ମଣିପୁର ହିଂସାରେ ଡ୍ରୋନ୍‌

୨୦୨୩ ମସିହା ମେ’ ମାସରୁ ମଣିପୁରରେ ‘ମେଇତି’ ଏବଂ ‘କୁକି’ ମଧ୍ୟରେ ଲାଗିରହିଥିବା ଜାତିଆଣ ହିଂସା ଥମିବା ପରିବର୍ତ୍ତେ ଦିନକୁ ଦିନ ଉଗ୍ରରୂପ ନେବା ସହ ‘ଡ୍ରୋନ୍‌’ ମୋର୍ଟାର ବ୍ୟବହାର ବିବାଦକୁ ନୂଆ ମୋଡ଼ ଦେଇଛି । ଏହା କେବଳ ଦଙ୍ଗାଗ୍ରସ୍ତ ମଣିପୁରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆହୁରି ନିମ୍ନଗାମୀ କରିଛିି, ସମସ୍ୟା ସମାଧାନ କରିବାରେ ଉଭୟ କେନ୍ଦ୍ର, ରାଜ୍ୟ ସରକାର ଏବଂ ସୁରକ୍ଷାକର୍ମୀଙ୍କ ବିଫଳତାକୁ ପ୍ରମାଣିତ କରୁଛି ବୋଲି କହିଲେ ହୁଏତ ଅତିରଞ୍ଜିତ ହୋଇ ନ ପାରେ। ମେଇତି ସମ୍ପ୍ରଦାୟ ଅଧ୍ୟୁଷିତ ଇମ୍ଫାଲ ପଶ୍ଚିମ ଜିଲାର ଏକ ଗ୍ରାମ ଉପରେ ଚରମପନ୍ଥୀଙ୍କ ଡ୍ରୋନ୍‌ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ୯ଜଣ ଗୁରୁତର ଆହତ ହୋଇଛନ୍ତି। ଡ୍ରୋନ୍‌ ସହାୟତାରେ ଚରମପନ୍ଥୀମାନେ ବୋମା ମାଡ଼ କରିଥିବା କୁହାଯାଇଥିବାବେଳେ ଏହି ଆକ୍ରମଣରେ କୁକି ସମ୍ପ୍ରଦାୟର ମିଲିଟାଣ୍ଟ ସଂଗଠନ ଭାବେ ପରିଚିତ କୁକି-ଜୋ’ର ହାତ ଥିବା ଅନୁମାନ କରାଯାଏ। ଏହି ଅଞ୍ଚଳରେ କୁକି-ଜୋ’ର ଲୋକଙ୍କ ଉପରେ ମେଇତିର ଉଗ୍ରପନ୍ଥୀ ଗୋଷ୍ଠୀର ଆକ୍ରମଣର ପ୍ରତିଶୋଧ ସ୍ବରୂପ ଡ୍ରୋନ୍‌ ଆକ୍ରମଣ ହୋଇଥିବା କୁହାଯାଏ। ତେବେ ଏଭଳି ଏକ ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନ ଥିବାବେଳେ କିମ୍ବା ସ୍ପଷ୍ଟ ଭାବେ କୌଣସି ପ୍ରମାଣ ମିଳି ନ ଥିବାବେଳେ ଡ୍ରୋନ୍‌ ଆକ୍ରମଣ ଯେ ଜାତିଆଣ ଦଙ୍ଗା ସୃଷ୍ଟିକାରୀଙ୍କ ଏକ ନୂତନ କୌଶଳ ଏହା ସ୍ବୀକାର କରିବାକୁ ହେବ।
ଏହା ନିଃସନ୍ଦେହ ଯେ, ମଣିପୁରରେ ସନ୍ଦିଗ୍ଧ ଉଗ୍ରପନ୍ଥୀଙ୍କ ବୋମାମାଡ଼ ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପାଇଁ ଡ୍ରୋନ୍‌ ବ୍ୟବହାର ନିଶ୍ଚିତ ଭାବେ ଚିନ୍ତାଜନକ। ଏହି ଡ୍ରୋନ୍‌ ଆକ୍ରମଣରେ ଅନୁଧ୍ୟାନ ଏବଂ ଏହାର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏହା ସତ୍ୟ ଯେ, ବିଶ୍ୱରେ ବିଭିନ୍ନ ଅଞ୍ଚଳରେ ବିବାଦୀୟ ଜୋନ୍‌ଗୁଡିକରେ ଡ୍ରୋନ୍‌ ବ୍ୟବହାର ଏବେ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ୟେମେନର ହୁଟି ଆତଙ୍କବାଦୀ ସଂଗଠନ ଲୋହିତ ସାଗରରେ ଜାହାଜ ଚଳାଚଳକୁ ହାରାଶ କରିବା ପାଇଁ ଡ୍ରୋନ୍‌ ବ୍ୟବହାର କରିଥିବାବେଳେ ୨୦୨୦ରେ ଆଜରବୈଜାନ ଏବଂ ଆର୍ମେନିଆ ମଧ୍ୟରେ ନାଗୋର୍ଣ୍ଣୋକାରବାଗ ଦ୍ୱିତୀୟ ଯୁଦ୍ଧରେ ଆଜେରି ବାହିନୀ ବ୍ୟାପକ ଡ୍ରୋନ୍‌ ବ୍ୟବହାର କରିଥିଲେ। ଗତ କିଛିବର୍ଷ ଧରି ଭାରତୀୟ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ପାକିସ୍ତାନୀ ଡ୍ରୋନ୍‌ଗୁଡ଼ିକ ବ୍ୟାପକ ଅସ୍ତ୍ରଶସ୍ତ୍ର ଓ ନିଷିଦ୍ଧ ଔଷଧ ବାରମ୍ବାର ପକାଇଥିଲେ, ଯାହାକି ଭାରତ ସରକାର ଏବଂ ଭାରତୀୟ ସେନା ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ମଣିପୁର ଘଟଣାରେ ଡ୍ରୋନ୍‌ରେ ରାଜ୍ୟ ଅସ୍ତ୍ରାଗାର ଏବଂ ବିଭିନ୍ନ ଥାନାରୁ ଲୁଟ ହୋଇଥିବା ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ବୋମା ଖଞ୍ଜାଯାଇଥିବା ବିଶ୍ୱାସ କରାଯାଉଛି। ତେବେ ମଣିପୁରରେ ଡ୍ରୋନ୍‌ ଆକ୍ରମଣ ଘଟଣା ୨୦୨୧ରେ ଭାରତ ସରକାରଙ୍କ ଡ୍ରୋନ୍‌ ନୀତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଆଶା କରାଯାଏ। ଡ୍ରୋନ୍‌ ସହାୟତାରେ ଦେଶର ବିଭିନ୍ନ ହସ୍ପିଟାଲକୁ ଜୀବନ ରକ୍ଷାକାରୀ ଔଷଧ, ରକ୍ତ, କିଡ୍‌ନୀ, ମାନବ ଅଙ୍ଗ ପଠାଯାଉଛି। ଯାହାକି ଭାରତ ସରକାରଙ୍କ କୋହଳ ନୀତି ଯୋଗୁ ସମ୍ଭବ ହୋଇପାରିଛି। ତେବେ ମାନବ ସମାଜର ଅହିତକର ଓ ଧ୍ୱଂସର ତାଣ୍ଡବ ରଚୁଥିବା ଘଟଣାରେ ଡ୍ରୋନ୍‌ ବ୍ୟବହାରର ମୁକାବିଲା ପାଇଁ ଏବେ ସମୟ ଉପନୀତ ହୋଇଛି । ମଣିପୁର ହିଂସାକୁ ଇତିମଧ୍ୟରେ ୧୬ମାସ ପୂରିବାକୁ ଯାଉଥିବାବେଳେ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ମନେହୁଏ। କେବଳ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଯବାନ ମୁତୟନ ଏବଂ ସିବିିଆଇ ତଦନ୍ତ ନିର୍ଦ୍ଦେଶ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ନିଜର କର୍ତ୍ତବ୍ୟ ସାରିଦେଇଥିବା କୁହାଯାଇପାରେ। ଗଲା ଲୋକ ସଭା ନିର୍ବାଚନରେ ରାଜ୍ୟର ଦୁଇଟି ଯାକ ଆସନରେ ଭାଜପାର ଶୋଚନୀୟ ପରାଜୟ ସତ୍ତ୍ୱେ ଏଥିରୁ ଦଳ କିମ୍ବା ସରକାର କିଛି ଗ୍ରହଣ କରି ନ ଥିବା ମନେହୁଏ। ଯାହାର ପରିଣତି ସ୍ବରୂପ ହିଂସାକାଣ୍ଡ ଉଗ୍ରରୂପ ନେବା ସହ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିଚାଲିଛି। ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ନେବା ଜରୁରୀ। ଅନ୍ୟଥା ପାହାଡିଆ ରାଜ୍ୟର ପରିସ୍ଥିତି ଚରମପନ୍ଥୀ ହାତକୁ ଚାଲିଯାଇପାରେ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଡ୍ରୋନ୍‌ରେ ବୋମାମାଡ଼।
ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼, ଭୁବନେଶ୍ୱର
ମୋ:୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri