ସଚେତନତା ଅଭାବରୁ ବାଦ୍‌ ପଡୁଛନ୍ତି ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୧୩।୪: ବାଲେଶ୍ୱର ଜିଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ଅଧିକାର ଆଇନ୍‌ ୧୨-(୧-(ସି) ୨୦୦୯ ଆଇନ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଜିଲାରୁ ୧୬୧ ଜଣ ଛାତ୍ରୀଛାତ୍ର ବିଭିନ୍ନ ଘରୋଇ ସ୍କୁଲରେ ସାମିଲ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗତ ୧୦ ତାରିଖରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ନାମଲେଖା ଜାରି ରହିଛି। ଶିକ୍ଷା ଅଧିକାର ଆଇନ୍‌ ଅନୁସାରେ ଘରୋଇ ସ୍କୁଲରେ ୨୫ ପ୍ରତିଶତ ସିଟ୍‌ରେ ଆର୍ଥତ୍କ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲାଙ୍କ ନାମଲେଖା ଆରମ୍ଭ ହୋଇଛି। ଚଳିତ ଶିକ୍ଷାବର୍ଷର ପ୍ରଥମ ପର୍ଯ୍ୟାୟରେ ୧୬୧ଜଣ ଛାତ୍ରୀଛାତ୍ରଙ୍କୁ ଚୟନ କରାଯାଇଛି। ଯାହା ପୂର୍ବବର୍ଷ ତୁଳନାରେ ନୈରାଶଜନକ। ଅଧିକ ପ୍ରଚାର, ପ୍ରସାର ଏବଂ ସଚେତନତା ଅଭାବରୁ ଏହି ସେବାରୁ ଗରିବ ଛାତ୍ରୀଛାତ୍ରମାନେ ବଞ୍ଚତ୍ତ ହେଉଛନ୍ତି।
ଗତବର୍ଷ ଦୁଇଟି ପର୍ଯ୍ୟାୟରେ ମୋଟ୍‌ ୬୬୦ ଛାତ୍ରୀଛାତ୍ର ନାମ ଲେଖାଇ ରାଜ୍ୟରେ ବାଲେଶ୍ୱର ଜିଲା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଜିଲାର ୩୩୯ ଘରୋଇ ସ୍କୁଲରେ ବାହାନଗା ବ୍ଲକରୁ ୬୦ ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିବା ବେଳେ ବାଲେଶ୍ୱର ପୌରାଞ୍ଚଳରେ ୪୬, ବାଲିଆପାଳରେ ୨୭, ବସ୍ତାରେ ୧୬, ଭୋଗରାଇରେ ୧୧, ଜଳେଶ୍ୱରରେ ୬୯, ଜଳେଶ୍ୱର ଏନ୍‌ଏସିରେ ୬, ଖଇରାରେ ୯୭, ନୀଳଗିରିରେ ୨୭, ନୀଳଗିରି ଏନ୍‌ଏସିରେ ୬, ଔପଦାରେ ୪୮, ରେମୁଣାରେ ୭୪, ସଦରରେ ୫୪, ସିମୁଳିଆରେ ୪୮, ସୋରରେ ୪୮ ଓ ସୋର ଏନ୍‌ଏସିରେ ୨୩ ଛାତ୍ରୀଛାତ୍ର ନାମ ଲେଖାଇଥିଲେ। ହେଲେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା କମ୍‌ ରହିଥିବାରୁ ଟାର୍ଗେଟ୍‌ ପୂରଣ କରିବାକୁ ନେଇ ବିଭାଗ ଚିନ୍ତାରେ ପଡ଼ିଛି। ନିୟମ ଅନୁସାରେ, ଅଭିଭାବକଙ୍କର ବାର୍ଷିକ ୧ଲକ୍ଷ ୮୦ହଜାର ଟଙ୍କା ଭିତରେ ଆୟ ଥିଲେ ସେମାନଙ୍କ ପିଲା ଏହି ଯୋଜନାରେ ସାମିଲ ହୋଇପାରିବେ। ନାମଲେଖା ସମ୍ପୂର୍ଣ୍ଣ ନିଃଶୁଳ୍କ ହୋଇଥିବା ବେଳେ ସ୍କୁଲଗୁଡ଼ିକ କୌଣସି ଅର୍ଥ ଅଭିଭାବକମାନଙ୍କଠାରୁ ନେଇପାରିବେ ନାହିଁ। ଯଦି କୌଣସି ସ୍କୁଲ ନିୟମ ବିରୋଧୀ କାର୍ଯ୍ୟ କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଏମିତିକି ଏନ୍‌ଓସି ରଦ୍ଦ କରାଯିବାର ନିୟମ ରହିଛି। ତେବେ ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ବହୁତ କମ୍‌ ପିଲା ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଛନ୍ତି। ଏନେଇ ବିଭାଗ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତତ୍ପରତା ଦେଖାଇବାକୁ କୁହାଯାଇଛି। ଅନ୍ୟପକ୍ଷରେ ଶିକ୍ଷା ଅଧିକାର ଆଇନ ରାଜ୍ୟରେ ୨୦୧୦ ମସିହାରୁ ଲାଗୁ ହୋଇଥିବା ବେଳେ ସଚେତନତା ଓ ସରକାରଙ୍କ ତାଗିଦା ଅଭାବରୁ ଏହି ନିୟମ ଜିଲାରେ ଫେଲ୍‌ ମାରିଥିଲା। ୨୦୨୧-୨୨ ଶିକ୍ଷାବର୍ଷରେ ରାଜ୍ୟ ସରକାର ଯଦିଓ ତତ୍ପରତା ଦେଖାଇଲେ ସେତେଟା ସଫଳ ହୋଇପାରି ନ ଥିଲେ। ୨୦୨୨-୨୩ ବର୍ଷ ଠାରୁ ନିୟମକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି। ଯାହାକୁ ପ୍ରାୟ ସବୁ ସ୍କୁଲ ଅନୁପାଳନ କରୁଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?