ବି.ଟେକ୍‌ ଡିଗ୍ରୀଧାରୀଙ୍କ ନିଶା କାରବାର

ଜଗତ୍‌ସିଂହପୁର ଅଫିସ,୨୧। ୧୧: ଜଗତ୍‌ସିଂହପୁର ଜିଲାରେ ବ୍ରାଉନସୁଗାର କାରବାର ଚଳାଇଥିବା ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ପ୍ରଭାତ ରଞ୍ଜନ ମହାପାତ୍ର (୨୯), ଯିଏକି ଜଣେ ବି.ଟେକ୍‌ ଡିଗ୍ରୀଧାରୀ। ଜଗତ୍‌ସିଂହପୁର ଅବକାରୀ ଥାନା ଓ ସ୍ଥାନୀୟ ପୋଲିସ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ସକାଳେ ତର୍ତ୍ତଙ୍ଗ ତୋଟାପଡ଼ାରେ ଚଢାଉ କରାଯାଇ ତାଙ୍କୁ କାବୁ କରାଯାଇଥିଲା। ତାଙ୍କ ନିକଟରୁ ୩୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏଥିସହ ଏକ ରେସିଂ ବାଇକ୍‌ (ନଂ. ଓଡି ୩୩ ଭି ୪୪୪୩) ଓ ପିସ୍ତଲ ଜବତ କରାଯାଇଛି। ଜଗତ୍‌ସିଂହପୁର ଅବକାରୀ ଥାନା ଓଆଇସି ସସ୍ମିତା ହୋତାଙ୍କ ଅଭିଯୋଗକ୍ରମେ ମାମଲା (ନଂ.୬୪/୨୦) ରୁଜୁ କରାଯିବା ସହ ପ୍ରଭାତଙ୍କୁ କୋର୍ଟଚାଲାଣ କରାଯାଇଛି। ପ୍ରଭାତଙ୍କ କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଏବଂ କେଉଁମାନେ ସେଥିରେ ସମ୍ପୃକ୍ତ ଅଛନ୍ତି, ତାହାର ତଦନ୍ତ ଚାଲିଥିବା ଡେପୁଟୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡା ସୂଚନା ଦେଇଛନ୍ତି।
ଯୋଜନାବଦ୍ଧ ଭାବେ ପ୍ରାୟ ୨୦ ଜଣ ଅବକାରୀ ଓ ପୋଲିସ କର୍ମଚାରୀ ୩ଟି କାରରେ ମହାପାତ୍ରଙ୍କ ଘର ଉପରେ ଚଢାଉ କରିଥିଲେ। ପ୍ରଭାତ ବ୍ରାଉନ୍‌ସୁଗାର ପ୍ୟାକେଟ୍‌କୁ ପ୍ୟାଣ୍ଟ ପକେଟ୍‌ରେ ପୂରାଇ ରେସିଂ ବାଇକ୍‌ରେ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇ ନ ଥିଲେ। ତାଙ୍କୁ କାବୁ କରି ଜେରା କରାଯିବା ପରେ ଅନେକ କଥା ପଦାକୁ ଆସିଥିଲା। ପ୍ରଭାତ ଭୁବନେଶ୍ୱରର ଏକ ବେସରକାରୀ ଇଞ୍ଜିନିୟରିଂ କଲେଜରୁ ବି.ଟେକ୍‌ ପାସ୍‌ କରି ରସୁଲଗଡ଼ରେ ଭଡ଼ାରେ ରହୁଥିଲେ। ସେଠାରେ ୧୦/୧୫ ଜଣ ସାଙ୍ଗଙ୍କ ସହ ମିଶି ବ୍ରାଉନସୁଗାର ସେବନ କରୁଥିଲେ। ଭୁବନେଶ୍ୱରରେ ଅଧିକ ଦାମ ଯୋଗୁ ସେ ଖୋର୍ଦ୍ଧାରୁ କିଣିବା ଆରମ୍ଭ କରିଥିଲେ। ଫଳରେ ସେ ନିଜେ ବ୍ରାଉନସୁଗାର କାରବାର କରିବାକୁ ମନ ବଳାଇଥିଲେ। ଏ ଦିଗରେ ଅର୍ଥାଭାବ ତାଙ୍କୁ ପ୍ରୋତ୍ସାହନ ଦେଇଥିଲା। ତାଙ୍କୁ ସହଯୋଗ କରିଥିଲେ ଖୋର୍ଦ୍ଧା ଗୁରୁଜଙ୍ଗର ଜଣେ ବ୍ୟକ୍ତି (ପଟ୍ଟନାୟକ)। ୨୦୧୯ରୁ ପ୍ରଭାତ ଖୋର୍ଦ୍ଧାରୁ ବ୍ରାଉନସୁଗାର କିଣି ଆଣି ବିକିବା ଆରମ୍ଭ କରିଥିଲେ। ନିକଟରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯିବାରୁୁ ସେ ବାଧ୍ୟ ହୋଇ ଗାଁକୁ ଫେରିଥିଲେ। କିନ୍ତୁ ବ୍ରାଉନସୁଗାର କାରବାର ଜାରି ରଖିଥିଲେ। ଖୋର୍ଦ୍ଧାରୁ ଜଗତ୍‌ସିଂହପୁରରେ ବ୍ରାଉନସୁଗାର ପହଞ୍ଚାଇବା ପାଇଁ କଟକ ବକ୍ସିବଜାରର ଜାହାଙ୍ଗିର ଦାୟିତ୍ୱ ନେଇଥିଲେ। ଜାହାଙ୍ଗିର ଜଣେ ଆଗଧାଡ଼ିର ନିଶା ବେପାରୀ ବୋଲି ତଦନ୍ତରୁ ଜଣାପଡ଼ିଛି। ସେହିପରି ଖୋର୍ଦ୍ଧାର କାକା ନାମକ ଜଣେ ବ୍ୟକ୍ତି ମଧ୍ୟ ବିଭିନ୍ନ ଜିଲାକୁ ବ୍ରାଉନସୁଗାର ବିକ୍ରି କରୁଥିବା ଜଣାପଡ଼ିଛି।
ଅବକାରୀ ବିଭାଗର ସୂଚନାନୁଯାୟୀ, ପ୍ରଭାତଙ୍କ ନାମରେ ୨୦୧୯ରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ମାମଲା ରହିଛି। ସେହିପରି ଅନ୍ୟ କେଉଁ ଥାନା ଅଞ୍ଚଳରେ ମାମଲା ରହିଛି, ତାହାର ଯାଞ୍ଚ ଚାଲିଛି। ପ୍ରଭାତ ୧୨ ବର୍ଷ ତଳେ ନିଶା ଅଭ୍ୟାସରେ ପଡ଼ିଥିଲେ। ୧୭ ବର୍ଷ ବୟସରେ ସେ ମର୍ଫିନ୍‌ (ନିଶା) ଇଞ୍ଜେକ୍ସନ ନେଉଥିଲେ। ସେତେବେଳେ ଏହା ଜଗତ୍‌ସିଂହପୁରରେ ମିଳିବା କଷ୍ଟକର ଥିଲା। ତେଣୁ କଟକ, ଭୁବନେଶ୍ୱର ଯାଇ କିଣୁଥିଲେ। ସ୍ଥାନୀୟ ଏସ୍‌ଭିଏମ୍‌ କଲେଜରେ ଯୁକ୍ତ୨ ପଢ଼ିଲାବେଳେ ସେ ଜଣେ ଭଲ ଛାତ୍ର ଥିଲେ। ଏପରି କି ଏନ୍‌ସିସିରେ ସି ସାର୍ଟିଫିକେଟ୍‌ ପାଇଥିଲେ। ପାଠପଢ଼ା ପରେ ସେ ଭୁବନେଶ୍ୱରର ଏକ ଗାଡି ଶୋରୁମ୍‌ର ବ୍ୟବସାୟ ପରିଚାଳକ ଭାବେ କାମ କରିଥିଲେ। କିନ୍ତୁ ନିଶା କବଳରୁ ମୁକ୍ତ ହୋଇପାରି ନ ଥିଲେ। ଏବେ ସେ ଦୈନିକ ୨ ଗ୍ରାମ୍‌ (ଯାହାର ଆନୁମାନିକ ମୂଲ୍ୟ ୫,୬୦୦ ଟଙ୍କା) ବ୍ରାଉନସୁଗାର ସେବନ କରୁଥିବା ନେଇ ଜେରାବେଳେ କହିଥିବା ଅବକାରୀ ଥାନା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri