Posted inଖେଳ

ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ: ସିଙ୍ଗଲ୍ସ, ଡବଲ୍ସ ଫାଇନାଲରେ ପ୍ରମୋଦ

ଦୁବାଇ,୪।୪(ପି.ଟି.): ଦୁବାଇରେ ଚାଲିଥିବା ତୃତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଆ ତାରକା ପ୍ରମୋଦ ଭଗତ ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇ ଭାରତୀୟ ତାରକା ପ୍ରମୋଦ ଓ ସୁକାନ୍ତ କଦମ ନିଜ ନିଜ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି।
ଏସ୍‌ଏଲ୍‌ ୩ ବର୍ଗରେ ବିଶ୍ୱର ଏକ ନମ୍ବର ଖେଳାଳି ଓଡ଼ିଶାର ପ୍ରମୋଦ ଭଗତ ମାଲେସିଆର ମହମ୍ମଦ ହୁଜାଇରି ଅବଦୁଲ ମାଲେକଙ୍କୁ ପରାସ୍ତ କରି ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ମାଲେକଙ୍କୁ ୨୧-୭, ୨୧-୧୭ରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛନ୍ତି। ଏବେ ପ୍ରମୋଦ ଟାଇଟଲ ପାଇଁ ଫାଇନାଲରେ ନିଜ ଦେଶର କୁମାର ନୀତେଶଙ୍କୁ ରବିବାର ଭେଟିବେ। ସେମିରେ ପ୍ରମୋଦ ପ୍ରଭାବ ବିସ୍ତାର କରି ଖେଳିଥିଲେ ଓ ଟାଇଟଲ ପାଇଁ ଫେଭରାଇଟ୍‌ ବିବେଚିତ ହେଉଛନ୍ତି।
ସେହିପରି ପୁରୁଷ ଡବଲ୍ସ ଇଭେଣ୍ଟରେ ପ୍ରମୋଦ ଓ ମନୋଜ ସରକାର ସେମିଫାଇନାଲରେ ନିଜ ଦେଶର ଅନ୍ୟତମ ଯୋଡି ମହମ୍ମଦ ଅରଓ୍ବାଜ ଅନସାରି ଓ ଦୀପ୍‌ ରଞ୍ଜନ ବିଶୋୟୀଙ୍କୁ ୨୧-୧୯, ୨୩-୨୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଫାଇନାଲରେ ପ୍ରମୋଦ ଓ ମନୋଜ ପ୍ରତିପକ୍ଷ ସୁକାନ୍ତ କଦମ ଓ କୁମାର ନୀତେଶଙ୍କୁ ଭେଟିବେ।
ତେବେ ମିକ୍ସଡ ଡବଲ୍ସ ସେମିଫାଇନାଲରେ ପ୍ରମୋଦ ଓ ତାଙ୍କ ପାର୍ଟନର ପାଲା କୋହଲି ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଏହି ଯୋଡିରେ ୧୭- ୨୧, ୫-୨୧ରେ ଫ୍ରାନ୍ସର ଲୁକାସ ମାଜୁର ଓ ଫଷ୍ଟିନ ନୋଏଲଙ୍କଠାରୁ ପରାସ୍ତ ହୋଇଛନ୍ତି। ଉଲ୍ଲେଖଥାଉ କି, ଏସ୍‌ଏଲ୍‌ ୩ ବର୍ଗର ଖେଳାଳିମାନେ ଦୁଇ କିମ୍ବା ଗୋଟିଏ ଗୋଡରେ ଅକ୍ଷମଥାନ୍ତି। ଚାଲିବା କିମ୍ବା ଦୌଡିବାରେ ଏହି ଖେଳାଳିମାନେ ସନ୍ତୁଳନ ରକ୍ଷା କରିବା ପାଇଁ ସଂଘର୍ଷ କରିଥାନ୍ତି। ଏସ୍‌ଏଲ୍‌ ୪ ବର୍ଗରେ କଦମ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଜର୍ମାନୀର ମାର୍ସେଲ ଆଡମଙ୍କୁ ହରାଇ ଫାଇନାଲକୁ ଉଠିଛନ୍ତି। ତେବେ ସୁକାନ୍ତ ୨୧-୧୧, ୨୧-୧୧ ସିଧାସଳଖ ସେଟ୍‌ରେ ବିଜୟୀ ହୋଇ ଅଗ୍ରଗତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?