ଡ୍ରୋନ୍‌ ଜଗିବ ଜଙ୍ଗଲ ନିଆଁ

ଢେଙ୍କାନାଳ ଅଫିସ, ୧୫।୩: ଶିମିଳିପାଳ ଅଭୟାରଣ୍ୟର ଜଙ୍ଗଲ ନିଆଁ ଢେଙ୍କାନାଳ ବନ ବିଭାଗ ପାଇଁ ସତର୍କ ଘଣ୍ଟି ବଜାଇଛି। ବନାଗ୍ନି କବଳରୁ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ବନ ବିଭାଗ ପକ୍ଷରୁ ନିଆଯାଇଛି ବୈଷୟିକ ଜ୍ଞାନ କୌଶଳର ସହାୟତା। କପିଳାସ ଅଭୟାରଣ୍ୟର ଫାୟାର ପଏଣ୍ଟ ଚିହ୍ନଟ କରିବା ଲାଗି ୨ଟି ଅତ୍ୟାଧୁନିକ ଥର୍ମୋସେନ୍ସର କ୍ୟାମେରାଯୁକ୍ତ ଡ୍ରୋନ୍‌ ବନ ବିଭାଗକୁ ମିଳିଛି। ଏହି ଡ୍ରୋନ୍‌ କ୍ୟାମେରାର ମୂଲ୍ୟ ୮ଲକ୍ଷ ୬୦ହଜାର ଟଙ୍କା। ଏଥିରେ ସ୍ପିକର, ତାପମାତ୍ରା ମାପିବା ଆଦି ବ୍ୟବସ୍ଥା ରହିଛି। ଏହି ଡ୍ରୋନ୍‌ ୭୦୦ମିଟର ଉଚ୍ଚତା ଯାଏ ଉଡିପାରିବ। ଡ୍ରୋନ୍‌ ଉଡ଼ାଇବା କୌଶଳ ସମ୍ପର୍କରେ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ବର୍ତ୍ତମାନ ସମୟରେ କପିଳାସ ଅଭୟାରଣ୍ୟ ପାଇଁ ଏବେ ଗୋଟିଏ ଡ୍ରୋନ୍‌ ବ୍ୟବହାର କରାଯାଉଛି। ଏହା ସହାୟତାରେ ରାତିରେ ମଧ୍ୟ ଜଙ୍ଗଲ ନିଆଁକୁ ଚିହ୍ନଟ କରାଯାଇପାରିବ। ପ୍ରତି ଦୁଇଘଣ୍ଟାରେ ଥରେ ଏହାକୁ ଉଡ଼ାଯାଉଛି। ଅନ୍ୟଟି ଜିଲା ବନଖଣ୍ଡ କାର୍ଯ୍ୟାଳୟରେ ରହିଛି। ଜରୁରୀ ପରିସ୍ଥିତିରେ ଏହାକୁ ବ୍ୟବହାର କରାଯିବ। ସେହିପରି ଢେଙ୍କାନାଳ ସହରକୁ ଲାଗିରହିଥିବା ଚାରଖୋଲା ଏବଂ ପାଣିଓହଳା ପାହାଡ଼ରେ ନିଆଁ ଉପରେ ନଜର ରଖିବାକୁ ମାନୁଆଲ ଡ୍ରୋନ୍‌ ବ୍ୟବହାର କରାଯାଉଛି। କେବଳ ଦିନବେଳା ଉଡ଼ିପାରିବା କ୍ଷମତା ଥିବାରୁ ଏହାକୁ ସକାଳୁ ଅପରାହ୍ନ ଯାଏ ବ୍ୟବହାର କରାଯାଉଛି।
ସୂଚନାଯୋଗ୍ୟ, କିଛିଦିନ ମଧ୍ୟରେ କପିଳାସ ଅଭୟାରଣ୍ୟ, ହିନ୍ଦୋଳ ରେଞ୍ଜ୍‌, ଷଡଙ୍ଗୀ ରେଞ୍ଜ୍‌, କଙ୍କଡ଼ାହାଡ଼ ବନାଞ୍ଚଳ, ଭୁବନ ବନାଞ୍ଚଳ ଅନ୍ତର୍ଗତ ବହୁ ସଂରକ୍ଷିତ ଜଙ୍ଗଲ ବନାଗ୍ନି କବଳିତ ହୋଇଥିଲା। ଏଥିରୁ ବାଦ୍‌ ପଡ଼ି ନ ଥିଲା ଢେଙ୍କାନାଳ ସହରକୁ ଲାଗିଥିବା ପାଣିଓହଳା, ଚାରଖୋଲା ଏବଂ ମେଘା ସଂରକ୍ଷିତ ଜଙ୍ଗଲ। ଖରାଦିନେ ଜଙ୍ଗଲ ନିଆଁ ଭୟଙ୍କର ରୂପ ନେଉଛି। ସ୍ଥଳ ବିଶେଷରେ ପବନରେ ନିଆଁ ଝୁଲ ଉଡ଼ି ଜନବସତିରେ କ୍ଷୟକ୍ଷତି ଘଟାଉଛି। ବନ୍ୟପ୍ରାଣୀଙ୍କ ପ୍ରାକୃତିକ ଆବାସ କ୍ଷତିଗ୍ରସ୍ତ ହେଉଛି। ଏହାକୁ ରୋକିବାକୁ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ମଧ୍ୟ ଆରମ୍ଭ ହୋଇଛି। ବନ ସୁରକ୍ଷା ସମିତି ଏବଂ ଅଞ୍ଚଳବାସୀଙ୍କୁ ସଚେତନ କରାଯାଉଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ସଦର ରେଞ୍ଜ୍‌ ଚାରଖୋଲା ସଂରକ୍ଷିତ ଜଙ୍ଗଲ, ପାଣିଓହଳାରେ ଦିନବେଳେ ମାନୁଆଲ ଡ୍ରୋନ୍‌ ଉଡାଯାଉଛି। କପିଳାସ ଅଭୟାରଣ୍ୟରେ ନିଅଁାକୁ ଆୟତ୍ତ କରିବା ଏବଂ ବନାଗ୍ନି ଉପରେ ନଜର ରଖିବାକୁ ନୂତନ ଭାବେ ଅଣାଯାଇଥିବା ଥର୍ମୋସେନସର ଡ୍ରୋନ୍‌କୁ ପ୍ରତି ଦୁଇଘଣ୍ଟା ବ୍ୟବଧାନରେ ଉଡ଼ାଯାଉଛି। ନିଜେ ଡ୍ରୋନ୍‌ ବ୍ୟବହାର ତାଲିମ ନେଉଥିବା ଡିଏଫ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ରିଆକ୍ଟର ପ୍ରସ୍ତୁତ କଲେ ୧୨ ବର୍ଷୀୟ ଛାତ୍ର: ରୁମ୍‌ରେ ୪ ବର୍ଷର ଗବେଷଣା ପରେ ସଫଳତା

ଟେକ୍ସାସ୍‌,୧୬ା୨:ଆମେରିକାର ଟେକ୍ସାସ୍‌ ରାଜ୍ୟସ୍ଥିତ ଡଲାସ୍‌ ସହରର ଜଣେ ୧୨ ବର୍ଷର ଛାତ୍ର ଯାହା କରିଛନ୍ତି ତାହା ବୈଜ୍ଞାନିକ ଏବଂ ଗବେଷକ ମହଲକୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଛାତ୍ର…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri