Posted inଖେଳ

ଆଜିଠାରୁ ଦୁଲୀପ ଟ୍ରଫି

ବେଙ୍ଗାଲୁରୁ, ୨୮ା୬ (ପି.ଟି.): ବୁଧବାର ଦୁଲିପ ଟ୍ରଫି ସହ ଭାରତର ଘରୋଇ କ୍ରିକେଟ ସିଜନ ଆରମ୍ଭ ହେବ। ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ କ୍ୱାର୍ଟରଫାଇନାଲ ମ୍ୟାଚ ଖେଳାଯିବ। ଆଲୁରଠାରେ କେନ୍ଦ୍ରାଞ୍ଚଳ ଓ ପୂର୍ବାଞ୍ଚଳ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଥିବାବେଳେ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଉତ୍ତରାଞ୍ଚଳକୁ ଭେଟିବ ଉତ୍ତରପୂର୍ବାଞ୍ଚଳ। ଆସନ୍ତା ମାସରେ ଏହି ଦୁଇଟି ମ୍ୟାଚର ବିଜେତା ସେମିଫାଇନାଲରେ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳକୁ ଭେଟିବେ। ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଗତ ସିଜନର ଚାମ୍ପିୟନ ଓ ଫାଇନାଲିଷ୍ଟ ଭାବେ ସିଧାସଳଖ ସେମିଫାଇନାଲ ଖେଳିବେ। ଭାରତୀୟ ଦଳ ପାଇଁ ଚୟନକର୍ତ୍ତାଙ୍କର ଏହି ଟୁର୍ନାମେଣ୍ଟ ଉପରେ ପୂରା ନଜର ରହିବ। ଆଇପିଏଲ୍‌ରେ କୋଲକାତା ନାଇଟ ରାଇଡର୍ସ ତରଫରୁ ଜବରଦସ୍ତ ପ୍ରଦର୍ଶନ ପରେ ରିଙ୍କୁ ସିଂ କ୍ରିକେଟ ମହଲରେ ବେଶ୍‌ ପରିଚୟ ସୃଷ୍ଟି କରିପାରିଛନ୍ତି। ରେଡ୍‌ବଲ କ୍ରିକେଟରେ ତାଙ୍କର ପ୍ରଭାବୀ ପ୍ରଦର୍ଶନ ରହିଥିଲେ ମଧ୍ୟ ସେ ତୁଳନାରେ ସେ ସେତେଟା ନାମ କମାଇ ପାରିନାହାନ୍ତି। ଗତ ସିଜନରେ ୭ଟି ରଣଜୀ ଟ୍ରଫି ମ୍ୟାଚ ଖେଳି ୬୨ରନ ଆଭରେଜରେ ୪୪୨ ରନ ସଂଗ୍ରହ କରିଥିଲେ। ତେଣୁ ତାଙ୍କୁ କେନ୍ଦ୍ରାଞ୍ଚଳ ଦଳରେ ଦେଖିବାକୁ ମିଳିବ। ବର୍ତ୍ତମାନ ସମୟରେ ପ୍ରଥମଶ୍ରେଣୀ କ୍ରିକେଟରେ ମୋଟ ଉପରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟାଟରମାନଙ୍କ ମଧ୍ୟରେ ସେ ଅନ୍ୟତମ। ସେ ୪୦ଟି ମ୍ୟାଚରେ ୫୯.୮୯ ଆଭରେଜରେ ୭ ଶତକ ଓ ୧୯ ଅର୍ଦ୍ଧଶତକ ସମେତ ୨୮୭୫ ରନ କରିଛନ୍ତି। ରିଙ୍କୁ ଯଦି ତାଙ୍କ ପ୍ରଦର୍ଶନକୁ ଦୋହରାନ୍ତି ତେବେ ଭବିଷ୍ୟତରେ ତାଙ୍କ ନାମ ଭାରତୀୟ ଦଳ ପାଇଁ ବିଚାରକୁ ନିଆଯାଇପାରେ।
କାର୍ଯ୍ୟସୂଚୀ:
ଜୁନ୍‌ ୨୮ରୁ ଜୁଲାଇ ୧: ଉତ୍ତରାଞ୍ଚଳ ବନାମ ଉତ୍ତର ପୂର୍ବାଞ୍ଚଳ, ଚିନ୍ନାସ୍ବାମୀ ଷ୍ଟାଡିୟମ; କେନ୍ଦ୍ରାଞ୍ଚଳ ବନାମ ପୂର୍ବାଞ୍ଚଳ, ଅଲୁର। ମ୍ୟାଚ ଆରମ୍ଭ ସକାଳ ୯ଟା ୩୦।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri