‘ଫ୍ଲୋରିଆ’ ପରିବାର ପକ୍ଷରୁ ଆମେରିକାରେ ଦୁର୍ଗାପୂଜା…

ଓ୍ବାଶିଂଟନ,୧୩।୧୦: ସୁଦୂର ଆମେରିକାର ଫ୍ଲୋରିଡା ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଟାମ୍ପା ସହରରେ ଶାରଦୀୟ ଦୁର୍ଗାତ୍ସୋବର ଭବ୍ୟ ଆୟୋଜନ କରାଯାଇଛି। ସ୍ଥାନୀୟ ଆୟାପ୍ପା ମନ୍ଦିରରେ ଅକ୍ଟୋବର ୧୧ ତାରିଖରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜାର ବ୍ୟବସ୍ଥା ହୋଇଛି।

ସାଧାରଣତଃ କର୍ମସଂସ୍ଥାନର କଟକଣା ତଥା ବ୍ୟକ୍ତିଗତ ଜୀବନର କାର୍ଯ୍ୟଭାର ଯୋଗୁଁ ବିଦେଶରେ ପୂଜା, ପର୍ବ, ପର୍ବାଣୀ ସପ୍ତାହାନ୍ତରେ ପାଳନ କରାଯାଇଥାଏ। କିନ୍ତୁ ସମସ୍ତ ପ୍ରକାର ପ୍ରତିକୂଳତାକୁ ଏଡାଇ ଫ୍ଲୋରିଆ ପରିବାରର ସଦସ୍ୟମାନେ ତିଥି ଅନୁଯାୟୀ ଏହି ପୂଜା ସଞ୍ଚାଳନ କରୁଛନ୍ତି।

ଓଡିଶାରେ ପ୍ରଚଳିତ ଦୁର୍ଗାପୂଜାର ସମସ୍ତ ପ୍ରକାରର ନୀତିକାନ୍ତିକୁ ଏଠାରେ ପାଳନ କରାଯାଉଛି। ଟାମ୍ପା ନିକଟବର୍ତ୍ତୀ ଅର୍ଲାଣ୍ଡୋ ତଥା ଅନ୍ୟ ସହରରେ ରହୁଥିବା ଅନ୍ୟାନ୍ୟ ପ୍ରବାସୀ ଭାରତୀୟମାନେ ମଧ୍ୟ ଏହି ପୂଜାରେ ବହୁସଂଖ୍ୟାରେ ଯୋଗ ଦେଇଥିବା ‘ଫ୍ଲୋରିଆ’ ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସ୍ଥାନୀୟ ସରକାରଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥାର ନିୟନ୍ତ୍ରକଙ୍କ ଅନୁସାରେ ଅନୁଷ୍ଠାନ ପକ୍ଷରୁୁ କୋଭିଡ-୧୯ ସଚେତନା ସମ୍ପର୍କିତ ସମସ୍ତ ମାର୍ଗଦର୍ଶିକାକୁ ପାଳନ କରି ଏହି ପୂଜାର ଆୟୋଜନ କରାଯାଇଛି। ଫ୍ଲୋରିଆର ବରିଷ୍ଠ ସଦସ୍ୟମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଯୁବ ସଦସ୍ୟମାନେ ଏହି ଶାରଦୀୟ ଦୁର୍ଗାତ୍ସୋବକୁ ସୂଚାରୁରୂପେ ସମ୍ପାଦନ କରୁଛନ୍ତି।

ଏହି ପ୍ରକାର ଭବ୍ୟ ଆୟୋଜନ ମାଧ୍ୟମରେ ଓଡିଶାର ପରମ୍ପରା, ଐତିହ୍ୟ ତଥା ବର୍ତ୍ତମାନକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାର ପ୍ରୟାସକୁ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମହାମାରୀ ପାଇଁ ଦାୟୀ କିଏ ? ଆମେରିକା ନା ଚାଇନା, ଗବେଷଣା ପାଇଁ ଟଙ୍କା ଦେଇଥିବା ଅବା ଲିକ୍‌ କରିଥିବା ଦେଶ ଦୋଷୀ !…

ଓ୍ବାଶିଂଟନ/ବେଜିଂ,୧୩।୩: କରୋନା ଭୂତାଣୁର ଲିକ୍‌ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏନେଇ ଚାଇନାକୁ ଦୋଷୀ ବୋଲି ସଭତଏଁ କହୁଛନ୍ତି। ତେବେ ଏଥିପାଇଁ ଆମେରିକା ଏବଂ...

କଷ୍ଟକର ଗଣିତ ବୁଝିବାରେ ବାଳିକା ବି ଆଗୁଆ

ଓ୍ବାଶିଂଟନ,୧୦।୧୧: କଷ୍ଟକର ଗଣିତ ବୁଝିବାରେ ବାଳକମାନେ ଆଗୁଆ ରହିଥାନ୍ତି ବୋଲି ପୂର୍ବରୁ ହୋଇଥିବା ଏକ ଗବେଷଣାରେ ଉଲ୍ଲେଖ ହୋଇଥିଲା। ତେବେ ଏଥିରେ ବାଳିକା ମଧ୍ୟ ପଛୁଆ...

ରୁଷିଆ-ୟୁକ୍ରେନ ଯୁଦ୍ଧ: ପ୍ରଥମଥର ପାଇଁ ରୁଷିଆ କହିଲା ହେଲାଣି ବହୁତ କ୍ଷତି

ମସ୍କୋ,୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୦ ଦିନରୁ ଅଧିକ ହୋଇଗଲାଣି । ଏହାରି ଭିତରେ ରୁଷିଆ ପ୍ରଥମଥର ଲାଗି ଯୁଦ୍ଧରେ ନିଜର ବହୁ ସେନାଙ୍କୁ ହରାଇଥିବା...

ସାମ୍ନାକୁ ଆସିଲା ଓମିକ୍ରନର ୨ ନୂଆ ଲକ୍ଷଣ

ଲଣ୍ଡନ,୩୧।୧୨: ବିଶ୍ୱରେ ଓମିକ୍ରନ୍‌ ବୃଦ୍ଧି ମାମଲା ଚିନ୍ତା ବଢାଇ ଦେଇଛି। ଥଣ୍ଡା ବୃଦ୍ଧି ସହିତ ଏହାର ବିପଦ ମଧ୍ୟ ବଢୁଛି। ଏପରି ପରିସ୍ଥିତିରେ, ଓମିକ୍ରନର ଲକ୍ଷଣଗୁଡ଼ିକୁ...

ବ୍ରିଟେନରେ ପ୍ରଫେଟ ମହମ୍ମଦଙ୍କ ଝିଅଙ୍କ ଉପରେ ନିର୍ମାଣ କରାଯାଇଥିବା ଫିଲ୍ମକୁ ବିରୋଧ

ଲଣ୍ଡନ,୧୬ ।୬: ବ୍ରିଟିଶ ଚଳଚ୍ଚିତ୍ର ‘ଦ ଲେଡି ଅଫ୍ ହେଭେନ’କୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହି ଫିଲ୍ମକୁ ନେଇ ଏବେ ସେଠାରେ ବିରୋଧ...

ଏହି ଦେଶକୁ ମିଳିଲା ୧,୦୯୮ କ୍ୟାରେଟ୍‌ ପୃଥିବୀର ତୃତୀୟ ବୃହତ୍ତମ ହୀରା: ଏବେ ସୁଧୁରିବ ଆର୍ଥିକ ଅବସ୍ଥା…

ଗାର୍ବୋନ୍‌,୧୭।୬: ଆଫ୍ରିକୀୟ ଦେଶ ବୋଷ୍ଟଓ୍ବାନାକୁ ପୃଥିବୀର ତୃତୀୟ ବୃହତ୍ତମ ହୀରା ମିଳିଛି। ଜୁନ୍‌ ୧ରେ ମିଳିଥିବା ଏହି ହୀରାକୁ ରାଷ୍ଟ୍ରପତି ମୋକଗଓ୍ବେତ୍ସି ମସିସି ବୁଧବାର ଦେଖିଛନ୍ତି।...

ଚାଇନାକୁ କଡ଼ା ଜବାବ ଦେବାକୁ ତାଇଓ୍ବାନରେ ୨୦୦ ସୈନ୍ୟ ମୁତୟନ କରିବ ଆମେରିକା…

ଓ୍ବାଶିଂଟନ,୨୫।୨ : ଦକ୍ଷିଣ ଚାଇନା ସାଗରରେ ଚାଇନା ସହିତ ଯୁଦ୍ଧର ବିପଦକୁ ଦୃଷ୍ଟିରେ ରଖି ଆମେରିକା ୧୦୦ ରୁ ୨୦୦ ସୈନ୍ୟ ନିୟୋଜିତ କରିବାକୁ ଯାଉଛି।...

ୟୁକ୍ରେନରେ ଫସ୍‌ଫରସ୍‌ ବୋମା ପକାଇଲା ରୁଷିଆ

କିଭ୍‌,୨୪ା୩: ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ରୁଷିଆ ଗୁରୁବାର ଫସ୍‌ଫରସ୍‌ ବୋମା ପକାଇଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଅଭିଯୋଗ କରିଛନ୍ତି। ରୁଷିଆ ପୂର୍ବ ୟୁକ୍ରେନ୍‌ର...

Advertisement
Archives

Model This Week