ମରୁଡ଼ି ପରେ ଦାଉ ସାଧିଲା ବର୍ଷା

ନୟାଗଡ଼,୭।୧୨(ଲୋକନାଥ ମିଶ୍ର)ମରୁଡି ପରେ ଦାଉ ସାଧିଛି ବର୍ଷା । ଚାଷୀଙ୍କ ବର୍ଷକର ପରିଶ୍ରମ ବାତ୍ୟା ମିଗଜୋମ ପ୍ରଭାବରେ ପାଣିରେ ଭିଜିଯାଇଛି। ପରିବା ଫସଲ ଉପରେ ପ୍ରଭାବ ପଡିଛି। ରାତିରେ ଅଧିକ ବର୍ଷା ହେଲେ ଧାନ ଫସଲ ଅମଳ ଉପରେ ପ୍ରଭାବ ପକାଇପାରେ । ବୁଧବାରର ବର୍ଷା ଧାନର ଗୁଣବତ୍ତାକୁ ନଷ୍ଟ କରିପାରେ। ବୁଧବାର ସକାଳୁ ଲଗାଣ ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଛ ପାଣିରେ ଭିଜିଛି। କଟା ଯାଇଥିବା ଧାନ ବିଲରେ ପଡିଥିବା ବେଳେ ବର୍ଷା ପାଣିରେ ଭିଜିଥିଲା। କେତେଜଣ ଚାଷୀ ଧାନ କାଟି ନିଜ ବିଲ ସମ୍ମୁଖରେ ରଖି ପାଲ ଘୋଡାଇ ରଖିଥିଲେ। ଅଧିକାଂଶ ଅଞ୍ଚଳରେ ଧାନ ଗଛ ପାଚି ଥିବା ବେଳେ ଧାନ କଟା ହୋଇନି। ଅନ୍ୟ ପଟେ ପରିବା ଚାଷୀ ମଧ୍ୟ ଏହି ବର୍ଷା ଯୋଗୁ ବ୍ୟାପକ କ୍ଷତି ସହିବାକୁ ପଡିଛି। ଫୁଲକୋବି, ବିନ୍‌, ମଟର, ଟମାଟୋ, ବନ୍ଧାକୋବି ଭଳି ପରିବା ଚାଷୀ ଅମଳ ସମୟରେ ଅଦିନିଆ ବର୍ଷା ଦାଉ ସାଜିଛି। ବର୍ଷା ଯୋଗୁ ପରିବା ଚାଷ ପ୍ରଭାବିତ ହେବା ସହ ଫଳନ୍ତି ପରିବା ସବୁ ନଷ୍ଟ ହୋଇଯାଇଛି। ପରିବା ଗଛ ସବୁ ନଷ୍ଟ ହୋଇଯାଇଛି। ବାତ୍ୟା ମିଗଜୋମ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲେଇ ଦେଇଛି। ଏହି ସମୟରେ ବିନ୍‌, ଫୁଲକୋବି ବିକ୍ରି ହୁଏ। ଅଦିନିଆ ବର୍ଷା ବ୍ୟାପକ କ୍ଷତି କରିଥିବା ଚାଷୀମାନେ କହିଛନ୍ତି। ଏନେଇ ବାଲୁଗାଁ ଚାଷୀ ରଣଜିତ ଦଳବେହେରା କୁହନ୍ତି, ବର୍ଷା ଯୋଗୁ ଧାନର ମାନ କମିବ। ତେବେ ରାତିରେ ଅଧିକ ବର୍ଷା ହେଲେ ଧାନ ଫସଲ ଉଜୁଡିଯିବ । ରଣପୁରର ଚାଷୀ ଗୋଲାପ ବେହେରା କୁହନ୍ତି, ଆମ ଅଞ୍ଚଳରେ ମରୁଡ଼ ପ୍ରକୋପ ଅଧିକ ରହିଛି। ହେଲେ ଆମ ଦାବି କେହି ଶୁଣୁ ନାହାନ୍ତି। ଏବେ ବର୍ଷାରେ ଅବଶିଷ୍ଟ ଫସଲ ପୁଣି ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଲାଣି। ନୂଆଗାଁର ଚାଷୀ ପୀତବାସ ନାୟକ କୁହନ୍ତି, ଚଳିତ ବର୍ଷ ମରୁଡ଼ି ଓ ଅଦିନିଆ ବର୍ଷାରେ ଚାଷୀର ଫସଲ କ୍ଷତି ହୋଇଛି। ଯେଉଁ କିଛି ଫସଲ ଆମଦାନୀ ହେବ ସେଥିରେ ମଣ୍ଡିରେ ମିଲର ଦାଉ ସାଧିବ। ଚାଷୀର ଟେନସନ ବଢ଼ାଇ ଦେଇଛି ବର୍ଷା। ବର୍ଷା ଯୋଗୁ ଅଧିକାଂଶ ଚାଷୀ ଧାନ କାଟି ଦେଲେ। ହେଲେ ତାକୁ ସଂଗ୍ରହ କରି ଗଦା ଦେଇ ପାରିଲେନି। ଓଡ଼ଗାଁର ଚାଷୀ ରବି ସାହୁ କୁହନ୍ତି ମରୁଡ଼ି ପ୍ରକୋପ ସମୟରେ ଜଳସେଚନ ଦ୍ୱାରା ଓଡ଼ଗାଁ ବ୍ଲକ ଅଞ୍ଚଳର ଅନେକ ଚାଷୀ ଫସଲ ବଞ୍ଚାଇଥିଲେ। ଧାନ ଅମଳ ସମୟରେ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ବର୍ଷାରେ ଧାନ ଭିଜିଥିଲେ ମଧ୍ୟ ଜମିରେ ପାଣି ନାହିଁ। କେବଳ ବର୍ଷା ମାଡ଼ରେ ଯାହା ଧାନର ଗୁଣବତ୍ତା ନଷ୍ଟ ହେବ। ତେବେ ଚାଷୀ ରବି ଫସଲରେ ଫାଇଦା ନେବାକୁ ଆଶା ରଖିଛି ବୋଲି କହିଛନ୍ତି। ସରକାର ଚାଷୀଙ୍କ ଅସୁବିଧାକୁ ଦେଖି ସହଯୋଗର ହାତ ବଢ଼ାଇବା ଦରକାର ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri