ମାଦକ ଦ୍ରବ୍ୟ ବ୍ୟବସାୟ

ଏହା ସାଧାରଣରେ ଜଣା ଯେ ଗୁଜରାଟ ଏକ ଡ୍ରାଏ ରାଜ୍ୟ ଅର୍ଥାତ୍‌ ସେଠାରେ ସରକାରୀସ୍ତରରେ ମଦ ବିକ୍ରି ହୁଏନାହିଁ। କିନ୍ତୁ ଏହି ରାଜ୍ୟ ବର୍ତ୍ତମାନ ମାଦକ ଦ୍ରବ୍ୟ କାରବାରର ପେଣ୍ଠ ପାଲଟିଗଲାଣି। ୪ ମାର୍ଚ୍ଚ ୨୦୨୫ରେ ପ୍ରକାଶିତ ଗୁଜରାଟ ପୋଲିସର ତଥ୍ୟ ଏହାକୁ ସ୍ପଷ୍ଟ ପ୍ରମାଣ କରୁଛି। ତଥ୍ୟରେ ଦର୍ଶାଯାଇଛି ଯେ, ୨୦୨୪ରେ ଗୁଜରାଟରୁ ମୋଟ୍‌ ୮୨ ଲକ୍ଷରୁ ଊର୍ଦ୍ଧ୍ୱ ଭାରତ ତିଆରି ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌) ବୋତଲ ଅର୍ଥାତ୍‌ ପ୍ରତି ୪ ସେକେଣ୍ଡରେ ଗୋଟିଏ ଜବତ ହୋଇଛି। ଏ କ୍ଷେତ୍ରରେ ଅହମଦାବାଦ ସବୁଠୁ ଆଗରେ ରହିଛି। ମୋଟ୍‌ ୪,୩୮,୦୪୭ ମଦବୋତଲ ଅହମଦାବାଦ ସହର ଓ ଏହାର ଗ୍ରାମାଞ୍ଚଳରୁ ଜବତ କରାଯାଇଥିବାବେଳେ ଏହାପଛକୁ ସୁରଟ, ଭଦଦୋରା, ନବସାରି ଓ ଗୋଧ୍ରା ରହିଛନ୍ତି। ଗୋଟିଏ ଡ୍ରାଏ ଷ୍ଟେଟ୍‌ରେ ବିପୁଳ ପରିମାଣର ବେଆଇନ ବା ଚୋରାମଦ ଜବତହେବା ବାସ୍ତବରେ ଚିନ୍ତାର ବିଷୟ। ୨୦୨୪ର ଘଟଣାଗୁଡ଼ିକୁ ଯଦି ଦେଖାଯାଏ କେବଳ ମଦ ନୁହେଁ, ଅନ୍ୟସବୁ ମାଦକ ଦ୍ରବ୍ୟ ଯଥା ହେରୋଇନ, କୋକେନ, ଇ ସିଗାରେଟ୍‌ ଜବତରେ ଗୁଜରାଟ ଭାରତର ଅନ୍ୟସବୁ ରାଜ୍ୟ ତୁଳନାରେ ସବୁଠୁ ଆଗରେ ଅଛି। ୨୦୨୪ ସାଧାରଣ ନିର୍ବାଚନ ସମୟରେ ପ୍ରକାଶିତ ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ତଥ୍ୟରୁ ମଧ୍ୟ ଏହାର ପ୍ରମାଣ ମିଳିଥିଲା। ଇସିଆଇ ସୂଚିତ କରିଥିଲା ଯେ, ଭାରତରେ ନିର୍ବାଚନ ସମୟରେ ଜବତ ହୋଇଥିବା ମୋଟ୍‌ ପରିମାଣର ଡ୍ରଗ୍ସର ଏକ ତୃତୀୟାଂଶ କେବଳ ଗୁଜରାଟରୁ ହିଁ ମିଳିଥିଲା। ଏହା ବ୍ୟତୀତ ୨୦୨୪ ଏପ୍ରିଲରେ ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌(ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ପାଖାପାଖି ୬୦୦ କୋଟି ଟଙ୍କା ମୂଲ୍ୟର ୮୬ କେ.ଜି. ଡ୍ରଗ୍ସ ବା ନିଶାଦ୍ରବ୍ୟ ଜବତ ହେବା ସହ ପାକିସ୍ତାନୀ ନାଗରିକ କୁହାଯାଉଥିବା ୧୪ ଜଣଙ୍କୁ ଗିରଫ କରାଯାଇଥିଲା। ସେହି ମାସରେ ପୁନର୍ବାର ଏକ ଭାରତୀୟ ମାଛଧରା ଡଙ୍ଗାରୁ ୧୭୩ କେଜି ଡ୍ରଗ୍ସ ଜବତ କରାଯାଇଥିଲା। ଏହା ପୂର୍ବମାସ ଅର୍ଥାତ୍‌ ମାର୍ଚ୍ଚ ୨୦୨୪ରେ ମଧ୍ୟ ପୋରବନ୍ଦର ଉପକୂଳରୁ ୪୦୦ କୋଟି ଟଙ୍କା ମୂଲ୍ୟର ମେଫେଡ୍ରୋନ୍‌(ଏକପ୍ରକାର ଅତି ଉତ୍ତେଜକ ନିଶାଦ୍ରବ୍ୟ) ଜବତ ହେବା ସହ ତଥାକଥିତ ପାକିସ୍ତାନୀ ବୋଲି କୁହାଯାଉଥିବା ୬ ଜଣ ନାବିକଙ୍କୁ ଗିରଫ କରାଯାଇଥିଲା। ଏଭଳି ନିଶାଦ୍ରବ୍ୟ ଗୁଜରାଟ ଉପକୂଳରୁ ବାରମ୍ବାର ଜବତ କରାଯାଉଛି। ଉଲ୍ଲେଖନୀୟ, ସେପ୍ଟେମ୍ବର ୨୦୨୧ରେ ଗୌତମ ଆଦାନୀଙ୍କ କମ୍ପାନୀ ହାତରେ ଥିବା ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୨୧,୦୦୦ କୋଟି ଟଙ୍କାର ୩,୦୦୦ କେଜି ହେରୋଇନ୍‌ ଜବତ କରାଯିବା ଏକ ସର୍ବକାଳୀନ ରେକର୍ଡ ।
କେବଳ ମୁନ୍ଦ୍ରା ବନ୍ଦର ନୁହେଁ, ସମୟାନ୍ତରରେ ଗୁଜରାଟ ଉପକୂଳରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ବାରମ୍ବାର ଜବତ ହୋଇଆସୁଛି। ଏହା ସହ ୨୦୨୪ର ମଦ ବୋତଲ ଜବତ ତଥ୍ୟ ସେଠାକାର ନିଶାଦ୍ରବ୍ୟ କାରବାରର ଗମ୍ଭୀରତାକୁ ସାମ୍ନାକୁ ଆଣିଛି। ଅର୍ଥାତ୍‌ ଗୁଜରାଟରେ ଯାହାକୁ ଯେତେ ମଦ ମିଳିବାର ବାଟ ରହିଛି। ଏଣୁ ଗୁଜରାଟ ଡ୍ରାଏ ଷ୍ଟେଟ୍‌ ନୁହେଁ । ଏହା ସ୍ପଷ୍ଟ ଯେ, ଯେତିକି ପରିମାଣର ମଦ ବୋତଲ କିମ୍ବା ଡ୍ରଗ୍ସ ଧରାପଡ଼ୁଛି ତାହାଠାରୁ କାହିଁ କେତେ ଅଧିକ ଗୁଜରାଟ ବାଟ ଦେଇ ଅନ୍ୟ ରାଜ୍ୟକୁ ଆସୁଛି। ସେଥିରୁ କମ୍‌ ଧରାପଡ଼ୁଛନ୍ତି ଓ ଅଧିକ ଖସିଯାଉଛନ୍ତି। ଫଳରେ ଭାରତରେ ନିଶାଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ସ୍ପଷ୍ଟ ବୁଝାପଡ଼େ ଯେ, ରାଜ୍ୟ ସରକାର ଓ ସେଠାକାର ପୋଲିସ ଏହି ବ୍ୟବସାୟରେ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ଅଛନ୍ତି। କାରଣ ଯେଉଁ ବିପୁଳ ଅର୍ଥ ସେଥିରୁ ବାହାରୁଛି ତାହା ଅନ୍ୟ କୌଣସି ସୂତ୍ରରୁ ପାଇବା କଷ୍ଟକର। ଏହା ଜଣାଶୁଣା ଯେ, ପୋଲିସ ଏବଂ ତାହାର ଗୋଇନ୍ଦା ସଂସ୍ଥାର ସକ୍ରିୟ ସହଯୋଗ ବିନା ଏତେବଡ଼ ଆକାରର ମାଦକ ଦ୍ରବ୍ୟ ଚୋରା କାରବାର କରିବା କୌଣସି ଗ୍ୟାଙ୍ଗ୍‌ ବା ଗୋଷ୍ଠୀ ପାଇଁ ସମ୍ଭବପର ହୁଏନାହିଁ। ଏଥିସହିତ ସମ୍ପୃକ୍ତ ପୋଲିସଙ୍କ ନିଯୁକ୍ତି ଓ ବଦଳି କରାଇବାରେ ରାଜନୈତିକ ବ୍ୟକ୍ତି ଏବଂ ସେଠାରେ ଶାସକ ଦଳ ଲାଭର ଏକ ବଡ଼ଅଂଶ ପାଇଥାନ୍ତି। ଢଗ ଅଛି, ରକ୍ଷକ ଯେତେବେଳେ ଭକ୍ଷକ ହୁଏ ସେତେବେଳେ ସାଧାରଣ ନାଗରିକ ପାଇଁ କୌଣସି ସୁରକ୍ଷା ମିଳେ ନାହିଁ। ଗୁଜରାଟ କ୍ୟାଡରର ଆଇପିଏସ୍‌ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ଦୀର୍ଘବର୍ଷ ଧରି ଜେଲରେ ରଖାଯିବାର କାରଣ ଭାବେ ତାଙ୍କର ଏକ ଆଫିଡାଭିଟ୍‌କୁ ଦର୍ଶାଯାଉଥିଲେ ମଧ୍ୟ ଅନ୍ୟପଟେ କୁହାଯାଏ ଯେ, ତାଙ୍କ ଡ୍ରଗ୍ସ ଚୋରା କାରବାର କରୁଥିବା ଶକ୍ତିଶାଳୀ ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ମୁଖ୍ୟ କାରଣ। ଦେଶ ଏକ ଦଶନ୍ଧି ପୂର୍ବରୁ ‘ଗୁଜରାଟ ମଡେଲ’ କଥା ଶୁଣି ପ୍ରଭାବିତ ହେଉଥିଲା। ଏବେ ସେହି ମଡେଲ ବାସ୍ତବରେ କିଭଳି କାର୍ଯ୍ୟ କରେ ତାହା ଦେଶବାସୀ ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?