ବି.ଟେକ୍‌ ଡିଗ୍ରୀଧାରୀଙ୍କ ନିଶା କାରବାର

ଜଗତ୍‌ସିଂହପୁର ଅଫିସ,୨୧। ୧୧: ଜଗତ୍‌ସିଂହପୁର ଜିଲାରେ ବ୍ରାଉନସୁଗାର କାରବାର ଚଳାଇଥିବା ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ପ୍ରଭାତ ରଞ୍ଜନ ମହାପାତ୍ର (୨୯), ଯିଏକି ଜଣେ ବି.ଟେକ୍‌ ଡିଗ୍ରୀଧାରୀ। ଜଗତ୍‌ସିଂହପୁର ଅବକାରୀ ଥାନା ଓ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ସକାଳେ ତର୍ତ୍ତଙ୍ଗ ତୋଟାପଡ଼ାରେ ଚଢାଉ କରାଯାଇ ତାଙ୍କୁ କାବୁ କରାଯାଇଥିଲା। ତାଙ୍କ ନିକଟରୁ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏଥିସହ ଏକ ରେସିଂ ବାଇକ୍‌ (ନଂ. ଓଡି ୩୩ ଭି ୪୪୪୩) ଓ ପିସ୍ତଲ ଜବତ କରାଯାଇଛି। ଜଗତ୍‌ସିଂହପୁର ଅବକାରୀ ଥାନା ଓଆଇସି ସସ୍ମିତା ହୋତାଙ୍କ ଅଭିଯୋଗକ୍ରମେ ମାମଲା (ନଂ.୬୪/୨୦) ରୁଜୁ କରାଯିବା ସହ ପ୍ରଭାତଙ୍କୁ କୋର୍ଟଚାଲାଣ କରାଯାଇଛି। ପ୍ରଭାତଙ୍କ କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଏବଂ କେଉଁମାନେ ସେଥିରେ ସମ୍ପୃକ୍ତ ଅଛନ୍ତି, ତାହାର ତଦନ୍ତ ଚାଲିଥିବା ଡେପୁଟୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡା ସୂଚନା ଦେଇଛନ୍ତି।
ଯୋଜନାବଦ୍ଧ ଭାବେ ପ୍ରାୟ ୨୦ ଜଣ ଅବକାରୀ ଓ ପୋଲିସ କର୍ମଚାରୀ ୩ଟି କାରରେ ମହାପାତ୍ରଙ୍କ ଘର ଉପରେ ଚଢାଉ କରିଥିଲେ। ପ୍ରଭାତ ବ୍ରାଉନ୍‌ସୁଗାର ପ୍ୟାକେଟ୍‌କୁ ପ୍ୟାଣ୍ଟ ପକେଟ୍‌ରେ ପୂରାଇ ରେସିଂ ବାଇକ୍‌ରେ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇ ନ ଥିଲେ। ତାଙ୍କୁ କାବୁ କରି ଜେରା କରାଯିବା ପରେ ଅନେକ କଥା ପଦାକୁ ଆସିଥିଲା। ପ୍ରଭାତ ଭୁବନେଶ୍ୱରର ଏକ ବେସରକାରୀ ଇଞ୍ଜିନିୟରିଂ କଲେଜରୁ ବି.ଟେକ୍‌ ପାସ୍‌ କରି ରସୁଲଗଡ଼ରେ ଭଡ଼ାରେ ରହୁଥିଲେ। ସେଠାରେ ୧୦/୧୫ ଜଣ ସାଙ୍ଗଙ୍କ ସହ ମିଶି ବ୍ରାଉନସୁଗାର ସେବନ କରୁଥିଲେ। ଭୁବନେଶ୍ୱରରେ ଅଧିକ ଦାମ ଯୋଗୁ ସେ ଖୋର୍ଦ୍ଧାରୁ କିଣିବା ଆରମ୍ଭ କରିଥିଲେ। ଫଳରେ ସେ ନିଜେ ବ୍ରାଉନସୁଗାର କାରବାର କରିବାକୁ ମନ ବଳାଇଥିଲେ। ଏ ଦିଗରେ ଅର୍ଥାଭାବ ତାଙ୍କୁ ପ୍ରୋତ୍ସାହନ ଦେଇଥିଲା। ତାଙ୍କୁ ସହଯୋଗ କରିଥିଲେ ଖୋର୍ଦ୍ଧା ଗୁରୁଜଙ୍ଗର ଜଣେ ବ୍ୟକ୍ତି (ପଟ୍ଟନାୟକ)। ୨୦୧୯ରୁ ପ୍ରଭାତ ଖୋର୍ଦ୍ଧାରୁ ବ୍ରାଉନସୁଗାର କିଣି ଆଣି ବିକିବା ଆରମ୍ଭ କରିଥିଲେ। ନିକଟରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯିବାରୁୁ ସେ ବାଧ୍ୟ ହୋଇ ଗାଁକୁ ଫେରିଥିଲେ। କିନ୍ତୁ ବ୍ରାଉନସୁଗାର କାରବାର ଜାରି ରଖିଥିଲେ। ଖୋର୍ଦ୍ଧାରୁ ଜଗତ୍‌ସିଂହପୁରରେ ବ୍ରାଉନସୁଗାର ପହଞ୍ଚାଇବା ପାଇଁ କଟକ ବକ୍ସିବଜାରର ଜାହାଙ୍ଗିର ଦାୟିତ୍ୱ ନେଇଥିଲେ। ଜାହାଙ୍ଗିର ଜଣେ ଆଗଧାଡ଼ିର ନିଶା ବେପାରୀ ବୋଲି ତଦନ୍ତରୁ ଜଣାପଡ଼ିଛି। ସେହିପରି ଖୋର୍ଦ୍ଧାର କାକା ନାମକ ଜଣେ ବ୍ୟକ୍ତି ମଧ୍ୟ ବିଭିନ୍ନ ଜିଲାକୁ ବ୍ରାଉନସୁଗାର ବିକ୍ରି କରୁଥିବା ଜଣାପଡ଼ିଛି।
ଅବକାରୀ ବିଭାଗର ସୂଚନାନୁଯାୟୀ, ପ୍ରଭାତଙ୍କ ନାମରେ ୨୦୧୯ରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ମାମଲା ରହିଛି। ସେହିପରି ଅନ୍ୟ କେଉଁ ଥାନା ଅଞ୍ଚଳରେ ମାମଲା ରହିଛି, ତାହାର ଯାଞ୍ଚ ଚାଲିଛି। ପ୍ରଭାତ ୧୨ ବର୍ଷ ତଳେ ନିଶା ଅଭ୍ୟାସରେ ପଡ଼ିଥିଲେ। ୧୭ ବର୍ଷ ବୟସରେ ସେ ମର୍ଫିନ୍‌ (ନିଶା) ଇଞ୍ଜେକ୍ସନ ନେଉଥିଲେ। ସେତେବେଳେ ଏହା ଜଗତ୍‌ସିଂହପୁରରେ ମିଳିବା କଷ୍ଟକର ଥିଲା। ତେଣୁ କଟକ, ଭୁବନେଶ୍ୱର ଯାଇ କିଣୁଥିଲେ। ସ୍ଥାନୀୟ ଏସ୍‌ଭିଏମ୍‌ କଲେଜରେ ଯୁକ୍ତ୨ ପଢ଼ିଲାବେଳେ ସେ ଜଣେ ଭଲ ଛାତ୍ର ଥିଲେ। ଏପରି କି ଏନ୍‌ସିସିରେ ସି ସାର୍ଟିଫିକେଟ୍‌ ପାଇଥିଲେ। ପାଠପଢ଼ା ପରେ ସେ ଭୁବନେଶ୍ୱରର ଏକ ଗାଡି ଶୋରୁମ୍‌ର ବ୍ୟବସାୟ ପରିଚାଳକ ଭାବେ କାମ କରିଥିଲେ। କିନ୍ତୁ ନିଶା କବଳରୁ ମୁକ୍ତ ହୋଇପାରି ନ ଥିଲେ। ଏବେ ସେ ଦୈନିକ ୨ ଗ୍ରାମ୍‌ (ଯାହାର ଆନୁମାନିକ ମୂଲ୍ୟ ୫,୬୦୦ ଟଙ୍କା) ବ୍ରାଉନସୁଗାର ସେବନ କରୁଥିବା ନେଇ ଜେରାବେଳେ କହିଥିବା ଅବକାରୀ ଥାନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri