ସଂକ୍ରମିତ ରୋଗ ନେଲା ହାତୀର ଜୀବନ

ନାକଟିଦେଉଳ,୨୮ା୧୦(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବନଖଣ୍ଡ ଖଳାଶୁଣୀ ଅଭୟାରଣ୍ୟର କିସିଣ୍ଡା ରେଞ୍ଜ ଅଧୀନ କୁଲାଡ଼େରା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାର ନାକଟିଦେଉଳ ପ୍ରାଣୀଧନ ଚିକିତ୍ସକ ଡା. ଦେବାଶିଷ ପଣ୍ଡା ମୃତ ହାତୀର ବ୍ୟବଚ୍ଛେଦ କରିବା ପରେ ବିଭାଗ ପକ୍ଷରୁୁ ଜେସିବି ସାହାଯ୍ୟରେ ଗାତ ଖୋଳି ପୋତି ଦିଆଯାଇଛି।

ସୂଚନା ଅନୁସାରେ ଗତ କିଛିଦିନ ହେଲା ଏକ ମାଈହାତୀ ଖଳାଶୁଣୀ ଅଭୟାରଣ୍ୟ ଅଞ୍ଚଳରେ ଅସୁୁସ୍ଥ ହୋଇ ଘୂରିବୁଲୁଥିଲା। କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଅସୁସ୍ଥ ହାତୀର ଚିକିତ୍ସା ବ୍ୟବସ୍ଥା କରାଯିବା ସହ ଗତିବିଧି ଉପରେ ନଜର ରଖାଯାଇଥିଲା। ତେବେ ବୁଧବାର ସନ୍ଧ୍ୟାରେ ହାତୀଟିର ମୃତ୍ୟୁ ଘଟିଥିଲା। ଖବର ପାଇ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ହାତୀକୁ ଠାବ କରିଥିଲେ। ଗୁରୁବାର ସକାଳୁ ବାମରା ଡିଏଫ୍‌ଓ ଫାଲଗୁନୀ ସାରଥି ମଲ୍ଲିକ, କିସିଣ୍ଡା ରେଞ୍ଜ ଅଧିକାରୀ ରବିନ କିସ୍କୁ, ଫରେଷ୍ଟର ଅନୁରାଧା ଖର୍ସେଲ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ଫୁସ୍‌ଫୁସ ସଂକ୍ରମିତ ରୋଗ ଯୋଗୁ ଏହି ମାଈହାତୀଟିର ମୃତ୍ୟୁ ଘଟିଥିବା ଏବଂ ତା’ର ଆନୁମାନିକ ବୟସ ୭ବର୍ଷ ହେବ ବୋଲି ରେଞ୍ଜ ଅଧିକାରୀ କିସ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଫନୀ’ ମୁକାବିଲା ପାଇଁ ପ୍ରଶାସନ ସଜାଗ: କର୍ମଚାରୀଙ୍କ ଛୁଟି ବାତିଲ

ଢେଙ୍କାନାଳ ଅଫିସ, ୧।୫- ସାମୁଦ୍ରିକ ଝଡ଼ ‘ଫନି’ ଭୟଙ୍କର ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ...

ମାଲକାନଗିରିରେ ଭୂକମ୍ପ, ଜିଲାବାସୀ ଆତଙ୍କିତ

ମାାଲକାନଗିରି, ୨୧।୩(ଡି.ଏନ୍‌.ଏ.): ବର୍ତ୍ତମାନ କରୋନା ଭୂତାଣୁ ରୋଗ ସମ୍ବନ୍ଧରେ ରାଜ୍ୟବାସୀ ଆତଙ୍କିତ ଥିବା ବେଳେ ଶନିବାର ମାଲକାନଗିରି ଜିଲାରେ ମୃଦୁ ଭୂକମ୍ପ ଅନୁଭୁତ ହୋଇଛି। ଏହାକୁ...

ସଂକ୍ରମଣ ରୋକିବାକୁ ସୀମା ସିଲ୍‌

ଭୋଗରାଇ,୨୨।୪(ଡି.ଏନ.ଏ.): ମହାମାରୀ କରୋନାର ଦ୍ୱିତୀୟ ଲହର କ୍ଷିପ୍ର ଗତିରେ ସଂକ୍ରମିତ ହେଉଥିବା ବେଳେ ରାଜ୍ୟ ସରକାର ସତର୍କତା ମୂଳକ ଆନ୍ତଃରାଜ୍ୟ ସଡ଼କ ପଥ ସୀମାକୁ ସିଲ୍‌...

ଟ୍ରାଇ ସାଇକେଲ ଲାଗି ଆବେଦନ କରି ଦିବ୍ୟାଙ୍ଗ ନିରାଶ

  କୋମନା,୨୧।୩ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା କୋମନା ବ୍ଲକ କୁରୁମପୁରୀ ପଁଚେତ୍‌ କୁଶଦହନା ଗଁାର ପୁରୁଷୋତ୍ତମ ସାହୁ(୩୫)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି...

ସଫ୍ଟଓ୍ବେର ଇଞ୍ଜିନିୟର ଦେବାଶିଷ ପାଇଲେ ଓଏଏସ୍‌: ଉତ୍ତମ ପ୍ରଶାସନିକ ସେବା ଯୋଗାଇ ଦେବା ଲକ୍ଷ୍ୟ

କୃଷ୍ଣପ୍ରସାଦ,୯ା୧(ଡି.ଏନ.ଏ.): ପୁରୀ ଜିଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ପାରିକୁଦଗଡରୁ ଓଏଏସ ପାଇବାରେ ସଫଳ ହୋଇଛନ୍ତି ଦେବାଶିଷ ପାତ୍ର। ତାଙ୍କ ଲକ୍ଷ୍ୟ ରହିଛି ଜନସାଧାରଣଙ୍କୁ ଉତ୍ତମ ପ୍ରଶାସନିକ...

ଘରକୁ ଫେରିଲେ ତାମିଲନାଡୁରେ ବନ୍ଧା ପଡ଼ିଥିବା ଶ୍ରମିକ

ଭବାନୀପାଟଣା,୧୭।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡ଼ିସର ଗ୍ରାମର ଗୋଟିଏ ପରିବାରର ୧୦ଜଣ ଦାଦନ ଶ୍ରମିକ ତାମିଲନାଡୁର ବୀରାକୁପମ ନିକଟରେ ବନ୍ଧା ପଡିଥିଲେ। ଏହି ଘଟଣା...

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୨୪ ପ୍ଲାଟୁନ୍‌ ଫୋର୍ସ

ଛତ୍ରପୁର,୨୨ା୫(ଡି.ଏନ.ଏ)- ଚଳିତମାସ ୨୩ରେ ଗଞ୍ଜାମ ଜିଲାରେ ହୋଇଥିବା ଭୋଟର ଗଣତି ହେବ। ଏନେଇ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ...

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ରାଇକିଆ,୨୯।୩(ଡି ଏନ ଏ)- କନ୍ଧମାଳ ଜିଲା ରାଇକିଆ ବ୍ଲକ ବଡ଼ବରବା ପଞ୍ଚାୟତର ଖଜୁରିଖମନ ଗ୍ରାମରେ ଶନିବାର ରାତି ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର...

Advertisement
Archives

Model This Week