ଡ୍ରଇଂରୁମ୍‌ ଡେକୋରେଶନ୍‌

ଡ୍ରଇଂରୁମ୍‌ ହେଉଛି ଗୋଟିଏ ଘରର ମୁଖ୍ୟ ଆକର୍ଷଣ। ତେଣୁ ଏହାକୁ ସଜାଇବା ବେଳେ କେତୋଟି କଥା ପ୍ରତି ଧ୍ୟାନ ଦେଲେ ତାହା ଅଧିକ ସୁନ୍ଦର ତଥା ଆଇକ୍ୟାଚି ଲାଗିବ।

ଜାଣନ୍ତୁ କିପରି ସଜାଇବେ ଡ୍ରଇଂରୁମ୍‌…

-ପ୍ରଥମ କଥା ହେଉଛି ଡ୍ରଇଂରୁମକୁ ଫାଙ୍କା ଫର୍ଚ୍ଚା ରଖିବାକୁ ଚେଷ୍ଟା କରନ୍ତୁ। ଯଦିଓ ଶୋ ପିସ୍‌, ଓ୍ବାଲ୍‌ହ୍ୟାଙ୍ଗିଙ୍ଗ୍‌ ଆଦି ଡ୍ରଇଂରୁମର ଶୋଭା ବଢ଼ାଇଥାଏ, ହେଲେ ଆବଶ୍ୟକତାଠାରୁ ଅଧିକ ରଖିବା ଦ୍ୱାରା ଜାକି ହେବା ଭଳି ଲାଗିଥାଏ। ସେହିପରି ଫର୍ନିଚର, ଟିଭି ଏବଂ ଅନ୍ୟାନ୍ୟ ଡେକୋରେଟିଭ୍‌ ସାମଗ୍ରୀକୁ ଏପରି ସଜାନ୍ତୁ, ଯେପରି ସେସବୁ ନା କେବଳ ସୁନ୍ଦର ଦେଖାଯିବ ବରଂ ଚଲାବୁଲା କରିବା ସମୟରେ ଆପଣଙ୍କ ସଂସ୍ପର୍ଶରେ ଆସିବ ନାହିଁ। ଏହାଦ୍ୱାରା ଡ୍ରଇଂରୁମ୍‌ ସ୍ପେଶିଅସ୍‌ ଏବଂ ଆଟ୍ରାକ୍ଟିଭ୍‌ ଲାଗିବ।
-ଡ୍ରଇଂରୁମରେ ଝରକା କିମ୍ବା ଟ୍ରାନ୍ସପ ରେଣ୍ଟ ଗ୍ଲାସ୍‌ ଲଗାନ୍ତୁ, ଯେପରି ଡ୍ରଇଂରୁମ୍‌କୁ ବାହାର ଲାଇଟ୍‌ ଆସିପାରିବ। ଯଦି ଏପରି ସୁବଧା ନାହିଁ, ତେବେ ଫଲ୍ସ ସିଲିଂ କରି କଲରଫୁଲ୍‌ ଲାଇଟ୍‌ ବ୍ୟବସ୍ଥା କଲେ ଡ୍ରଇଂରୁମ୍‌ ଅଧିକ ଆକର୍ଷଣୀୟ ଲାଗିବ।
-ଡ୍ରଇଂରୁମ୍‌ ସଜାଇବା ଲାଗି ଫୁଲଦାନି ବାଛୁଥିଲେ ମନେରଖନ୍ତୁ, ଅନେକ ପ୍ରକାରର ଫୁଲଦାନି ଏକସଙ୍ଗେ ଅବା ରୁମ୍‌ ଭିତରେ ଭର୍ତ୍ତି କରି ରଖନ୍ତୁ ନାହିଁ। ଗୋଟିଏ କିମ୍ବା ଦୁଇଟି ଫୁଲଦାନି ରଖନ୍ତୁ। ମଲ୍ଟି କଲର ଫୁଲ ସହ ପତ୍ର ମଲ୍ଟିକଲର ନ ରଖି କେବଳ ଗ୍ରୀନ୍‌ ହିଁ ରଖିଲେ ଅଧିକ ଆଇକ୍ୟାଚି ଲାଗିବ। ଯଦି ସିଙ୍ଗ୍‌ଲ କଲର ଫୁଲ ରଖୁଛନ୍ତି, ତେବେ ମଲ୍ଟି କଲର ପତ୍ର ରଖିପାରିବେ।
-ଡ୍ରଇଂରୁମକୁ ସୁନ୍ଦର କରିବା ଲାଗି ଏହାର ପରଦାଗୁଡ଼ିକ ମଧ୍ୟ ମୁଖ୍ୟ ଭୂମିକା ବହନ କରିଥାଏ। ତେଣୁ ରୁମ୍‌ କାନ୍ଥର କଲର ସହ କଣ୍ଟ୍ରାଷ୍ଟ ଲୁକ୍‌ ଦେବା ଭଳି ପରଦା ବାଛନ୍ତୁ। ଏହାବ୍ୟତୀତ ସୁନ୍ଦର କାର୍ପେଟ୍‌ ମଧ୍ୟ ଡ୍ରଇଂରୁମ୍‌ର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri