ଡାକ୍ତର ଚିତ୍ତରଞ୍ଜନ କରଙ୍କ ପରଲୋକ

କଟକ ଅଫିସ,୨୧। ୧୧: ବରିଷ୍ଠ କିଡ୍‌ନୀ ରୋଗ ବିଶେଷଜ୍ଞ ତଥା ଏସ୍‌ସିବି ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଚିତ୍ତରଞ୍ଜନ କର(୫୮)ଙ୍କର ଶୁକ୍ରବାର ସନ୍ଧ୍ୟାରେ ମାଡ୍ରାସ୍‌ର ଏମ୍‌ଜିଏମ୍‌ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ହସ୍ପିଟାଲରେ ତାଙ୍କ ଦୁଇ ପୁଅ ଓ ସ୍ତ୍ରୀ ଉପସ୍ଥିତ ଥିଲେ। ସେ ଗତ ଅଗଷ୍ଟ ୨୦ରେ କରୋନା ସଂକ୍ରମିତ ହୋଇଥିଲେ। ସୁସ୍ଥ ହୋଇ ଘରକୁ ଫେରିବା ପରେ ପୁଣି ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିଲା। ତାଙ୍କୁ ଅକ୍ଟୋବର ୭ରେ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ମାଡ୍ରାସ ପଠାଯାଇଥିଲା। ଶନିବାର ସନ୍ଧ୍ୟାରେ ଚିତ୍ତରଞ୍ଜନଙ୍କ ମରଶରୀର ବିମାନରେ ଅଣାଯିବା ପରେ ପ୍ରଥମେ ପୁରୁଣା ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନକୁ ନିଆଯିବ ବୋଲି ତାଙ୍କ ବନ୍ଧୁ ତଥା ଏସ୍‌ସିବି ଡେଣ୍ଟାଲ କଲେଜ ଅଧ୍ୟକ୍ଷ ଡା. ଜୟନ୍ତ କୁମାର ଦାସ କହିଛନ୍ତି।
ପ୍ରଫେସର କର ୧୯୯୭ରେ ବୁର୍ଲାରେ ନେଫ୍ରୋଲୋଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗଦେଇଥିଲେ। ୨୦୧୨ରେ ପ୍ରଥମଥର ତାଙ୍କ ଚେଷ୍ଟାରେ ଏସ୍‌ସିବି ମେଡିକାଲରେ କିଡ୍‌ନୀ ପ୍ରତିରୋପଣ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ପ୍ରାୟ ୧୮୦ଟି କିଡ୍‌ନୀ ପ୍ରତିରୋପଣ ସଫଳ ଭାବେ ସେ କରାଇଥିଲେ। ରାଜ୍ୟ ଅଙ୍ଗ ଓ ଟିସୁ ପ୍ରତିରୋପଣ ଅନୁଷ୍ଠାନରେ ତାଙ୍କ ଉଦ୍ୟମରେ ୨୦୧୯ ଫେବୃୟାରୀରେ କାଡାଭରିକ କିଡ୍‌ନୀ ପ୍ରତିରୋପଣ ସମ୍ଭବ ହୋଇଥିଲା। କରୋନା କାଳରେ ସେ ପ୍ରାୟ ୬୦୦୦ ଡାଏଲିସିସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri