ନିଶାସେବନ ଯୁବସମାଜର ଭବିଷ୍ୟତକୁ କରିଦିଏ ନଷ୍ଟ: ନିଶାମୁକ୍ତ ସମାଜ ଆହ୍ବାନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୩।୯(ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆଠାରେ ରହିଥିବା ମହର୍ଷି ଦୟାନନ୍ଦ ଉଚ୍ଚବିଦ୍ୟାଳୟ ପରିସରରେ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ, ବାଲିଗୁଡା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆଇଆଇସି ବିଜୟ କୁମାର ହାଇବୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବାଧାନରେ ନିଶା ମୁକ୍ତ ଅଞ୍ଚଳ ଓ ପୋକ୍ସୋ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚନ୍ଦ୍ରକାନ୍ତ ଜେନା ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା,ସରପଞ୍ଚ ସୁଭଦ୍ରା ପଡ୍ରା, ନାଏବ ସରପଞ୍ଚ ମାଗୁଣି ପୂଜାରୀ ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ନିଶାମୁକ୍ତ ଅଞ୍ଚଳ ଓ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନ କରାଇଥିଲେ। ବିଶେଷ କରି ସାମାଜିକ ଗଣମାଧ୍ୟମ ତଥା ମୋବାଇଲଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ଛାତ୍ରୀଛାତ୍ରଙ୍କୁ ନିଶାସେବନ ଦ୍ୱାରା ବ୍ୟକ୍ତିର ସ୍ବାସ୍ଥ୍ୟସହ ଯୁବସମାଜର ଭବିଷ୍ୟତକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ। ତେଣୁ ସମସ୍ତେ ନିଶାଠାରୁ ଦୂରେଇ ରହିବା ସହ ନିଜ ପରିବାର ଗ୍ରାମ ଓ ସହରକୁ ନିଶା ମୁକ୍ତ କରିବା ପାଇଁ ସଙ୍କଳ୍ପବଦ୍ଧ ହେବାପାଇଁ ଅତିଥିମାନେ ଛାତୀଛାତ୍ରମାନଙ୍କୁ ଆହ୍ବାନ ଦେଇଥିଲେ। ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ:ସବୁକିଛି ଛାର୍‌ଖାର୍‌

କଟକ,୩।୯(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଥିବା ଏକ ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଜଗତପୁର ଶିଳ୍ପାଞ୍ଚଳ ମଧ୍ୟରେ ଥିବା ପ୍ରଗତି କ୍ଷୀର କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ…

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

ଓଟିଇଟି ପରୀକ୍ଷାଫଳ ପ୍ରକାଶ: ପାସ୍‌ ହାର ରହିଛି…

କଟକ,୩ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କ କୃତକାର୍ଯ୍ୟ ହାର ୬୪.୪୮%…

ଭ୍ୟାନ୍‌ରେ ଆସି ପୋଷା କୁକୁରକୁ ଲୁହାଛଡ଼ରେ ଆକ୍ରମଣ କରି ଚୋରି ଘଟଣାର ପର୍ଦ୍ଦାଫାଶ: ସିସିଟିଭି ଫୁଟେଜ୍‌ରୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ନୀଳମାଧବ ମିଶ୍ରଙ୍କ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ…

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

କୋର୍ଟଙ୍କ ଜାମିନବିହୀନ ୱାରେଣ୍ଟ ପରେ ଆକ୍ସନ: ଅଭିଯୁକ୍ତ ବଳିଆଙ୍କୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ଥାନା ପୋଲିସ।…

ସାଇକେଲରେ ସାର ବସ୍ତା ଲଦି ରାସ୍ତା ପାର ହେଉଥିଲେ, ଧକ୍କା ଦେଲା କାର୍‌; ଚାଲିଗଲା ଚାଷୀଙ୍କ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମଳାଭଞ୍ଜା ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର୍ (ନଂ.…

ଜୀବନରେ ଥରେ ସରପଞ୍ଚ ପଦବୀ ପାଇଁ ଲଢ଼ିବି: ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀରେ ବିଧାୟକ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ଜିଲା ସମ୍ମିଳନୀ ବୁଧବାର ଦିଗପହଣ୍ଡି ସ୍ଥିତ ଷୋହଳ ଖଣ୍ଡ ଗୋପାଳ ସମାଜ ଗୃହ ପରିସରରେ ଆଡ଼ମ୍ବରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri