ଖରା ଦିନିଆ ମେକ୍‌ଅପ୍‌

ଆରମ୍ଭ ହୋଇଯାଇଛି ଖରାଦିନ। ଆଉ ଏମିତିରେ ନିଜ ମେକ୍‌ଅପ୍‌ ଯେପରି ଝାଳରେ ନ ବୋହିଯାଏ ତା’କୁ ନେଇ ବଢିଯାଇଛି ମହିଳାଙ୍କ ଚିନ୍ତା। ହେଲେ ଏଥିପାଇଁ ଆଦୌ ବ୍ୟସ୍ତ ନ ହୋଇ ଏ ଦିନେ କେଉଁ ମେକ୍‌ଅପ୍‌ ଆପଣଙ୍କ
ଲାଗି ପରଫେକ୍ଟ ଜାଣି ରଖନ୍ତୁ ଟିପ୍ସ…

ଖରାଦିନେ ମେକ୍‌ଅପ୍‌ ନେବା ପୂର୍ବରୁ ପ୍ରଥମେ ମାଇଲ୍ଡ କ୍ଲିଞ୍ଜରରେ ମୁହଁ ସଫା କରିବା ସହ ଟୋନିଂ କରିବା ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି ଅଏଲି ସ୍କିନ୍‌ ମହିଳା ଏଦିନେ ମେକ୍‌ଅପ୍‌ ଶୀଘ୍ର ନ ଛାଡିବା ଲାଗି ଆବ୍‌ଜର୍ବିଙ୍ଗ୍‌ ଟୋନର୍‌ ବ୍ୟବହାର କରିବା ଭଲ। ଆପଣ ଚାହିଁଲେ ଅମୃତଭଣ୍ଡା, କାକୁଡି, ଟମାଟୋ ରସକୁ ବି ବ୍ୟବହାର କରି ପ୍ରାକୃତିକ ଉପାୟରେ ଟୋନିଂ କରିପାରିବେ।
ଏହାପରେ ଅଏଲି ସ୍କିନ୍‌କୁ ଛାଡି ଡ୍ରାଏ ସ୍କିନ୍‌ରେ ଏସ୍‌ପିଏଫ୍‌ ୧୫ ଯୁକ୍ତ ମଶ୍ଚରାଇଜର୍‌ ବ୍ୟବହାର କରନ୍ତୁ। ଅଏଲି ତ୍ୱଚାରେ ଲଗାନ୍ତୁ ନାହିଁ। ଆପଣ ଚାହିଁଲେ କେବଳ ଆଖି ତଳେ ମଶ୍ଚରାଇଜର୍‌ ବ୍ୟବହାର କରିପାରିବେ।
ଏଦିନେ ମୋଟା ଲେୟାର୍‌ରେ ଫାଉଣ୍ଡେଶନ୍‌ ଲଗାଇଲେ ଝାଳରେ ବୋହିଯିବା ସହ ପ୍ୟାଚେସ୍‌ ଭଳି ଦେଖାଯାଏ। ତେଣୁ ପତଳା ଲେୟାରର ହାଇଲି ପିଗ୍‌ମେଣ୍ଟେଡ୍‌, ଓ୍ବାଟରପ୍ରୁଫ୍‌ ଜେଲ୍‌ ବେସ୍‌ ଫାଉଣ୍ଡେଶନ ଲଗାନ୍ତୁ।
ଆଖି ଏବଂ ଓଠ ବିନା ସବୁ ମେକ୍‌ଅପ୍‌ ଅଧୁରା। ହେଲେ ଖରାଦିନେ ଆଇ ଲାଇନର, ମସ୍କରା, କାଜଲ ଆଦି ଝାଳରେ ବୋହିଯିବା କାରଣରୁ ମୁହଁର ସୌନ୍ଦର୍ଯ୍ୟ ଖରାପ ହୋଇଯାଏ। ତେଣୁ ଲାଇଟ୍‌ ଓ୍ବାଟରପ୍ରୁଫ୍‌ ବା ସ୍ମଜ୍‌ପ୍ରୁଫ୍‌ କାଜଲ୍‌, ଲାଇନର୍‌ ଏବଂ ମସ୍କରା ବ୍ୟବହାର କରନ୍ତୁ। ଏଦିନେ ନିଜ ଆଇ ମେକ୍‌ଅପ୍‌କୁ ଲାଇଟ୍‌ ରଖିବାକୁ ଚେଷ୍ଟା କରନ୍ତୁ। ଲାବେଣ୍ଡର, କୋରାଲ ପିଙ୍କ୍‌ ଭଳି ଆଇସ୍ୟାଡୋ ବ୍ୟବହାର କରନ୍ତୁ। ଏହା ଝାଳ ଲାଗି ବୋଳି ହେଲେ ବି ମେକ୍‌ଅପ୍‌ ଖରାପ ଲାଗି ନ ଥାଏ। ସେହିପରି ଲିପ୍‌ଷ୍ଟିକ୍‌ ମଧ୍ୟ ଓ୍ବାଟରପ୍ରୁଫ୍‌ ହିଁ ବାଛନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri