ଶୁଖିଲା କାଶ ହେଉଥିଲେ

ବର୍ତ୍ତମାନ ଅଧିକାଂଶଙ୍କଠାରେ ଦେଖାଦେଉଛି ଜ୍ୱର ଏବଂ ଥଣ୍ଡା ସମସ୍ୟା। ଏହା ପରେ ଲାଗିରହୁଛି ଦୀର୍ଘଦିନ ଧରି କାଶ । ଏଥିପାଇଁ ଡାକ୍ତରଙ୍କ ପାଖକୁ ଯିବା ଏବଂ ବାରମ୍ବାର ଔଷଧ ସେବନ କରିବା ପରେ ମଧ୍ୟ ସହଜେ କମୁନି
ସମସ୍ୟା । ଏମିତିରେ କେତେକ ଘରୋଇ ଉପଚାର ଦ୍ୱାରା ଆପଣ ଉପକୃତ ହୋଇପାରିବେ। ଜାଣିରଖନ୍ତୁ ସେ ସମ୍ପର୍କରେ…

 

ଗରମ ଲୁଣପାଣି: ଏହା ହେଉଛି କାଶ କମାଇବା ପାଇଁ ସବୁଠୁ ଭଲ ଉପାୟ। ଦିନକୁ ଅତି କମ୍‌ରେ ୪-୫ ଥର ଗରମ ଲୁଣପାଣିରେ ଗାର୍ଗେଲିଂ କରନ୍ତୁ। ଏହାଦ୍ୱାରା କଫ ତରଳି ଯିବା ସହ କାଶ ମଧ୍ୟ ଧୀରେ ଧୀରେ କମିଯିବ।
ଅଦା ଓ ଲୁଣ: ଅଧିକ କାଶ ହେଉଥିଲେ ଖଣ୍ଡେ ଅଦାରେ ଅଳ୍ପ ଲୁଣ ଲଗାଇ କଳରେ ଜାକନ୍ତୁ। ଏହାକୁ ଅଳ୍ପ ଅଳ୍ପ ଚୋବାନ୍ତୁ ଯେପରି ରସ ବାହାରି ଗଳାକୁ ଆରାମ ଦେବ।
ମହୁ ଓ ଗୋଲମରିଚ: ଏକ ଚାମଚ ମହୁରେ ୪-୫ଟି ଗୋଲମରିଚ ଗୁଣ୍ଡ ମିଶାଇ ଖାଆନ୍ତୁ, କାଶ ସମସ୍ୟାରୁ ଉପଶମ ମିଳିବ। ମହୁରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍‌ ଗୁଣ କାଶ କମାଇଥାଏ।
ତୁଳସୀପତ୍ର, ଅଦା ଓ ମହୁ: ଶୁଖିଲା କାଶ କମାଇବା ଲାଗି ତୁଳସୀପତ୍ର ଓ ଅଦା ରସରେ ମହୁ ମିଶାଇ ଖାଇଲେ ବେଶ୍‌ ଭଲ କାମ କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।
ଉଷୁମ ପାଣି ଓ ମହୁ: କାଶ ହେଉଥିଲେ ଥଣ୍ଡା ପାଣି କିମ୍ବା ଆଇସ୍‌କ୍ରିମ୍‌ ଭଳି ଥଣ୍ଡା ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ମଝିରେ ମଝିରେ ଉଷୁମ ପାଣିରେ ଅଳ୍ପ ମହୁ ମିଶାଇ ପିଅନ୍ତୁ ଗଳାକୁ ଆରାମ ମିଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri