘଟାଇବା ପରେ ପିତା ନିଜ ଭୁଲ ବୁଝି ତାହାକୁ ସୁଧାରିବା ପାଇଁ ପଡୋଶୀଙ୍କ କ୍ଷମା ମାଗିଥିଲେ। ଏହାସହ ଝିଅ ଆଗରେ ଉଠ୍‌-ବସ୍‌ ହୋଇଥିଲେ। ଭବିଷ୍ୟତରେ ଏଭଳି ଭୁଲ ନ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର, ଆସାମକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଏନ୍‌ଆର୍‌ସି କୋଅର୍ଡିନେଟରଙ୍କୁ ମଧ୍ୟପ୍ରଦେଶ ବଦଳି କର

ନୂଆଦିଲ୍ଲୀ,୧୯ା୧୦: ଆସାମ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) କୋଅର୍ଡିନେଟର ପ୍ରତୀକ୍‌ ହାଜେଲାଙ୍କୁ ମଧ୍ୟପ୍ରଦେଶ ବଦଳି କରିବା ଲାଗି ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ...

ବିକ୍ରମ ମିସ୍ରି ଡେପୁଟି ଏନ୍‌ଏସ୍‌ଏ

ନୂଆଦିଲ୍ଲୀ, ୨୯।୧୨: ଗତ ସପ୍ତାହରେ ଚାଇନାରୁ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟକାଳ ଶେଷ କରି ଫେରିଥିବା ବରିଷ୍ଠ କୂଟନୀତିଜ୍ଞ ବିକ୍ରମ ମିସ୍ରି ଭାରତର ଜାତୀୟ ସୁରକ୍ଷା ଉପପରାମର୍ଶଦାତା...

ମିଛ ଗଣବଳାତ୍କାର ମାମଲାରେ ମହିଳାଙ୍କୁ ୧୦ ବର୍ଷ ଜେଲ୍‌

ଭୋପାଳ,୨୮।୧୦: ୪ ଜଣ ପଡୋଶୀଙ୍କ ବିରୋଧରେ ମିଥ୍ୟା ଗଣବଳାତ୍କାର ମାମଲା ଆଣିଥିଲେ। ଏହାକୁ ପ୍ରମାଣିତ କରିବା ପାଇଁ ଜାଲ୍‌ ତଥ୍ୟ ପ୍ରସ୍ତୁତ କରିଥିବା ମଧ୍ୟପ୍ରଦେଶର ଜଣେ...

୨ ଟ୍ରକ୍‌ ଡ୍ରାଇଭରଙ୍କୁ ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର,୨୫-୧୦:ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ୨ ଜଣ ଟ୍ରକ୍‌ ଡ୍ରାଇଭରଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଛନ୍ତି। ସେମାନେ ଗୁରୁବାର ସନ୍ଧ୍ୟାରେ ସେଓ ଆଣିବାକୁ ଟ୍ରକ୍‌ ନେଇ ଯାଇଥିଲାବେଳେ...

ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି ପାଇଁ ୟାସିନ୍‌ ମଲିକ୍‌ଙ୍କୁ ପାଣ୍ଠି ଯୋଗାଉଥିଲେ ହାଫିଜ୍‌ ସଇଦ୍‌: ଏନ୍‌ଆଇଏ ରିପୋର୍ଟ

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି ପାଇଁ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକ୍‌ଙ୍କୁ ଲଶ୍କର-ଇ-ତୋଏବା ମୁଖ୍ୟ ୟାସିନ୍‌ ମଲିକ୍‌ ପାଣ୍ଠି ଯୋଗାଉଥିଲେ। ଏନେଇ ଏନ୍‌ଆଇଏ ପକ୍ଷରୁ ଏକ...

ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ, ପାକିସ୍ତାନ ଯୁବକଙ୍କ ଗୋଡକୁ ଗୁଳି କଲେ ବିଏସଏଫ ଯବାନ

ଶ୍ରୀଗଙ୍ଗାନଗର,୨୭ ।୧୧: ବିଏସଏଫ ଯବାନଙ୍କ କଡା ନଜର ମଧ୍ୟରେ ପୁଣିଥରେ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନ ଯୁବକଙ୍କ ଯୋଜନା ପଣ୍ଡ ହୋଇଛି ।...

ୟୁପିରୁ ୧୧, ଛତିଶଗଡ଼ରୁ ୨ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ

ଲକ୍ଷ୍ନୌ/ରାୟପୁର,୪।୬: ଉତ୍ତରପ୍ରଦେଶରୁ ରାଜ୍ୟ ସଭାକୁ ୧୧ ଜଣ ଏବଂ ଛତିଶଗଡ଼ରୁ ୨ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉତ୍ତରପ୍ରଦେଶରୁ ନିର୍ବାଚିତ ହୋଇଥିବା ୮ ଭାଜପା ପ୍ରାର୍ଥୀ...

ଇଟାଭାଟିରୁ ମିଳିଲା କୋଟିଏ ମୂଲ୍ୟର ହୀରା

ଭୋପାଳ,୨୩ା୨: ଭାଗ୍ୟ ବଦଳିବାକୁ ବେଶି ସମୟ ଲାଗି ନ ଥାଏ । ମଧ୍ୟପ୍ରଦେଶ ପାନ୍ନା ଜିଲାରେ ଏମିତି ଗୋଟିଏ ଘଟଣା ଘଟିଛି ଯାହା ସାଧାରଣରେ ଅବିଶ୍ୱସନୀୟ...

Advertisement
Archives

Model This Week