ବଳିଥିବା ଭାତ, ଡାଲମାକୁ ନେଇ ମହିଳାଙ୍କ ମଧ୍ୟରେ ମାରପିଟ୍‌

ଧରାକୋଟ,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ପାଙ୍କଳବାଡ଼ି ଗ୍ରାମରେ କୁମାରପୂର୍ଣ୍ଣିମା ପରେ ଝିଅମାନେ ଚାନ୍ଦା ଆଦାୟ କରି ପାଲା ପରିବେଷଣ କରାଇଥିଲେ। ପରେ ଭୋଜି ଭାତର ଆୟୋଜନ କରିଥିଲେ। ଭୋଜିରେ ବଳିଥିବା ଭାତ, ଡାଲମା ଘରକୁ ନେବାକୁ ନେଇ ଦୁଇ ଗୋଷ୍ଠୀ ମହିଳାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ମାରପିଟ ହେବାରୁ ଅଶ୍ୱିନୀ ଗୌଡ ନାମକ ଜଣେ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଧରାକୋଟ ଥାନାରେ ଏନେଇ ସେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ. ୧୮୮/୨୧) ରୁଜୁ କରି ବଳରାମ ଡାକୁଆ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସେହିପରି ଅନ୍ୟ ଗୋଷ୍ଠୀ ପକ୍ଷରୁ ଆରତୀ ଡାକୁଆ ଅନ୍ୟ ପକ୍ଷର ଅଶ୍ୱିନୀ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏ ନେଇ ପୋଲିସ ଏକ ମାମଲା(ନଂ.୧୮୯/୨୧) ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନଗହଳି ସ୍ଥାନରୁ ସ୍ଥାନାନ୍ତର ହେବେ ଉଠାଦୋକାନୀ

ବ୍ରହ୍ମପୁର ଅଫିସ,୨୩ା୬-ବ୍ରହ୍ମପୁରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ତଥା ଛକରେ ସୁଧୁରିବ ଟ୍ରାଫିକ ସମସ୍ୟା ା ଏନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି...

କାମ କଲାନି ସୁରେଶ, ଅପରାଜିତାଙ୍କ ପ୍ରଭାବ

ଖୋର୍ଦ୍ଧା ଅଫିସ,୨୮ା୩: ଖୋର୍ଦ୍ଧା ପୌର ନିର୍ବାଚନରେ ଶାସକ ଦଳ ବିଜେଡି ବାଜି ମାରି ନେଇଛି। ୪ଟି ପୌର ଆସନରେ ବିଜେଡି ବହୁମତ ହାସଲ କରିଥିବା ବେଳେ...

ବାଇକକୁ ଧକ୍କା ଦେଲା ବୁଲେଟ, ୪ ଗୁରୁତର

ପରଜଙ୍ଗ, ୯ା୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁକ୍ତାପଶି-ବଡ଼କମର ଗ୍ରାମ୍ୟ ନିର୍ମାଣ (ଆର୍ଡ଼ି) ରାସ୍ତାର କଟାବାହାଳ ଛକ ନିକଟରେ ସୋମବାର ମଧ୍ୟାହ୍ନରେ ଏକ ବାଇକକୁ ବୁଲେଟ...

ଲକ୍‌ଡାଉନ୍‌ ନ ମାନି ୨ ଗିରଫ, ବୋଲେରୋ ସହ ୬ ବାଇକ୍‌ ଜବତ

ଠାକୁରମୁଣ୍ଡା,୨୬।୩(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ପଦକ୍ଷେପ ଆରମ୍ଭ କରିଥିବା ବେଳେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା...

ସମସିଆ ଘେରରେ ଆଖିଦାଦର ପିୟୁପିଏସ୍‌: ସ୍କୁଲରେ ଶିକ୍ଷକ ମର୍‌ଡ଼ିକେ ପଢ଼ାକୁଠି ଅଭାବ୍‌

ବିନିକା, ୨୪।୧ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଆଖିଦାଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଆଏଜ୍‌କେ ୮ ବଛର ହେଲା ଅବେବସ୍‌ତା ଘେରରେ ରହିଛେ।...

ନଳିତା, ଧନିଚା ବିହନ ନାହିଁ: ଚାଷୀ ହତାଶ

କେନ୍ଦ୍ରାପଡ଼ା ଅଫିସ,୧ା୭: ତନ୍ତୁଜାତୀୟ ଫସଲ ପାଇଁ କେନ୍ଦ୍ରାପଡ଼ା ଜିଲାର ସୁନାମ ରହିଛି। ୨୦୦୫ ମସିହାରେ ଜିଲାର ୨୧୫୨ ହେକ୍ଟର ଅଞ୍ଚଳରେ ନଳିତା ଓ ମେସ୍ତା ଚାଷ...

ବାର୍‌ରେ ୩୫ ହଜାର ବିଲ୍‌କୁ ନେଇ ସାଙ୍ଗଙ୍କ ସହ ମନିଷଙ୍କ ହୋଇଥିଲା ବଚସା

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟ ଘେରକୁ ଚାଲି ଯାଉଛି। ତଦନ୍ତରେ ନୂଆ ନୂଆ ତଥ୍ୟ...

ଧାମରାରେ ଧରା ହେଲା ହ୍ବେଲସାର୍କ

ଚାନ୍ଦବାଲି, ୨୫।୯ (ଡି.ଏନ.ଏ.): ଭଦ୍ରକ ଜିଲା ଧାମରା ମତ୍ସ୍ୟ ପୋତାଶ୍ରୟ ଅଧୀନରେ ଥିବା ଚନ୍ଦନିପାଳ ମାଛଧରା ବେସ୍‌ରୁ ବୁଧବାର ଏକ ବିରଳ ମାଛ ଧରା ହୋଇଛି।...

Advertisement
Archives

Model This Week