ନିୟନ୍ତ୍ରଣରେ ନାହିଁ ନିଶା

ଖମାର,୫।୧୨(ଡି.ଏନ.ଏ.) – ଅବକାରୀ ରାଜସ୍ୱରେ ବୃଦ୍ଧି ପାଇଁ ରାଜ୍ୟରେ ମଦର ବ୍ୟାପକ ପ୍ରସାର କରାଯାଉଛି। ନୂଆ ନୂଆ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉଛି। ଏଥିରୁ ଗ୍ରାମାଞ୍ଚଳ ମଧ୍ୟ ବାଦ୍‌ ପଡ଼ୁନାହିଁ। ଅନେକ ସ୍ଥାନରେ ମହିଳାମାନେ ବିରୋଧ କରୁଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଉ ନାହିଁ। ଗାଁ ଗାଁରେ ଦେଶୀ, ବିଦେଶୀ ମଦ କାଉଣ୍ଟର ଖୋଲାଯିବା ଦ୍ୱାରା ଗ୍ରାମ୍ୟ ସଂସ୍କୃତି ସଙ୍କଟରେ ପଡ଼ିଲାଣି। ସାମାଜିକ ଓ ପାରିବାରିକ ବିଶୃଙ୍ଖଳା ବଢ଼ିଲାଣି। ହାତପାହାନ୍ତାରେ ନିଶା ସାମଗ୍ରୀ ମିଳିଯାଉଥିବାରୁ ନାବାଳକମାନେ ଏହା କବଳରେ ପଡ଼ି ବିଭିନ୍ନ ଅସାମାଜିକ କାର୍ଯ୍ୟ ଆଡ଼େ ମୁହାଁଇଲେଣି। ପୋଲିସ ଓ ଅବକାରୀ ବିଭାଗର ଅପାରଗତା ଯୋଗୁ ଚୋରା କାରବାର ଏପରି ବଢ଼ିଲାଣି ଯେ ଗ୍ରାମାଞ୍ଚଳରେ ନିଶା ଆଉ ନିୟନ୍ତ୍ରଣରେ ନ ଥିବା ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି।
ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଅଞ୍ଚଳରେ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ଏଠାରେ ଗୋଟିଏ ସରକାରୀ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭାଟି ଥିବାବେଳେ ୩ଟି ବିଦେଶୀ ମଦ କାଉଣ୍ଟର ରହିଛି। କିନ୍ତୁ ଚୋରାରେ ମଦ ବିକ୍ରି କରାଯାଉଥିବା ଦୋକାନ ସଂଖ୍ୟା ଶତାଧିକ। କିଏ ଜଳିଖିଆ ଦୋକାନରେ ଦେଶୀ ପାଉଚ, ବୋତଲରେ ମଦ ବିକ୍ରି କରୁଛନ୍ତି ତ ଆଉ କେଉଁ ରାଶନ, ପାନ ଦୋକାନ, ଢାବା ଓ ଚାଳିଆ ହୋଟେଲରେ ଏହି କାରବାର ଜୋର୍‌ ଧରିଛି। କେବଳ ଦେଶୀ ନୁହେଁ, ବିଦେଶୀ ମଦର ମଧ୍ୟ ଚୋରା କାରବାର ହେଉଛି। ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ଅଞ୍ଚଳରେ ଏଜେଣ୍ଟ ରଖି ସେମାନଙ୍କ ଜରିଆରେ ଦେଶୀ ଓ ବିଦେଶୀ ଚୋରା ମଦ ଗ୍ରାମାଞ୍ଚଳକୁ ପଠାଉଛନ୍ତି। ସାଇକେଲ, ବାଇକ୍‌ ଓ ତେଲ ଜାର୍‌ ଯୋଗେ ଶତାଧିକ ଲିଟର ମଦ ଏଜେଣ୍ଟମାନେ ଯୋଗାଇ ଦେଉଛନ୍ତି। ପାଉଚ ମଦର ଅଧିକ ଚାହିଦା ଥିବାରୁ ଏହି ଚୋରା ବେପାରୀମାନେ ଦେଶୀ ପାଉଚ ଭଳି ବିଦେଶୀ ମଦକୁ ମଧ୍ୟ ପାଉଚ ଆକାରରେ ବିକ୍ରି କରୁଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଗାଁଗୁଡ଼ିକରେ ଏହି ଚୋରା ବ୍ୟବସାୟ ବହୁଳ ଭାବେ ଚାଲିଥିବାରୁ ବହୁ ସଂଖ୍ୟାରେ ନାବାଳକ ଏହି କାରବାରରେ ଯୋଡ଼ି ହେବା ସହ ନିଶା ପାନ କରୁଛନ୍ତି। ଏଥିଯୋଗୁ ଗାଁର ସାମାଜିକ ସ୍ଥିତି ବିଗିଡ଼ିବା ସହ ଅନେକ ସମୟରେ ଅପରାଧମାନ ଘଟୁଛି। ନିଶା ବ୍ୟବହାର କରୁଥିବା ନାବାଳକମାନେ ଚୋରି, ଡକାୟତି ଆଦି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଜଣାପଡୁଛି। ଖମାର ଥାନା ଅଞ୍ଚଳର ଶଙ୍ଖମୁର, ଖମାର, ମୁଣ୍ଡୁରିବଡା, ପରାଚାଟ, କୁଞ୍ଜାମ, ଇଞ୍ଜିଡ଼, ଆଲୋରୀ, ବଦସଡା ଓ ଜାତୀୟ ରାଜପଥ ୧୪୯ରେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଛି। ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ଆଖିବୁଜି ଦେଇଥିବାରୁ ଚୋରା ମଦ କାରବାର ଅପରାଧ ବୃଦ୍ଧିର କାରଣ ସାଜିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

 

ଖମାର ଅଞ୍ଚଳରେ ଚଢ଼ାଉ ହେବ
ମଦ ଚୋରା କାରବାର ରୋକିବାକୁ କିଛିଦିନ ହେବ ଅନୁଗୋଳ ଜିଲାର କଣିହାଁ ଅଞ୍ଚଳରେ ନିୟମିତ ଚଢ଼ାଉ କରାଯାଉଛି। ପାଲଲହଡ଼ା ବ୍ଲକ ଅଞ୍ଚଳରେ ମଧ୍ୟ ଏପରି ଚଢ଼ାଉ ଆଗାମୀ ଦିନରେ କରାଯିବ। ଅବକାରୀ ବିଭାଗ ଜିଲାରେ ତତ୍ପର ରହିଛି।
-ଅନିତା ଓଝା, ଅବକାରୀ ଇନ୍ସପେକ୍ଟର, ଅନୁଗୋଳ
ଯୁବପିଢ଼ି ନିଶା ପଥର ଯାତ୍ରୀ
ମଦର ପ୍ରଚାର ପ୍ରସାର ପାଇଁ ଗାଁ ପରିବେଶ ନଷ୍ଟ ହୋଇଗଲାଣି। ଯୁବପିଢ଼ି ନିଶା ପଥର ଯାତ୍ରୀ ହୋଇଥିବାରୁ ସର୍ବଦା ବିଶୃଙ୍ଖଳା ଦେଖାଦେଉଛି। ଏଥିଯୋଗୁ ଆସାମାଜିକ କାର୍ଯ୍ୟକଳାପ ବଢ଼ୁଛି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ।
-ଦୁଃଖବନ୍ଧୁ ପ୍ରଧାନ, ବୁଦ୍ଧିଜୀବୀ, ଖମାର
ରୋକିବା ଦିଗରେ ଦୃଷ୍ଟି ଦିଆଯିବ
ଚୋରା ମଦ ସହ ଅନ୍ୟ ନିଶା ସାମଗ୍ରୀ କାରବାର ରୋକିବା ଦିଗରେ ଦୃଷ୍ଟି ଦିଆଯିବ। ଗ୍ରାମାଞ୍ଚଳକୁ କିପରି ନିଶାଠାରୁ ଦୂରେଇ ରଖିହେବ ସେ ନେଇ ଅବକାରୀ ବିଭାଗ ସହ ମିଶି ଘନ ଘନ ଚଢ଼ାଉ ପାଇଁ ଚେଷ୍ଟା କରାଯିବ।
-ଜ୍ଞାନରଞ୍ଜନ ସାମଲ, ଥାନା ଅଧିକାରୀ, ଖମାର


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri