ବିଦେଶ ମାଟିରେ ଶାରଦୀୟ ଦୁର୍ଗା ପୂଜା

ଫ୍ଲୋରିଡା,୧୩।୧୦: ଆମେରିକାର ଫ୍ଲୋରିଡା ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ଟାମ୍ପା ସହରରେ ଶାରଦୀୟ ଦୁର୍ଗା ଉତ୍ସବର ଭବ୍ୟ ଆୟୋଜନ କରାଯାଇଛି । ସ୍ଥାନୀୟ ଆୟାପ୍ପା ମନ୍ଦିରରେ ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦୁର୍ଗା ପୂଜା କରାଯିବ। ସାଧାରଣତଃ କର୍ମସଂସ୍ଥାନର କଟକଣା ତଥା ବ୍ୟକ୍ତିଗତ ଜୀବନର କାର୍ଯ୍ୟଭାର ଯୋଗୁ ବିଦେଶରେ ପୂଜା,ପର୍ବପର୍ବାଣୀ ସପ୍ତାହନ୍ତରେ ପାଳନ କରାଯାଏ। କିନ୍ତୁ ସମସ୍ତ ପ୍ରକାର ପ୍ରତିକୂଳତାକୁ ଏଡାଇ ପ୍ଲୋରିଆ ପରିବାରର ସଦସ୍ୟମାନେ ତିଥି ଅନୁଯାୟୀ ଏହି ପୂଜା କରୁଛନ୍ତି। ଓଡ଼ିଶାର ପ୍ରଚଳିତ ଦୁର୍ଗାପୂଜାରେ ସମସ୍ତ ପ୍ରକାର ନୀତିକାନ୍ତିକୁ ପାଳନ କରାଯାଉଛି। ଟାମ୍ପା ନିକଟବର୍ତ୍ତୀ ଅଲାଣ୍ଡୋ ତଥା ଅନ୍ୟ ସହରରେ ରହୁଥିବା ଅନ୍ୟ ପ୍ରବାସୀ ଭାରତୀୟମାନେ ମଧ୍ୟ ଏହି ପୂଜାରେ ବହୁ ସଂଖ୍ୟାରେ ଯୋଗଦେଉଛନ୍ତି। କୋଭିଡ୍‌-୧୯ ସଚେତନା ସମ୍ପର୍କିତ ସମସ୍ତ ନିୟମାବଳୀକୁ ମାନି ଏହି ପୂଜା କରାଯାଉଛି। ତେବେ ନିଜ ଦେଶରେ ବ୍ୟବହୃତ ହୋଇଥିବା ସମସ୍ତ ପ୍ରକାର ପୂଜା ସାମଗ୍ରୀ ଏବଂ ପୂଜା ପଦ୍ଧତିକୁ ବିଦେଶରେ ଅନୁଭବ କରି ଶ୍ରଦ୍ଧାଳୁମାନେ ଖୁସି ପ୍ରକଟ କରିଛନ୍ତି। ଏହି ପ୍ରକାର ଭବ୍ୟ ଆୟୋଜନ ମାଧ୍ୟମରେ ଓଡ଼ିଶାର ପରମ୍ପରା , ଐତିହ୍ୟ ତଥା ବର୍ତ୍ତମାନକୁ ଅନ୍ୟ ମାନଙ୍କ ପାଖରେ ପହଞ୍ଚାଇବା ପ୍ରୟାସ ଜାରି ରହିଛି। ଫ୍ଲୋରିଆର ବରିଷ୍ଠ ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁବ ସଦସ୍ୟମାନେ ଏହି ଶାରଦୀୟ ଦୁର୍ଗା ପୂଜାକୁ ସୁଚାରୂ ରୂପେ ସମ୍ପାଦନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମିନିଟ୍‌ ଟ୍ରେନ୍‌ ବିଳମ୍ବ ହେବାରୁ ଡ୍ରାଇଭର୍‌ଙ୍କୁ ୩୬ ଟଙ୍କା ଜରିମାନା

ଟୋକିଓ,୧୧।୧୧: ଭାରତରେ ଟ୍ରେନ୍‌ ବିଳମ୍ବ ହେବା ସାଧାରଣ କଥା, କିନ୍ତୁ ଦୁନିଆରେ ଏପରି ଅନେକ ଦେଶ ଅଛି, ଯେଉଁଠାରେ ଟ୍ରେନ ଠିକ ସମୟରେ ଚଳାଚଳ କରିଥାଏ।...

ବଙ୍କରକୁ ଫେରିଯାଅ

ସିଟଲ,୧୩ା୬: ଆମେରିକାର ପଶ୍ଚିମ ଉପକୂଳରେ ଥିବା ସିଟଲ ସହରରେ ବିକ୍ଷୋଭକାରୀଙ୍କ ପୋଲିସମୁକ୍ତ ସ୍ବୟଂଶାସିତ ଜୋନ୍‌ରେ ହସ୍ତକ୍ଷେପ କରିବେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଥିଲେ।...

୨୦୨୪ ପର୍ଯ୍ୟନ୍ତ ରହିବ କରୋନା ଆତଙ୍କ,ବିଶେଷଜ୍ଞଙ୍କ ଅନୁମାନ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୮।୧୨:  ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ନୂଆ ନୂଆ ଭାରିଆଣ୍ଟ୍‌ ଆସିବା ଯୋଗୁ ସଙ୍କଟ ବଢ଼ିଚାଲିଛି। ଏପରିସ୍ଥଳେ ବିଶେଷଜ୍ଞମାନେ କହିଛନ୍ତି...

ଧନୀ ଦେଶଙ୍କ ଲୋଭ,ଗରିବ ବଞ୍ଚିତ

ଜେନେଭା,୧୪।୭: ବିଶ୍ୱର ଧନୀ ରାଷ୍ଟ୍ରଗୁଡ଼ିକର କରୋନା ଭାକ୍ସିନ ଲୋଭ ବଢ଼ିବାରେ ଲାଗିଛି। ଅନେକ ଧନୀ ଦେଶ ନିଜ ନାଗରିକମାନଙ୍କୁ ଦ୍ୱିତୀୟ ଡୋଜ୍‌ ଦେବା ପରେ ବୁଷ୍ଟର...

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଗୃହୀତ

ଓ୍ବାଶିଂଟନ, ୨୦।୧୨(ପି.ଟି.):ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ବୁଧବାର ପ୍ରତିନିଧି ସଭାରେ ଗୃହୀତ ହୋଇଛି। ଫଳରେ ତାଙ୍କୁ ସିନେଟରେ ବିଚାରର ସମ୍ମୁଖୀନ ହେବାକୁ ପଡିବ।...

ପ୍ରତିରକ୍ଷା ବଜେଟ କମାଇବ ପାକ୍‌

ଇସ୍‌ଲାମାବାଦ,୬ା୬(ପି.ଟି.)-ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପକ୍ଷରୁ ଏକ ଅପ୍ରତ୍ୟାଶିତ ପଦକ୍ଷେପ ନିଆଯିବା ପାଇଁ ସ୍ଥିର କରାଯାଇଛି। ଆସନ୍ତା ଆର୍ଥତ୍କବର୍ଷରେ ପାକିସ୍ତାନର ପ୍ରତିରକ୍ଷା ବଜେଟ...

ବସ୍‌କୁ ଅଧ କିଲୋମିଟର ଘୋଷାଡି ନେଲା ଟ୍ରେନ :୧୨ ମୃତ , ୬ ଗୁରୁତର

ଢାକା,୧୯।୧୨-ବାଂଲାଦେଶରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରେନ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି।...

ବ୍ରାଜିଲ-ଫ୍ରାନ୍ସ ଚା’ କପ୍‌ରେ ଝଡ଼ ଥମିଲା: ମାକ୍‌ରଁଙ୍କ ସ୍ତ୍ରୀଙ୍କୁ ନେଇ ଫେସ୍‌ବୁକ୍‌ରେ ଦିଆଯାଇଥିବା ମନ୍ତବ୍ୟ ଲାଗି କ୍ଷମା ମାଗିଲେ ବ୍ରାଜିଲ୍‌ ଜନତା

ପୋର୍ଟ ଭେଲ୍‌ହୋ,୨୯।୮: କିଛି ଦିନ ଧରି ବ୍ରାଜିଲ-ଫ୍ରାନ୍ସ ଚା’ କପ୍‌ରେ ଉଠିଥିବା ଝଡ଼ ଏବେ ଥମିଛି। ବ୍ରାଜିଲ ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କ ଜଣେ ସମର୍ଥକ ଫ୍ରାନ୍ସ ରାଷ୍ଟ୍ରପତି...

Advertisement
Archives

Model This Week