ମରୁଡ଼ି କବଳରେ କେନ୍ଦ୍ରାପଡ଼ାର ଧାନଚାଷ

କେନ୍ଦ୍ରାପଡ଼ା ଅଫିସ,୬।୮: ବାତ୍ୟା ୟାସ୍‌ ବ୍ୟତୀତ ଫେବୃୟାରୀଠାରୁ କେନ୍ଦ୍ରାପଡ଼ା ଜିଲାରେ ସ୍ବାଭାବିକ ବର୍ଷା ହୋଇନାହିଁ। ମୌସୁମୀ ପ୍ରବେଶକୁ ଇତିମଧ୍ୟରେ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ବର୍ଷା ଅଭାବରୁ ଚଳିତବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି। ଜୁଲାଇରେ ସ୍ବାଭାବିକ ବର୍ଷା ପରିମାଣଠାରୁ ୧୩୩ ମିଲିମିଟର କମ୍‌ ବର୍ଷା ହୋଇଛି। ଅପରପକ୍ଷରେ କେନାଲକୁ ଭରସା କରିଥିବା ଚାଷୀ ପାଣି ନ ପାଇ ଜମି ଧାନ ବେଉଷଣ କରି ହାତବାନ୍ଧି ବସିଛନ୍ତି। ଏ ନେଇ ଜିଲାର ଖରିଫ ଧାନ ଚାଷ ମରୁଡି କବଳରେ ବୋଲି ଚାଷୀମାନେ ମତ ଦେଇଛନ୍ତି।
କୃଷି ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ସମୁଦାୟ ୧ ଲକ୍ଷ ୫୨ ହଜାର ହେକ୍ଟର ମଧ୍ୟରୁ ୬୫,୦୩୨ ହେକ୍ଟର ଜମିରେ ଜଳସେଚନ ସୁବିଧା ଅଛି। ସେଥିରୁ ୪୫,୯୧୪ ହେକ୍ଟର ଜମିରେ କେନାଲ ମାଧ୍ୟମରେ ଜଳସେଚିତ ହେଉଛି। ମହାନଦୀ ନର୍ଥ ଡିଭିଜନ ଅନ୍ତର୍ଗତ ଡେରାବିଶ ବ୍ଲକର ୨,୯୬୧ହେକ୍ଟର, ମାର୍ଶାଘାଇ ବ୍ଲକର ୧,୦୫୫ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ସେହିପରି କେନ୍ଦ୍ରାପଡ଼ା ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡା ବ୍ଲକର ୧୬,୩୫୭ ହେକ୍ଟର, ଡେରାବିଶର ୭,୮୪୦ ହେକ୍ଟର, ମହାକାଳପଡ଼ାର ୩୦୦୭ ହେକ୍ଟର ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୧,୦୪୯ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଣ ହୋଇଥାଏ। ଅପରପକ୍ଷରେ ଜିଲାର ଆଳି, ରାଜକନିକା ଓ ରାଜନଗର ବ୍ଲକ ଅଞ୍ଚଳରେ କେନାଲ ନ ଥିବାରୁ ଚାଷୀ ବର୍ଷା ଓ ଉଠା ଜଳସେଚନ ଉପରେ ନିର୍ଭର କରିଥାନ୍ତି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ମେ ମାସରେ ଜିଲାରେ ୪୩୬ ମି.ମି. ବର୍ଷା ହୋଇଥିଲା। ଫେବୃୟାରୀଠାରୁ ଏପ୍ରିଲ ପର୍ଯ୍ୟନ୍ତ ଜିଲାରେ ସ୍ବାଭାବିକ ବର୍ଷା ପରିମାଣ ୧୦୧ ମି.ମି. ହେବାକୁ ଥିବାବେଳେ ଏହି ୩ ମାସ ମଧ୍ୟରେ ମାତ୍ର ୩୧ ମି.ମି. ବର୍ଷା ହୋଇଛି। ଜୁନରେ ସ୍ବାଭାବିକ ବର୍ଷା ହୋଇଛି। ଜୁଲାଇରେ ଜିଲାରେ ସ୍ବାଭାବିକ ବର୍ଷା ପରିମାଣ ହାରାହାରି ୩୧୭ ମିମି ଥିବାବେଳେ ମାତ୍ର ୧୮୪ ମିମି ବର୍ଷା ହୋଇଛି, ଯାହାକି ୧୩୩ ମିମି ବର୍ଷା କମ୍‌ ହୋଇଛି। ଫଳରେ କେତେକ ଜମି ପଡିଆ ଥିବାବେଳେ ଧାନ ତଳି ରୁଆ ଜମି ଫାଟିବା ଆରମ୍ଭ କଲାଣି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କୁହିଛନ୍ତି, ଜିଲାରେ ଚାଷୀଙ୍କ ଜଳସେଚନ ପାଇଁ ପ୍ରବାହିତ ୭ ନଦୀ ଓ ୨୭ ନାଳ ଓ କେନାଲକୁ ଉପଯୋଗ କରିବା ଆବଶ୍ୟକ। ବ୍ରାହ୍ମଣୀ ଓ ମହାନଦୀ ସିଷ୍ଟମରେ ଥିବା ନଦୀଗୁଡିକରେ ଆନିକଟ କରାଯାଇ ମଧୁର ଜଳକୁ ଚାଷ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ। ଏ ନେଇ ଜିଲାବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରର ଆର୍ଥିକ ଭିତ୍ତିଭୂମି କୃଷି ଉପରେ ନିର୍ଭର କରୁଛି। ପ୍ରଶାସନ ପକ୍ଷରୁ ଜଳକର ଆଦାୟ ହେଉଥିଲେ ମଧ୍ୟ ଉପଯୁକ୍ତ ସମୟରେ ପାଣି ଯୋଗାଣ ହେଉନାହିଁ। ଫଳରେ ପାଣି ଅଭାବରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ପ୍ରତିବର୍ଷ କେନାଲ ସଫା ଓ ପୁନରୁଦ୍ଧାର ନାମରେ ଘାସ ସଫା ହେଉଛି। ଏଥିରେ କେବଳ ଟଙ୍କା ହଡପ ହେଉଛି। ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ ଅଣଦେଖା କରାଯାଉଛି। କେନ୍ଦ୍ରାପଡା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କହିଛନ୍ତି, କେନ୍ଦ୍ରାପଡ଼ା କେନାଲ, ଜମ୍ବୁ କେନାଲ ଓ ଗୋବରୀ କେନାଲରେ ଦଳ ଭର୍ତ୍ତି ହୋଇରହିଛି ଫଳରେ କେନାଲ ପାଣି ତଳମୁଣ୍ଡକୁ ଯାଇପାରୁନାହିଁ। ଏହାବ୍ୟତୀତ ସହରର ଆବର୍ଜନାରେ କେନ୍ଦ୍ରାପଡ଼ା କେନାଲ ପୋତି ହୋଇଗଲାଣି। ଏହାକୁ ସଫା କରିବା ଆଳରେ ଜଳ ସମ୍ପଦ ବିଭାଗ ପାଣି ଛାଡିବାକୁ ବିଳମ୍ବ କରୁଛି। ଫଳରେ ଧାନ ଚାଷ କ୍ଷତିଗ୍ରସ୍ତ ହେଉଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଅଧିକାରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ କେତେକ କେନାଲର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବାରୁ ପାଣି ଛଡାଯାଇ ନ ଥିଲା। ତେବେ ଜୁଲାଇ ୧୫ ରୁ କେନାଲ ମାଧ୍ୟମରେ ପାଣି ଛଡାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ମା’ର ତ୍ୟାଗ ଆଗରେ ହାର୍‌ ମାନିଲା ବିପଦ: ପ୍ରଖର ସ୍ରୋତରୁ ଛୁଆଙ୍କୁ ଉଦ୍ଧାର କଲା ହରିଣୀ

ରାଜନଗର,୨୭।୯(ଭାସ୍କର ରାଉତରାୟ): ଯୁଗେ ଯୁଗେ ସନ୍ତାନ ଯେତେବେଳେ ବିପଦରେ ପଡେ ସେଇଠି ମାନବ ହେଉ ବା ବନ୍ୟପ୍ରାଣୀ ସନ୍ତାନକୁ ବିପଦ ମୁହଁରୁ ରକ୍ଷା ପାଇଁ ଜୀବନକୁ ବାଜିରେ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?