ନାଳ ପାର୍‌ ହେଉଥିବା ବେଳେ ବୁଡ଼ିଗଲେ

ଠାକୁରମୁଣ୍ଡା,୨୪।୧୦(ଡି.ଏନ.ଏ.): ନାଳ ପାର୍‌ ହେଉଥିବା ବେଳେ ଜଣେ ବ୍ୟକ୍ତି ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ଚମ୍ପାଝର ପଞ୍ଚାୟତ କିରିକିଚିପାଳ ଗ୍ରାମର ଦାମୁ ବିନ୍ଧାଣି।

ସୂଚନା ଅନୁଯାୟୀ, ସେ କୌଣସି କାମରେ ଶନିବାର ରାତି ପ୍ରାୟ ୯ଟା ବେଳେ ନୂଆକେଶଡିହା ଗ୍ରାମକୁ ଚାଲି ଚାଲି ଯାଇଥିଲେ। ଉକ୍ତ ଗ୍ରାମକୁ ଯିବା ପୂର୍ବରୁ କଣ୍ଟିଆନାଳ ପାର୍‌ ହେଉଥିବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ରବିବାର ସ୍ଥାନୀୟ ଲୋକେ ନାଳରେ ମୃତଦେହ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ପାଣିରୁ ମୃତଦେହ ବାହାର କରାଯାଇଥିଲା। ଖବର ପାଇ ମହୁଲଡିହା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ଥାନାରେ ଅପମୃତ୍ୟୁ ମାମଲା (ନଂ.୧୩/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ

ସୁନ୍ଦରଗଡ଼,୨୦।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଅଞ୍ଚଳରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ...

ଟ୍ରାନ୍ସଫର୍ମର ପୋଡ଼ି ୨ ଗାଁ ଅନ୍ଧାର

ବଇଣ୍ଡା, ୨୬।୧୦(ଡି.ଏନ୍‌.ଏ.): ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର କୁଡ଼ାସାହି ଓ ବାଲିସାହିକୁ ବିଦ୍ୟୁତ୍‌ ଯୋଗାଉଥିବା ୬୩ କେଭି କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ୫ଦିନ ହେଲା ପୋଡ଼ିଯାଇଛି।...

କୁଆଖାଇ, କୁଶଭଦ୍ରା ଜଳ ସଂରକ୍ଷଣକୁ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧୦ା୩: ଖୋର୍ଦ୍ଧା ଜିଲା ପରିଷଦର ୭ମ ସାଧାରଣ ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷ...

ସିଏସ୍‌ପି ପ୍ଲସ୍‌ରେ ଅଗ୍ରାଧିକାର ଭାବେ ନିଯୁକ୍ତି ଦାବି

କୋକସରା,୨୩ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ୧୦ବର୍ଷ ହେଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଖୋଲାଯାଇ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଉଛି।...

ଆଜି ମହାବିଷୁବ ସଂକ୍ରାନ୍ତି: ବାବା ଆଖଣ୍ଡଳମଣିଙ୍କ ପୀଠ ଉତ୍ସବ ମୁଖର

ଆରଡ଼ି,୧୪ା୪(ଡି.ଏନ୍‌.ଏ.): ଆଜି ମହାବିଷୁବ ସଂକ୍ରାନ୍ତି। ଏହି ଉପଲକ୍ଷେ ଭଦ୍ରକ ଜିଲାର ଶୈବପୀଠ ଆରଡ଼ି ଉତ୍ସବ ମୁଖର ହୋଇଉଠିଛି। ବାବା ଆଖଣ୍ଡଳମଣି ମନ୍ଦିରରେ ଏଥିଲାଗି ସ୍ବତନ୍ତ୍ର ପୂଜାର୍ଚ୍ଚନା...

କାରାଗାରରେ ଗାମୁଛା ବାନ୍ଧି ଝୁଲିପଡ଼ିଲେ

ସମ୍ବଲପୁର,୧୪ା୫(ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରର ଜଣେ କଏଦୀ ରବିବାର ପାଇଖାନାକୁ ଶୌଚ ହେବାକୁ ଯାଇ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସଦର...

ରାପ୍‌ ସଙ୍ଗ୍‌ ମାଧ୍ୟମରେ ସଚେତନ କରୁଛନ୍ତି ସାର୍ଥକ

ଜୟପୁର,୨୭ା୩(ନି.ପ୍ର.) : ରାପ୍‌ ସଙ୍ଗ୍‌ ମାଧ୍ୟମରେ ଟ୍ରାଫିକ୍‌ ସଚେତନତା ବାର୍ତ୍ତା ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା କୋରାପୁଟ ଜିଲା ଜୟପୁର ସହରର ସାର୍ଥକ ସାହୁ ଏବେ...

ବର୍ଷେ ପରେ ବି ହୋଇପାରିଲାନି ଜମି ଚିହ୍ନଟ

କେସିଙ୍ଗା,୧୮।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଫଟକାମାଲ ପଞ୍ଚାୟତରେ ସରକାରୀ ଗୋଚରଜମି ଉଚ୍ଛେଦ ପାଇଁ ମଙ୍ଗଳବାର ତହସିଲଦାର କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହା ସହ...

Advertisement
Archives

Model This Week