ମାଦକ ଦ୍ରବ୍ୟ ବ୍ୟବସାୟ

ଏହା ସାଧାରଣରେ ଜଣା ଯେ ଗୁଜରାଟ ଏକ ଡ୍ରାଏ ରାଜ୍ୟ ଅର୍ଥାତ୍‌ ସେଠାରେ ସରକାରୀସ୍ତରରେ ମଦ ବିକ୍ରି ହୁଏନାହିଁ। କିନ୍ତୁ ଏହି ରାଜ୍ୟ ବର୍ତ୍ତମାନ ମାଦକ ଦ୍ରବ୍ୟ କାରବାରର ପେଣ୍ଠ ପାଲଟିଗଲାଣି। ୪ ମାର୍ଚ୍ଚ ୨୦୨୫ରେ ପ୍ରକାଶିତ ଗୁଜରାଟ ପୋଲିସର ତଥ୍ୟ ଏହାକୁ ସ୍ପଷ୍ଟ ପ୍ରମାଣ କରୁଛି। ତଥ୍ୟରେ ଦର୍ଶାଯାଇଛି ଯେ, ୨୦୨୪ରେ ଗୁଜରାଟରୁ ମୋଟ୍‌ ୮୨ ଲକ୍ଷରୁ ଊର୍ଦ୍ଧ୍ୱ ଭାରତ ତିଆରି ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌) ବୋତଲ ଅର୍ଥାତ୍‌ ପ୍ରତି ୪ ସେକେଣ୍ଡରେ ଗୋଟିଏ ଜବତ ହୋଇଛି। ଏ କ୍ଷେତ୍ରରେ ଅହମଦାବାଦ ସବୁଠୁ ଆଗରେ ରହିଛି। ମୋଟ୍‌ ୪,୩୮,୦୪୭ ମଦବୋତଲ ଅହମଦାବାଦ ସହର ଓ ଏହାର ଗ୍ରାମାଞ୍ଚଳରୁ ଜବତ କରାଯାଇଥିବାବେଳେ ଏହାପଛକୁ ସୁରଟ, ଭଦଦୋରା, ନବସାରି ଓ ଗୋଧ୍ରା ରହିଛନ୍ତି। ଗୋଟିଏ ଡ୍ରାଏ ଷ୍ଟେଟ୍‌ରେ ବିପୁଳ ପରିମାଣର ବେଆଇନ ବା ଚୋରାମଦ ଜବତହେବା ବାସ୍ତବରେ ଚିନ୍ତାର ବିଷୟ। ୨୦୨୪ର ଘଟଣାଗୁଡ଼ିକୁ ଯଦି ଦେଖାଯାଏ କେବଳ ମଦ ନୁହେଁ, ଅନ୍ୟସବୁ ମାଦକ ଦ୍ରବ୍ୟ ଯଥା ହେରୋଇନ, କୋକେନ, ଇ ସିଗାରେଟ୍‌ ଜବତରେ ଗୁଜରାଟ ଭାରତର ଅନ୍ୟସବୁ ରାଜ୍ୟ ତୁଳନାରେ ସବୁଠୁ ଆଗରେ ଅଛି। ୨୦୨୪ ସାଧାରଣ ନିର୍ବାଚନ ସମୟରେ ପ୍ରକାଶିତ ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ତଥ୍ୟରୁ ମଧ୍ୟ ଏହାର ପ୍ରମାଣ ମିଳିଥିଲା। ଇସିଆଇ ସୂଚିତ କରିଥିଲା ଯେ, ଭାରତରେ ନିର୍ବାଚନ ସମୟରେ ଜବତ ହୋଇଥିବା ମୋଟ୍‌ ପରିମାଣର ଡ୍ରଗ୍ସର ଏକ ତୃତୀୟାଂଶ କେବଳ ଗୁଜରାଟରୁ ହିଁ ମିଳିଥିଲା। ଏହା ବ୍ୟତୀତ ୨୦୨୪ ଏପ୍ରିଲରେ ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌(ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ପାଖାପାଖି ୬୦୦ କୋଟି ଟଙ୍କା ମୂଲ୍ୟର ୮୬ କେ.ଜି. ଡ୍ରଗ୍ସ ବା ନିଶାଦ୍ରବ୍ୟ ଜବତ ହେବା ସହ ପାକିସ୍ତାନୀ ନାଗରିକ କୁହାଯାଉଥିବା ୧୪ ଜଣଙ୍କୁ ଗିରଫ କରାଯାଇଥିଲା। ସେହି ମାସରେ ପୁନର୍ବାର ଏକ ଭାରତୀୟ ମାଛଧରା ଡଙ୍ଗାରୁ ୧୭୩ କେଜି ଡ୍ରଗ୍ସ ଜବତ କରାଯାଇଥିଲା। ଏହା ପୂର୍ବମାସ ଅର୍ଥାତ୍‌ ମାର୍ଚ୍ଚ ୨୦୨୪ରେ ମଧ୍ୟ ପୋରବନ୍ଦର ଉପକୂଳରୁ ୪୦୦ କୋଟି ଟଙ୍କା ମୂଲ୍ୟର ମେଫେଡ୍ରୋନ୍‌(ଏକପ୍ରକାର ଅତି ଉତ୍ତେଜକ ନିଶାଦ୍ରବ୍ୟ) ଜବତ ହେବା ସହ ତଥାକଥିତ ପାକିସ୍ତାନୀ ବୋଲି କୁହାଯାଉଥିବା ୬ ଜଣ ନାବିକଙ୍କୁ ଗିରଫ କରାଯାଇଥିଲା। ଏଭଳି ନିଶାଦ୍ରବ୍ୟ ଗୁଜରାଟ ଉପକୂଳରୁ ବାରମ୍ବାର ଜବତ କରାଯାଉଛି। ଉଲ୍ଲେଖନୀୟ, ସେପ୍ଟେମ୍ବର ୨୦୨୧ରେ ଗୌତମ ଆଦାନୀଙ୍କ କମ୍ପାନୀ ହାତରେ ଥିବା ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୨୧,୦୦୦ କୋଟି ଟଙ୍କାର ୩,୦୦୦ କେଜି ହେରୋଇନ୍‌ ଜବତ କରାଯିବା ଏକ ସର୍ବକାଳୀନ ରେକର୍ଡ ।
କେବଳ ମୁନ୍ଦ୍ରା ବନ୍ଦର ନୁହେଁ, ସମୟାନ୍ତରରେ ଗୁଜରାଟ ଉପକୂଳରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ବାରମ୍ବାର ଜବତ ହୋଇଆସୁଛି। ଏହା ସହ ୨୦୨୪ର ମଦ ବୋତଲ ଜବତ ତଥ୍ୟ ସେଠାକାର ନିଶାଦ୍ରବ୍ୟ କାରବାରର ଗମ୍ଭୀରତାକୁ ସାମ୍ନାକୁ ଆଣିଛି। ଅର୍ଥାତ୍‌ ଗୁଜରାଟରେ ଯାହାକୁ ଯେତେ ମଦ ମିଳିବାର ବାଟ ରହିଛି। ଏଣୁ ଗୁଜରାଟ ଡ୍ରାଏ ଷ୍ଟେଟ୍‌ ନୁହେଁ । ଏହା ସ୍ପଷ୍ଟ ଯେ, ଯେତିକି ପରିମାଣର ମଦ ବୋତଲ କିମ୍ବା ଡ୍ରଗ୍ସ ଧରାପଡ଼ୁଛି ତାହାଠାରୁ କାହିଁ କେତେ ଅଧିକ ଗୁଜରାଟ ବାଟ ଦେଇ ଅନ୍ୟ ରାଜ୍ୟକୁ ଆସୁଛି। ସେଥିରୁ କମ୍‌ ଧରାପଡ଼ୁଛନ୍ତି ଓ ଅଧିକ ଖସିଯାଉଛନ୍ତି। ଫଳରେ ଭାରତରେ ନିଶାଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିରୁ ସ୍ପଷ୍ଟ ବୁଝାପଡ଼େ ଯେ, ରାଜ୍ୟ ସରକାର ଓ ସେଠାକାର ପୋଲିସ ଏହି ବ୍ୟବସାୟରେ ସମ୍ପୂର୍ଣ୍ଣ ଭାବେ ଜଡ଼ିତ ଅଛନ୍ତି। କାରଣ ଯେଉଁ ବିପୁଳ ଅର୍ଥ ସେଥିରୁ ବାହାରୁଛି ତାହା ଅନ୍ୟ କୌଣସି ସୂତ୍ରରୁ ପାଇବା କଷ୍ଟକର। ଏହା ଜଣାଶୁଣା ଯେ, ପୋଲିସ ଏବଂ ତାହାର ଗୋଇନ୍ଦା ସଂସ୍ଥାର ସକ୍ରିୟ ସହଯୋଗ ବିନା ଏତେବଡ଼ ଆକାରର ମାଦକ ଦ୍ରବ୍ୟ ଚୋରା କାରବାର କରିବା କୌଣସି ଗ୍ୟାଙ୍ଗ୍‌ ବା ଗୋଷ୍ଠୀ ପାଇଁ ସମ୍ଭବପର ହୁଏନାହିଁ। ଏଥିସହିତ ସମ୍ପୃକ୍ତ ପୋଲିସଙ୍କ ନିଯୁକ୍ତି ଓ ବଦଳି କରାଇବାରେ ରାଜନୈତିକ ବ୍ୟକ୍ତି ଏବଂ ସେଠାରେ ଶାସକ ଦଳ ଲାଭର ଏକ ବଡ଼ଅଂଶ ପାଇଥାନ୍ତି। ଢଗ ଅଛି, ରକ୍ଷକ ଯେତେବେଳେ ଭକ୍ଷକ ହୁଏ ସେତେବେଳେ ସାଧାରଣ ନାଗରିକ ପାଇଁ କୌଣସି ସୁରକ୍ଷା ମିଳେ ନାହିଁ। ଗୁଜରାଟ କ୍ୟାଡରର ଆଇପିଏସ୍‌ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ଦୀର୍ଘବର୍ଷ ଧରି ଜେଲରେ ରଖାଯିବାର କାରଣ ଭାବେ ତାଙ୍କର ଏକ ଆଫିଡାଭିଟ୍‌କୁ ଦର୍ଶାଯାଉଥିଲେ ମଧ୍ୟ ଅନ୍ୟପଟେ କୁହାଯାଏ ଯେ, ତାଙ୍କ ଡ୍ରଗ୍ସ ଚୋରା କାରବାର କରୁଥିବା ଶକ୍ତିଶାଳୀ ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ମୁଖ୍ୟ କାରଣ। ଦେଶ ଏକ ଦଶନ୍ଧି ପୂର୍ବରୁ ‘ଗୁଜରାଟ ମଡେଲ’ କଥା ଶୁଣି ପ୍ରଭାବିତ ହେଉଥିଲା। ଏବେ ସେହି ମଡେଲ ବାସ୍ତବରେ କିଭଳି କାର୍ଯ୍ୟ କରେ ତାହା ଦେଶବାସୀ ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri