ଖୋର୍ଦ୍ଧାରେ ବଢୁଛି ମାଦକ ଦ୍ରବ୍ୟ କାରବାର

ଖୋର୍ଦ୍ଧା ଅଫିସ,୧୨ା୧୧: ଖୋର୍ଦ୍ଧାରେ ବ୍ରାଉନସୁଗାର ପରେ ମାଦକଦ୍ରବ୍ୟ କାରବାର କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ଏକ ରାକେଟ କାର୍ଯ୍ୟ କରୁଛି। ନାମୀଦାମୀ ବିଦେଶୀ କମ୍ପାନୀ ନାଁରେ ନକଲିି ମଦ ବଜାରରେ ବିକ୍ରି ହେଉଛି। ଏହାର ଚେର ଗଞ୍ଜାମରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଛି। ଦୀର୍ଘଦିନ ଧରି ଏହି କାରବାର ଚାଲିଛି। ଏଠାରୁ ଗ୍ରାମାଞ୍ଚଳକୁ ଚାଲାଣ ହେଉଛି।
ଖୋର୍ଦ୍ଧା ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ନକଲି ମଦ କାରବାର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ବିଶେଷ ସୂତ୍ରରୁ ଖବରପାଇ ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ କଟକ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ବାଡ୍‌ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ଟିମ୍‌ ବୁଧବାର ରାତିରେ ସାଦା ପୋଷାକରେ ଗ୍ରାହକ ସାଜି ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ଏକ ଗ୍ରୋସେରି ଦୋକାନରେ ପହଞ୍ଚିଥିଲେ। ଏହା ପରେ ବିଭିନ୍ନ କମ୍ପାନୀର ମଦ ମାଗିଥିଲେ। ଦୋକାନୀ ଗଣେଶ ସାହୁ ସେମାନଙ୍କୁ ମଦ ଦେବା ପରେ ଏହି ଟିମ୍‌ ତାଙ୍କୁ କାବୁ କରିନେଇଥିଲା। ଏହା ପରେ ଅବକାରୀ ପୋଲିସ ଗଣେଶଙ୍କୁୁ ଗିରଫ କରିଥିଲା। ତାଙ୍କ ନିକଟରୁ ୨୫ପେଟି ଦାମୀ କମ୍ପାନୀର ନକଲି ମଦ ଜବତ ହୋଇଛିି। ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ। ତେବେ ଖୋର୍ଦ୍ଧା ଅବକାରୀ ଏବଂ ପୋଲିସ ଅଞ୍ଚଳରେ ଏହି କାରବାର ଚାଲିଥିବା ବେଳେ ପୋଲିସ ପାଖରେ କିପରି କୌଣସି ଖବରନାହିଁ, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୁକ୍ତ ଗଣେଶ ଦୀର୍ଘଦିନ ହେବ ଗ୍ରୋସେରି ଦୋକାନ ଆଳରେ ପଛପଟେ ଏହି କାରବାର ଚଳାଇ ଆସୁଥିଲେ। ଏହି କାରବାରରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, କେଉଁଠୁ ଏହି ନକଲିି ମଦ ଆସୁଛି, ଏହି ରାକେଟ ପଛର ମାଷ୍ଟର ମାଇଣ୍ଡକୁ ଫ୍ଲାଇଙ୍ଗ ସ୍କ୍ବାଡ୍‌ ଖୋଜୁଥିବା ଜଣାପଡିଛି। ଏହି ଚଢ଼ାଉରେ ଆଇଆଇସି ସରୋଜ କୁମାର ପରିଡା, ଉମାକାନ୍ତ ସ୍ବାଇଁ, ଏସ୍‌ଆଇ ସଚିନ ବେହେରା, ଏଏସ୍‌ଆଇ ସାକିର ଉଲ୍ଲା, ନଟବର ମଲିକ, ବ୍ରଜକିଶୋର ବିନ୍ଧାଣୀ, ମୋତିଲାଲ ମହନ୍ତ, କନଷ୍ଟେବଳ ଦିଲୀପ ନନ୍ଦ, ଅଜୟ ବେହେରା, ପ୍ରଦ୍ୟୁମ୍ନ ପାତ୍ର, ଅନ୍ତର୍ଯ୍ୟାମୀ ମଲ୍ଲିକ, ଦିଲ୍‌ଜିତ ଦାସ, ରୋଜାଲିନ ପଟ୍ଟନାୟକ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri