ଡାକ୍ତର ଅଭାବରୁ ସ୍ବାସ୍ଥ୍ୟାବସ୍ଥା ବିପର୍ଯ୍ୟସ୍ତ

ପୁରୀ ଅଫିସ,୭।୪: ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଉନ୍ନତି କରିବା ଦିଗରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ବିଭିନ୍ନ ସମୟରେ ରାଜ୍ୟବାସୀଙ୍କୁ ସୂଚନା ଦେଉଛନ୍ତି। ମାତ୍ର ବାସ୍ତବରେ ତା’ର ବିପରିତ ଚିତ୍ର ଦେଖିବାକୁ ମିଳିଛି। ରାଜ୍ୟର ଧାର୍ମିକ ରାଜଧାନୀ ତଥା ପର୍ଯ୍ୟଟନସ୍ଥଳ ଭାବେ ପରିଚିତ ପୁରୀ ସହରର ସ୍ବାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀ ଅନେକ ସମୟରେ ମେଡିକାଲରେ ଭଲ ଚିକିତ୍ସା ପାଉ ନଥିବା ଓ ନିରାମୟ କେନ୍ଦ୍ରରୁ ସବୁ ଔଷଧ ମିଳୁ ନଥିବା ଅଭିଯୋଗ ହୋଇଥାଏ। ଏପରିକି ଏହା ଜିଲାର ମୁଖ୍ୟ ଚିକିତ୍ସାଳୟ ହୋଇଥିବାବେଳେ ଆବଶ୍ୟକ ଡାକ୍ତର ନ ରହିବା ଓ ଯନ୍ତ୍ରପାତି ଅଭାବରୁ ଅଧିକାଂଶ ସମୟରେ ରୋଗୀମାନଙ୍କୁ ଭୁବନେଶ୍ୱର ଓ କଟକକୁ ସ୍ଥାନାନ୍ତର କରାଯାଉଛି। ଜିଲାରେ ଥିବା ସରକାରୀ ଚିକିତ୍ସା କେନ୍ଦ୍ରଗୁଡିକରେ ୧୮୫ଟି ଡାକ୍ତରୀ ପଦବୀ ଖାଲି ପଡିଛି। ଫଳରେ ରୋଗୀ ସେବା ଅନେକ ସମୟରେ ବାଧାପ୍ରାପ୍ତ ହେଉଛି। ବାଧ୍ୟ ହୋଇ ରୋଗୀ ଓ ସମ୍ପର୍କୀୟ ଚିକିତ୍ସା ପାଇଁ ଘରୋଇ ମେଡିକାଲ ଉପରେ ନିର୍ଭର କରୁଛନ୍ତି।
ପୁରୀ ଜିଲାରେ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଆଇଡିଏଚ୍‌ ଚିକିତ୍ସାଳୟ ରହିଛି। ଏହାବ୍ୟତୀତ ୧୬ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୪୭ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୨ଟି ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ୧ଟି ଜେଲ ହସ୍ପିଟାଲ ଓ ୧ଟି ମ୍ୟୁନିସିପାଲିଟି ହସ୍ପିଟାଲ ରହିଛି। ଏହିପରି ସମୁଦାୟ ଜିଲାରେ ୬୯ଟି ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହି ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ୩୭୪ଟି ଡାକ୍ତରୀ ପଦବୀ ଥିବାବେଳେ କେବଳ ୧୮୯ଟି ପଦବୀରେ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୦୭ଜଣ ରେଗୁଲାର ଥିବାବେଳେ ୮୨ଜଣ ଆଡଜଷ୍ଟମେଣ୍ଟ ପୋଜିସନରେ କାର୍ଯ୍ୟ କରୁଛନ୍ତି। ସେହିଭଳି ଡେଣ୍ଟିଷ୍ଟ ବିଭାଗରେ ୧୮ଟି ପଦବୀ ଥିବାବେଳେ ୧୬ଜଣ ନିଯୁକ୍ତ ଅଛନ୍ତି। ସେଥିରୁ ୭ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ସେମାନେ କାର୍ଯ୍ୟରେ ଯୋଗଦେଇ ନାହାନ୍ତି। ଏହାସହ ୨ଜଣ ଡାକ୍ତର ଦୀର୍ଘକାଳୀନ ଛୁଟିରେ ରହିଛନ୍ତି। ଅପରପକ୍ଷେ ୩୪ଜଣ ଡାକ୍ତର ପିଜି ପଢୁଥିବା ବେଳେ ୬ଜଣ ଏସ୍‌ଆର ପାଠ୍ୟକ୍ରମ ଅଧ୍ୟୟନ କରୁଛନ୍ତି। ୪ଜଣ ଜୁନିୟର ରେସିଡେନର୍ସ, ୨ଜଣ ନଟ୍ୟୁଟୋରସିପ, ଜଣେ ଡିଏନ୍‌ଏମ କୋର୍ସ, ୩ଜଣ ଡିଏନବି କୋର୍ସ ପାଇଁ ଅନୁପସ୍ଥିତ ରହିଛନ୍ତି। ଏହିଭଳି ଭାବେ ସମୁଦାୟ ୧୮୫ଟି ପଦବୀ ଖାଲି ପଡିଛି। ବିଶେଷ କରି ଅତିରିକ୍ତ ନିର୍ଦ୍ଦେଶକ -୧(ଜେନେରାଲ) ଜଣେ ରେଗୁଲାର ଡାକ୍ତର ରହିଛନ୍ତି। ସେହିପରି ଅତିରିକ୍ତ ନିର୍ଦ୍ଦେଶକ-୨ (ଜେନେରାଲ)ରେ ୫ଟି ପଦବୀରୁ ୫ ଜଣ ନିଯୁକ୍ତ ରହିଛନ୍ତି। ଅତିରିକ୍ତ ନିର୍ଦ୍ଦେଶକ-୨ (ସ୍ବତନ୍ତ୍ର)ରେ ୫ଟା ପଦବୀ ଥିବାବେଳେ ୨ଜଣ ରେଗୁଲାର ଥିବାବେଳେ ୨ଜଣ ଆଡଜଷ୍ଟମେଣ୍ଟ ଏବଂ ଓଟି ପଦବୀ ଖାଲି ରହିଛି। ଜୁନିୟର ଡାକ୍ତର (ସ୍ବତନ୍ତ୍ର)ରେ ୨୭ ଟି ପଦବୀ ଥିବାବେଳେ ୧୧ଜଣ ଡାକ୍ତର ରେଗୁଲାର ଥିବାବେଳେ ୧୨ ଜଣ ଆଡଜଷ୍ଟମେଣ୍ଟ ଏବଂ ୪ଟି ପଦବୀ ଖାଲି ରହିଛି। ଜୁନିୟର ଡାକ୍ତର (ଜେନେରାଲ) ୭ଟି ପଦବୀ ରହିଥିବା ବେଳେ ୨ଜଣ ରେଗୁଲାର ୫ଟା ପଦବୀ ଖାଲିପଡିଛି। ଅର୍ଥୋପେଡିକରେ ୧ଟି ପଦବୀ ଥିବା ବେଳେ କୌଣସି ଡାକ୍ତର ନିଯୁକ୍ତି ହୋଇନାହାନ୍ତି। ସିନିୟର କ୍ଲାସ -୧ ଜେନେରାଲରେ ୫୩ଟି ପଦବୀ ଥିବାବେଳେ ୧୯ଜଣ ରେଗୁଲାର ଓ ୧୦ଜଣ ଆଡଜଷ୍ଟମେଣ୍ଟ, ୨୦ଟି ପଦବୀ ଖାଲି ରହିଛି। ଏହାସହ ଜଣେ କାର୍ଯ୍ୟରେ ଯୋଗଦେଇ ନଥିବାବେଳେ ୩ଜଣ ଉଚ୍ଚ ଅଧ୍ୟୟନ କରୁଛନ୍ତି। ଏହିଭଳି ଉକ୍ତ ବିଭାଗରେ ୨୪ଟି ପଦବୀ ଖାଲି ପଡିଛି। ଜୁନିୟର କ୍ଲାସ ୧ ଜେନେରାଲରେରେ ୨୦୬ଟି ପଦବୀ ଥିବାବେଳେ ୫୫ଜଣ ରେଗୁଲାର, ୪୦ଜଣ ଆଡଜଷ୍ଟମେଣ୍ଟ, ୭୩ଟି ପଦବୀ ଖାଲି ପଡିଛି। ସେଥିମଧ୍ୟରୁ ୨ଜଣ ଡାକ୍ତର ଯୋଗଦେଇ ନାହାନ୍ତି, ଜଣେ ଦୀର୍ଘକାଳୀନ ଛୁଟିରେ ଯାଇଛନ୍ତି, ୧୨ ଜଣ ଉଚ୍ଚଶିକ୍ଷା କରୁଛନ୍ତି। ଏହିଭଳି ଭାବେ ୧୧୧ଟି ପଦବୀ ଖାଲି ପଡିଛି। ଜୁନିୟର କ୍ଲାସ ୧ (ସ୍ବତନ୍ତ୍ର) ବିଭାଗରେ ୬୬ଟି ପଦବୀ ଥିବାବେଳେ ୧୨ଜଣ ରେଗୁଲାର, ୧୭ଜଣ ଆଡଜଷ୍ଟମେଣ୍ଟ, ୧୯ଟି ପଦବୀ ଖାଲି, ୪ଜଣ ଯୋଗ ଦେଇନାହାନ୍ତି। ଜଣେ ଦୀର୍ଘକାଳୀନ ଛୁଟି, ୧୨ଜଣ ଉଚ୍ଚ ଶିକ୍ଷା କରୁଛନ୍ତି। ସମୁଦାୟ ୩୬ଟି ପଦବୀ ଖାଲି ପଡିଛି। ସେହିଭଳି ଆଡିସନାଲ ପୋଷ୍ଟରେ ଜେଲ ଚିକିତ୍ସାଳୟରେ ୧ଟି ପଦବୀ ଥିବାବେଳେ ଆଡଜଷ୍ଟମେଣ୍ଟ ଭାବେ ଜଣେ ରହିଛନ୍ତି। ସେହିଭଳି ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ରେବଣା ନୂଆ ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧ଟି ଲେଖାଏ ଡାକ୍ତର ପଦବୀ ଥିବାବେଳେ ସମସ୍ତ ପଦବୀ ଖାଲି ପଡିଛି। ତେଣୁ ଜିଲାରେ ଏତେ ସଂଖ୍ୟାରେ ଡାକ୍ତର ଅନୁପସ୍ଥିତ ରହୁଥିବାରୁ ରୋଗୀଙ୍କ ଚିକିତ୍ସା ଠିକ୍‌ ଭାବେ ହୋଇପାରୁନି। ଆଗକୁ ରଥଯାତ୍ରା ଥିବାରୁ ତୁରନ୍ତ ଜିଲାରେ ସମସ୍ତ ଡାକ୍ତର ପଦବୀ ପୂରଣ କରିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?