Posted inଫୁରସତ

ବିନା ଡ୍ରାଇଭରରେ ରାସ୍ତାରେ ଦ୍ରୁତ ଗତିରେ ଚାଲୁଛି କାର୍‌, ଦେଖନ୍ତୁ ଏହି ଭିଡିଓ

ଟେସଲା କମ୍ପାନୀ ଅଟୋ ପାଇଲଟ କାର୍‌ ପାଇଁ ବିଶ୍ୱପ୍ରସିଦ୍ଧ। ଏଭଳି ଟେକ୍ନୋଲୋଜି ଥିବା ଏକ କାର୍‌ ଏପର୍ଯ୍ୟନ୍ତ ଭାରତକୁ ଆସିନାହିଁ। ମାତ୍ର ସୋସିଆଲ ମିଡିଆରେ ଆଜିକାଲି ଏହି ବିନା ଡ୍ରାଇଭର କାର୍‌ର ଭିଡିଓ ବେଶ୍‌ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଡ୍ରାଇଭର ସିଟ୍‌ର ବାମ ପାର୍ଶ୍ୱରେ ଜଣେ ବ୍ୟକ୍ତି ବସିଥିବା ବେଳେ ଡ୍ରାଇଭର ସିଟ୍‌ରେ କେହି ନାହାନ୍ତି। ଭାଇରାଲ ହୋଇଥିବା ଏହି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ଭିଡିଓଟି ତାମିଲନାଡୁରୁ ଭାଇରାଲ ହୋଇଛି। ମାତ୍ର ସଠିକ୍‌ ଜାଗା କେଉଁଠି ଜଣାପଡ଼ିନାହିଁ। ଟାଗୋର ଚେରି ନାମକ ଜଣେ ଫେସ୍‌ବୁକ୍‌ ୟୁଜର ଏହାକୁ ଶେୟାର କରିଛନ୍ତି। ଏହି ଭିଡିଓ ଆରମ୍ଭରେ ‘ପ୍ରିମିୟର ପଦ୍ମିନୀ’ ରାଜପଥରେ ସ୍ବୟଂଚାଳିତ ଭାବରେ ଗତି କରୁଥିବା ଦେଖିବାକୁ ମିଳିଛି। ଜଣେ ବୃଦ୍ଧ ଡ୍ରାଇଭର ପାଖରେ ଥିବା ସିଟ୍‌ରେ ବସିଥିବା ନଜର ଆସିଛନ୍ତି। ମାସ୍କ ପିନ୍ଧିଥିବା ବୃଦ୍ଧ ଜଣଙ୍କୁ ଦେଖିଲେ ଲାଗେ ଡ୍ରାଇଭର ନ ଥିଲେ ମଧ୍ୟ ତାଙ୍କର କୌଣସି ଚିନ୍ତା ନାହିଁ। ବେଶ୍‌ ଆରାମରେ ସେ ବସିଛନ୍ତି।

ଭିଡିଓଟିକୁ ଭଲରେ ଦେଖିଲେ ନିଶ୍ଚିତ ଜାଣିପାରିବେ ବିନା ଡ୍ରାଇଭରରେ ଏହା ରାସ୍ତାରେ ସହଜରେ ଚାଲୁଛି। କେବଳ ଏତିକି ନୁହେଁ, ସହଜରେ ମଧ୍ୟ ଟର୍ଣ୍ଣିଂ ପଏଣ୍ଟ ପାରି ହେଉଛି। ଭିଡିଓଟି ଶେୟାର କରି ଟାଗୋର ଲେଖିଛନ୍ତି, ଆଜି ଜଣେ ବୃଦ୍ଧ ଯାତ୍ରୀ ଆସନରେ ବସି ‘ପଦ୍ମିନୀ’ କାର୍‌ ଚଳାଉଥିବାର ଦେଖିଥିଲେ। କାର୍‌ କିପରି ନିଜେ ଚାଲୁଛି ଭିଡିଓ ଦେଖିଲେ ନିଶ୍ଚିତ ଜାଣିପାରିବେ।
ପ୍ରକୃତପକ୍ଷେ ସିଟ୍‌ରେ ବସିଥିବା ବୃଦ୍ଧ ଜଣଙ୍କ ହିଁ କାର୍‌ ଚଳାଉଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ସେ ନିଜ ସିଟ୍‌ ଛାଡ଼ି କୌଶଳ ତଥା ଖୁବ୍‌ ସାବଧାନରେ କାର୍‌ ଚଳାଉଛନ୍ତି। ଦେଖଣାହାରୀ ଯେମିତି ଜାଣି ନ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

ଇଟାର ଜବାବ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri