ଶୁଖିଲା କାଶ ହେଉଥିଲେ

ବର୍ତ୍ତମାନ ଅଧିକାଂଶଙ୍କଠାରେ ଦେଖାଦେଉଛି ଜ୍ୱର ଏବଂ ଥଣ୍ଡା ସମସ୍ୟା। ଏହା ପରେ ଲାଗିରହୁଛି ଦୀର୍ଘଦିନ ଧରି କାଶ । ଏଥିପାଇଁ ଡାକ୍ତରଙ୍କ ପାଖକୁ ଯିବା ଏବଂ ବାରମ୍ବାର ଔଷଧ ସେବନ କରିବା ପରେ ମଧ୍ୟ ସହଜେ କମୁନି
ସମସ୍ୟା । ଏମିତିରେ କେତେକ ଘରୋଇ ଉପଚାର ଦ୍ୱାରା ଆପଣ ଉପକୃତ ହୋଇପାରିବେ। ଜାଣିରଖନ୍ତୁ ସେ ସମ୍ପର୍କରେ…

 

ଗରମ ଲୁଣପାଣି: ଏହା ହେଉଛି କାଶ କମାଇବା ପାଇଁ ସବୁଠୁ ଭଲ ଉପାୟ। ଦିନକୁ ଅତି କମ୍‌ରେ ୪-୫ ଥର ଗରମ ଲୁଣପାଣିରେ ଗାର୍ଗେଲିଂ କରନ୍ତୁ। ଏହାଦ୍ୱାରା କଫ ତରଳି ଯିବା ସହ କାଶ ମଧ୍ୟ ଧୀରେ ଧୀରେ କମିଯିବ।
ଅଦା ଓ ଲୁଣ: ଅଧିକ କାଶ ହେଉଥିଲେ ଖଣ୍ଡେ ଅଦାରେ ଅଳ୍ପ ଲୁଣ ଲଗାଇ କଳରେ ଜାକନ୍ତୁ। ଏହାକୁ ଅଳ୍ପ ଅଳ୍ପ ଚୋବାନ୍ତୁ ଯେପରି ରସ ବାହାରି ଗଳାକୁ ଆରାମ ଦେବ।
ମହୁ ଓ ଗୋଲମରିଚ: ଏକ ଚାମଚ ମହୁରେ ୪-୫ଟି ଗୋଲମରିଚ ଗୁଣ୍ଡ ମିଶାଇ ଖାଆନ୍ତୁ, କାଶ ସମସ୍ୟାରୁ ଉପଶମ ମିଳିବ। ମହୁରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ କାଶ କମାଇଥାଏ।
ତୁଳସୀପତ୍ର, ଅଦା ଓ ମହୁ: ଶୁଖିଲା କାଶ କମାଇବା ଲାଗି ତୁଳସୀପତ୍ର ଓ ଅଦା ରସରେ ମହୁ ମିଶାଇ ଖାଇଲେ ବେଶ୍‌ ଭଲ କାମ କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।
ଉଷୁମ ପାଣି ଓ ମହୁ: କାଶ ହେଉଥିଲେ ଥଣ୍ଡା ପାଣି କିମ୍ବା ଆଇସ୍‌କ୍ରିମ୍‌ ଭଳି ଥଣ୍ଡା ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ମଝିରେ ମଝିରେ ଉଷୁମ ପାଣିରେ ଅଳ୍ପ ମହୁ ମିଶାଇ ପିଅନ୍ତୁ ଗଳାକୁ ଆରାମ ମିଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆକଳନ: ଶୀଘ୍ର କିଣି ନିଅନ୍ତୁ ସୁନା, ଛଅ ମାସରେ ମୂଲ୍ୟ ୪୦% ବୃଦ୍ଧି ପାଇବ! ୧୦ ଗ୍ରାମକୁ ୨ ଲକ୍ଷ ପାର କରିପାରେ

ନୂଆଦିଲ୍ଲୀ,୧୯।୬: ବିଶ୍ୱସ୍ତରୀୟ ନିବେଶ ସଂସ୍ଥା JPMorgan ପୂର୍ବାନୁମାନ କରିଛି ଯେ ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁ ସୁନା ଏବଂ ରୂପା ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଚାପ ପଡ଼ିଥିଲେ…

୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଚାନ୍ଦବାଲି/ବାସୁଦେବପୁର,୧୯ା୬(ରତିକାନ୍ତ ବାରିକ/କାଳୀପଦ ରାୟ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମନ୍ତେଇ ନଦୀର ବାଲିଆପାଳ ଘାଟରେ ନିର୍ମାଣ ହେଉଥିବା ସେତୁର ରୋଡ୍‌ ସର୍ଭେ ବେଳେ ନଦୀରେ ଭାସିଯାଇଥିବା…

ସ୍ବାଧୀନତାର ୭୮ ବର୍ଷ ପରେ ଗାଁରେ ପହଞ୍ଚିଲା ସ୍ବାସ୍ଥ୍ୟ ସେବା: ପ୍ରଶାସନର ପ୍ରଚେଷ୍ଟାକୁ ସର୍ବସାଧାରଣରେ ପ୍ରଶଂସା

ଥୁଆମୂଳ ରାମପୁର, ୧୯।୯ (ଦୁର୍ଗା କୀର୍ତ୍ତି ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ଏକ ମେଗା ସ୍ବାସ୍ଥ୍ୟ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା‘କକ୍ରୋଚ ଜନତା ପାର୍ଟି’, NEET ପ୍ରସଙ୍ଗରେ ଆତ୍ମହତ୍ୟା କରିଥିବା ପିଲାଙ୍କ ପାଇଁ ସରକାରଙ୍କ ନିକଟରେ କଲା ପ୍ରମୁଖ ଦାବି

ନୂଆଦିଲ୍ଲୀ,୧୯।୬: NEET ପେପର୍‌ ଲିକ ବିବାଦ ମଧ୍ୟରେ, ଆତ୍ମହତ୍ୟା ମାମଲା ସମ୍ପର୍କରେ ରାଜନୈତିକ ଏବଂ ସାମାଜିକ ଚାପ ବଢୁଛି। କୋକ୍ରୋଚ ଜନତା ପାର୍ଟି (CJP) ଏହି ପ୍ରସଙ୍ଗରେ…

ଇରାନ-ଆମେରିକା ଶାନ୍ତି ଚୁକ୍ତି ପରେ ଭାରତ ପାଇଁ ଆସିଲା ଖୁସି ଖବର,‘ଦିଶା’ ଆଣିଲା ୬୨୩୭୦ ମେଟ୍ରିକ ଟନ୍‌ LNG

ନୂଆଦିଲ୍ଲୀ,୧୯।୬: ଏଲଏନଜି ଟ୍ୟାଙ୍କର ‘ଦିଶା’ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ଦେଇ ଅତିକ୍ରମ କରିବା ପରେ ଗୁଜରାଟର ଦହେଜ ବନ୍ଦରରେ ପହଞ୍ଚିଛି। ଏହି ମାଲ୍ଟା ପତାକାଯୁକ୍ତ ଟ୍ୟାଙ୍କର…

ଟେଲିଗ୍ରାମକୁ ବଡ଼ ଝଟକା; ଜୁନ ୨୨ପର୍ଯ୍ୟନ୍ତ ଲାଗୁ ହେବ ନିଷେଧ, ଆବେଦନ ଖାରଜ

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀ ହାଇକୋର୍ଟ ଆପ ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଟେଲିଗ୍ରାମର ଆବେଦନକୁ ଖାରଜ କରିଦେଇଛନ୍ତି। NEET-UG ପୁନଃପରୀକ୍ଷା ପୂର୍ବରୁ ଜୁନ ୨୨…

୫୬ ତମ ଜନ୍ମଦିନରେ ରାହୁଲଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି, କହିଲେ ମୁଁ ତାଙ୍କର…

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ…

‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ

ମହାକାଳପଡ଼ା,୧୯ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବିଡିଓ ରବି ନାରାୟଣ ଆଚାର୍ଯ୍ୟ, ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri