ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର

ଜଗତ୍‌ସିଂହପୁର ଅଫିସ, ୨୬ା୮: ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ତମାଖୁ, ସିଗାରେଟ୍‌ ଆଦି ନିଶା କାରବାର ଉପରେ ସରକାରୀ କଟକଣା ରହିଛି। କିନ୍ତୁ ଜଗତ୍‌ସିଂହପୁର ଜିଲାରେ ଏଥିରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଅନେକ ଶିକ୍ଷାନୁଷ୍ଠାନ ନିକଟରେ ଖୁଲମଖୁଲା ଏହି କାରବାର ଚାଲିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଅନ୍ୟପଟେ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଉପରଠାଉରିଆ ଭାବେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲିଛି। ଏନେଇ ବିଭିନ୍ନ ସମୟରେ ଅସନ୍ତୋଷ ପ୍ରକାଶ ପାଉଛି।
ଜିଲା ମୁଖ୍ୟାଳୟରେ ଥିବା ଜିଛି ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ଗୁଟ୍‌ଖା, ସିଗାରେଟ୍‌ ଆଦି ବିକ୍ରି ହେଉଛି। ଏପରି କି ଚୋରା ମାଦକଦ୍ରବ୍ୟ ବିକ୍ର ଚାଲିଛି। ଅସାମାଜିକ ଯୁବକମାନେ ସେଠାରେ ଆଡ୍ଡା ଜମାଉଛନ୍ତି। କିନ୍ତୁ ଉକ୍ତ ଦୋକାନଗୁଡ଼ିକରେ ଚଢାଉ କରାଯାଉନାହିଁ। ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା କିଛି ଛାତ୍ର ଏସବୁ ଦୋକାନରୁ ଗୁଟ୍‌ଖା, ସିଗାରେଟ୍‌ ଆଦି ଖୁଲମଖୁଲା କିଣି ସେବନ କରୁଥିବାର ନଜିର ରହିଛିକିଛି ଦିନ ପୂର୍ବରୁ ଏକାଧିକ ଛାତ୍ର ବିଦ୍ୟାଳୟରୁ କୌଣସିମତେ ଆସି ଜଗତ୍‌ସିଂହପୁର ଆର୍‌ଏମ୍‌ସି କାର୍ଯ୍ୟାଳୟ ପରିସର ନିରୋଳା ସ୍ଥାନରେ ବ୍ରାଉନସୁଗାର ସେବନ କରୁଥିବା କେତେଜଣ ଲୋକଙ୍କ ନଜରକୁ ଆସିଥିଲ। ଏହା ଦେଖି ଲୋକମାନେ ସମ୍ପୃକ୍ତ ନାବାଳକମାନଙ୍କୁ ଅଟକାଇ ସେମାନଙ୍କ ଅଭିଭାବକ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଖବର କରିବେ ବୋଲି ଚେତାବନୀ ଦେଇଥିଲେ। ପିଲାମାନେ କାକୁତି ମିନତି ହେବାରୁ ସେମାନଙ୍କୁ ଛାଡି ଦିଆଯାଇଥିଲାଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ନିରୋଳା ସ୍ଥାନରେ ପ୍ରତ୍ୟହ ଏକାଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ସିଗାରେଟ୍‌, ଗୁଟ୍‌ଖା ଆଦି ସେବନ କରୁଥିବା ସାଧାରଣ କଥାରେ ପରିଣତ ହୋଇଗଲାଣି । ୨ ଦିନ ପୂର୍ବରୁ ଜଣେ ଛାତ୍ରୀ ଜିଲାପାଳଙ୍କ କାର୍ଯ୍ୟାଳୟ ଫାଟକ ବାହାରେ ଥିବା ପାନ ଦୋକାନରୁ ଗୁଟ୍‌ଖା ଓ ସିଗାରେଟ୍‌ ନେଲାବେଳେ ସେଠାରେ ଉପସ୍ଥିତ ଲୋକେ ବିସ୍ମିତ ହୋଇ ଯାଇଥିଲେ । ପରେ ଅନୁସନ୍ଧାନରୁ ଜଣାଯାଇଛି ସେ ଜଣେ ନୁହନ୍ତି ତାଙ୍କ ଭଳି ଅନେକ ଛାତ୍ରୀଛାତ୍ର ପ୍ରତିଦିନ ଗୁଟ୍‌ଖା, ସିଗାରେଟ୍‌ ସେବନ କରୁଛନ୍ତି। ଆଗକୁ ଏହି ପରିସ୍ଥିତି ଅଧିକ ବିଗିଡିବା ସମ୍ଭାବନା ରହିଛି। ତେଣୁ ଜିଲା ସ୍ବାସ୍ଥ୍ୟ ସମିତି, ପୋଲିସ ଓ ଅଭିଭାବକମାନେ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଲେ ଦେଶର ଭବିଷ୍ୟତ କୁହାଯାଉଥିବା ପିଲାଙ୍କୁ ନିଶା କବଳରୁ ରକ୍ଷା କରାଯାଇପାରିବ ବୋଲି ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତକରିଛନ୍ତି। ଅନ୍ୟପଟେ ଜିଲା ସ୍ବାସ୍ଥ୍ୟ ସମିତି ଦ୍ୱାରା ଜିଲାସ୍ତରୀୟ ଜାତୀୟ ତମାଖୁ ନିୟନ୍ତ୍ରଣ ଓ ରାଷ୍ଟ୍ରୀୟ ନେତ୍ର ଜ୍ୟୋତି ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଜିଲାପାଳ ପ୍ଜାରୁଲ ପଟାୱରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀମାନେ ଅଧିକ ଦାୟିତ୍ୱବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ବିଦ୍ୟାଳୟଗୁଡିକର ୧୦୦ମିଟର ଭିତରେ ଯେପରି କୌଣସି ସ୍ଥାନରେ ଗୁଟ୍‌ଖା ବିକ୍ରୟ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି କୁହାଯାଇଥିଲା। ଏନେଇ କଲେଜ ପିଲାମାନଙ୍କୁ ସଚେତନ କରିବାକୁ ଆଲୋଚନା ହୋଇଥିଳା ସ୍ବାସ୍ଥ୍ୟ ବିଭାଗ ସହଯୋଗରେ ପୌର ପରିଷଦ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି କୁହାଯାଇଥିଲା। ମାତ୍ର ଏସବୁ କେବଳ ପହସନ ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ସିଡିଏମ୍‌ଓ ଡ.କ୍ଷେତ୍ରବାସୀ ଦାଶ କହିଛନ୍ତି, ଜିଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ତମ୍ବାଖୁ ବିକ୍ରି ହେଉଥିବା ସୂଚନା ପାଇ ଅନେକ ସମୟରେ ଚଢ଼ାଉ କରାଯାଉଛି। ନିକଟରେ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇ ପାଖାପାଖି ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ନିଶା କାରବାର ଦିନକୁ ଦିନ ବଢ଼ି ଚାଲିଥିବାରୁ ରାତାରାତି ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ଏନେଇ ଅଭିଯାନ ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri