ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର

ଜଗତ୍‌ସିଂହପୁର ଅଫିସ, ୨୬ା୮: ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ତମାଖୁ, ସିଗାରେଟ୍‌ ଆଦି ନିଶା କାରବାର ଉପରେ ସରକାରୀ କଟକଣା ରହିଛି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ଏଥିରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଅନେକ ଶିକ୍ଷାନୁଷ୍ଠାନ ନିକଟରେ ଖୁଲମଖୁଲା ଏହି କାରବାର ଚାଲିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଅନ୍ୟପଟେ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଉପରଠାଉରିଆ ଭାବେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲିଛି। ଏନେଇ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଉଛି।
ଜିଲା ମୁଖ୍ୟାଳୟରେ ଥିବା ଜିଛି ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ଗୁଟ୍‌ଖା, ସିଗାରେଟ୍‌ ଆଦି ବିକ୍ରି ହେଉଛି। ଏପରି କି ଚୋରା ମାଦକଦ୍ରବ୍ୟ ବିକ୍ର ଚାଲିଛି। ଅସାମାଜିକ ଯୁବକମାନେ ସେଠାରେ ଆଡ୍ଡା ଜମାଉଛନ୍ତି। କିନ୍ତୁ ଉକ୍ତ ଦୋକାନଗୁଡ଼ିକରେ ଚଢାଉ କରାଯାଉନାହିଁ। ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା କିଛି ଛାତ୍ର ଏସବୁ ଦୋକାନରୁ ଗୁଟ୍‌ଖା, ସିଗାରେଟ୍‌ ଆଦି ଖୁଲମଖୁଲା କିଣି ସେବନ କରୁଥିବାର ନଜିର ରହିଛିକିଛି ଦିନ ପୂର୍ବରୁ ଏକାଧିକ ଛାତ୍ର ବିଦ୍ୟାଳୟରୁ କୌଣସିମତେ ଆସି ଜଗତ୍‌ସିଂହପୁର ଆର୍‌ଏମ୍‌ସି କାର୍ଯ୍ୟାଳୟ ପରିସର ନିରୋଳା ସ୍ଥାନରେ ବ୍ରାଉନସୁଗାର ସେବନ କରୁଥିବା କେତେଜଣ ଲୋକଙ୍କ ନଜରକୁ ଆସିଥିଲ। ଏହା ଦେଖି ଲୋକମାନେ ସମ୍ପୃକ୍ତ ନାବାଳକମାନଙ୍କୁ ଅଟକାଇ ସେମାନଙ୍କ ଅଭିଭାବକ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଖବର କରିବେ ବୋଲି ଚେତାବନୀ ଦେଇଥିଲେ। ପିଲାମାନେ କାକୁତି ମିନତି ହେବାରୁ ସେମାନଙ୍କୁ ଛାଡି ଦିଆଯାଇଥିଲାଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ନିରୋଳା ସ୍ଥାନରେ ପ୍ରତ୍ୟହ ଏକାଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ସିଗାରେଟ୍‌, ଗୁଟ୍‌ଖା ଆଦି ସେବନ କରୁଥିବା ସାଧାରଣ କଥାରେ ପରିଣତ ହୋଇଗଲାଣି । ୨ ଦିନ ପୂର୍ବରୁ ଜଣେ ଛାତ୍ରୀ ଜିଲାପାଳଙ୍କ କାର୍ଯ୍ୟାଳୟ ଫାଟକ ବାହାରେ ଥିବା ପାନ ଦୋକାନରୁ ଗୁଟ୍‌ଖା ଓ ସିଗାରେଟ୍‌ ନେଲାବେଳେ ସେଠାରେ ଉପସ୍ଥିତ ଲୋକେ ବିସ୍ମିତ ହୋଇ ଯାଇଥିଲେ । ପରେ ଅନୁସନ୍ଧାନରୁ ଜଣାଯାଇଛି ସେ ଜଣେ ନୁହନ୍ତି ତାଙ୍କ ଭଳି ଅନେକ ଛାତ୍ରୀଛାତ୍ର ପ୍ରତିଦିନ ଗୁଟ୍‌ଖା, ସିଗାରେଟ୍‌ ସେବନ କରୁଛନ୍ତି। ଆଗକୁ ଏହି ପରିସ୍ଥିତି ଅଧିକ ବିଗିଡିବା ସମ୍ଭାବନା ରହିଛି। ତେଣୁ ଜିଲା ସ୍ବାସ୍ଥ୍ୟ ସମିତି, ପୋଲିସ ଓ ଅଭିଭାବକମାନେ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଲେ ଦେଶର ଭବିଷ୍ୟତ କୁହାଯାଉଥିବା ପିଲାଙ୍କୁ ନିଶା କବଳରୁ ରକ୍ଷା କରାଯାଇପାରିବ ବୋଲି ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତକରିଛନ୍ତି। ଅନ୍ୟପଟେ ଜିଲା ସ୍ବାସ୍ଥ୍ୟ ସମିତି ଦ୍ୱାରା ଜିଲାସ୍ତରୀୟ ଜାତୀୟ ତମାଖୁ ନିୟନ୍ତ୍ରଣ ଓ ରାଷ୍ଟ୍ରୀୟ ନେତ୍ର ଜ୍ୟୋତି ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଜିଲାପାଳ ପ୍ଜାରୁଲ ପଟାୱରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀମାନେ ଅଧିକ ଦାୟିତ୍ୱବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ବିଦ୍ୟାଳୟଗୁଡିକର ୧୦୦ମିଟର ଭିତରେ ଯେପରି କୌଣସି ସ୍ଥାନରେ ଗୁଟ୍‌ଖା ବିକ୍ରୟ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି କୁହାଯାଇଥିଲା। ଏନେଇ କଲେଜ ପିଲାମାନଙ୍କୁ ସଚେତନ କରିବାକୁ ଆଲୋଚନା ହୋଇଥିଳା ସ୍ବାସ୍ଥ୍ୟ ବିଭାଗ ସହଯୋଗରେ ପୌର ପରିଷଦ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି କୁହାଯାଇଥିଲା। ମାତ୍ର ଏସବୁ କେବଳ ପହସନ ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ସିଡିଏମ୍‌ଓ ଡ.କ୍ଷେତ୍ରବାସୀ ଦାଶ କହିଛନ୍ତି, ଜିଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ତମ୍ବାଖୁ ବିକ୍ରି ହେଉଥିବା ସୂଚନା ପାଇ ଅନେକ ସମୟରେ ଚଢ଼ାଉ କରାଯାଉଛି। ନିକଟରେ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇ ପାଖାପାଖି ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ନିଶା କାରବାର ଦିନକୁ ଦିନ ବଢ଼ି ଚାଲିଥିବାରୁ ରାତାରାତି ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ଏନେଇ ଅଭିଯାନ ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?