ନିୟନ୍ତ୍ରଣରେ ନାହିଁ ନିଶା

ଖମାର,୫।୧୨(ଡି.ଏନ.ଏ.) – ଅବକାରୀ ରାଜସ୍ୱରେ ବୃଦ୍ଧି ପାଇଁ ରାଜ୍ୟରେ ମଦର ବ୍ୟାପକ ପ୍ରସାର କରାଯାଉଛି। ନୂଆ ନୂଆ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉଛି। ଏଥିରୁ ଗ୍ରାମାଞ୍ଚଳ ମଧ୍ୟ ବାଦ୍‌ ପଡ଼ୁନାହିଁ। ଅନେକ ସ୍ଥାନରେ ମହିଳାମାନେ ବିରୋଧ କରୁଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଉ ନାହିଁ। ଗାଁ ଗାଁରେ ଦେଶୀ, ବିଦେଶୀ ମଦ କାଉଣ୍ଟର ଖୋଲାଯିବା ଦ୍ୱାରା ଗ୍ରାମ୍ୟ ସଂସ୍କୃତି ସଙ୍କଟରେ ପଡ଼ିଲାଣି। ସାମାଜିକ ଓ ପାରିବାରିକ ବିଶୃଙ୍ଖଳା ବଢ଼ିଲାଣି। ହାତପାହାନ୍ତାରେ ନିଶା ସାମଗ୍ରୀ ମିଳିଯାଉଥିବାରୁ ନାବାଳକମାନେ ଏହା କବଳରେ ପଡ଼ି ବିଭିନ୍ନ ଅସାମାଜିକ କାର୍ଯ୍ୟ ଆଡ଼େ ମୁହାଁଇଲେଣି। ପୋଲିସ ଓ ଅବକାରୀ ବିଭାଗର ଅପାରଗତା ଯୋଗୁ ଚୋରା କାରବାର ଏପରି ବଢ଼ିଲାଣି ଯେ ଗ୍ରାମାଞ୍ଚଳରେ ନିଶା ଆଉ ନିୟନ୍ତ୍ରଣରେ ନ ଥିବା ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି।
ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଅଞ୍ଚଳରେ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ଏଠାରେ ଗୋଟିଏ ସରକାରୀ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଭାଟି ଥିବାବେଳେ ୩ଟି ବିଦେଶୀ ମଦ କାଉଣ୍ଟର ରହିଛି। କିନ୍ତୁ ଚୋରାରେ ମଦ ବିକ୍ରି କରାଯାଉଥିବା ଦୋକାନ ସଂଖ୍ୟା ଶତାଧିକ। କିଏ ଜଳିଖିଆ ଦୋକାନରେ ଦେଶୀ ପାଉଚ, ବୋତଲରେ ମଦ ବିକ୍ରି କରୁଛନ୍ତି ତ ଆଉ କେଉଁ ରାଶନ, ପାନ ଦୋକାନ, ଢାବା ଓ ଚାଳିଆ ହୋଟେଲରେ ଏହି କାରବାର ଜୋର୍‌ ଧରିଛି। କେବଳ ଦେଶୀ ନୁହେଁ, ବିଦେଶୀ ମଦର ମଧ୍ୟ ଚୋରା କାରବାର ହେଉଛି। ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ଅଞ୍ଚଳରେ ଏଜେଣ୍ଟ ରଖି ସେମାନଙ୍କ ଜରିଆରେ ଦେଶୀ ଓ ବିଦେଶୀ ଚୋରା ମଦ ଗ୍ରାମାଞ୍ଚଳକୁ ପଠାଉଛନ୍ତି। ସାଇକେଲ, ବାଇକ୍‌ ଓ ତେଲ ଜାର୍‌ ଯୋଗେ ଶତାଧିକ ଲିଟର ମଦ ଏଜେଣ୍ଟମାନେ ଯୋଗାଇ ଦେଉଛନ୍ତି। ପାଉଚ ମଦର ଅଧିକ ଚାହିଦା ଥିବାରୁ ଏହି ଚୋରା ବେପାରୀମାନେ ଦେଶୀ ପାଉଚ ଭଳି ବିଦେଶୀ ମଦକୁ ମଧ୍ୟ ପାଉଚ ଆକାରରେ ବିକ୍ରି କରୁଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଗାଁଗୁଡ଼ିକରେ ଏହି ଚୋରା ବ୍ୟବସାୟ ବହୁଳ ଭାବେ ଚାଲିଥିବାରୁ ବହୁ ସଂଖ୍ୟାରେ ନାବାଳକ ଏହି କାରବାରରେ ଯୋଡ଼ି ହେବା ସହ ନିଶା ପାନ କରୁଛନ୍ତି। ଏଥିଯୋଗୁ ଗାଁର ସାମାଜିକ ସ୍ଥିତି ବିଗିଡ଼ିବା ସହ ଅନେକ ସମୟରେ ଅପରାଧମାନ ଘଟୁଛି। ନିଶା ବ୍ୟବହାର କରୁଥିବା ନାବାଳକମାନେ ଚୋରି, ଡକାୟତି ଆଦି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଜଣାପଡୁଛି। ଖମାର ଥାନା ଅଞ୍ଚଳର ଶଙ୍ଖମୁର, ଖମାର, ମୁଣ୍ଡୁରିବଡା, ପରାଚାଟ, କୁଞ୍ଜାମ, ଇଞ୍ଜିଡ଼, ଆଲୋରୀ, ବଦସଡା ଓ ଜାତୀୟ ରାଜପଥ ୧୪୯ରେ ଆପରାଧିକ କାର୍ଯ୍ୟକଳାପ ବଢ଼ୁଛି। ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ଆଖିବୁଜି ଦେଇଥିବାରୁ ଚୋରା ମଦ କାରବାର ଅପରାଧ ବୃଦ୍ଧିର କାରଣ ସାଜିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

 

ଖମାର ଅଞ୍ଚଳରେ ଚଢ଼ାଉ ହେବ
ମଦ ଚୋରା କାରବାର ରୋକିବାକୁ କିଛିଦିନ ହେବ ଅନୁଗୋଳ ଜିଲାର କଣିହାଁ ଅଞ୍ଚଳରେ ନିୟମିତ ଚଢ଼ାଉ କରାଯାଉଛି। ପାଲଲହଡ଼ା ବ୍ଲକ ଅଞ୍ଚଳରେ ମଧ୍ୟ ଏପରି ଚଢ଼ାଉ ଆଗାମୀ ଦିନରେ କରାଯିବ। ଅବକାରୀ ବିଭାଗ ଜିଲାରେ ତତ୍ପର ରହିଛି।
-ଅନିତା ଓଝା, ଅବକାରୀ ଇନ୍ସପେକ୍ଟର, ଅନୁଗୋଳ
ଯୁବପିଢ଼ି ନିଶା ପଥର ଯାତ୍ରୀ
ମଦର ପ୍ରଚାର ପ୍ରସାର ପାଇଁ ଗାଁ ପରିବେଶ ନଷ୍ଟ ହୋଇଗଲାଣି। ଯୁବପିଢ଼ି ନିଶା ପଥର ଯାତ୍ରୀ ହୋଇଥିବାରୁ ସର୍ବଦା ବିଶୃଙ୍ଖଳା ଦେଖାଦେଉଛି। ଏଥିଯୋଗୁ ଆସାମାଜିକ କାର୍ଯ୍ୟକଳାପ ବଢ଼ୁଛି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ।
-ଦୁଃଖବନ୍ଧୁ ପ୍ରଧାନ, ବୁଦ୍ଧିଜୀବୀ, ଖମାର
ରୋକିବା ଦିଗରେ ଦୃଷ୍ଟି ଦିଆଯିବ
ଚୋରା ମଦ ସହ ଅନ୍ୟ ନିଶା ସାମଗ୍ରୀ କାରବାର ରୋକିବା ଦିଗରେ ଦୃଷ୍ଟି ଦିଆଯିବ। ଗ୍ରାମାଞ୍ଚଳକୁ କିପରି ନିଶାଠାରୁ ଦୂରେଇ ରଖିହେବ ସେ ନେଇ ଅବକାରୀ ବିଭାଗ ସହ ମିଶି ଘନ ଘନ ଚଢ଼ାଉ ପାଇଁ ଚେଷ୍ଟା କରାଯିବ।
-ଜ୍ଞାନରଞ୍ଜନ ସାମଲ, ଥାନା ଅଧିକାରୀ, ଖମାର


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ,ଉଦ୍ଦେଶ୍ୟ ସମ୍ପର୍କରେ…

ଭଞ୍ଜନଗର,୨୫।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ଆନୁକୂଲ୍ୟରେ ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ…

ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ୨୪ ମାମଲାର ଶୁଣାଣି

ବରଗଡ଼, ୨୫।୮(ପ୍ରେମାନନ୍ଦ ଖମାରୀ): ମହିଳାମାନଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ସମସ୍ୟାର ସମାଧାନ ବ୍ୟବସ୍ଥାକୁ ସେମାନଙ୍କ ଦ୍ୱାରଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri